୫ କି.ମି ପାହାଡ଼ ଚଢ଼ି ଦୁର୍ଗମ ଗ୍ରାମରେ ପହଞ୍ଚିଲେ ବିଡିଓ

ଖଇରପୁଟ,୨୨ା୬(ଡି.ଏନ.ଏ.)- ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଗୋବିନ୍ଦପାଲି ପଞ୍ଚାୟତର ପାହାଡ଼ ଉପରେ ଥିବା ଦୁର୍ଗମ ଗ୍ରାମ ମଇଁଷିଖାଲ ଗ୍ରାମକୁ ସୋମବାର ବିଡିଓ ହୃଦାନନ୍ଦ ସାହୁ ଗସ୍ତ କରିଛନ୍ତି। ପାହାଡ ଚଢି ୫କି.ମି. ଚାଲିଚାଲି ଯାଇ ସେ ଉକ୍ତ ଗ୍ରାମରେ ପହଞ୍ଚତ୍ଛନ୍ତି। ନିକଟରେ ଗ୍ରାମବାସୀ ସେମାନଙ୍କ ଗ୍ରାମରେ ପିଇବା ପାଣି ସମସ୍ୟା ଲାଗି ରହିଥିବା ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ବିଡିଓ ସାହୁ ତୁରନ୍ତ ଗ୍ରାମକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବା ଲାଗି ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ନିକଟସ୍ଥ ପାହାଡ ଉପରୁ ଝରୁଥିବା ଝରଣା ପାଣିକୁ ଗୋଟିଏ ଜାଗାରେ ଗଚ୍ଛିତ କରି ଗ୍ରାମକୁ ପାଇପ ଯୋଗେ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରିଥିଲେ। ଏହାର ତଦାରଖ ପାଇଁ ସେ ଦୁର୍ଗମ ମଇଁଷିଖାଲରେ ପହଞ୍ଚତ୍ଥିଲେ। ବିଡିଓଙ୍କୁ ନିଜ ଗ୍ରାମରେ ଦେଖି ଗ୍ରାମବାସୀ ଖୁସି ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ ଯେ, ଏହି ଗ୍ରାମରେ ୪୦ ପରିବାର ବସବାସ କରନ୍ତି। ଗ୍ରାମକୁ ରାସ୍ତା ନ ଥିବାରୁ ସେମାନେ ଯେଉଁଆଡେ ଯାଆନ୍ତି କଷ୍ଟରେ ଚାଲିଚାଲି ଯାଇଥାନ୍ତି। ରାସ୍ତା ନ ଥିବା ଯୋଗୁ ସରକାରଙ୍କ ବିଭିନ୍ନ ଯୋଜନା ଏଠାରେ କାର୍ଯ୍ୟକାରୀ ହେବାରେ ସମସ୍ୟା ଦେଖାଦେଇଥାଏ। ନିକଟରେ ବିଡିଓଙ୍କୁ ଭେଟି ଗ୍ରାମବାସୀ ଗ୍ରାମକୁ ରାସ୍ତା ଓ ପାନୀୟ ଜଳ ନେଇ ରହିଥିବା ସମସ୍ୟା ସମ୍ପର୍କରେ ଜଣାଇଥିଲେ। ବିଡିଓ ପ୍ରଥମେ ପାନୀୟ ଜଳ ସମସ୍ୟା ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କନିଷ୍ଠଯନ୍ତ୍ରୀ ବିଶ୍ୱ କୁମାର ମଲ୍ଲିକଙ୍କ ସହ ଅନ୍ୟମାନେ ବିଡିଓଙ୍କ ସହ ଗ୍ରାମକୁ ଗସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତର ନିଲମ୍ବନ ପ୍ରତ୍ୟାହାର ଦାବିରେ କାଲିମେଳା ବନ୍ଦ ପାଳନ

କାଲିମେଳା,୧୬।୧୨(ଡି.ଏନ.ଏ): ମାଲକାନଗିରି ଜିଲା କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ମୁକ୍ତିକାନ୍ତ ମଲ୍ଲିକଙ୍କ ଉପରେ ହୋଇଥିବା ନିଲମ୍ବନ ଆଦେଶ ତୁରନ୍ତ ପ୍ରତ୍ୟାହାର କରି ପୁନଃନିଯୁକ୍ତି ଦାବି...

ଓଡ଼ିଶା ପୋଲିସକୁ ସଫଳତା: ଓଡ଼ିଶା-ଆନ୍ଧ୍ର ସୀମାରୁ ବିସ୍ପୋରକ, ମାଓ ସାମଗ୍ରୀ ଜବତ

ମାଲକାନଗିରି,୨୧।୩(ଡି.ଏନ.ଏ.): ଓଡ଼ିଶା ପୋଲିସକୁ ବଡ଼ ସଫଳତା। ମାଲକାନଗିରି ଜିଲା ସୀମା ଆନ୍ଧ୍ରପ୍ରଦେଶର କୁସୁମପୁଟ ଅଞ୍ଚଳରୁ ସର୍ଚ୍ଚ ଅପରେଶନ ସମୟରେ ବିପୁଳ ମାଓ ସାମଗ୍ରୀ ଓ ବିସ୍ପୋରକ...

ସୀମାନ୍ତରେ ଗୁଳି ବିନିମୟ: ୬ ମାଓବାଦୀ ମୃତ

ରାୟପୁର/ମାଲକାନଗିରି,୨୭ା୧୨(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ତେଲେଙ୍ଗାନା ଓ ଛତିଶଗଡ଼ ଜଙ୍ଗଲ ମଧ୍ୟରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଗୁଳି ବିନିମୟରେ ୬...

ଗୁଣି ଗାରେଡ଼ିକୁ ନେଇ ପିଟିପିଟି ହତ୍ୟା

ମାଲକାନଗିରି,୧୮।୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ କାଙ୍ଗୁରୁକୁଣ୍ଡା ଗାଁରେ ଗୁଣି ଗାରେଡ଼ିକୁ କେନ୍ଦ୍ର କରି ଜଣକୁ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ସେ ହେଲେ...

ଆମ୍ବୁଲାନ୍ସରେ ଘଣ୍ଟାଘଣ୍ଟା ଧରି ଅଟକି ରହିଲେ ମା’ଓ ଯାଆଁଳା ଶିଶୁ

ମାଲକାନଗିରି,୩୦ା୪: ନର୍ସଙ୍କ ଅବହେଳା ଯୋଗୁ ରାତି ଅନ୍ଧାରରେ ଘଣ୍ଟା ଘଣ୍ଟା ଧରି ଆମ୍ବୁଲାନ୍ସ ମଧ୍ୟରେ ଫସି ରହିଥିଲେ ଦୁଇ ନବଜାତ ଶିଶୁ। ପରିବାର ଲୋକେ ଯେତେ...

ଲଗାଣ ବର୍ଷା ଯୋଗୁ ଭୁଶୁଡ଼ିଲା କାନ୍ଥ: ୩ ପିଲା ଗୁରୁତର

କୋରୁକୋଣ୍ଡା, ୬।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ସୋମବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଲଗାଣ ବର୍ଷା ଯୋଗୁ ମାଲକାନଗିରି ସଦର ବାଲିସାଗରସାହିର ମନୋଜ ନାୟକଙ୍କ...

ଅଲେଖଗୁଡା: ଯେଉଁଠି ଲେଖା ହୋଇପାରୁନି ବିକାଶର ଭାଗ୍ୟରେଖା

କୋରୁକୋଣ୍ଡା, ୧୬ା୨(ଡି. ଏନ.ଏ.)  ମାଲକାନଗିରି ଜିଲାରେ ଏପରି ଗ୍ରାମ ରହିଛି ଯେଉଁଠି ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପହଞ୍ଚତ୍ପାରିନାହିଁ। ଜିଲାର କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତାପାରି-୩ ପଞ୍ଚାୟତର...

ଦୁର୍ଘଟଣାରେ ଚାଲିଗଲା ଦମ୍ପତିଙ୍କ ଜୀବନ

ମାଲକାନଗିରି/କୋରୁକୋଣ୍ଡା,୮ା୧୧(ଡି.ଏନ.ଏ.): ମାଲକାନଗିରି ଜିଲା କୋରୁକୁଣ୍ଡା ବ୍ଲକ ଅନ୍ତର୍ଗତ ଏମ୍‌ଭି-୩୬ ମୁଖ୍ୟ ରାସ୍ତାରେ ଏକ ଟ୍ରକ୍‌ ଓ ବାଇକ ମଧ୍ୟରେ ସୋମବାର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ...

Advertisement
Archives

Model This Week