ଲଢ଼େଇ ସହଜ ନୁହେଁ

ସରକାର ଓ ଲୋକମାନେ ଏକାଠି କାର୍ଯ୍ୟ କରିବା ଦ୍ୱାରା ହିଁ କେବଳ ମହାମାରୀକୁ ଆୟତ୍ତ କରାଯାଇପାରିବ। ସାରାବିଶ୍ୱରେ ଆମେ ସମସ୍ତେ ଏହି କଥାକୁ ଭଲ ଭାବେ ବୁଝିଛେ । ସେଥିପାଇଁ ମହାମାରୀ ସଂକ୍ରମଣକୁ ରୋକିବା ଲାଗି ନୀତି ନିୟମକୁ ଆମେ ପାଳନ କରିବା ଆବଶ୍ୟକ। ଆମେ ଲଗାତର ସାବୁନରେ ହାତ ଧୋଇବା ଉଚିତ। ବାରମ୍ବାର ମୁହଁକୁ ସ୍ପର୍ଶ କରିବା ଉଚିତ ନୁହେଁ । ବାହାରକୁ କମ୍‌ ଯିବା ଓ ଆବଶ୍ୟକସ୍ଥଳେ ନାକ ଏବଂ ମୁହଁ ଘୋଡ଼ାଇ ହୋଇ ଯିବା ଦରକାର। ଫଳରେ କାଶ ଓ ଛିଙ୍କ ଦ୍ୱାରା ଅନ୍ୟମାନେ ସଂକ୍ରମିତ ହେବେ ନାହିଁ। ସର୍ବସାଧାରଣ ସ୍ଥାନରେ ପରସ୍ପରଠାରୁ ୬ ଫୁଟ ଦୂରତା ରକ୍ଷା କରିବା ଦରକାର। ଯଦି କୋଭିଡ୍‌-୧୯ ଲକ୍ଷଣ ପ୍ରକାଶ ପାଏ ତେବେ ଗୋଟିଏ ରୁମ୍‌ରେ କ୍ୱାରାଣ୍ଟାଇନରେ ରହିବା ଓ ଲକ୍ଷଣ ଗୁରୁତର ହୋଇଥିଲେ ସରକାରଙ୍କୁ ଜଣାଇବା ଦରକାର। କୋଭିଡ୍‌ ଭାଇରସ୍‌ ପାଇଁ ଟିକା ଆବିଷ୍କାର ହେଲେ ତାହାର ମୁକାବିଲା ସହଜରେ ହୋଇପାରିବ। କିନ୍ତୁ ଯେ ପର୍ଯ୍ୟନ୍ତ ଟିକା ବାହାରିନାହିଁ ସେ ଯାଏ ଉପର ନିର୍ଦ୍ଦେଶିତ ନୀତି ନିୟମକୁ ଆମେ କଡ଼ାକଡି ଭାବେ ପାଳନ କରିବା ଭଲ। ଅପର ପକ୍ଷରେ କୋଭିଡ୍‌ରେ କମ୍‌ କ୍ଷତି ହେଉଛି ବୋଲି ନିଶ୍ଚିତ କରିବା ସରକାରଙ୍କ କାମ। ଯେଉଁମାନେ ପୀଡିତ ସେମାନଙ୍କ ଯନତ୍ ନିଆଯାଉଛି। ଯେଉଁମାନେ ବିପଦରେ ରହିଛନ୍ତି ସେମାନଙ୍କର ପରୀକ୍ଷା କରାଯାଉଛି ଏବଂ ଏହି ବିପର୍ଯ୍ୟୟରେ ଯେଉଁମାନେ ପ୍ରଭାବିତ ହୋଇଛନ୍ତି ସେମାନଙ୍କୁ ସାହାଯ୍ୟ କରାଯାଉଛି ବୋଲି ମତ ଦେବା ସ୍ବାଭାବିକ। ଏହି ସମୟରେ ସରକାର ନୀତି ଗଢିବା ଏବଂ ନିୟମରେ ପରିବର୍ତ୍ତନ ଆଣି ତାହାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବା ହେଉଛି ସରକାରଙ୍କ କର୍ତ୍ତବ୍ୟ। ଏହି ପଦକ୍ଷେପ ଲୋକମାନଙ୍କୁ ସାହାଯ୍ୟ କରିବା ସହ ସେମାନଙ୍କ ଜୀବନ ରକ୍ଷା ମଧ୍ୟ କରିପାରିବ। ପୁନଶ୍ଚ ଟିକା ଆବିଷ୍କାର ନ ହେବା ଯାଏ ଯେଉଁ ଦେଶଗୁଡିକ ଉପର ବର୍ଣ୍ଣିତ ନୀତି ନିୟମକୁ ଯେତେ ପ୍ରଭାବଶାଳୀ ଢଙ୍ଗରେ ପାଳନ କରିବେ ସେମାନେ ମହାମାରୀରେ ସେତେ କମ୍‌ ପ୍ରଭାବିତ ହେବେ।
ସରକାର ଓ ଲୋକମାନେ ଯାହା ସବୁ କରନ୍ତି ତା’ ମଧ୍ୟରେ ଏକ ଦୃଢ଼ ସମ୍ପର୍କ ରହିଥାଏ। ସବୁଠୁ ରୋଚକ କଥା ହେଉଛି , କୋଭିଡ୍‌ -୧୯ ସଂକ୍ରମଣ ଏବେ ବ୍ୟକ୍ତି ଓ ସରକାରଙ୍କ ମଧ୍ୟରେ ଥିବା ସମ୍ପର୍କରେ ଏକ ନୂଆ ତତ୍ତ୍ୱ ଯୋଡ଼ିଛି। ହେଲେ ସରକାର ନିୟମ କରିବା ବ୍ୟତୀତ ସମାଜ ଓ ବ୍ୟକ୍ତି ସୁରକ୍ଷା ଲାଗି ଅଧିକ କିଛି ବି କରିପାରିନାହାନ୍ତି। ଏହାଦ୍ୱାରା ଜଣେ ବ୍ୟକ୍ତି ନିଜ ଇଚ୍ଛାରେ କାର୍ଯ୍ୟ କରିବେ। ଯଦି ସରକାରଙ୍କ ଉପରେ ବିଶ୍ୱାସ କରିବା ଲାଗି ତାକୁ ବୁଝାଯାଏ ତେବେ ସାମଗ୍ରିକ କଲ୍ୟାଣ ପାଇଁ ସେ ନିଜ ଇଚ୍ଛାରେ କରୁଥିବା କାର୍ଯ୍ୟ କମାଇ ଦେବେ। କିନ୍ତୁ ଏହା କରିବା ବହୁତ କଠିନ। କାରଣ ତାକୁ ଆରାମଦାୟକ ଜୀବନ ଛାଡ଼ି ସ୍ବେଚ୍ଛାସେବୀ ଭଳି କଠିନ କାର୍ଯ୍ୟକୁ ଗ୍ରହଣ କରିବାକୁ ପଡ଼ିବ। ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇପାରେ ,କିନ୍ତୁ ଏହା କିପରି ପିନ୍ଧାଯିବ ତାହା ତାଙ୍କ ପାଇଁ ବାଧ୍ୟତାମୂଳକ ହୋଇପାରିବ ନାହିଁ। ମାସ୍କ ପିନ୍ଧିବା ବି ଅସୁବିଧା। କେତେକ ବ୍ୟକ୍ତି ତାହାକୁ ବେକରେ ଲଗାଇ ରଖିଥାନ୍ତି ଓ ପୋଲିସ ପାଖରେ ହିଁ ତାହାକୁ ବେକରୁ ଉଠାଇ ପିନ୍ଧି ଦିଅନ୍ତି କିମ୍ବା ଏମିତି ପିନ୍ଧନ୍ତି ଯେ ନାକ ବାହାରକୁ ଦେଖାଯାଏ। (ନିକଟରେ ପ୍ରଧାନମନ୍ତ୍ରୀ କ୍ୟାବିନେଟ ମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସ ଭିଜୁଆଲରେ ପ୍ରଧାନମନ୍ତ୍ରୀଙ୍କ ପଛରେ ଅମିତ ଶାହା ଓ ଅନ୍ୟମନ୍ତ୍ରୀମାନେ ଏହି ଢଙ୍ଗରେ ମାସ୍କ ପିନ୍ଧି ବସିଥିବା ଦୃଶ୍ୟ ଦେଖିବାକୁ ମିଳିଛି)। ଏହି ସମୟରେ ବ୍ୟାୟାମର ମୂଲ୍ୟ ବି କିଛି ନାହିଁ। ଜନସଂଖ୍ୟାର ଏକ ସିଂହଭାଗ ଯେଉଁଠି ସରକାରଙ୍କୁ ବିଶ୍ୱାସ କରୁ ନ ଥିବେ, ସେଠାରେ ନିୟମ ଲାଗୁ କରିବା କଠିନ ହୋଇପଡିବ ଏବଂ ଏଭଳି ଦେଶଗୁଡିକ କୋଭିଡ୍‌କୁ ଆୟତ୍ତ କରିବା ପାଇଁ ଅଧିକ ସମସ୍ୟାର ସମ୍ମୁଖୀନ ହେବେ। ଏବେ ଭାରତ ଏମିତି ଏକ ସ୍ଥିତି ଦେଇ ଗତି କରୁଛି, ଯେଉଁଠାରେ ସରକାର ଓ ଲୋକମାନଙ୍କ ମଧ୍ୟରେ ଯେଭଳି ବିଶ୍ୱାସ ରହିବା କଥା ତାହା ପରିଲକ୍ଷିତ ହେଉନାହିଁ। ଆମମାନଙ୍କ ମଧ୍ୟରୁ କେତେକଙ୍କ ପାଇଁ ଏହି ସମୟ କିଛି ଭିନ୍ନତା ମଧ୍ୟ ଆଣି ଦେଇଛି। ଆମେ ଘରେ ରହି କାମ କରି ଦରମା ନେଉଛୁ। ବାହାର ମନୋରଞ୍ଜନ ବିନା ଜୀବନ କଟୁଛି। ସରକାରଙ୍କ ସହ ଆମର କୌଣସି ଯୋଗାଯୋଗ ବି ନାହିଁ। ଲକ୍‌ଡାଉନ ପୂର୍ବରୁ ସରକାରଙ୍କ ପ୍ରତି ଆମ ବିଶ୍ୱାସ ଯେମିତି ରହିଥିଲା ତାହା ଏବେ ସେମିତି ରହିଛି ।
ଏହି ସ୍ଥିତରେ ଆଉ କେତେକଙ୍କର ଭିନ୍ନ ଅନୁଭବ ରହିଛି। ସେମାନେ ଅନୁଭବ କରୁଛନ୍ତି ଯେ, ଆମେ ଆମ ଚାକିରି ହରାଇଛୁ,ଆମେ ସଞ୍ଚୟ ବି ହରାଇଛୁ। ରାସ୍ତାକୁ ଯାଇ ମାଡ ଖାଇଛୁ, ହଜାର ହଜାର କିଲୋମିଟର ଚାଲିଛୁ। କେହି ଆମକୁ ସାହାଯ୍ୟ ନ କରିବାରୁ ପିଲାଙ୍କୁ ଭୋକିଲା କିମ୍ବା ମୃତ ଅବସ୍ଥାରେ ଦେଖିଛୁ, ଏହା ମଧ୍ୟ ସେମାନେ ଅନୁଭବ କରୁଛନ୍ତି। ସେମାନଙ୍କର ସରକାରଙ୍କ ସହ ସମ୍ପର୍କ ଚାଲିଯାଇଛି। ଏଣୁ ସେମାନଙ୍କଠାରେ ସ୍ବୟଂସେବୀ ମନୋଭାବ ବା ଆଚରଣ ମିଳିବା କଷ୍ଟକର ହୋଇଯିବ।
ଅର୍ଥ ବ୍ୟବସ୍ଥା ଲାଗି ପ୍ରବାସୀ ଶ୍ରମିକଙ୍କ ଆବଶ୍ୟକତା ରହିଛି। କିନ୍ତୁ ପ୍ରବାସୀ ଶ୍ରମିକଟିଏ ଏବେ ପରିତ୍ୟକ୍ତ ହୋଇଯାଇଛି। ଏହି କାରଣରୁ ସେ ଆଉ ସହରକୁ ଫେରିବାକୁ ବାଧ୍ୟ ହେବନି । ଯେଉଁ ସହରରେ ସେ କାର୍ଯ୍ୟ କରୁଥିଲା ଏହି ସଙ୍କଟ ସମୟରେ ତାକୁ ଯେଭଳି ତାହା ଅଣଦେଖା କରିଛିି ସେଠାକୁ ସେ ଫେରିବା ଆଉ ଏତେ ସହଜ ନୁହେଁ। ଆମେମାନେ ଦିନକୁ ୮ ଘଣ୍ଟା କାମ କରୁଥିବାବେଳେ ସେମାନଙ୍କ ସହ ପରାମର୍ଶ ନ କରି ମନଇଚ୍ଛା ଆମେ ତାଙ୍କ କାର୍ଯ୍ୟ ସମୟ ୮ରୁ ୧୨ ଘଣ୍ଟା କରିଛୁ। ଏହା ସେମାନଙ୍କ ବିଶ୍ୱାସକୁ ଭାଙ୍ଗି ଦେଇଛି। ଏହାର ପରିଣାମ ଆମକୁ ହିଁ ଭୋଗିବାକୁ ପଡିବ।
ଆଜି ଯେଉଁମାନେ ନିରାଶ୍ରୟ ପାଲଟିଯାଇଛନ୍ତି, ଚାକିରି ହରାଇଛନ୍ତି, ଭୋକିଲା ରହୁଛନ୍ତି ଓ ଘରଠାରୁ ବହୁ ଦୂରରେ ରହିଛନ୍ତି ସେମାନଙ୍କ ସ୍ଥିତିକୁ ଆମକୁ ଅନୁଭବ କରିବା ଆବଶ୍ୟକ। ଯଦି ଆମେ ଦୟାଳୁ ଏବଂ ଆମମାନଙ୍କ ପାଖରେ ସହାନୁଭୂତି ରହିଛି, ତେବେ ସ୍ବୀକାର କରିବାକୁ ହେବ ଯେ, ଆମ ପାଖରେ ଅନ୍ୟର ଅନୁଭବକୁ ବୁଝିବାର ଶକ୍ତି ବି ରହିଛି। କିନ୍ତୁ ଏହା କରିବା ଏତେ ସହଜ ନୁହେଁ। ଏହି ସମୟରେ ଆମେ ଲକ୍ଷ ଲକ୍ଷ ଭାରତୀୟଙ୍କୁ ଦୁର୍ବ୍ୟବହାର କରୁଛୁ। ଆବଶ୍ୟକତା ସମୟରେ ଦେଶ ସେମାନଙ୍କ ପ୍ରତି ବିଶ୍ୱାସଘାତକତା କରିଛି, ଅଥଚ ଦେଶର ବୃହତ ସ୍ବାର୍ଥ ଲାଗି ସେମାନେ ସମସ୍ତେ ଆମକୁ ସହଯୋଗ କରନ୍ତୁ ବୋଲି ଆଶା କରୁଛୁ। ଏଭଳି ସ୍ଥିତି କୋଭିଡ୍‌-୧୯ ମହାମାରୀ ବିରୋଧରେ ଏକାଠି ଲଢେଇକୁ ଜଟିଳ କରିଦେଇଛି।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଞ୍ଜାବର ଗୁରୁବିନ୍ଦର ସିଂ ସୋହି ଗହମ ବଦଳରେ ଫୁଲ ଚାଷ କରି ବର୍ଷକୁ ୨୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଗୁରୁବିନ୍ଦର ରହୁଛନ୍ତି ନାନୋଓ୍ବାଲରେ। ଏହି ଗାଁରେ…

‘ଏକ୍‌ଲା ଚଲୋରେ’ର ବିକୃତ ପ୍ରକଟନ

“ତୋର୍‌ ଡାକ୍‌ ଶୁନେ ଯଦି କେଉ ନା ଆସେ, ତବେ ଏକ୍‌ଲା ଚଲୋରେ“- ନୋବେଲ ପୁରସ୍କାରପ୍ରାପ୍ତ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କର ଦେଶାମତ୍ବୋଧକ ସଙ୍ଗୀତର ଏହି ପଂକ୍ତି ଆଜି…

କୃଷି କୃଷକର କଥା ଓ ବ୍ୟଥା

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ରାଜ୍ୟର ପ୍ରାୟ ଶତକଡ଼ା ସତୁରି ଭାଗ ଲୋକ ଜୀବନ ଜୀବିକା ପାଇଁ କୃଷି ଉପରେ ନିର୍ଭର କରିଥାନ୍ତି। ତେଣୁ ଓଡ଼ିଶାର…

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?