ଛାତ୍ରୀ ନିର୍ଯାତନା ଘଟଣା: ଡିସିପିଓ-କନ୍ୟାଶ୍ରମ ଅଧ୍ୟକ୍ଷା କାଦୁଅଫିଙ୍ଗା

ଅନୁଗୋଳ ଅଫିସ, ୬।୧: ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକସ୍ଥିତ କ୍ଷୀରୋଦବାସିନୀ କନ୍ୟାଶ୍ରମରେ ଦୁଇ ଅନ୍ତେବାସୀ ଭଉଣୀଙ୍କୁ ନିର୍ଯାତନା ଦିଆଯିବା ଅଭିଯୋଗ ଘଟଣାରେ ଆରମ୍ଭ ହୋଇଛି କାଦୁଅ ଫିଙ୍ଗା। ଘଟଣାର ୩ଦିନ ପରେ ରବିବାର ଅନୁଗୋଳରେ ଖବରଦାତା ସମ୍ମିଳନୀ କରି ମୁହଁ ଖୋଲିଛନ୍ତି କନ୍ୟାଶ୍ରମ ଅଧ୍ୟକ୍ଷା ସ୍ମିତାରାଣୀ ପଟ୍ଟନାୟକ। ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ଚାଲିଛି ଏବଂ ଛାତ୍ରୀମାନେ କନ୍ୟାଶ୍ରମ ଛାଡ଼ିବା ପଛରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ)ଙ୍କ ହାତ ଥିବା କଥା ସେ ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ ଡିସିପିଓ ଗୌରୀଶଙ୍କର ବେହେରା ମଧ୍ୟ ଅଧ୍ୟକ୍ଷାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସତ ପଦାକୁ ଆସିବା ପରେ ଅଧ୍ୟକ୍ଷା ବାଚାଳ ହେଉଛନ୍ତି। ନିଜକୁ ବଞ୍ଚାଇବାକୁ ସେ ଏପରି ଅଭିଯୋଗ ଆଣୁଛନ୍ତି ବୋଲି କହିଛନ୍ତି ଡିସିପିଓ।
ଖବରଦାତା ସମ୍ମିଳନୀରେ ଅଧ୍ୟକ୍ଷା କହିଛନ୍ତି, କନ୍ୟାଶ୍ରମରେ ରୋଷେଇ ଲାଗି ଗ୍ୟାସ, କାଠ ବଜାରରୁ କିଣାଯାଉଛି। ଅନ୍ତେବାସୀଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ କରାଯାଉନାହିଁ। ୨ ଛାତ୍ରୀ ଆଣିଥିବା ଅଭିଯୋଗ ଭିତ୍ତିହୀନ। ଦୁଇ ଭଉଣୀଙ୍କୁ ସେମାନଙ୍କ ପିଉସୀ ଘର କାମରେ ନିୟୋଜିତ କରିବାକୁ ଉଦ୍ୟମ କରୁଛନ୍ତି। ହେଲେ ଠାକୁରଗଡ଼ ସଦାନନ୍ଦପୁର ଅଞ୍ଚଳର ୧୫ ଛାତ୍ରୀ କନ୍ୟାଶ୍ରମରୁ ଛାଡ଼ିବା ପଛରେ ଡିସିପିଓଙ୍କ ହାତ ରହିଛି। ଶିଶୁ ଯତ୍ନ ଅନୁଷ୍ଠାନ ୨୦୧୪ରେ ଜେ.ଜେ. ଆକ୍ଟ ଅନୁସାରେ ପଞ୍ଜୀକରଣ କରାଯାଇଛି। ଜିଲାପାଳଙ୍କ ସ୍ବୀକୃତିକ୍ରମେ ଶୃଙ୍ଖଳିତ ଭାବେ ଚାଲୁଛି। ୨୦୨୨ ଯାଏ ପୁନଃ ସ୍ବୀକୃତି ଲାଭ କରିଛି। ଏଠାକୁ ସରକାରୀ ଅନୁଦାନ ଆସୁନାହିଁ। ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ଚାଲିଛି। ସିଡବ୍ଲ୍ୟୁସି, ପୋଲିସ ପ୍ରଶାସନ ନିୟମିତ ତଦାରଖ କରୁଛନ୍ତି। ଅନୁଷ୍ଠାନକୁ ଉଦ୍ଦେଶ୍ୟମୂଳକ ଭାବେ ବନ୍ଦ କରିଦେବାକୁ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଧମକ ଦେଉଛନ୍ତି। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଅନୁଗୋଳ ଗସ୍ତ ସମୟରେ ଜିଲାପାଳଙ୍କ ପ୍ରଶ୍ନର ଉତ୍ତରରେ କ୍ଷୀରୋଦବାସିନୀ ଓଆଇଏ (ଗ୍ରାଣ୍ଟ) ସମ୍ପର୍କରେ ମିଥ୍ୟା ତଥ୍ୟ ଉପସ୍ଥାପନ କରିଛନ୍ତି। ଶିଶୁ ନିର୍ଯାତନା ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଛନ୍ତି।
ଏ ନେଇ ଡିସିପିଓ କହିଛନ୍ତି, ସେ କୌଣସି ପିଲାଙ୍କ ଘରକୁ ଯାଇ ପ୍ରବର୍ତ୍ତାଇନାହାନ୍ତି। ସରକାରଙ୍କ ପକ୍ଷରୁ ହୋଇଥିବା ଜେ.ଜେ ନିୟମକୁ ଅନୁସରଣ କରିଛନ୍ତି। କନ୍ୟାଶ୍ରମ ଅଧ୍ୟକ୍ଷା ଆଣିଥିବା ଅଭିଯୋଗ ଭିତ୍ତିହୀନ। ଏଥିରେ କୌଣସି ସତ୍ୟତା ନାହିଁ। ନିଜର ଦୁର୍ବଳତା ଧରାପଡ଼ିବା ଭୟରେ ଅଧ୍ୟକ୍ଷା ଏଭଳି କହୁଛନ୍ତି। କନ୍ୟାଶ୍ରମ ଛାଡ଼ିଥିବା ଅନ୍ତେବାସୀଙ୍କ ଅଭିଯୋଗକୁ ଆଧାର କରି ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ ଚାଲୁଛି। ଏହାର ରିପୋର୍ଟ ସୋମବାର ଜିଲାପାଳଙ୍କୁ ପ୍ରଦାନ କରାଯିବ। ଏହାପରେ ଜିଲାପାଳ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୈତୃକ ଗାଁରୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରଦୀପ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ଆସନ ପାଇଁ ଭାଜପା ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ବରଗଡ଼ ଲୋକସଭା କ୍ଷେତ୍ର ଅଧୀନ ବିଜେପୁର ନିର୍ବାଚନ ମଣ୍ଡଳି ପୈତୃକ...

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri