ଏଇ ଭାରତରେ

ମଣିପୁରର ଜଣେ ବ୍ୟକ୍ତି ହର୍ବାଲ ଚା’ ଚାଷ କରି ୨୦୦୦ ଗରିବ ଲୋକଙ୍କୁ ନିଯୁକ୍ତି ଦେଇ ସେମାନଙ୍କ ଜୀବନ ଧାରାରେ ପରିବର୍ତ୍ତନ ଆଣିପାରିଛନ୍ତି। ଇମ୍ଫାଲ୍‌ରେ ରହୁଥିବା ୪୪ ବର୍ଷୀୟ ରାଜେଶ କିଶାମ ଏଭଳି କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସେ ମୁଖ୍ୟତଃ ଲେମନଗ୍ରାସ୍‌ ଟି ଉପତ୍ାଦନ କରୁଛନ୍ତି ଯାହା ସମ୍ପୂର୍ଣ୍ଣ ଭିନ୍ନ। ଯେଉଁ ଜମିରେ ଲୋକମାନେ ବେଆଇନ ଭାବେ ଗଞ୍ଜେଇ ଓ ଅଫିମ ଚାଷ କରୁଥିଲେ ସେ ସେମାନଙ୍କୁ ସେହି ଚାଷରୁ ନିବୃତ କରୁଛନ୍ତି। ସେମାନଙ୍କୁ ନିଶା ସେବନରୁ ମୁକ୍ତ କରିବାର ପ୍ରୟାସ ଜାରି ରଖିଛନ୍ତି। ଜମିକୁ ଲିଜରେ ନେଇ ଚାଷ କରି ସେମାନଙ୍କୁ ପ୍ରାପ୍ୟ ଦେଉଛନ୍ତି। ପ୍ରଥମେ ରାଜେଶ ୧ ଏକର ଜମିରେ ଚାଷ ଆରମ୍ଭ କରି ଏବେ ୩୫୦ ଏକର ପର୍ଯ୍ୟନ୍ତ ଏହାକୁ ବଢାଇପାରିଛନ୍ତି। ମଣିପୁରର ୪ଟି ଜିଲାରେ ସେ ଏହି ଚାଷ କରୁଛନ୍ତି। ସେ ଯେଉଁଠାରେ ଫାର୍ମ କରୁଛନ୍ତି ସେଠାକାର ଗରିବ ଲୋକମାନଙ୍କୁ ହିଁ ତାଙ୍କ ଫାର୍ମରେ ନିଯୁକ୍ତି ଦେଉଛନ୍ତି। ଏଭଳି ନିଯୁକ୍ତି ପାଇଥିବା ୨,୦୦୦ ଲୋକଙ୍କୁ ଚାଷ, ପ୍ୟାକେଜିଂ ଓ ସେଲିଂ କାର୍ଯ୍ୟରେ ଲଗାଇଛନ୍ତି। ଯାହାଙ୍କ ଜମିକୁ ସେ ଲିଜ୍‌ ନେଉଛନ୍ତି ତାଙ୍କୁ ଫାର୍ମର ଦାୟିତ୍ୱରେ ରଖୁଛନ୍ତି। ବର୍ଷକୁ ଏଥିତ୍ରୁ ସେ ୮ କୋଟି ଟଙ୍କା ରୋଜଗାର କରୁଛନ୍ତି। ୯ ବର୍ଷ ହେବ ସେ ଏହି ଚାଷ କରୁଛନ୍ତି ଓ ତାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଆଗ୍ରୋମି କମ୍ପାନୀ ଦ୍ୱାରା ଏହାର ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri