ଭୟାନକ ଷ୍ଟାଗ୍‌ଫ୍ଲେସନ

ଡ. ସନ୍ତୋଷ କୁମାର ମହାପାତ୍ର

କରୋନା ସଂକ୍ରମଣର ପ୍ରଭାବ ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିଦେଲାଣି ା ବର୍ତ୍ତମାନ ବାଂଲାଦେଶର ମୁଣ୍ଡପିଛା ଜିଡିପିଠାରୁ ଭାରତର ମୁଣ୍ଡପିଛା ଜିଡିପି କମ୍‌ ହେବାକୁ ଯାଉଛି ବୋଲି ଆଲୋଚନା ହେଉଛି ା କିନ୍ତୁ ଚିନ୍ତାର ବିଷୟ ଯେ, ଭାରତୀୟ ଅର୍ଥନୀତିରେ କେବଳ ଜିଡିପି ହ୍ରାସ ହୋଇନାହିଁ ବରଂ ଅର୍ଥନୀତି ଭୟଙ୍କର ବିପର୍ଯ୍ୟୟ ଆଡକୁ ଗତି କରୁଛି ା ଭୟାନକ ଷ୍ଟାଗ୍‌ଫ୍ଲେସନ ବା ରିସେସନ-ମୁଦ୍ରାସ୍ଫୀତି (recession- inflation) ସମ୍ମୁଖୀନ ହୋଇଛି ା ସାଧାରଣତଃ ମୁଦ୍ରାସ୍ଫୀତି ସହିତ ଅଧିକ ଅଭିବୃଦ୍ଧି, ନିଯୁକ୍ତି ଜଡିତ ରହିଛି ା କିନ୍ତୁ ଷ୍ଟାଗଫ୍ଲେସନ ହେଉଛି ଅର୍ଥନୀତିର ସ୍ଥାଣୁତା ଏବଂ ମୁଦ୍ରାସ୍ଫୀତିର ମିଶ୍ରଣ ା ଗୋଟିଏ ପଟେ ମୁଦ୍ରାସ୍ଫୀତି ବୃଦ୍ଧି ପାଇଲା ବେଳେ ଅପରପଟେ ଆର୍ଥିକ ଅଭିବୃଦ୍ଧି ହ୍ରାସ ଘଟେ, ବେରୋଜଗାରୀ ବୃଦ୍ଧି ପାଏ ା ଏହା ଆର୍ଥିକ ନୀତି ପ୍ରଣୟନ ପାଇଁ ଏକ ଦ୍ୱନ୍ଦ୍ୱ ଉପସ୍ଥାପନ କରେ ା କାରଣ ମୁଦ୍ରାସ୍ଫୀତି ହ୍ରାସ ପାଇଁ ସୁଧହାର ବୃଦ୍ଧି ତଥା ଅନ୍ୟ ଯେଉଁ ପଦକ୍ଷେପ ନିଆଯାଏ ତାହା ବେଳେ ବେଳେ ଅଭିବୃଦ୍ଧିର ପରିପନ୍ଥୀ ହୋଇଥାଏ। ୧୯୭୦ ଦଶକରେ ପ୍ରଥମେ ଷ୍ଟାଗଫ୍ଲେସନ ବିଷୟରେ ଆଲୋଚନା ହୋଇଥିଲା, ଯେତେବେଳେ ତୈଳ ସଙ୍କଟ ଯୋଗୁ ଅନେକ ବିକଶିତ ରାଷ୍ଟ୍ର ମୁଦ୍ରାସ୍ଫୀତି ଓ ଉଚ୍ଚ ବେରୋଜଗାରୀ ସମସ୍ୟା ଅନୁଭବ କରିଥିଲେ ା
ଷ୍ଟାଗଫ୍ଲେସନ ପ୍ରସଙ୍ଗ ପ୍ରଥମେ ଗ୍ରେଟବ୍ରିଟେନରେ ଆର୍ଥିକ ସମସ୍ୟା ସମୟରେ ୧୯୬୦ ଦଶକରେ ହାଉସ ଅଫ କମନ୍ସରେ ରାଜନେତା ଲେନ ମେକଲୋଡ (lain macleod)ଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିଲା।
ଭାରତରେ କେବଳ ଜିଡିପି ଏପ୍ରିଲ-ଜୁନ ୨୦୨୦ ତ୍ରୟମାସରେ ୨୩.୯ପ୍ରତିଶତ ହ୍ରାସ ହୋଇନାହିଁ ବରଂ ଚଳିତ ଆର୍ଥିକବର୍ଷରେ ଭାରତର ଜିଡିପି ୯.୫ପ୍ରତିଶତ ହ୍ରାସ ପାଇବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଛି ା
ଚିନ୍ତାର ବିଷୟ ହେଉଛି ଆଇଏମ୍‌ଏଫ୍‌ ଏବଂ ବିଶ୍ୱ ବ୍ୟାଙ୍କ ଆକଳନ ଅନୁସାରେ, ୨୦୨୦ରେ ଚାଇନାର ଜିଡିପି ୧.୯ପ୍ରତିଶତ ବୃଦ୍ଧି ପାଇବ, ବିଶ୍ୱ ଜିଡିପି ୪.୪ପ୍ରତିଶତ ହ୍ରାସ ପାଇବ କିନ୍ତୁ ସେତେବେଳେ ଭାରତର ଜିଡିପି ୧.୩ପ୍ରତିଶତ ହ୍ରାସ ପାଇବ ା ଭାରତର ମୁଣ୍ଡପିଛା ଜିଡିପି ବାଂଲାଦେଶ ତୁଳନାରେ ହ୍ରାସ ପାଇବା ବେଳେ କେବଳ ଜିଡିପି ନୁହେଁ, ଅନ୍ୟସବୁ ସୂଚକାଙ୍କରେ ମଧ୍ୟ ଭାରତ ନିମ୍ନଗାମୀ ହୋଇଛି ା ଇଣ୍ଡଷ୍ଟ୍ରିଆଲ ପ୍ରଡକ୍ସନ ଇଣ୍ଡେକ୍ସ ପୂର୍ବ ବର୍ଷ ତୁଳନାରେ ଜୁଲାଇ ୨୦୨୦ରେ ୧୦.୪ପ୍ରତିଶତ ହ୍ରାସ ପାଇଛି ା
ସେହିପରି ଶିଳ୍ପ ଉତ୍ପାଦନ (ଆଇଆଇପି) ଜୁନ ମାସରେ ୧୫.୭ପ୍ରତିଶତ, ଜୁଲାଇରେ ୧୦.୭ପ୍ରତିଶତ ଏବଂ ଅଗଷ୍ଟରେ ୮ପ୍ରତିଶତ ହ୍ରାସ ପାଇଛି ା ଗତବର୍ଷ ତୁଳନାରେ ଅଗଷ୍ଟରେ ଏହା ମୋଟ ୧.୪ପ୍ରତିଶତ ହ୍ରାସ ପାଇଛି ା ସେହିଭଳି ଆଠଟି କୋର ସେକ୍ଟର ଯଥା ଶିଳ୍ପ-କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ, ଇସ୍ପାତ, ସିମେଣ୍ଟ, ବିଦ୍ୟୁତ ଏବଂ ସାରର ମିଳିତ ସୂଚକାଙ୍କ (ଶିଳ୍ପ ଉତ୍ପାଦନ ସୂଚକାଙ୍କରେ ୪୦.୨୭ପ୍ରତିଶତ) ଜୁଲାଇରେ ୯.୬ପ୍ରତିଶତ ହ୍ରାସ ଘଟିଛି ା ଏପ୍ରିଲରେ ୩୭.୯ପ୍ରତିଶତ, ମେ ମାସରେ ୨୨ପ୍ରତିଶତ ଏବଂ ଜୁନ ୨୦୨୦ରେ ୧୨.୯ପ୍ରତିଶତ ହ୍ରାସ ପାଇଥିଲା।
ସେହିପରି ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଦ୍ୱାରା ମପାଯାଇଥିବା ଖୁଚୁରା ମୁଦ୍ରାସ୍ଫୀତି କ୍ରମାଗତ ନଅ ମାସ ପାଇଁ ଆରବିଆଇ ଦ୍ୱାରା ଧାର୍ଯ୍ୟ ୬ପ୍ରତିଶତର ଉପର ବ୍ୟାଣ୍ଡ୍‌ ଉପରେ ରହିଛି ା
ଏହା ଜୁନ ମାସରେ ୬.୨୩ପ୍ରତିଶତ ଥିଲା ା ଜୁଲାଇ ୨୦୨୦ରେ ୬.୭୩ପ୍ରତିଶତକୁ ଏବଂ ଅଗଷ୍ଟରେ ୬.୬୯ପ୍ରତିଶତକୁ ବୃଦ୍ଧି ପାଇଥିଲା ା ପୁନଶ୍ଚ ସେପ୍ଟେମ୍ବର ୨୦୨୦ରେ ୭.୩୪ପ୍ରତିଶତକୁ ବୃଦ୍ଧି ପାଇଛି। ଏହା ଗତ ଆଠ ମାସରେ ସର୍ବାଧିକ। ଜୁଲାଇ ୨୦୨୦ରେ ଭାରତର ଉପଭୋକ୍ତା ମୁଦ୍ରାସ୍ଫୀତି (ଜୁଲାଇରେ ୬.୭୩ପ୍ରତିଶତ) ଅନ୍ୟ ଦେଶ ତୁଳନାରେ ବହୁତ ଅଧିକ ା ଏହା ସେହି ସମୟରେ ଆମେରିକାରେ ୧.୦ପ୍ରତିଶତ, ଦକ୍ଷିଣ କୋରିଆ ୦.୩ପ୍ରତିଶତ, ମେକ୍ସିକୋ ୩.୬୨ପ୍ରତିଶତ, ଇଣ୍ଡୋନେସିଆ ୧.୩୨ପ୍ରତିଶତ ରହିଥିଲା। ଖାଦ୍ୟ ମୁଦ୍ରାସ୍ଫୀତି ମଧ୍ୟ ବୃଦ୍ଧି ପାଇ ଚାଲିଛି ା ଯୋଗାଣ ବ୍ୟାହତ ହେତୁ ଖାଦ୍ୟ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି ା ଜୁନ ୨୦୨୦ରେ ଏହା ୮.୭ପ୍ରତିଶତ, ଜୁଲାଇରେ ୯.୬୨ପ୍ରତିଶତ ଏବଂ ଅଗଷ୍ଟରେ ୯.୧ପ୍ରତିଶତ ଥିଲା ା ପୁ୍‌ନଶ୍ଚ ସେପ୍ଟେମ୍ବର ୨୦୨୦ରେ ୧୦.୬୮ପ୍ରତିଶତକୁ ବୃଦ୍ଧି ପାଇଛି। ପନିପରିବା କ୍ଷେତ୍ରରେ ଏହା ୨୦.୭୩ପ୍ରତିଶତ। ସେହିପରି କୋର ମୁଦ୍ରାସ୍ଫୀତି ଜାନୁୟାରୀ ୨୦୨୦ରେ ୪.୨ପ୍ରତିଶତ ଥିଲା, ଅଗଷ୍ଟରେ ୫.୮ପ୍ରତିଶତ ଛୁଇଁଛି।
ଏପ୍ରିଲରେ ପ୍ରାୟ ୧୨.୧୫ କୋଟି ଭାରତୀୟ ନିଯୁକ୍ତି ହରାଇଛନ୍ତି। ଆପାତତଃ ନିଯୁକ୍ତି ହରାଇଥିବା ଦିନ ମଜୁରିଆ ଏବଂ ଛୋଟ ବ୍ୟବସାୟୀଙ୍କ ସଂଖ୍ୟା ୯.୧୩ କୋଟି। ନିଯୁକ୍ତି ହରାଇଥିବା ଉଦ୍ୟୋଗୀଙ୍କ ସଂଖ୍ୟା ୧.୮୨ କୋଟି ହୋଇଥିଲାବେଳେ ବେତନଭୋଗୀ ଶ୍ରେଣୀ ମଧ୍ୟରେ ୧.୭୮ କୋଟି ନିଯୁକ୍ତି ହରାଇଥିଲେ। କେବଳ ଅଭିବୃଦ୍ଧି ଏବଂ ମୁଦ୍ରାସ୍ଫିତି ସମସ୍ୟା ନୁହେଁ, ଦେଶର ଋଣ ମଧ୍ୟ ଅହେତୁକ ବୃଦ୍ଧିପାଇଛି। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ବିଶ୍ୱ ଅର୍ଥନୈତିକ ଦୃଷ୍ଟିକୋଣର ତଥ୍ୟ ଅନୁଯାୟୀ ଘରୋଇ ଉତ୍ପାଦ (ଜିଡିପି) ଅନୁପାତରେ ସରକାରୀ ଋଣ ୨୦୨୦ରେ ରେକର୍ଡ ସର୍ବାଧିକ ୮୯.୩ପ୍ରତିଶତକୁ ବୃଦ୍ଧିପାଇବ। ୨୦୦୩ରେ ଏହା ସର୍ବାଧିକ ୮୪.୨ପ୍ରତିଶତ ଥିଲା। ଏହି ଅନୁପାତ ୨୦୧୯ରେ ୭୨.୩ପ୍ରତିଶତ ଏବଂ ପାଞ୍ଚ ବର୍ଷ ପୂର୍ବେ ୨୦୧୫ରେ ୬୮.୮ପ୍ରତିଶତ ଥିଲା। ପ୍ରଥମ ତ୍ରୟ ମାସରେ ଟିକସ ୩୨ପ୍ରତିଶତ ହ୍ରାସ ପାଇଛି। ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ୪୦୦ରୁ ଅଧିକ ଭିତ୍ତିଭୂମି ପ୍ରକଳ୍ପ ଠିକ୍‌ ସମୟରେ ଶେଷ ନ ହେବାରୁ ଧାର୍ଯ୍ୟ ବ୍ୟୟ ଅତ୍ୟଧିକ ଖର୍ଚ୍ଚର ସମ୍ମୁଖୀନ ହେଉଛି ଏବଂ ୪ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ଅତିରିକ୍ତ ଖର୍ଚ୍ଚ ଆବଶ୍ୟକ ହେବ। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଆଭାଙ୍କ ଅନୁଯାୟୀ କରୋନା ମହାମାରୀ ଭାରତରେ ୪ କୋଟିରୁ ଅଧିକ ଲୋକଙ୍କୁ ଅତ୍ୟଧିକ ଦାରିଦ୍ର୍ୟ ଭିତରକୁ ଠେଲିଦେଇଛି।
ସମସ୍ୟା ଲୋକଙ୍କ କ୍ରୟଶକ୍ତି ହ୍ରାସ ଏବଂ ସାମଗ୍ରିକ ଚାହିଦା ହ୍ରାସଜନିତ ହୋଇଥିଲାବେଳେ ରିଜର୍ଭ ବ୍ୟାଙ୍କ ସୁଧହାର ହ୍ରାସ କରିବା ଏବଂ ନଗଦ ମୁଦ୍ରା ଅଧିକ ବଜାରକୁ ଛାଡି ଯୋଗାଣ-ପାର୍ଶ୍ୱ ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରିବାରୁ ତାହା ପ୍ରଭାବହୀନ ହୋଇଛି। ବରଂ ସଞ୍ଚୟକାରୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ଗତ ଅକ୍ଟୋବର ୧୨ରେ ଘରୋଇ ଚାହିଦାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ପ୍ରାୟ ୭୩,୦୦୦ କୋଟି ଟଙ୍କା (୯.୯୪ ବିଲିୟନ ଡଲାର) ମୂଲ୍ୟର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ବିଶ୍ୱ ଆର୍ଥିକ ସେବାଗୋଷ୍ଠୀ ନେମୁରା ଅନୁଯାୟୀ, ଉକ୍ତ ପ୍ରୋତ୍ସାହନର ପ୍ରଭାବ ଅଭିବୃଦ୍ଧି ଉପରେ ବହୁତ ସୀମିତ, ଏପରି କି କାମ କରି ନ ପାରେ। ଉଲ୍ଲେଖନୀୟ ଯେ, ପୂର୍ବ ପ୍ୟାକେଜର ମୂଲ୍ୟ ପାଖାପାଖି ୨୧ ଲକ୍ଷ କୋଟି ଟଙ୍କା (୨୦,୯୭,୦୫୩ କୋଟି ଟଙ୍କା) (୨୭୭ ବିଲିୟନ ଡଲାର) କିମ୍ବା ଭାରତର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି)ର ୧୦ ପ୍ରତିଶତ ଥିଲା। କିନ୍ତୁ କେନ୍ଦ୍ରରୁ ସିଧାସଳଖ ସରକାରୀ ଖର୍ଚ୍ଚ ଭାରତର ଜିଡିପିର ମାତ୍ର ୧ ପ୍ରତିଶତରୁ କିଛି ଅଧିକ ଥିଲା। ଉଭୟ ମିଶି ଜିଡିପିର ପ୍ରାୟ ୧.୨ପ୍ରତିଶତ ହେବ, ଯାହା ବିଶ୍ୱରେ ପ୍ରାୟ ସର୍ବନିମ୍ନ। ବିଶ୍ୱରେ ପ୍ୟାକେଜର ମୂଲ୍ୟ ପାଖାପାଖି ୧୧୦୦୦ ବିଲିୟନ ଡଲାର।
ସରକାର ଭାବୁଛନ୍ତି ଅଧିକ ଅର୍ଥ ବ୍ୟୟକଲେ ଋଣ ବୃଦ୍ଧି ପାଇବ ଏବଂ ବିତ୍ତୀୟ ସଙ୍କଟ ଆହୁରି ଭୟଙ୍କର ହେବ। କିନ୍ତୁ ଭାରତ ହେଉଛି ଏକମାତ୍ର ଦେଶ, ଯେଉଁଠି ଜିଡିପି ଅନୁସାରେ ସରକାରୀ ବ୍ୟୟ ସର୍ବନିମ୍ନ। ଏହାକୁ ବୃଦ୍ଧି କରିବା ଅତ୍ୟନ୍ତ ଜରୁରୀ। ଆବଶ୍ୟକ ଆର୍ଥିକ ପ୍ୟାକେଜ ଦେବାରେ ବିଫଳ ହୋଇ ପ୍ରମୁଖ ଅର୍ଥନୈତିକ ପରାମର୍ଶଦାତା ଡ. ସାନ୍ୟାଲ ଏକ ଖବର ଏଜେନ୍ସି ଦ୍ୱାରା ପଞ୍ଜୀକୃତ ୩୯ ଅର୍ଥଶାସ୍ତ୍ରୀଙ୍କ ମଧ୍ୟରୁ ୩୪ଜଣଙ୍କ ମତ ଉଦ୍ଧାର କରି କହିଛନ୍ତି ଯେ, ଆର୍ଥିକ ପ୍ୟାକେଜ ଅର୍ଥ ବ୍ୟବସ୍ଥାର ଉନ୍ନତିରେ ସହାୟକ ହୁଏନାହିଁ। ପ୍ରତ୍ୟକ୍ଷ ଭାବେ ବୁଝିବାକୁ ହେବ ଯେ, ସାଧାରଣ ଜନତାଙ୍କୁ କୌଣସି ସହାୟତା ଦେବାରେ ତାହା ସମର୍ଥ ନୁହେଁ।
ବାସ୍ତବରେ ଲୋକଙ୍କ କ୍ରୟଶକ୍ତି ହ୍ରାସ ଯୋଗୁଁ, ଚାହିଦା ଅଭାବ ହେବ ଓ କମ୍ପାନୀଗୁଡିକ ଅଧିକ ଦେବାଳିଆ ହେବେ। ପୁନଶ୍ଚ ଯେଉଁ କ୍ଷେତ୍ରରେ ଖର୍ଚ୍ଚକଲେ ଅଧିକ ହିତକାରୀ ହେବ, ସେହି କ୍ଷେତ୍ରରେ ଅଧିକ ଖର୍ଚ୍ଚ କରିବା ଉଚିତ। ଉଦାହରଣ ସ୍ବରୂପ ସ୍ବାସ୍ଥ୍ୟ ଭିତ୍ତିଭୂମି। କିନ୍ତୁ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠି ଜିଡିପି ଅନୁସାରେ ସରକାରୀ ବ୍ୟୟ ସର୍ବନିମ୍ନ। ଏହାକୁ ବୃଦ୍ଧି କରିବା ଅତ୍ୟନ୍ତ ଜରୁରୀ। ନିଯୁକ୍ତି ସୃଷ୍ଟି ଏବଂ ଗରିବ ଲୋକଙ୍କ ପକେଟକୁ ଟଙ୍କା ଟ୍ରାନ୍ସଫର ପାଇଁ ଅଧିକ ଅର୍ଥ ଖର୍ଚ୍ଚ ହେବା ଉଚିତ। ଏଥିପାଇଁ ଧନିକ ଉପରେ ଅଧିକ ଟିକସ ଧାର୍ଯ୍ୟ କରିବା ଆବଶ୍ୟକ। ଯଦି ଦେଶର ୯୫୩ ଧନୀ ପରିବାର ଉପରେ ୪ପ୍ରତିଶତ ଅଧିକ ଟିକସ ଧାର୍ଯ୍ୟ କରାଯାଏ ତେବେ ସରକାରଙ୍କୁ ଭାରତର ଜିଡିପିର ୧ପ୍ରତିଶତ ସହିତ ସମ୍ବଳ ମିଳିବ। କିନ୍ତୁ ଅତ୍ୟଧିକ ଧନୀଙ୍କ ଉପରେ ଅଧିକ ଟିକସ ଧାର୍ଯ୍ୟ ପାଇଁ ଏପ୍ରିଲରେ ଭାରତୀୟ ରାଜସ୍ବ ସେବା ସଂଘ ଦ୍ୱାରା ଉପସ୍ଥାପିତ ପ୍ରସ୍ତାବକୁ ଭାରତ ସରକାର ପ୍ରତ୍ୟାଖ୍ୟାନ କରିଥିଲେ। ବରଂ ସେମାନଙ୍କୁ ଏପରି ମତ ପାଇଁ ସ୍ପଷ୍ଟୀକରଣ ଦେବାକୁ କୁହାଯାଇଥିଲା। କେନ୍ଦ୍ର ଅର୍ଥମନ୍ତ୍ରୀ ସୀତା ରାମନ କହୁଛନ୍ତି , ଆଜିର ସମାଧାନ ଆସନ୍ତାକାଲି ପାଇଁ ସମସ୍ୟା ସୃଷ୍ଟି କରିବା ଉଚିତ ନୁହେଁ। ସରକାର ଭବିଷ୍ୟତର ମୁଦ୍ରାସ୍ଫୀତି ବୋଝ ସାଧାରଣ ନାଗରିକଙ୍କ ଉପରେ ଲଦି ଦେବାକୁ କିମ୍ବା ସରକାରୀ ଋଣକୁ ଭୁଲ୍‌ ବାଟରେ ଖର୍ଚ୍ଚ କରିବାକୁ ଚାହାନ୍ତି ନାହିଁ। ଅନେକେ ଜୀବିକାର ଉତ୍ସ ହରାଇଲେଣି। ବଞ୍ଚତ୍ବାର ରାହା ଖୋଜୁଛନ୍ତି। ଏମିତି ବି ମୁଦ୍ରାସ୍ଫୀତି ଅଧିକ ରହିଛି। ଏଣୁ ଏସମୟରେ ଜୀବନ ଓ ଜୀବିକା ବଞ୍ଚାଇବା ପାଇଁ ଯାହା ଦରକାର ତାହା ସରକାର କରିବା ଉଚିତ। ବଞ୍ଚତ୍ଲେ ସିନା ଭବିଷ୍ୟତ କଥା ଚିନ୍ତା କରିବେ।
skmohapatra67@gmail.com
ମୋ-୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri