Posted inଫୁରସତ

କେବଳ ସ୍ବାତୀ ନକ୍ଷତ୍ରରେ ପାଣି ପିଇଥାଏ ଏହି ପକ୍ଷୀ

ଭାରତୀୟ ମହିଳାମାନେ ସାଧାରଣତଃ ବ୍ରତ ଉପବାସ କରିଥାନ୍ତି। କିନ୍ତୁ ଗୋଟିଏ ପକ୍ଷୀ ନିର୍ଜଳା ବ୍ରତ କରୁଥିବା କେବେ ଶୁଣିଛନ୍ତି। ଅବିଶ୍ୱାସ ଲାଗୁଥିଲେ ବି ସତ। ଆସନ୍ତୁ ଜାଣିବା ଏହି ପକ୍ଷୀ ସମ୍ପର୍କରେ…

ପକ୍ଷୀଟି ଦିନେ ନୁହେଁ କି ମାସେ ନୁହେଁ ପୂରା ବର୍ଷସାରା ପାଣି ପିଇ ନ ଥାଏ। କେବଳ ସ୍ବାତୀ ନକ୍ଷତ୍ରରେ ବର୍ଷା ହେଲେ ପାଣି ପିଇଥାଏ। ଯଦି ଏହି ନକ୍ଷତ୍ରରେ ବର୍ଷା ନ ହେଲା ତେବେ ବର୍ଷସାରା ପକ୍ଷୀଟି ପାଣି ନ ପିଇ ରହିଥାଏ। ପକ୍ଷୀଟିର ନାମ ହେଲା ଚାତକ।

ଏହି ପକ୍ଷୀ ଦେଖିବାକୁ ମିଶ୍ରିିତ କଳାଧଳା। ସମସ୍ତ ଗରମ ଦେଶରେ ଏହା ଦେଖିବାକୁ ମିଳିଥାଏ। କୋଇଲି ପରି ଚାତକ ମଧ୍ୟ ଅଲଗା ଚଢ଼େଇ ବସାରେ ଅଣ୍ଡା ରଖିଥାଏ। ସମୟ ଆସିଲେ ଅଣ୍ଡାରୁ ଛୁଆ ଫୁଟି ଉଡ଼ି ଯାଇଥାଏ। ଏହା କୀଟପତଙ୍ଗ ଖାଇଥାଏ। ଏହି ପକ୍ଷୀ ଅତ୍ୟନ୍ତ ଶାନ୍ତ ସ୍ବଭାବର। ଭାରତ, ପାକିସ୍ତାନ, ବାଂଲାଦେଶ ଏବଂ ଶ୍ରୀଲଙ୍କାରେ ଏହା ଦେଖିବାକୁ ମିଳିଥାଏ। ଚାତକର ସ୍ବର କୋଇଲି ସହ ଟିକେ ମେଳ ଖାଇଥାଏ। ଘଞ୍ଚ ଜଙ୍ଗଲରେ ମଧ୍ୟ ଏହି ପକ୍ଷୀ ଦେଖାଯାଏ। ବିଶେଷକରି ଜହ୍ନରାତିରେ ଏହାର ସୁଲଳିତ ସ୍ବର ଶୁଣିବାକୁ ମିଳିଥାଏ। ବର୍ଷା ହେଲେ ଚାତକ ଉପରକୁ ମୁହଁ କରି ପାଣି ପିଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri