ମୌସୁମୀ ପୂର୍ବରୁ ଜଳବନ୍ଦୀ

ଅନୁଗୋଳ ଅଫିସ,୫ା୬ – ମୌସୁମୀ ଆସିବା ପୂର୍ବରୁ ଅନୁଗୋଳ ପୌରପରିଷଦର ୯ନଂ. ଓ୍ବାର୍ଡ ବଣିଆବାହଳ ଅଞ୍ଚଳ ଜଳବନ୍ଦୀ ହୋଇପଡ଼ିଛି। ବୁଧବାର କାଳବୈଶାଖୀ ବର୍ଷା ପରେ ଏପରି ଅବସ୍ଥା ସୃଷ୍ଟି ହୋଇଥିବାରୁ ଆଗାମୀ ଦିନରେ ମୌସୁମୀ ବର୍ଷା ହେଲେ ପରିସ୍ଥିତି କିପରି ହେବ ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଚାଷ ଜମିକୁ ପ୍ଲଟିଂ କରି ବିକ୍ରି କରିଦିଆଯିବା ଓ ଦଣ୍ଡାପାଟ ପାଟନାଳୀ ପୋତି ଦିଆଯିବା ଯୋଗୁ ବର୍ଷା ଜଳ ନିଷ୍କାସନ ହୋଇପାରୁ ନ ଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଦୁଇବର୍ଷ ହେଲା ବର୍ଷା ଋତୁରେ ଲୋକେ ଏପରି ଦୁର୍ଦ୍ଦଶା ଭୋଗୁଥିଲେ ମଧ୍ୟ ପ୍ରଶାସନ ନୀରବଦଷ୍ଟା ସାଜିଥିବା ଅଭିଯୋଗ ହେଉଛି। ତେବେ ଓ୍ବାର୍ଡର ନିୟୁ କାଳୀମନ୍ଦିରବାସୀ ଅଧିକ ପ୍ରଭାବିତ ହୋଇଥିବା କହିଛନ୍ତି।
ବଣିଆବାହଳରେ ୫ଶହ ଘର ରହିଛି। ସେଥିମଧ୍ୟରୁ ନିୟୁ କାଳୀ ମନ୍ଦିର ଅଞ୍ଚଳରେ ଥିବା ଘରଗୁଡ଼ିକ ଚାରିପଟେ ପାଣି ଜମି ରହିଛି। ଏପରି କି ଯାତାୟାତ ପାଇଁ ଅନ୍ୟ ରାସ୍ତା ନ ଥିବାରୁ ଲୋକେ ପାଣି ଭିତରେ ପଶି ଚଳପ୍ରଚଳ ହେବାକୁ ବାଧ୍ୟ ହେଉଛନ୍ତି। କେତେଜଣଙ୍କ ଘରେ ମଧ୍ୟ ବର୍ଷା ପାଣି ପଶିଯାଇଛି। ଦୁଇବର୍ଷ ହେଲା ବର୍ଷାଦିନେ ଓ୍ବାର୍ଡବାସୀ ଏପରି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିଲେ। ଏ ନେଇ ସେମାନେ ପୂର୍ବରୁ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଅତୀତରେ ଜଣେ ତହସିଲଦାର ଏହାର ସମାଧାନ କରିବାକୁ ଉଦ୍ୟମ କରିଥିଲେ। ହେଲେ ତାଙ୍କର ବଦଳି ହୋଇଯାଇଥିଲା। ବଣିଆବାହାଳର ଯୁଧିଷ୍ଠିର ପଣ୍ଡା କହିଛନ୍ତି, କେତେଜଣ ଲୋକ ପ୍ଲଟିଂ କରି ଜବରଦଖଲ କରିଥିବା ଯୋଗୁ ଏପରି ସମସ୍ୟା ଦେଖାଦେଇଛି। ଏହି ଅଞ୍ଚଳ ଦେଇ ଯାଇଥିବା ଦଣ୍ଡାପାଟ ପାଟନାଳୀ ପୋତି ଦିଆଯାଇଥିବାରୁ ପାଣି ନିଷ୍କାସନ ହୋଇ ନ ପାରି ଘରେ ପଶୁଛି। ପ୍ରତାପ ବାରିକ କହିଛନ୍ତି, ସହରର ପାଣି ଦଣ୍ଡାପାଟ ଦେଇ ଲିଙ୍ଗରାଯୋଡିରେ ପଡିଥାଏ। କିନ୍ତୁ ପାଟନାଳୀ ପୋତି ଘର ନିର୍ମାଣ ପାଇଁ ପ୍ଲଟିଂ ଚାଲିଥିବାରୁ ସମସ୍ୟା ଉପୁଜୁଛି। ଘଟଣା ସମ୍ପର୍କରେ ଅନୁଗୋଳ ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା କହିଛନ୍ତି, ଓ୍ବାର୍ଡବାସୀଙ୍କ ଏହି ସମସ୍ୟାର ସମାଧାନ ନିମନ୍ତେ ୮୮ ଲକ୍ଷ ଟଙ୍କା ଜିଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌)ରୁ ମଞ୍ଜୁର ହୋଇଛି। କିନ୍ତୁ ସ୍ଥାନୀୟ କିଛି ଅସୁବିଧା ପାଇଁ କାର୍ଯ୍ୟ ହୋଇପାରୁନାହିଁ। ତାହାର ସମାଧାନ ହେବା ପରେ କାର୍ଯ୍ୟ ହେବ ନଚେତ ପୁନର୍ବାର ଟେଣ୍ଡର କରାଯାଇ ଜଳ ନିଷ୍କାସନର ସ୍ଥାୟୀ ସମାଧାନ ବ୍ୟବସ୍ଥା କରାଯିବ ବୋଲି ନିର୍ବାହୀ ଅଧିକାରୀ ପଣ୍ଡା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତହସିଲଦାରଙ୍କୁ ଘେରାଉ ପରେ ଖୋଲିଲା ଔଷଧ ଦୋକାନ

ପାଟପୁର,୩୦ା୭-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡା ଗ୍ରାମରେ ପଜିଟିଭ ଚିହ୍ନଟ ପରେ ଗ୍ରାମରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟ ଔଷଧ ଦୋକାନ ଗୁଡିକୁ ରବିବାର ସିଲ୍‌...

ଅପରେଶନ ପରୀ: ୨ ନାବାଳିକା ଉଦ୍ଧାର

ପାରାଦୀପ,୧ା୮(ସ୍ବ.ପ୍ର.): ଅପରେଶନ ପରୀ ମାଧ୍ୟମରେ ପାରାଦୀପ ଆଦର୍ଶ ଥାନା ଓ ଅଭୟଚାନ୍ଦପୁର ଥାନା ଅଞ୍ଚଳରୁ ପୋଲିସ ୨ ନାବାଳିକାଙ୍କୁ ଉଦ୍ଧାର କରିଛି। ଏଥିସହିତ ସେମାନଙ୍କୁ ଅପହରଣ...

ଶିକ୍ଷା ବିଭାଗର ବିଚିତ୍ର ନୀତି: ବଳି ପଡ଼ୁଛନ୍ତି ଗରିବ ମେଧାବୀ

ଯାଜପୁର ଅଫିସ,୩ା୯- ବହୁ ଗରିବ ମେଧାବୀ ଛାତ୍ରୀଛାତ୍ର ଉଚ୍ଚ ଶିକ୍ଷା ଅଭାବରୁ ନିଜ ପ୍ରତିଭାକୁ ହରାଇ ବସୁଥିବା ଅନେକ ନଜିର ରହିଛି। ମାତ୍ର କେନ୍ଦ୍ର ଓ...

ବ୍ୟାଙ୍କରେ ଗଣ୍ଡଗୋଳ ନେଇ ଥାନାରେ ମାମଲା

ବାହାନଗା, ୨୪ା୪(ଡି.ଏନ.ଏ.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ଡାଉନ୍‌ କରି ଲୋକମାନଙ୍କୁ ଘରେ ରହିବା ପାଇଁ ନିବେଦନ କରୁଛନ୍ତି। ତେବେ...

ଶାରଳା ମନ୍ଦିର ସେବାୟତଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଅଭିଯୁକ୍ତଙ୍କୁ ଗିରଫ କରିପାରୁନି ପୋଲିସ

ଜଗତ୍‌ସିଂହପୁର ଅଫିସ୍‌,୨୨ା୧:କନକପୁରସ୍ଥିତ ମା’ଶାରଳା ମନ୍ଦିରର ସେବାୟତ ତଥା କନକପୁର ଦେଉଳୀ ଗ୍ରାମର ତ୍ରିଲୋଚନ ରାଉଳ(ଗୁଲା)ଙ୍କୁ ରବିବାର ୩ଜଣ ମରଣାନ୍ତକ ଆକ୍ରମଣ କରିଥିଲେ। ସେମାନେ ହେଲେ ତିର୍ତ୍ତୋଲ...

ଆର୍‌ଏସ୍‌ପି ଭିତରକୁ ଦୁଇଟି ଗାଡ଼ିର ସନ୍ଦେହଜନକ ପ୍ରବେଶ

ରାଉରକେଲା ଅଫିସ, ୨୯। ୧୨-ରାଉରକେଲା ଇସ୍ପାତ କାରଖାନା ଭିତରକୁ ଶନିବାର ସନ୍ଦେହଜନକ ଭାବେ ପଶିଥିବା ଦୁଇଟି ଭାରିଯାନକୁ ଅଟକ ରଖାଯାଇଛି। ଏହା ସହ କାରଖାନା ସୁରକ୍ଷା...

ସାପ କାମୁଡ଼ାରେ ଚାଷୀଙ୍କ ମୃତ୍ୟୁ

ଭଣ୍ଡାରିପୋଖରୀ, ୬।୧୦ (ଡି.ଏନ.ଏ.) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ରାମଚନ୍ଦ୍ରପୁର ପଞ୍ଚାୟତ ଖଡ଼ିସିଂହା ଗ୍ରାମର ଚାଷୀ ଉଦ୍ଧବ ଜେନା(୪୨) ସାପ କାମୁଡ଼ାରେ ପ୍ରାଣ...

ବଜ୍ରପାତରେ ଜଳିଗଲା ୨ ବଖରା, ୩ ଗାଇ ଜୀବନ୍ତ ଦଗ୍ଧ

ତିର୍ତ୍ତୋଲ,୫।୯(ଡି.ଏନ୍‌.ଏ.): ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ଗୁଣ୍ଠିଲ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ବଜ୍ରପାତ ଘଟି ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କ ୨ ବଖରା ଘର ଜଳିଯାଇଛି।...

Coronavirus Update


Archives

Model This Week

Why Dharitri