ଅନୁଗୋଳ ପୋଲିସ ହାତରେ ୮ ଜଣିଆ ଗ୍ୟାଙ୍ଗ; ୩ ଘରେ ବୁଲାଇଥିଲେ କଳାକନା

ଅନୁଗୋଳ ଅଫିସ, ୧୧।୧୧:  ସହରର ବିଭିନ୍ନ ସ୍ଥାନରୁ ଚୋରି କରି ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ଏକ ୮ ଜଣିଆ ଗ୍ୟାଙ୍ଗକୁ ଧରିବାରେ ସଫଳତା ପାଇଛି ଅନୁଗୋଳ ପୋଲିସ। ସେମାନଙ୍କ ନିକଟରୁ ଗୋଟିଏ ସୁନା ହାର, ମୁଦି, ମଙ୍ଗଳସୁତ୍ର, ୪ଟି ଏଲଇଡି ଟିଭି, ଗୋଟିଏ ଲ୍ୟାପଟପ୍‌, ୩ଟି ମୋବାଇଲ, ଗୋଟିଏ ରୁପା ବ୍ରେସ୍‌ଲେଟ୍‌ ଓ ପାଉଁଜି ସହ ୨,୨୫୦ ଟଙ୍କା ଜବତ କରାଯାଇଛି। ପଚରାଉଚରା ପରେ ତିନୋଟି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ବେଲଗୁଣ୍ଠ ଗ୍ରାମର ମନୋଜ ନାଏକ(୨୮), ବାବୁଲି ଭୋଇ(୨୮), ମହେଶ୍ୱର ନାଏକ(୨୦), କାଳିଆ ଓରଫ ସୁଶାନ୍ତ ଭୋଇ(୩୦), ଜୁଆଙ୍ଗ ଭୋଇ(୫୦), ଜିତୁ ଓରଫ ଜିତେନ୍ଦ୍ର ସିଙ୍ଗିରିଆ(୨୧)ଙ୍କ ସହ ପୁରୁଣାକୋଟ ଥାନା ଗୋଠଭୂଇଁ ଅଞ୍ଚଳର କାହ୍ନୁ ଭୋଇ(୨୫), ହିନ୍ଦୋଳ ଥାନା କର୍ଣ୍ଣପୁରର ଶତ୍ରୁ ସାହୁ (୫୫)ଙ୍କୁ ଗିରଫ କରି ରବିବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି। ଗତ ୨୪ ତାରିଖରେ ହୋଇଥିବା ମାମଲା ନଂ ୮୭୬ର ତଦନ୍ତ ବେଳେ ପୋଲିସ ଏହି ଗ୍ୟାଙ୍ଗ ସମ୍ପର୍କରେ ସୂଚନା ପାଇଥିବା ଜଣାପଡ଼ିଛି।
ପୋଲିସ କହିଛି, ଏହି ୮ ଜଣିଆ ଗ୍ୟାଙ୍ଗ ମାତ୍ର ୧୯ ଦିନରେ ପ୍ରଗତି ନଗରର ଦୁଇଟି ଘର ଓ ସୌଭାଗ୍ୟ ନଗରର ଗୋଟିଏ ଘରେ କଳାକନା ବୁଲାଇଥିଲେ। ଗିରଫ ଅଭିଯୁକ୍ତମାନେ ଦିନବେଳା ମଜୁରିଆ ଭାବେ କାମ କରୁଥିବାବେଳେ ଅପରାହ୍ନରେ ମେଳି ବାନ୍ଧି ବିଭିନ୍ନ ଅଞ୍ଚଳକୁ ଯାଇ ତାଲା ପଡ଼ିଥିବା ଘରକୁ ଟାର୍ଗେଟ କରିବା ସହ ରାତିରେ କବାଟ, ଗ୍ରୀଲ ଭାଙ୍ଗି ଚୋରି କରୁଥିଲେ। ଗତ ଅକ୍ଟୋବର ୧୦ ତାରିଖରେ ପ୍ରଗତି ନଗରରେ ରହୁଥିବା ସୁବାସ ସାହୁଙ୍କ ଘରେ ପ୍ରଥମେ ଚୋରି କରିଥିଲେ। ଏ ନେଇ ଅଭିଯୋଗ ପରେ ପୋଲିସ ନଂ. ୮୨୦/୧୯ରେ ମାମଲା ରୁଜୁ କରି ତଦନ୍ତ ଚଲାଇଥିଲା। ଏହି ଘଟଣାରେ ବେଲଗୁଣ୍ଠ ଗ୍ରାମର ମହେଶ୍ୱର, କାଳିଆ ଓରଫ ସୁଶାନ୍ତ, ଜୁଆଙ୍ଗ ସାମିଲ ଅଛନ୍ତି। ସୁବାସଙ୍କ ଘରୁ ଚୋରି ହୋଇଥିବା ରୁପା ବ୍ରେସଲେଟ, ପାଉଁଜି, ସୁନାମୁଦି, କସମେଟିକ୍‌ ଓ ୫ଶହ ଟଙ୍କା ଜବତ କରାଯାଇଛି। ସେହିପରି ପ୍ରଗତିନଗରରେ ରହୁଥିବା ଜଳଧର ପ୍ରଧାନଙ୍କ ଘରୁ ଗତ ୨୩ ତାରିଖରେ ସୁନା ଚେନ୍‌, ମୁଦି, ଲ୍ୟାପଟପ୍‌, ଟିଭି, ରୂପାର ମେମୋଣ୍ଟ ଓ କପଡ଼ା ଚୋରି ହୋଇଥିବା ଅଭିଯୋଗ ପରେ ନଂ. ୮୭୬/୧୯ରେ ମାମଲା ରୁଜୁ କରାଯାଇଥିଲା। ଏହି ଘଟଣାରେ କାହ୍ନୁ, ମନୋଜ, ଶତ୍ରୁ ଓ ବାବୁଲିଙ୍କ ସମ୍ପୃକ୍ତି ରହିଛି। ଜଳଧରଙ୍କ ଘରୁ ଚୋରି ଗୋଟିଏ ଟିଭି, ଲ୍ୟାପଟପ୍‌, ମୋବାଇଲ ଓ ଦୁଇଟି ରୂପାର ଉପଢ଼ୌକନ ଜବତ କରାଯାଇଛି। ଗତ ୨୯ ତାରିଖରେ ସୌଭାଗ୍ୟ ନଗରରେ ଭଡ଼ାରେ ରହୁଥିବା ଦୁର୍ଯ୍ୟୋଧନ ସାହୁଙ୍କ ଘରୁ ମଧ୍ୟ ଚୋରି ହୋଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ପୋଲିସ ନଂ. ୮୯୬/୧୯ରେ ମାମଲା ରୁଜୁ କରି ତଦନ୍ତ କରୁଥିଲା। ଏହି ଘଟଣାରେ ମହେଶ୍ୱର, କାହ୍ନୁ ଓ ଜିତୁଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି। ସେମାନଙ୍କ ନିକଟରୁ ଗୋଟିଏ ସୁନା ହାର ଓ ୧୭୨୦ ଟଙ୍କା ଜବତ କରାଯାଇଛି। ସ୍ପେଶାଲ ସ୍କ୍ବାଡ୍‌ ଏସ୍‌ଆଇ ଦୀନକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ଓ ଅନୁଗୋଳ ପୋଲିସର ଟିମ୍‌ ମିଳିତ ଚଢ଼ାଉ କରି ଦୁର୍ବୃତ୍ତମାନଙ୍କୁ ଧରିଥିତ୍ବା ବେଳେ ଏସ୍‌ଆଇ ବିପ୍ଳବ ସାହୁ, ତୁଷାର ମହାନ୍ତି ଓ ଏଏସ୍‌ଆଇ ଜୟଚନ୍ଦ୍ର ସାହୁ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri