ଝଞ୍ଜିରିବାହାଳରେ ଅଗ୍ନିକାଣ୍ଡ: ୧୩ ବଖରା ଭସ୍ମ, ୪ ପରିବାର ସର୍ବସ୍ବାନ୍ତ

ବଅଁରପାଳ, ୨୫ା୬(ଡି.ଏନ.ଏ.)- ଅନୁଗୋଳ ଜିଲା ବଅଁରପାଳ ବ୍ଲକ ବନ୍ଦା ପଞ୍ଚାୟତ ଝଞ୍ଜିରିବାହାଳ ଗ୍ରାମ ହରିଜନ ସାହିରେ ବୁଧବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ ପରିବାରର ୧୨ ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଛି। ରାତିରେ ସାହିବାସୀ କେଉଁଆଡେ ଯାଇଥିବାବେଳେ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି। ଏଥିରେ ରମେଶ ଗୋଚ୍ଛାୟତଙ୍କର ୪ ବଖରା, ରୋହିତ ଗୋଚ୍ଛାୟତଙ୍କର ୩, ଜଟିଆ ଗୋଚ୍ଛାୟତଙ୍କର ୪ ଓ ବିଜୟ ଗୋଚ୍ଛାୟତଙ୍କର ୨ ବଖରା ପାଉଁଶ ହୋଇଛି। ଘରେ ଥିବା ସମସ୍ତ ଆସବାବ ପତ୍ର, ଧନ ସମ୍ପତ୍ତି ଜଳିଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ଖବରପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଯୁବନେତା ଅରୁନଭ ସିଂହ କଂଗ୍ରେସ ନେତା ବିପ୍ଳବ ଜେନା ଓ ନାରୀନେତ୍ରୀ ସସ୍ମିତା ବେହେରା ପ୍ରମୁଖ ପହଞ୍ଚି ବିପନ୍ନଙ୍କୁ ସହାୟତା ଯୋଗାଇଛନ୍ତି। ତୁରନ୍ତ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଯିବାକୁ ଦାବି ହୋଇଛି। ତହସିଲଦାର ଜିତେନ୍ଦ୍ର ସାହୁ କହିଛନ୍ତି, ଘଟଣାସ୍ଥଳକୁ ଆରଆଇ ଯାଇ କ୍ଷୟକ୍ଷତି ଆକଳନ କରିବା ସହ ବିପନ୍ନଙ୍କୁ ଜରିପାଳ ଯୋଗାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?