ଗୋଟିଏ ସଂକଳ୍ପ

ଦ୍ୱିତୀ ଚନ୍ଦ୍ର ସାହୁ

ନୂଆ ବର୍ଷ ଲାଗି ପିଲାଙ୍କ ସବୁ ସଜବାଜ ଚାଲିଥିଲା। ନୂଆ ବଷର୍ର୍ର ପ୍ରଥମ କିରଣ କେଉଁଠି ଦେଖିବେ। ତା’ପୂର୍ବ ରାତିରେ ଜିରୋ ନାଇଟ କେମିତି ପାଳନ ହେବ ା କ’ଣ ସବୁ ନୂତନପଣକୁ ଆପଣେଇ ମଧ୍ୟରାତ୍ରିରେ ନୂଆ ବର୍ଷକୁ ସ୍ବାଗତ କରାଯିବ। ଅନେକ ଆଲୋଚନା ପରେ ପ୍ରାୟ ଏକପ୍ରକାର ନିଷ୍ପତ୍ତିରେ ପହଞ୍ଚତ୍ଗଲେ ା କରୋନାକୁ ବିଦାୟ ଦେଇ ନୂଆ ସମ୍ଭାବନାର ସମୟକୁ ସ୍ବାଗତ କରିବା ଲାଗି ସତେଯେମିତି ବ୍ୟସ୍ତ ହୋଇପଡୁଥିଲେ ଯୁବ ବର୍ଗ। ଯଦିଓ କରୋନା ପୁଣି ଫେରିବା ଫେରିବା ହେଉଛି ା ଏଇ ସମୟରେ ଜଣେ ଚିତ୍କାର କରି ଘୋଷଣା କଲା – ସବୁ ଗଲାରେ! ଆଉ ଜିରୋ ନାଇଟ ପାଳନ ହେବନି ା
ପାର୍ଟି ହେବନାହିଁି ସରକାର ଘୋଷଣା କଲେ। ନିଜର ମୋବାଇଲର ମେସେଜକୁ ପଢି ଶୁଣାଇଲା ଅବିକଳ ସେ। ଏଥର ଝାଉଁଳି ଯାଇଥିବା ଲତାଟିଏ ପରି ସବୁ ଯେଝା ସ୍ଥାନରେ ଚଟାଣରେ ଲୋଟି ପଡିଲେ। କିଏ ତଳକୁ ବିଧା ବିଧା ଦେଇ ରାଗ ଝାଡୁଥିଲା। କେହି କେହି ଭଦ୍ର ଗାଳି ମଧ୍ୟ ଆରମ୍ଭ କଲେ। ଖବର ଏକ ଦାରୁଣ ଦୁଃଖ ଆଣି ଦେଇଥିଲା ଯେମିତି। କିଛି ସମୟ ପରେ ଭଙ୍ଗା ମନକୁ ଗଢିବା ପାଇଁ ପୁନଃ ପ୍ରସ୍ତୁତି ଲାଗି ଜଣେ କେହି କାର୍ଯ୍ୟକ୍ରମକୁ ବଦଳେଇବାକୁ ପ୍ରସ୍ତାବ ଦେଲା। ସେଇଠୁ ଝାଉଁଳି ଯାଇଥିବା ଲତାଟି ପାଣି ପାଇବା ପରେ ସାମାନ୍ୟ ଜିଇବାର ସମ୍ଭାବନାକୁ ପ୍ରଦର୍ଶିତ କରୁଥିବା ମୁଦ୍ରାରେ ସମସ୍ତେ ତୁରନ୍ତ ଆଲୋଚନାରେ ମଗ୍ନ ହେଲେ। ଶେଷରେ ନିଷ୍ପତ୍ତି ହେଲା କୌଣସି ଏକ ଛାତରେ ଥିବା ଏକାକୀ ରୁମ ଭିତରେ ଯେମିତି ହେଉ ସେଲିବ୍ରେସନ ହେବ ହିଁ ହେବ ା ବାହାରକୁ କୋଳାହଳ ଯେମିତି ଶୁଭିବ ନାହିଁ। କିନ୍ତୁ ପାର୍ଟି ହେବ ା
ଆଉ ଅଭିନନ୍ଦନ ଜଣାଇବାର ଆସର ହେବ। ଏତିକିବେଳେ ଘର ଭିତରୁ ଆସି ସେତେବେଳୁ ଶୁଣୁଥିବା ଜଣେ ବୟସ୍କ ମଣିଷ ପଚାରିଲେ – ଆଚ୍ଛା!
ନୂଆ ବର୍ଷ ପାଳନ କ’ଣ ପାଇଁ କରୁଛ ପିଲେ? ବେଧଡକ ଭାବେ ଉତ୍ତର ଆସିଲା – ଓଭିଅସଲି େଓଲକମ ପାଇଁ ଜେଜେ! ନୂଆ ସମୟକୁ ସ୍ବାଗତ କରି ସେଲିବ୍ରେସନ ହେବ! ବାସ ଆଉ କ’ଣ ? ସତ କହିବାକୁ ଗଲେ ଏମିତିିରେ ହିଁ ଆମ ନୂଆ ବର୍ଷ ସବୁ ପାଳନ ହେଉଛି ା ପ୍ରତିବର୍ଷ ଆନନ୍ଦ ଉଲ୍ଲାସରେ ଜିରୋ ନାଇଟ ପାଳନ ହେଉଛି। ଭୋଜିଭାତ, ଉପହାର ପ୍ରଦାନ ଓ ଅଭିନନ୍ଦନ ବାର୍ତ୍ତା ଭିତରେ ସମସ୍ତେ ନୂଆ ସମୟକୁ ସ୍ବାଗତ କରୁଛୁ। ଧାର୍ମିକ ପୀଠକୁ ଯାଇ ପ୍ରାର୍ଥନା ବି କରୁଛୁ ନୂଆ ବର୍ଷ ଶୁଭମୟ ଓ ଶାନ୍ତିମୟ ହେଉ ା ସେଇତକ ବି ଧୀରେ ଧୀରେ କମିଗଲାଣି। ଅଳ୍ପ ପ୍ରତିଶତ ଲୋକେ ଈଶ୍ୱରଙ୍କ ଶରଣାପନ୍ନ ହୋଇ ଦୁର୍ଲ୍ଲଭ କାମନା କରୁଛନ୍ତି ା କିନ୍ତୁ ବିଗତ ଏକ ଦଶନ୍ଧି ଭିତରେ ମଣିଷ ଏଇ ସମୟରେ ଅଧିକା ଉତ୍ସବ ମନସ୍କ ହୋଇପଡିଛି ା ନାନା ପ୍ରକାର ଯାବତୀୟ ଅସ୍ବାଭାବିକ ଆଚରଣ ଜରିଆରେ ନୂଆ ବର୍ଷକୁ ସ୍ବାଗତ କରୁଛୁ ା ଯଦିଓ ରାଶି ରାଶି ସମସ୍ୟା ଭିତରେ ଆମେ ଶଢୁଛୁ ା ସମୟ ଆସୁଛି ା ଚାହୁଁ ଚାହୁଁ ଏମିତି ହାତ ଠାରି ଚାଲି ଯାଉଛି। ତା’ରି ଭିତରେ ଅନେକ ବିପର୍ଯ୍ୟୟର ସାମ୍ନା କରୁଛି ଜୀବଜଗତ।
ଭୂତାଣୁ ହେଉ କି ପ୍ରାକୃତିକ ବିପର୍ଯ୍ୟୟ ପ୍ରତିଥର ଦାରୁଣ ପ୍ରହାରରେ ଜଡସଡ ହୋଇଛି ମାନବ ଜାତି। ପରିସ୍ଥାନ ଓ ପରିବେଶ କ୍ରମଶଃ ବେପଥୁ ହୋଇପଡୁଛି। ସାମାଜିକ ଶୃଙ୍ଖଳା ହରାଇ ବସିଛୁ ା ଆମ ଭିତରେ ପ୍ରତିବଦ୍ଧତା ନାହିଁ ା ସାମାଜିକ ଦାୟିତ୍ୱବୋଧ ତ ଆଦୌ ନାହିଁ କହିଲେ ଚଳେ। ପରର ଦୁଃଖରେ ସୁଖୀ ହେବାର ଗୋଟେ ମାନସିକତା ଅଲକ୍ଷ୍ୟରେ ଆମ ଭିତରେ ବୃଦ୍ଧି ପାଇଛି ା
ମାନବିକତା ହଜିଗଲାଣି। ଏକାଧିକ ଯନ୍ତ୍ର ଉପରେ ଆଶ୍ରିତ ହୋଇ ମଣିଷ ଭିତରର ମଣିଷପଣିଆକୁ ମାରିଦେଲୁଣି। ସବୁଠି ସହଜ ସରଳ ଓ ଅଳ୍ପରେ ଅନେକ ପ୍ରାପ୍ତିର କ୍ଷୁଧା ବଢିଗଲାଣି ା ତେଣିକି ପଛେ ଯାହା ଧ୍ୱଂସ ହୋଇଯାଉ କିଛି ସମସ୍ୟା ନାହିଁ। କରୋନାର ବିପର୍ଯ୍ୟୟରେ ସମଗ୍ର ପୃଥିବୀ ଅନେକ କିଛି ଶିଖିବାକୁ ବାଧ୍ୟ ହୋଇଛି। ସମ୍ଭବତଃ ଏହା ପରିବର୍ତ୍ତନର କାରକ ହୋଇ ବି ଉଭା ହୋଇଛି। ନିଜକୁ ବଦଳେଇବା ସହ ସମାଜକୁ ବଦଳେଇବାର ବାର୍ତ୍ତା ଆଣିଦେଇଛି। ଆମେ ଅବଶ୍ୟ ହଠାତ ଦସ୍ୟୁ ରତ୍ନାକରରୁ ସାଧୁ ହୋଇପାରିବାନି।
ଏତେ ସହଜ ନୁହେଁ। ଯେଉଁ ମାତ୍ରାରେ ଆଗକୁ ବଢିଯାଇଛୁ ସେଇ ହାରରେ ପଛକୁ ବି ଫେରିବା ସହଜ ନୁହେଁ। କିନ୍ତୁ ଅସମ୍ଭବ ନୁହେଁ ା
ନୂଆ ବର୍ଷ ଆରମ୍ଭ ହୋଇଛି ା ଆମେ ସ୍ବାଗତ କରୁଛୁ ନୂଆ ସମୟକୁ। ଦୁଇ ହଜାର କୋଡିଏର ଅସୁମାରୀ ଦୁଃଖ ଓ ବିପର୍ଯ୍ୟୟକୁ ଭୁଲିବାକୁ ପ୍ରୟାସ କରୁଛୁ। ସୁଖର କଥା। ପଛର ଦୁର୍ଦ୍ଦିନ ସମୟକୁ ଭୁଲିବାକୁ ହେବ ା ଆଗକୁ ବଢିବାକୁ ହେବ ା ଆଗକୁ ବଢିବା ଲାଗି ଏବେ ଆମ ଆଗରେ ଅନେକ ଚ୍ୟାଲେଞ୍ଜ। ବୃତ୍ତି, ପ୍ରବୃତ୍ତି, ଜୀବନ ଜୀବିକା, ବିପର୍ଯ୍ୟୟ, କଳୁଷିତ ପରିବେଶ ଭଳି ବହୁ ସମସ୍ୟା ସହ ଯୁଝିବାକୁ ହେବ। ଏଇକ୍ରମରେ ଆମେ ନିଜ ନିଜ ସ୍ତରରେ ଛୋଟିଆ ପ୍ରୟାସ ଆରମ୍ଭ କରାଯାଉ ା
ବର୍ଷକୁ ଅନ୍ତତଃ ନିଜ ଭିତରର ଗୋଟିଏ ବିକାରକୁ ମାରି ଦିଆଯାଉ। ପ୍ରତିବର୍ଷ ନିର୍ଦ୍ଦିଷ୍ଟ ଏକ ମହତ୍‌ କାର୍ଯ୍ୟରେ ନିଜକୁ ସାମିଲ କରାଯାଉ। ସାମାଜିକ ଅଙ୍ଗୀକାରବଦ୍ଧତା ନିଜ ଭିତରେ ଜାଗ୍ରତ ହେଉ।
ଗୋଟିଏ ଦିଗ ପ୍ରତି ଦୃଷ୍ଟି ଦେଇ ସାମାଜିକ ହିତରେ ବର୍ଷର କିଛି ସମୟ ବ୍ୟୟ କରାଯାଉ। ପ୍ରତିଟି ମଣିଷ ଭିତରେ ଚେତନାର ଗୋଟିଏ ଦିଗ ଉନ୍ମିଳିତ ହେଉ। ନୂଆ ବର୍ଷକୁ ସ୍ବାଗତ କରିବା ସହ ନିଜ ପାଇଁ ଗୋଟିଏ ମାତ୍ର ସଂକଳ୍ପ ନିଆଯାଉ ଏବଂ ତାକୁ ବର୍ଷତମାମ କାର୍ଯ୍ୟରେ ବିନିଯୋଗ କରାଯାଉ।
ହୁଏତ ବିନ୍ଦୁ ବିନ୍ଦୁ ହୋଇ ସିନ୍ଧୁର ଜୁଆର ସୃଷ୍ଟି ହେବ।
ନିଜର ଗୁଣ୍ଡିଚି ମୂଷାର ପ୍ରୟାସରେ ସାମାଜିକ ପରିବର୍ତ୍ତନର ନୂଆ ସେତୁ ବାନ୍ଧି ହୋଇପାରିବ।
ଜେଜେଙ୍କ ଏଇ ମନସ୍ତାତ୍ତ୍ୱିକ ବିଚାର ସମସ୍ତଙ୍କ ମନକୁ ପାଇଲା। ପିଲାମାନେ କାଳେ ସଂକଳ୍ପ ନେଲେ ଏଇ ବର୍ଷ ମିତବ୍ୟୟୀ ହେବେନି ଏବଂ ନିଜ ସାହିକୁ ସଫା ରଖିବେ। ଏଣିକି ଆପଣଙ୍କ ପାଳି। ଭେଟୁଥିବା ସମୟ ଆପଣଙ୍କ ହାତ ଭରି ସ୍ବପ୍ନିଳ ସଫଳତା ଆଣିଦେଉ ା ତା’ ସହିତ ନିଜେ ନିଜେ ଗୋଟିଏ ସଂକଳ୍ପ ନିଅନ୍ତୁ। ନିଜର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରନ୍ତୁ। ହୁଏତ ଏହା ଆପଣଙ୍କ ପରିବାରକୁ ନୂଆ ଦିଶା ଦେଇପାରିବ!
ଇନ୍ଦିରା ନଗର, ୪ର୍ଥ ଗଳି, ରାୟଗଡ
ମୋ-୯୫୫୬୨୮୭୭୭୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌...

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ...

ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି...

ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri