୫ କି.ମି ପାହାଡ଼ ଚଢ଼ି ଦୁର୍ଗମ ଗ୍ରାମରେ ପହଞ୍ଚିଲେ ବିଡିଓ

ଖଇରପୁଟ,୨୨ା୬(ଡି.ଏନ.ଏ.)- ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଗୋବିନ୍ଦପାଲି ପଞ୍ଚାୟତର ପାହାଡ଼ ଉପରେ ଥିବା ଦୁର୍ଗମ ଗ୍ରାମ ମଇଁଷିଖାଲ ଗ୍ରାମକୁ ସୋମବାର ବିଡିଓ ହୃଦାନନ୍ଦ ସାହୁ ଗସ୍ତ କରିଛନ୍ତି। ପାହାଡ ଚଢି ୫କି.ମି. ଚାଲିଚାଲି ଯାଇ ସେ ଉକ୍ତ ଗ୍ରାମରେ ପହଞ୍ଚତ୍ଛନ୍ତି। ନିକଟରେ ଗ୍ରାମବାସୀ ସେମାନଙ୍କ ଗ୍ରାମରେ ପିଇବା ପାଣି ସମସ୍ୟା ଲାଗି ରହିଥିବା ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ବିଡିଓ ସାହୁ ତୁରନ୍ତ ଗ୍ରାମକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବା ଲାଗି ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ନିକଟସ୍ଥ ପାହାଡ ଉପରୁ ଝରୁଥିବା ଝରଣା ପାଣିକୁ ଗୋଟିଏ ଜାଗାରେ ଗଚ୍ଛିତ କରି ଗ୍ରାମକୁ ପାଇପ ଯୋଗେ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରିଥିଲେ। ଏହାର ତଦାରଖ ପାଇଁ ସେ ଦୁର୍ଗମ ମଇଁଷିଖାଲରେ ପହଞ୍ଚତ୍ଥିଲେ। ବିଡିଓଙ୍କୁ ନିଜ ଗ୍ରାମରେ ଦେଖି ଗ୍ରାମବାସୀ ଖୁସି ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ ଯେ, ଏହି ଗ୍ରାମରେ ୪୦ ପରିବାର ବସବାସ କରନ୍ତି। ଗ୍ରାମକୁ ରାସ୍ତା ନ ଥିବାରୁ ସେମାନେ ଯେଉଁଆଡେ ଯାଆନ୍ତି କଷ୍ଟରେ ଚାଲିଚାଲି ଯାଇଥାନ୍ତି। ରାସ୍ତା ନ ଥିବା ଯୋଗୁ ସରକାରଙ୍କ ବିଭିନ୍ନ ଯୋଜନା ଏଠାରେ କାର୍ଯ୍ୟକାରୀ ହେବାରେ ସମସ୍ୟା ଦେଖାଦେଇଥାଏ। ନିକଟରେ ବିଡିଓଙ୍କୁ ଭେଟି ଗ୍ରାମବାସୀ ଗ୍ରାମକୁ ରାସ୍ତା ଓ ପାନୀୟ ଜଳ ନେଇ ରହିଥିବା ସମସ୍ୟା ସମ୍ପର୍କରେ ଜଣାଇଥିଲେ। ବିଡିଓ ପ୍ରଥମେ ପାନୀୟ ଜଳ ସମସ୍ୟା ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କନିଷ୍ଠଯନ୍ତ୍ରୀ ବିଶ୍ୱ କୁମାର ମଲ୍ଲିକଙ୍କ ସହ ଅନ୍ୟମାନେ ବିଡିଓଙ୍କ ସହ ଗ୍ରାମକୁ ଗସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକଳ୍ପ ଜିଲାର ବଡ଼ ପରିବର୍ତ୍ତନ ଆଣିବ: ମନ୍ତ୍ରୀ

ମାଲକାନଗିରି,୫ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଜିଲା ପାଇଁ ମୋଟ…

ମାଲକାନଗିରି ଶାଖା କେସିସି ବ୍ୟାଙ୍କ ମ୍ୟାନେଜର ଗିରଫ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ

ମାଲକାନଗିରି, ୫।୫ (ଦୁର୍ଯ୍ୟୋଧନ ପାତ୍ର): ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରିବା ଅଭିଯୋଗରେ କୋରାପୁଟ ଭିଜିଲାନ୍ସ ସୋମବାର କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (କେସିସି)ର ମାଲକାନଗିରି…

କଠିନ ପରିଶ୍ରମ ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା: ଗୋଡ଼ରେ ଲେଖି ମାଟ୍ରିକ୍‌ ପରୀକ୍ଷା ପାସ୍‌ କଲେ ଲକ୍ଷ୍ମୀ

ମାଲକାନଗିରି,୩ା୫(ଗୌରିଶଙ୍କର ପଣ୍ଡା/ଦୁର୍ଯ୍ୟୋଧନ ପାତ୍ର): ଦୃଢ଼ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା । ମାଲକାନଗିରି ଜିଲାର ଲକ୍ଷ୍ମୀ ଖିମୁଣ୍ଡୁ ୨ ହାତ…

ମାଟ୍ରିକ ପରୀକ୍ଷାରେ ମାଲକାନଗିରିର ସଫଳତା:ଶୁଭଶ୍ରୀ ଜିଲା ଟପ୍ପର

ମାଲକାନଗିରି,୩ା୫(ଗୌରିଶଙ୍କର ପଣ୍ଡା/ଶିବଦତ୍ତ ସାହୁ): ଚଳିତବର୍ଷ ବାର୍ଷିକ ମାଧ୍ୟମିକ ପରୀକ୍ଷା ଫଳରେ ମାଲକାନଗିରି ଜିଲାର ପାସ ହାର ରାଜ୍ୟର ହାରାହାରି ପାସ ହାରଠାରୁ ଅଧିକ ରହିବା ସହ ସର୍ବାଧିକ…

କୋଟିଏରୁ ଅଧିକ ଟଙ୍କା ଖାଇଗଲେ ବ୍ୟାଙ୍କ ମ୍ୟାନେଜର, ମିଛ ରସିଦ୍‌ ଦେଇ…

ମାଲକାନଗିରି,୨୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଶାଖା କେସିସି ବ୍ୟାଙ୍କ ମ୍ୟାନେଜର ଶୁଭେନ୍ଦୁ ଖରା ଲ୍ୟାମ୍ପସ ଟଙ୍କାକୁ ବ୍ୟକ୍ତିଗତ କାମରେ ଖର୍ଚ୍ଚ କରିଦେଇଥିବା ଜଣାପଡ଼ିଛି। ଯାହାର ଟେର୍‌ ପାଇ ନ…

ମାଲକାନଗିରି କୋର୍ଟର ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ମାଲକାନଗିରି,୧୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କୋର୍ଟକୁ ଏକ ଅଜ୍ଞାତ ମେଲ୍‌ରୁ ସୋମବାର ବୋମା ଧମକ ମିଳିଛି। କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ଅଞ୍ଚଳରେ…

ଆତ୍ମସମର୍ପଣ ପରେ ଏମିତି ହୃଦୟ ବିଦାରକ କଥା କହିଲେ ଟପ୍‌ ମାଓବାଦୀ ନେତା ଶୁକ୍ରୁ, ଶୁଣିଲେ…

ମାଲକାନଗିରି,୨୫ା୩(ଦୁର୍ଯ୍ୟୋଧନ ପାତ୍ର): ଏକଦା ମାଲକାନଗିରି ଜିଲା ମାଓବାଦୀଙ୍କ ଆଡ୍ଡା ଭାବେ ପରିଚିତ ଥିବାବେଳେ ମାଲକାନଗିରି ଜିଲା କାଲିମେଳା ଥାନା ବଡ଼ିଗେଟା ପଞ୍ଚାୟତ ଅନ୍ତର୍ଗତ କୁରୁବୁ ଗ୍ରାମର ଶୁକ୍ରୁ…

ମଣ୍ଡିରେ ପଡ଼ିଛି ଚାଷୀଙ୍କ ଧାନ, ଟୋକନ ଆସିବା ପରେ ବି ଧାନ କିଣୁ ନାହାନ୍ତି ସରକାର

ମାଲକାନଗିରି,୨୫ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କଂଗ୍ରେସ କମିଟି ତରଫରୁ ବୁଧବାର ୧୨ ଘଣ୍ଟିଆ ଜିଲା ବନ୍ଦ ପାଳନ କରାଯାଇଛି। ୪ ଦଫା ଦାବି ନେଇ ଏହି ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri