ବ୍ରହ୍ମପୁର ୪ ଦିନ ପାଇଁ ଶଟ୍‌ଡାଉନ୍‌

ଛତ୍ରପୁର,୨୫ା୬(ଡି.ଏନ୍‌.ଏ.)- ବ୍ରହ୍ମପୁର ମହାନଗରରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି। ସହରରେ କରୋନା ସଂକ୍ରମଣ ଚେନ୍‌ ଭାଙ୍ଗିବା ପାଇଁ ଆସନ୍ତା ୨୭ରୁ ୩୦ ତାରିଖ (୪ଦିନ) ପର୍ଯ୍ୟନ୍ତ ବ୍ରହ୍ମପୁର ସମ୍ପୂର୍ଣ୍ଣ ଶଟ୍‌ଡାଉନ୍‌ ରହିବ। ଏହି ସମୟରେ କେବଳ ସ୍ବାସ୍ଥ୍ୟସେବା ଓ କ୍ଷୀର ଯୋଗାଣ ଚାଲୁ ରହିବ । ଅନ୍ୟସବୁ ଅତ୍ୟାବଶ୍ୟକ ଓ ଅଣଆବଶ୍ୟକ ସାମଗ୍ରୀ ଦୋକାନ ବନ୍ଦ ରହିବ ବୋଲି ଗୁରୁବାର ରାତିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି। ସହରରେ ଆକ୍ଟିଭ କଣ୍ଟାକ୍ଟ ଟ୍ରେସିଂ, ଲକ୍ଷଣ ଯାଞ୍ଚ, ଆଇସୋଲେଶନ ଓ ହୋମ୍‌ କ୍ୱାରାଣ୍ଟାଇନରେ ଥିବା ଲୋକଙ୍କ ଯାଞ୍ଚ ପାଇଁ ଏପରି କଡ଼ା ପଦକ୍ଷେପ ନିଆଯାଇଥିବା ଜିଲାପାଳ କହିଛନ୍ତି। ଏଥିପାଇଁ ୭୦ଟି ସ୍ବାସ୍ଥ୍ୟ ଟିମ୍‌ ଗଠନ କରାଯାଇଛି। ବ୍ରହ୍ମପୁର ସହରର ସମସ୍ତ ଘରକୁ ଯାଇ ଜ୍ୱର, କାଶ, ମଧୁମେହ, ଡାଇରିଆ ଆଦି ଯାଞ୍ଚ ହେବ। ଏପରି ଲକ୍ଷଣ ଥିଲେ ନ ଲୁଚାଇବାକୁ ଜିଲାପାଳ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଲା ବନ୍ୟା

ଜଗତ୍‌ସିଂହପୁର ଅଫିସ,୨୨ା୮: ଜଗତ୍‌ସିଂହପୁର ଜିଲାରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁ ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ଅମଳ ବେଳେ ପ୍ରାକୃତିକ ବିପତ୍ତି ଚାଷୀଙ୍କ ଆର୍ଥିକ...

ଘାରିଲା ସାମାଜିକ ବାସନ୍ଦ ଭୟ: ଛୁଇଁଲେନି କୁଷ୍ଠରୋଗୀଙ୍କ ମୃତଦେହ

ସମ୍ବଲପୁର,୨୧।୧୧(ବ୍ୟୁରୋ): କୃଷ୍ଠ ରୋଗରେ ପୀଡିତ ହେବା ପରେ ଗ୍ରାମରୁ ବାସନ୍ଦ ହୋଇ ପ୍ରାୟ ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ସମାଜ ଓ ଜାତିଠାରୁ ଦୂରେଇ ରହି...

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାକୁ ନେଇ ଗୃହରେ ଉଦ୍‌ବେଗ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା(ପିଏମଜିଏସଓ୍ବାଇ) ରାସ୍ତା ନିର୍ମାଣକୁ ନେଇ ମଙ୍ଗଳବାର ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି। ରାଜସ୍ବ ଗ୍ରାମକୁ ହିସାବକୁ ନିଆଯାଇଥିବାରୁ ଅନେକ ବଡ...

ରାଜ୍ୟରେ ଖୋଲିବ ଆଉ ୩ ସାଇବର ଥାନା

ଭୁବନେଶ୍ୱର,୧୮।୬(ବ୍ୟୁରୋ): ଗତ କିଛିବର୍ଷ ହେବ ବଢ଼ି ଚାଲିଛି ସାଇବର ଅପରାଧ। କେବଳ ଓଡ଼ିଶା ନୁହେଁ, ଦେଶ ପାଇଁ ଏହା ଏକ ବଡ଼ ସମସ୍ୟା ଭାବେ ଉଭା...

କେନାଲରେ ଆସୁନି ପାଣି, ପଛେଇଗଲାଣି ଚାଷ

ବାଲିଆ,୧୦।୭: ଜୁଲାଇ ମାସ ଅଧା ହେଲାଣି, ଅଥଚ ଚାଷଜମିକୁ ପାଣି ପହଞ୍ଚତ୍ପାରିନାହିଁ। ମୁଖ୍ୟ କେନାଲ ସମେତ ଶାଖା କେନାଲରେ ଏ ପର୍ଯ୍ୟନ୍ତ ପାଣି ଆସିନାହିଁ। ଫଳରେ...

ଆକର୍ଷିତ କରୁଛି ଆଦିବାସୀ ମେଳା

ଭୁବନେଶ୍ୱର,୩ା୨(ବ୍ୟୁରୋ): ଆଦିବାସୀ ମେଳାକୁ ଛୁଟିଛି ଲୋକଙ୍କ ସୁଅ। ସାତ ଦିନରେ ୭ଲକ୍ଷରୁ ଅଧିକ ଦର୍ଶକ ମେଳା ବୁଲିବାକୁ ଆସିଥିବାବେଳେ କାରବାର ମଧ୍ୟ ସାଢ଼େ ତିନିକୋଟି ଟଙ୍କାକୁ...

କରୋନା ମୁକାବିଲା: ଖରିଫ୍‌ ଋଣ ପରିମାଣ ବୃଦ୍ଧି

ଭୁବନେଶ୍ୱର,୨୨। ୫ (ବ୍ୟୁରୋ): ରାଜ୍ୟ ସରକାର କୋଭିଡ୍‌-୧୯ର ମୁକାବିଲା ପାଇଁ ଜୋର୍‌ଦାର ପ୍ରୟାସ ଚଳାଇଛନ୍ତି। ବିଶେଷକରି ରାଜ୍ୟର ଚାଷୀଙ୍କୁ ଅଣ୍ଟା ସଳଖିବା ପାଇଁ ସରକାର ଖରିଫ୍‌...

ଶିଶୁଙ୍କ ଲାଗି ‘ଯାଦୁଇ ପିଟାରା’ ଉନ୍ମୋଚନ କଲେ ଧର୍ମେନ୍ଦ୍ର

ଭୁବନେଶ୍ବର, ୨୧ା୨(ବ୍ୟୁରୋ):ଶିଶୁଙ୍କୁ ଖେଳ, ଗୀତ ଓ କାହାଣୀ ଜରିଆରେ ପାଠ ପଢ଼ିବା ପାଇଁ ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ପ୍ରାରମ୍ଭିକ ପର୍ଯ୍ୟାୟରେ ଶିଖିବା ଓ ଶିଖାଇବାର...

Advertisement
Archives

Model This Week