ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଣିହାଁ,୧୯।୯(ଡି.ଏନ.ଏ.)- କଣିହାଁ ଥାନା ପୋଲିସ ଗୁରୁବାର ଡେରେଙ୍ଗ ଗ୍ରାମର ଜଣେ ବିବାହିତ ଯୁବକଙ୍କ ଅର୍ଦ୍ଧ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ଆଇଆଇସି ପ୍ରଭାତ କୁମାର ତ୍ରିପାଠୀ କହିଛନ୍ତି, ଡେରେଙ୍ଗ ଗ୍ରାମର ଯୁବକ ତପନ ସାହୁ ୪ ବର୍ଷ ପୂର୍ବେ ପରଜଙ୍ଗ ଥାନା ଅଞ୍ଚଳରେ ବିହାହ କରିଥିଲେ। ଦାମ୍ପତ୍ୟ କଳହକୁ ନେଇ ତାଙ୍କ ସ୍ତ୍ରୀ ୨ ବର୍ଷ ହେବ ବାପ ଘରେ ରହୁଛନ୍ତି। ତପନ ଘର ପାଖରେ ଏକ ଦୋକାନ କରି ଚଳୁଥିଲେ। ବୁଧବାର ରାତିରେ ସାଙ୍ଗଙ୍କ ସହ ଭୋଜି ପରେ ଘରକୁ ଆସି କବାଟ ବନ୍ଦ କରି ଫ୍ୟାନରେ ଶାଢିବାନ୍ଧି ଆତ୍ମହତ୍ୟା କରିଥିଲେ। ଗୁରୁବାର କବାଟ ଭଙ୍ଗାଯାଇ ତାଙ୍କ ଅର୍ଦ୍ଧ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ଏ ନେଇ ନଂ. ୭/୧୯ରେ ଏକ ମାମଲା ରୁଜୁ କରାଯାଇ ତାଳଚେର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୈରାତ ନିଲାମ: ଚୋରି ପାଇଁ ପ୍ରଶ୍ରୟ ଦେଲା ପ୍ରଶାସନ

ଖୋର୍ଦ୍ଧା ଅଫିସ,୨୮।୭: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସୈରାତକୁ ନିଲାମରେ ନେଇ ଲୁଟ୍‌ ପାଇଁ ପ୍ରତିଯୋଗିତା ଚାଲିଛି। ସୈରାତ ନିଲାମ କରି କୋଟି କୋଟି ଟଙ୍କାର ରାଜସ୍ବ ହଡପ...

ମୂଲ୍ୟବାନ କାଠ ପଟା, କରତ ଜବତ

ଓଡ଼ଗାଁ,୩୧ା୫(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବନ ବିଭାଗ ରବିବାର ସକାଳୁ ବାହାଡ଼ାଝୋଲା ସେକ୍ସନ କଇଁଠପଲି ଗାଁରେ ଚଢ଼ାଉ କରି ବହୁ ମୂଲ୍ୟବାନ କାଠ ପଟା ଜବତ...

ଟ୍ରକ୍‌ -୧୦୮ ଆମ୍ବୁଲାନ୍‌ସ ମୁହାଁମୁହିଁ ଧକ୍କା: ଜଣେ ମୃତ, ୩ଗୁରୁତର

ଦେବଗଡ଼,୧୭।୪(ସ୍ବ.ପ୍ର.)-ଦେବଗଡ ଜିଲା ତିଲେଇବଣି ବ୍ଲକ ପ୍ରଭାଶୁଣି ଗ୍ରାମ ନିକଟରେ ବୁଧବାର ଭୋର ଏକ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଓ ଆମ୍ବୁଲାନ୍‌ସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।...

ଭାଜପା ପକ୍ଷରୁ ବିନା ରାଶନକାର୍ଡ଼ଧାରୀଙ୍କୁ ସାମଗ୍ରୀ ବଣ୍ଟନ

ବାଲେଶ୍ୱର ଅଫିସ, ୯।୫-କରୋନା ମହାମାରୀର ମୁକାବିଲା ପାଇଁ ସରକାରଙ୍କ ପାଖରେ ବର୍ତ୍ତମାନ ପର୍ଯ୍ୟନ୍ତ ଏକମାତ୍ର ବିକଳ୍ପ ସାମାଜିକ ଦୂରତ୍ୱ ରକ୍ଷା କରିବା। ସେହି କ୍ରମରେ ଗତ...

ଶ୍ରୀମନ୍ଦିରରେ ଏଏସ୍‌ଆଇ ଟିମ୍‌

ପୁରୀ ଅଫିସ,୩୧।୫: ଶ୍ରୀମନ୍ଦିର ରକ୍ଷଣାବେକ୍ଷଣରେ ଥିବା ଭାରତୀୟ ପତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ଏକ ଟିମ୍‌ ଶ୍ରୀମନ୍ଦିରରେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପୂର୍ବାହ୍ନରେ ଏଏସ୍‌ଆଇ ସୁପରିଟେଣ୍ଡଣ୍ଟଙ୍କୁ...

ପୋଖରୀରେ ଫସିରହିଛି ଆହତ ଦନ୍ତା

ସମ୍ବଲପୁର/ପଡିଆବାହାଲ, ୧୮ା୬(ବ୍ୟୁରୋ/ଡି.ଏନ.ଏ.): ସମ୍ବଲପୁର ବନଖଣ୍ଡରେ ପ୍ରାୟ ୨୦ଦିନ ହେଲା ଆହତ ହୋଇ ବୁଲୁଥିବା ଏକ ଦନ୍ତାହାତୀ ଶୁକ୍ରବାର ପଡିଆବାହାଲ ରେଞ୍ଜ ଅନ୍ତର୍ଗତ ସାପଲହରା ଗ୍ରାମ ପୋଖରୀରେ...

ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ର:୬ ଜେନେରେଟର ଆଧୁନିକୀକରଣ କାର୍ଯ୍ୟରେ ବିଳମ୍ବ

ମାଲକାନଗିରି,୧୨ା୬ (ଡି.ଏନ.ଏ./ସ୍ବ.ପ୍ର.)-ମାଲକାନଗିରି ଜିଲା ବାଲିମେଳାରେ ଜଳ ବିଦ୍ୟୁତ ପ୍ରକଳ୍ପ ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ୱ ହେଲା କାର୍ଯ୍ୟ କରୁଛି। ଏଠାରୁ ବିଦ୍ୟୁତ୍‌ ଉପତ୍ାଦନ ହୋଇ ରାଜ୍ୟ...

ଭଙ୍ଗାଯାଉନି ବିପଦସଙ୍କୁଳ ଗୋଦାମ ଗୃହ: ଛାତ୍ରୀଛାତ୍ରଙ୍କ ପାଇଁ ବିପଦ ସାଜିଛି

ବାଲିଆ,୧୬ା୧୨: ବିରିଡ଼ି ବ୍ଲକ କାର୍ଯ୍ୟାଳୟର ମାତ୍ର ୩୦୦ ମିଟର ଦୂରରେ ରହିଛି ବିରିଡ଼ି ପ୍ରାଥମିକ ବିଦ୍ୟାଳୟ। ଏହାର ସାମ୍ନାରେ ରହିଛି ଏକ ପରିତ୍ୟକ୍ତ ଗୋଦାମ ଗୃହ।...

Advertisement
Archives

Model This Week