୧.୧୩ ଲକ୍ଷ ଜାଲ୍‌ ନୋଟ, ଗଞ୍ଜେଇ ଜବତ: କନଷ୍ଟେବଳଙ୍କ ସମେତ ୩ ଗିରଫ

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୨୨ା୬- କନ୍ଧମାଳ ଜିଲାରେ ଗଞ୍ଜେଇ ଚାଲାଣ ସହ ଜାଲ୍‌ ନୋଟ କାରବାର ବି ଚାଲିଛି ା ଫିରିଙ୍ଗିଆ ଥାନା ପୋଲିସ ଏଭଳି ଏକ ର଼୍ୟାକେଟକୁ ଧରିଛି। ସିମିଲିସାହିଠାରେ ଚଢ଼ାଉ ବେଳେ ଏକ ଟାଟା ସୁମୋରୁ ୧ ଲକ୍ଷ ୧୩ ହଜାର ଟଙ୍କାର ଜାଲ୍‌ ନୋଟ ଏବଂ ୩୦ କି.ଗ୍ରା. ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ଜଣେ କନଷ୍ଟେବଳଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି ା ସେମାନେ ହେଲେ କନଷ୍ଟେବଳ ବସନ୍ତ ନାହାକ, ଫୁଲବାଣୀର ମଧୁସୂଦନ ଦିଗାଲ ଓ ବଳଭଦ୍ର ସାହାଣୀ। କନଷ୍ଟେବଳ ଜଣକ ଦାରିଙ୍ଗିବାଡି ବ୍ଲକ ବ୍ରହ୍ମଣୀଗାଁ ଥାନାରେ କାର୍ଯ୍ୟରତ ଥିଲେ ା ଗତ ୧୫ ତାରିଖରେ ଜଣେ ବ୍ୟକ୍ତିଙ୍କୁ ଧମକ ଦେଇ ଟଙ୍କା ଆଦାୟ କରିଥିବା ନେଇ ତାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଥିଲା। ୧୬ ତାରିଖରେ ଏସ୍‌ପି ତାଙ୍କୁ ନିଲମ୍ବିତ କରି ରିଜର୍ଭ କାର୍ଯ୍ୟାଳୟରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ା ଏହା ପରେ ବି ସେ ଗଞ୍ଜେଇ କାରବାରରେ ଲିପ୍ତ ରହିଥିଲେ ା
ରବିବାର ଫିରିଙ୍ଗିଆ ଥାନା ପୋଲିସ ସିମିଲିସାହି- ଡିମିରିଗୁଡା ରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ ସନ୍ଦେହଜନକ ଭାବେ ଯାଉଥିବା ଟାଟାସୁମୋ (ନଂ.ଓଆର ୦୨ ଏଟି ୯୩୬୯)କୁ ଅଟକାଇଥିଲା ା ଯାଞ୍ଚ ବେଳେ ଉକ୍ତ ଗାଡିରୁ ୩୦ କି.ଗ୍ରା. ଗଞ୍ଜେଇ ଏବଂ ୧ ଲକ୍ଷ ୧୩ ହଜାର ଟଙ୍କାର ଜାଲ୍‌ ନୋଟ ବାହାରିଥିଲା ା ଗାଡିରେ ଥିବା ୩ ଜଣଙ୍କୁ ପୋଲିସ ଗିରଫ କରିଥିଲା ା ଏ ନେଇ ନଂ.୪୮/୨୦ରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତମାନଙ୍କୁ ସୋମବାର କୋର୍ଟଚାଲାଣ କରାଯାଇଛି ା ଜାଲନୋଟ୍‌ କାରବାରରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଏହାର ଲିଙ୍କ୍‌ କେଉଁଠି ସେ ନେଇ ତଦନ୍ତ ଚାଲିଥିବା ଥାନାଧିକାରୀ ଶ୍ୟାମ ସୁନ୍ଦର ରାଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧ୍ୟକ୍ଷା ସ୍ମିତାରାଣୀଙ୍କ ଅବସର ପରେ ସୁଶାନ୍ତ ନେଲେ ଅଧ୍ୟକ୍ଷ ଦାୟିତ୍ୱ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସ୍ମିତାରାଣୀ ପଣ୍ଡା ମଙ୍ଗଳବାର ଚାକିରିରୁ ଅବସର ନେଇଛନ୍ତି। ଏହି ଅବସରରେ ନୂତନ ଭାରପ୍ରାପ୍ତ…

ଦିଗପହଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଲି ଟ୍ରାକ୍ଟର ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ, ପରିବାରକୁ ମିଳିଲା ସରକାରୀ ସହାୟତା

ଦିଗପହଣ୍ଡି, ୩୦|୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ହସ୍ପିଟାଲ ଛକ ନିକଟ ମୁଖ୍ୟ…

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ୬ ବର୍ଷ ପୂର୍ତ୍ତି ଅବସରରେ ଜିଲାସ୍ତରୀୟ ସ୍ୱନିଧି ମହୋତ୍ସବ: ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼…

ଛତ୍ରପୁର, ୩୦।୬ (ଦିଲ୍ଲୀପି ସାମଲ): ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ସ୍ୱନିଧି (ପିଏମ୍ ସ୍ୱନିଧି) ଯୋଜନାର ୬ ବର୍ଷ ପୂର୍ତ୍ତି…

ଭଞ୍ଜନଗର ବିଇଓଙ୍କ ତ୍ୱରିତ ପଦକ୍ଷେପ: ଅବସର ଦିନ ହିଁ ମିଳିଲା ୬ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଫାଇନାଲ ପେନସନ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଣୀ ଲୋପାମୁଦ୍ରା ରଥଙ୍କ ତ୍ୱରିତ ପଦକ୍ଷେପ ଯୋଗୁ ମଙ୍ଗଳବାର ଚାକିରିରୁ ଅବସର ନେଇଥିବା ୬ ଜଣ ଶିକ୍ଷୟିତ୍ରୀ,…

ବ୍ୟବସ୍ଥିତ ଏସ୍‌.ଆଇ.ଆର୍ ପ୍ରକ୍ରିୟାରେ ଯୋଗ୍ୟ ଭୋଟରଙ୍କ ଅନ୍ତର୍ଭୁକ୍ତି ସୁନିଶ୍ଚିତ

ଛତ୍ରପୁର, ୩୦୬ (ଦିଲ୍ଲୀପ ସାମଲ): ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା, ନିର୍ଭୁଲତା ଓ ବିଶ୍ୱସନୀୟତା ବଜାୟ ରଖିବା ଉଦ୍ଦେଶ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌.ଆଇ.ଆର୍) କାର୍ଯ୍ୟକ୍ରମକୁ…

ଇପିଏଫ କି ପେନସନ ନାହିଁ: ୪୧ ବର୍ଷ ସରକାରୀ ସେବାପରେ ବିନା ସୁବିଧାରେ ଅବସର ନେଲେ ତ୍ରିନାଥ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ କାର୍ଯ୍ୟରତ ଥିବା ପିଅନ ତ୍ରିନାଥ ପ୍ରଧାନ ମଙ୍ଗଳବାର କର୍ମମୟ ଜୀବନରୁ ଅବସର ନେଇଛନ୍ତି। ଏନେଇ…

ହୁମ୍ମା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ସାଇକେଲରେ ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରକ୍, ରାସ୍ତାରେ…

ଗଞ୍ଜାମ,୩୦।୬(ଅନାଥ ତରାଇ): ହୁମ୍ମା ଓଭରବ୍ରିଜ୍ ଜାତୀୟ ରାଜପଥରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ,…

ଦିଗପହଣ୍ଡିରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ, ସରକାରଙ୍କ ଜନ କଲ୍ୟାଣ ଯୋଜନାରେ ସାମିଲ ପାଇଁ ବିଧାୟକଙ୍କ ଆହ୍ବାନ

ଦିଗପହଣ୍ଡି,୩୦।୬(ଅଶେଷ ନାଥ ମିଶ୍ର): ରାଜ୍ୟରେ ଭାଜପା ସରକାର ଗଠନର ଦୁଇବର୍ଷ ପୂର୍ତ୍ତି ଅବସରରେ  ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକାଶର ଧାରା ଓଡ଼ିଶା ସାରା ବ୍ଲକ ସ୍ତରୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri