ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ୫୦ ଦିନ

କିରେନ୍‌ ରିଜିଜୁ
ଗତ ସପ୍ତାହରେ ମୋଦି ସରକାର ୨.୦ କାର୍ଯ୍ୟାଳୟରେ ୫୦ ଦିନ ପୂରଣ କରିଛନ୍ତି। ଏବେ ଆମ ରିପୋର୍ଟ କାର୍ଡ ପ୍ରଦାନ କରିବା ଏବଂ ଭବିଷ୍ୟତର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାର ସମୟ ଉପନୀତ ହୋଇଛି। କେହି କେହି ଯୁକ୍ତି କରିପାରନ୍ତି ଯେ ଯେହେତୁ ଏହା ଏକ ନିୟମିତ ସରକାର, ତେଣୁ ୫୦ ଦିନ ପୂର୍ଣ୍ଣ କରିବା ପରେ ଏକ ରିପୋର୍ଟ କାର୍ଡର ଆବଶ୍ୟକତା ନ ଥାଇ ପାରେ। ଆଉ କେହି କେହି ଯୁକ୍ତି କରିପାରନ୍ତି ଯେ, ଏକ ରିପୋର୍ଟ କାର୍ଡ ପ୍ରଦାନ କରିବା ପାଇଁ ୫୦ ଦିନ ଏକ ଖୁବ୍‌ ସଂକ୍ଷିପ୍ତ ସମୟ, ଯେତେବେଳେ କି ମାତ୍ର ଅଢ଼େଇ ମାସ ପୂର୍ବରୁ ମୋଦି ସରକାରଙ୍କ ସବୁଠାରୁ ବଡ଼ ପରୀକ୍ଷା ଶେଷ ହୋଇଛି।
ଲୋକ ସଭା ନିର୍ବାଚନରେ ଜନସାଧାରଣ ମୋଦି ସରକାରଙ୍କ ପ୍ରଦର୍ଶନର ମୂଲ୍ୟାୟନ କରିଛନ୍ତି ଏବଂ ବୃହତ୍‌ ଗଣତାନ୍ତ୍ରିକ ପରୀକ୍ଷାରେ ୧୦୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ଦେଇ ପୁରସ୍କୃତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଠିନ ପରିଶ୍ରମ କରିଥାନ୍ତି ଏବଂ ଜନସାଧାରଣଙ୍କ ପ୍ରତି ଓ ଭାରତର ନାଗରିକଙ୍କ ପ୍ରତି ସରକାରଙ୍କ ଉତ୍ତରଦାୟିତ୍ୱ ଅନୁପାଳନରେ ବିଶ୍ୱାସ ରଖନ୍ତି। ସରକାରଙ୍କ ପାଇଁ ପ୍ରଥମ ୫୦ ଦିନ ଥିଲା ଦେଶରେ ପ୍ରଗତିର ଗତିକୁ ତ୍ୱରାନ୍ବିତ କରିବା ପାଇଁ ଆଧାରଶିଳା ସ୍ଥାପନ କରିବାର ସମୟ। ତେଣୁ ସରକାର କେଉଁ ଦିଗରେ ଆଗେଇଛନ୍ତି, ତାହା ଜାଣିବାର ଅଧିକାର ଜନସାଧାରଣଙ୍କର ରହିଛି।
ମୋଦି ସରକାର ୨.୦ ଏହାର ଉଦ୍ଦେଶ୍ୟ ‘ସବ୍‌କା ସାଥ୍‌, ସବ୍‌କା ବିକାଶ’ ସହିତ ସବ୍‌କା ବିଶ୍ୱାସ ଯୋଗ କରି ଏହାର ଯାତ୍ରା ଆରମ୍ଭ କରିଥିଲେ। ଏହାକୁ ସତ୍ୟରେ ପରିଣତ କରିବା ପାଇଁ ଆଗାମୀ ୫ବର୍ଷ ମଧ୍ୟରେ ଭାରତକୁ ୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ଏକ ବଡ଼ ଅର୍ଥନୀତି କହିଲେ ବଡ଼ ଅର୍ଥନୈତିକ ଶକ୍ତି ଓ ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ପାଇଁ ପ୍ରଗତି ଓ ସମୃଦ୍ଧିକୁ ବୁଝାଏ। ୨୦୧୯-୨୦ ବଜେଟ୍‌ରେ ଏ ନେଇ ବ୍ୟବସ୍ଥା କରାଯାଇଛି ଏବଂ ଏ ନେଇ ବିରୋଧୀ ଦଳଙ୍କ ମନରେ ମଧ୍ୟ କୌଣସି ସନ୍ଦେହ ନାହିଁ। ମୋଦି ସରକାର ନିଶ୍ଚିତ ଭାବେ ଏହି ଲକ୍ଷ୍ୟ ହାସଲ କରିବେ।
ମୋଦି ସରକାର ୨.୦ ଦ୍ୱାରା ଗ୍ରହଣ କରାଯାଇଥିବା କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିମ୍ନରେ ପ୍ରଦାନ କରାଗଲା-
ରାସ୍ତା, ରେଳ, ବିମାନ ବନ୍ଦର, ବନ୍ଦର ଆଦିର ଭିତ୍ତିଭୂମି ନିର୍ମାଣ ପାଇଁ ୧୦୦ ଲକ୍ଷ କୋଟି ଟଙ୍କାର ନିବେଶ ଯୋଜନା; ଦୁର୍ନୀତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ବ୍ୟାଙ୍କିଙ୍ଗ୍‌ ପ୍ରକ୍ରିୟାରେ ସ୍ବଚ୍ଛତା ପାଇଁ ପଦକ୍ଷେପ, ଅର୍ଥନୈତିକ ପଳାତକଙ୍କ ପାଇଁ ଆଇନରେ କଡ଼ା ବ୍ୟବସ୍ଥା, ସଂସ୍କାର ପ୍ରକ୍ରିୟା ଯଥା ଇନ୍‌ସଲ୍‌ଭେନ୍ସି ଓ ବ୍ୟାଙ୍କିଙ୍ଗ୍‌ କୋଡ୍‌ରେ ସଂଶୋଧନ, ୫୦ କୋଟି ଶ୍ରମିକଙ୍କୁ ଲାଭ ଦେଲା ଭଳି ଶ୍ରମିକ ଆଇନ, ଦେଶ ସମ୍ମୁଖୀନ ହେଉଥିବା ଜଳ ସମସ୍ୟାର ସମାଧାନ ପାଇଁ ଜଳଶକ୍ତି ମନ୍ତ୍ରଣାଳୟ ଗଠନ (ବୈଜ୍ଞାନିକମାନେ କହୁଛନ୍ତି ଯେ ଯଦି ତୁରନ୍ତ ପଦକ୍ଷେପ ଗ୍ରହଣ କରା ନ ଯାଏ ତେବେ ଏହି ସମସ୍ୟା ଆହୁରି ଉତ୍କଟ ହୋଇପଡ଼ିବ), ଆଗାମୀ ୩ ବର୍ଷ ମଧ୍ୟରେ ଗ୍ରାମାଞ୍ଚଳରେ ବାସ କରୁଥିବା ପ୍ରତ୍ୟେକ ପରିବାରକୁ ବିଦ୍ୟୁତ୍‌ ଏବଂ ଏଲ୍‌ପିଜି ସଂଯୋଗ ନିଶ୍ଚିତ କରିବା ପାଇଁ ଯୋଜନା।
ପ୍ରଥମ ୫୦ ଦିନରେ ସରକାର ୯୫ ପ୍ରତିଶତରୁ ଊର୍ଦ୍ଧ୍ୱ ଘରୋଇ ବ୍ୟବସାୟକୁ କର୍ପୋରେଟ୍‌ କର କ୍ଷେତ୍ରରେ ରିହାତି ପ୍ରଦାନ କରିଛନ୍ତି, ବିକ୍ରେତାମାନଙ୍କ ପାଇଁ ପେନ୍‌ସନ ଯୋଜନା ଲାଗୁ କରିଛନ୍ତି ଏବଂ କୃଷକମାନଙ୍କ ପାଇଁ ସବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି। ମୋଦି ସରକାର ୨.୦ର ୫୦ ଦିନ ପୂରଣ ଅବସରରେ ଚନ୍ଦ୍ରୟାନ-୨ ଉତ୍‌କ୍ଷେପଣ କରାଯାଇଛି।
ପ୍ରତ୍ୟେକ ରାଜନୈତିକ ଦଳକୁ ସଂସ୍କାର ପ୍ରକ୍ରିୟାରେ ସାମିଲ କରିବା ପାଇଁ ସରକାର ତାଙ୍କର ସଂକଳ୍ପବଦ୍ଧତା ଅନୁଯାୟୀ ଯଥାସାଧ୍ୟ ପ୍ରୟାସ କରିଛନ୍ତି। ସଂସଦରେ ବଜେଟ ଅଧିବେଶନର କାର୍ଯ୍ୟକାଳ ସମୟରେ ଏହା ସ୍ପଷ୍ଟ ହୋଇଛି। ଏହି ଅଧିବେଶନରେ ସଂସଦରେ ରେକର୍ଡ ସଂଖ୍ୟକ ବିଧେୟକ ପାସ୍‌ ହୋଇଛି। ସାମ୍ପ୍ରତିକ ସମୟରେ ଲୋକ ସଭା ନିର୍ବାଚନ ପରେ ସଂସଦର ଏହି ପ୍ରଥମ ଅଧିବେଶନ ସର୍ବାଧିକ ଉପତ୍ାଦନକ୍ଷମ ସାବ୍ୟସ୍ତ ହୋଇଛି।
କୂଟନୀତି କ୍ଷେତ୍ରରେ ମୋଦି ସରକାର ୨.୦ଙ୍କ ପ୍ରଥମ ୫୦ ଦିନ ଉଲ୍ଲେଖନୀୟ ରହିଛି। ଯେତେବେଳେ ଭାରତ ମହାସାଗର ଅଞ୍ଚଳରେ ଅନ୍ୟ ଶକ୍ତିମାନେ ଅନଧିକାର ପ୍ରବେଶ କରୁଛନ୍ତି ସେତେବେଳେ ରଣନୈତିକ ସ୍ଥିତିରେ ଅବସ୍ଥିତ ଆମର ପଡ଼ୋଶୀ ଶ୍ରୀଲଙ୍କା ଏବଂ ମାଳଦ୍ୱୀପ ଭାରତର ନିକଟତର ହୋଇଛନ୍ତି। ଜନମତ ହାସଲ କରିବାର ଠିକ୍‌ ପରେ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁଇ ଦେଶକୁ ଗସ୍ତ କରିଥିଲେ ଏବଂ ଏହା ଆମ ପଡ଼ୋଶୀଙ୍କୁ ପ୍ରମୁଖତା ପ୍ରଦାନ କରିବାର ଗୁରୁତ୍ୱକୁ ଦର୍ଶାଉଛି। କିର୍ଗିଜସ୍ତାନରେ ସାଂଘାଇ ସହାୟକ ସଂଗଠନ (ଏସ୍‌ସିଓ) ଏବଂ ଜାପାନରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରେ ଭାରତର ଯୋଗଦାନ ଫଳରେ ଚାଇନା ସହ ସମ୍ପର୍କ ସୁଦୃଢ଼ ହୋଇଛି।
ସନ୍ତ୍ରାସବାଦ କ୍ଷେତ୍ରରେ ପାକିସ୍ତାନ ଆନ୍ତର୍ଜାତିକ ସମୁଦାୟ ନିକଟରେ କୋଣଠେସା ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସନ୍ତ୍ରାସବାଦକୁ ନେଇ ବୈଶ୍ୱିକ ସମ୍ମିଳନୀ ଆୟୋଜନ କରାଯିବା ଏବଂ ସନ୍ତ୍ରାସବାଦକୁ ପୃଷ୍ଠପୋଷକତା, ସହାୟତା ତଥା ଅନୁଦାନ ପ୍ରଦାନ କରୁଥିବା ଦେଶଗୁଡ଼ିକୁ ଉତ୍ତରଦାୟୀ କରିବା ପାଇଁ ଆହ୍ବାନ ଦିଆଯିବା ଦ୍ୱାରା ଏହା ସମ୍ଭବ ହୋଇଛି।
ଆନ୍ତର୍ଜାତିକ ନ୍ୟାୟିକ କୋର୍ଟ (ଆଇସିଜେ) କୁଳଭୂଷଣ ଯାଦବଙ୍କ ସପକ୍ଷରେ ରାୟ ଦେଇଛି। ଏହା ପ୍ରମାଣ କରୁଛି ଯେ, ପୃଥିବୀର ଯେକୌଣସି ପ୍ରାନ୍ତରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଭାରତ ଯାହାକିଛି ସମ୍ଭବ ତାହା କରିବ। ଆଇସିଜେ ଏହାର ରାୟରେ ଦର୍ଶାଇଥିଲେ ଯେ, ପାକିସ୍ତାନ ଅବସରପ୍ରାପ୍ତ ଭାରତୀୟ ନୌସେନା ଅଫିସରଙ୍କୁ ସେହି ଦେଶର ସାମରିକ କୋର୍ଟ ଦ୍ୱାରା ପ୍ରଦାନ କରାଯାଇଥିବା ମୃତ୍ୟୁଦଣ୍ଡରେ ଦଣ୍ଡିତ କରିପାରିବ ନାହିଁ। ଏହା ସୂଚିତ କରୁଛି ଯେ, ଆମ ସରକାର କୁଳଭୂଷଣ ଯାଦବଙ୍କ ଅଧିକାର ପାଇଁ କିପରି ଭାବେ ଲଢ଼େଇ କରିଥିଲେ।
ମୁଁ ଶେଷ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋତେ ପ୍ରଦାନ କରିଥିବା କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରଣାଳୟର ଦାୟିତ୍ୱ ସମ୍ପର୍କରେ କିଛି କହିବି।
୨୦୨୦ରେ ଟୋକିଓରେ ଅଲିମ୍ପିକ୍ସ ଅନୁଷ୍ଠିତ ହେବ। ଏଥିପାଇଁ ଆମ କ୍ରୀଡ଼ାବିତ୍‌ମାନେ କଠିନ ପରିଶ୍ରମ କରିଛନ୍ତି ଏବଂ ସେମାନଙ୍କର ଏ ନେଇ ସଙ୍କଳ୍ପବଦ୍ଧତା ରହିଛି। ତେଣୁ ଭାରତ ଏହି ଅଲିମ୍ପିକ୍ସରେ ଉନ୍ନତ ପ୍ରଦର୍ଶନ କରିବାର ଆଶା କରାଯାଉଛି। ଖେଳାଳିମାନଙ୍କୁ ସେମାନଙ୍କ ତାଲିମ କାର୍ଯ୍ୟକ୍ରମ ଏବଂ ଆନ୍ତର୍ଜାତିକ ପ୍ରତିଯୋଗିତାଗୁଡ଼ିକରେ ସେମାନଙ୍କର ଯୋଗଦାନ ନେଇ ସରକାର ସମସ୍ତ ପ୍ରକାର ସହଯୋଗ ନିୟମିତ ଭାବେ ପ୍ରଦାନ କରୁଛନ୍ତି। ‘ଖେଲୋ ଇଣ୍ଡିଆ’ ମାଧ୍ୟମରେ ଆମେ ନୂତନ ପ୍ରତିଭାଙ୍କୁ ଚିହ୍ନଟ କରୁଛୁ ଏବଂ ତାଲିମ ପ୍ରଦାନ କରୁଛୁ। ସେହିପରି ଦ ଟାର୍ଗେଟ୍‌ ଅଲିମ୍ପିକ ପୋଡିୟମ୍‌ ସ୍କିମ୍‌ ମାଧ୍ୟମରେ ପ୍ରତିଭାସମ୍ପନ୍ନ ଖେଳାଳିମାନଙ୍କୁ ସମର୍ଥନ ପ୍ରଦାନ କରୁଛୁ। ଆମର ପ୍ରୟାସ ହେଉଛି ତୃଣମୂଳ ସ୍ତରରୁ ପ୍ରମୁଖ ଆଥଲେଟ୍‌ ତିଆରି ପର୍ଯ୍ୟନ୍ତ ଏକ କ୍ରୀଡ଼ା ପରିସ୍ଥାନର ନିର୍ମାଣ କରିବା। ଖେଲୋ ଇଣ୍ଡିଆ ପଦକ୍ଷେପ ଅନ୍ତର୍ଗତ କ୍ରୀଡ଼ାର ବିକାଶ ପାଇଁ ଏକ ଜାତୀୟ କ୍ରୀଡ଼ା ଶିକ୍ଷା ବୋର୍ଡ (ଏନ୍‌ଏସ୍‌ସିବି) ମଧ୍ୟ ପ୍ରତିଷ୍ଠା କରାଯାଉଛି।
କେବଳ କ୍ରୀଡ଼ାବିତ୍‌ଙ୍କୁ ନେଇ ଆମ ପଦକ୍ଷେପ ସୀମିତ ନୁହେଁ, ବରଂ ପ୍ରତ୍ୟେକଙ୍କ ଜୀବନରେ କ୍ରୀଡା ଓ ଫିଟ୍‌ନେସ ପ୍ରତି ଗୁରୁତ୍ୱ ବୃଦ୍ଧି ଲକ୍ଷ୍ୟରେ ଆମେ ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରୁଛୁ।
ମୋଦି ୨.୦ ଆଣିଥିବା ରୂପାନ୍ତରକାରୀ ପରିବର୍ତ୍ତନ ମଧ୍ୟରେ ସାମିଲ ରହିଛି ସହଭାଗୀ ପ୍ରଶାସନ, ଯେଉଁଥିରେ କି ନାଗରିକ ଏବଂ ସରକାର ଏକାଠି ହୋଇ ଜଣେ ଗୌରବଶାଳୀ ଭାରତୀୟ ମାନେ କ’ଣ ତାହାର ସଂଜ୍ଞା ନିରୂପଣ କରିବେ।
ଜଣେ ଆଦର୍ଶ ନାଗରିକ କିପରି ଭାବେ ଚିନ୍ତା କରେ ଏବଂ ବଞ୍ଚେ ତାହା ଦର୍ଶାଇବା ପାଇଁ ଆମ ପ୍ରଧାନମନ୍ତ୍ରୀ ସଫଳ ନେତୃତ୍ୱ ଗ୍ରହଣ କରିଛନ୍ତି। ଭାରତକୁ ରୂପାନ୍ତରିତ କରିବା ପାଇଁ ଆମ ଭିତରୁ ପ୍ରତ୍ୟେକେ କ୍ରିୟାଶୀଳ ହୋଇ ସଙ୍କଳ୍ପବଦ୍ଧତାର ସହ ରାଷ୍ଟ୍ର ନିର୍ମାଣରେ ଅଂଶଗ୍ରହଣ କରିବାର ଆବଶ୍ୟକତା ରହିଛି। ଆସନ୍ତୁ ସମସ୍ତେ ଏକାଠି ହାତ ମିଳାଇ ଏକ ନୂତନ ଭାରତ ନିର୍ମାଣ କରିବା।
-ଲେଖକ ଭାରତର କ୍ରୀଡ଼ା, ଯୁବ ବ୍ୟାପାର (ସ୍ବାଧୀନ ଦାୟିତ୍ୱ) ଓ ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ


Enter your email to get our daily news in your inbox.

All Right Reserved By Dharitri.Com

ସ୍ଲଟ୍‌ ବୁକିଂ ବ୍ୟବସ୍ଥାରେ ଶ୍ରୀଜୀଉ ଦର୍ଶନ

ଶ୍ରୀ ଜଗନ୍ନାଥଙ୍କ ଦର୍ଶନରେ ସୁଧାର ଆଣିବାକୁ ସରକାର ସ୍ଲଟ୍‌ ବୁକିଂ ବ୍ୟବସ୍ଥା ପ୍ରଚଳନ ପାଇଁ କହିଛନ୍ତି। ଏହା ଉପରେ ପ୍ରାଥମିକ ପଦକ୍ଷେପ ଆରମ୍ଭ ହୋଇଯାଇଛି ବୋଲି ଶ୍ରୀମନ୍ଦିର…

ସମୃଦ୍ଧିର ପ୍ରତୀକ

ଦେବଦତ୍ତ ପଟ୍ଟନାୟକ ଲଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ…

ଟପ୍ପର ହେବା ଜରୁରୀ କି

ନିକଟରେ ପ୍ରକାଶ ପାଇଥିବା ସିିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ଫଳକୁ ନେଇ ଓଡ଼ିଶା ସାରା ଚର୍ଚ୍ଚା। କେବଳ ଓଡ଼ିଶା କାହିଁକି, ସାରା ଭାରତରେ ଅନେକ ଛାତ୍ରୀଛାତ୍ର ଶତକଡା…

ସମୃଦ୍ଧିର ପ୍ରତୀକ

ଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ ସମୃଦ୍ଧିର ପ୍ରତୀକ…

ବଡ଼ଲୋକଙ୍କ ଚେରକଟା ନୀତି

ମଣିଷର ଚରିତ୍ର ପଦପଦବୀ ବା ସମ୍ପତ୍ତି ଦ୍ୱାରା ନିର୍ଦ୍ଧାରିତ ହୁଏନାହିଁ। ଅନେକ ସମୟରେ ଆମେ ଭାବୁ ଶୀର୍ଷରେ ପହଞ୍ଚିଥିବା ବ୍ୟକ୍ତି ମାନସିକ ସ୍ତରରେ ଖୁବ୍‌ ଶାନ୍ତ ଓ…

ପିତୃତ୍ୱ: ଏକ ଆହ୍ବାନ

ପୁତ୍ରକନ୍ୟାମାନଙ୍କ ପାଇଁ ପିତା ହେଉଛନ୍ତି ଦେବତା। ଏଣୁ ତୈତ୍ତିରୀୟ ଉପନିଷଦରେ କୁହାଯାଇଛି ‘ପିତୃଦେବୋ ଭବଃ’।  ମନୁ ସଂହିତାରେ ଉଲ୍ଲେଖ ଅଛି ‘ଉପାଧ୍ୟାୟାତ୍‌ ଦଶାଚାର୍ଯ୍ୟଃ ଆଚାର୍ଯ୍ୟାଣାଂ ଶତଂ ପିତା’…

ତତଲା କଡ଼େଇ

ଅନ୍ତର୍ଜାତୀୟ ସ୍ତରରେ କରାଯାଇଥିବା ଏକ ଅନୁଧ୍ୟାନ ଅନୁଯାୟୀ ବିଶ୍ୱର ସବୁଠାରୁ ୧୦୦ ଉତ୍ତପ୍ତ ସହର ମଧ୍ୟରୁ ୯୫ ଭାରତରେ ଅଛି। ଦିଲ୍ଲୀ, ଲକ୍ଷ୍ନୌ, ଜୟପୁର, ନାଗପୁର, ପ୍ରୟାଗରାଜ…

ଓଡ଼ିଶାର ପ୍ରଥମ ରାଜନୈତିକ ପୁରୁଷ ମଧୁବାବୁ

ଉତ୍କଳଗୌରବ ମଧୁସୂଦନ ଦାସ ହେଉଛନ୍ତି ଓଡ଼ିଶାର ସର୍ବପ୍ରଥମ ଓଡ଼ିଆ ରାଜନୈତିକ ପୁରୁଷ। ତାଙ୍କଠାରୁ ପ୍ରଥମେ ଓଡ଼ିଆଙ୍କୁ ମିଳିଥିଲା ରାଜନୀତି କ୍ଷେତ୍ରରେ ପ୍ରବେଶ କରିବାରେ ମୁକ୍ତ ଅଧିକାର। ମଧୁବାବୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri