ଦି’ରଙ୍ଗିଆ ରସଗୋଲା

ଅରବିନ୍ଦ ଦାସ
ଟିଭିରେ ହେଡ୍‌ଲାଇନ ଖବର ଦେଖି ଗୋପାଳବାବୁ ସ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଡ଼ ପାଟିରେ କହିଉଠିଲେ, ଶୁଣୁଛ? ଆମ ଓଡ଼ିଶା ରସଗୋଲା ଜିଆଇ ଟ୍ୟାଗ୍‌ ପାଇଗଲା। ମୋର ଜଣେ ବନ୍ଧୁ ଏଥିପାଇଁ ବହୁତ ପରିଶ୍ରମ କରିଥିଲେ।
ପାଖକୁ ଆସି ଇନ୍ଦୁରେଖା କହିଲେ, ଏମିତି ଚିଲାଉଛ କାହିଁକି? ଆମ ରସଗୋଲା ଆମର ନ ହୋଇ କ’ଣ ଆଉ କାହାର ହୁଅନ୍ତା? ଏଥିରେ ବଡ଼କଥା କ’ଣ?
-ଜିଆଇ ଟ୍ୟାଗ୍‌ ମାନେ କ’ଣ କହିଲ?
ଟିକେ ଭାବି ଇନ୍ଦୁରେଖା କହିଲେ, ମୁଁ ପା ଦେଖିଛି, ମୋ ମିନାଦେଈ ବାହାଘରକୁ ସାଲେପୁର ରସଗୋଲା ଟିଣ ସବୁ କତା ଦଉଡ଼ିରେ ବନ୍ଧା ହୋଇ ଘରକୁ ଆସିଥିଲା ବୋଲି ଡବା ତଳେ ପଡ଼ି ଚେପା ହୋଇଯାଇଥିଲା ଓ ସିରା ବି ଢାଳି ହୋଇଯାଇଥିଲା। ଏବେ ରସଗୋଲା ଡବା ଥିବା ପ୍ୟାକେଟ୍‌ ତଳେ ନ ପଡ଼ିବା ପାଇଁ ଜିଆଇ ତାରରେ ବାନ୍ଧୁଥିବେ ବୋଧେ!
ଫେଁ କିନା ହସି ଗୋପାଳବାବୁ କହିଲେ, ହୁଣ୍ଡୀ କେଉଁଠିକାର। ଆରେ ଜିଆଇ ଟ୍ୟାଗ୍‌ ହେଉଛି ଏକ ମାନ୍ୟତା, ଯାହା ଭୌଗୋଳିକ ଅବସ୍ଥିତି ଦେଖି ଦିଆଯାଏ। ତା’ମାନେ ଯେଉଁ ଜିଣିଷ ଯେଉଁଠି ତିଆରି ହୁଏ, ସେଇ ଜିନିଷର ମୂଳ ଦାବି ସେଇ ସ୍ଥାନର ହୋଇଥାଏ। କିଛି ସ୍ପେଶାଲ ବା ବିଶିଷ୍ଟତା ଥିବା ଦରକାର। ଯେମିତି ସମ୍ବଲପୁରୀ ଶାଢ଼ି, ସେମିତି ଆମ ଓଡ଼ିଶା ରସଗୋଲା।
-ରସଗୋଲାରେ ପୁଣି ସ୍ପେଶାଲ କ’ଣ?
-କିଏ ଯଦି ସମ୍ପୂର୍ଣ୍ଣ ନୂଆ, ଭିନ୍ନ ଆଇଡିଆରେ ରସଗୋଲା ବନାଇବ ତାକୁ ନୂଆ ରସଗୋଲାର ମାନ୍ୟତା ମିଳିବ।
-କିଏ ନୂଆ କଥା ଭାବୁଛି? ଛେନା ଚକଟି ଗୁଳା ବନାଇ ସିରାରେ ଛାଣିଦେଲେ ଗଲା। ଚିନି ଗରମ କରି ଟିକେ କାରାମେଲ କଲେ ହାଲକା ଗୋଲାପି କଲର ଆସିବ, ଯେମିତି ସାଲେପୁର ରସଗୋଲା। ମୋ ଜେଜେମା ବଢ଼ିଆ ରସଗୋଲା ବନାଉଥିଲା। ବୋଉ ତା’ଠାରୁ ଶିଖିଥିଲା।
-ତମେ ଶିଖିଲନି?
-ସ୍କୁଲ ବେଳେ ବୋଉ ପାଖରେ ବସି କରୁଥିଲି। ପାଠପଢ଼ା ଓ ପରେ ତମ ଘର ଜଞ୍ଜାଳ ସମ୍ଭାଳି ମୋତେ ଟାଇମ୍‌ କେଉଁଠୁ ମିଳିଲା ଯେ ରସଗୋଲା ବନାଇବି?
-କି ପାଠ ତମେ ପଢ଼ୁଥିଲ? ଦୁଇଥର ମାଟ୍ରିକ ଫେଲ୍‌। ବାହାଘର ପରେ ଘରକାମ ସବୁ ବୋଉ, ଖୁଡ଼ୀ ସମସ୍ତେ ସମ୍ଭାଳୁଥିଲେ। ତମେ ଏବେ ରସଗୋଲା କରୁନ। ଖାଲି ତ ଫୋନରେ ଗପ। ନୂଆ ଆଇଡିଆରେ ବନାଇଲେ ତମକୁ ଜିଆଇ ଟ୍ୟାଗ୍‌ ମିଳିବ।
-ହଉ ଆଜି ବନେଇବି ନୂଆ ପ୍ରକାର ରସଗୋଲା। ତମ ସାଙ୍ଗଙ୍କୁ କହି ଏ ରସଗୋଲା ମୋ ନାଁରେ ରେଜିଷ୍ଟ୍ରି କରିଦେବ।
ସା ବେଳକୁ ଗୋପାଳବାବୁ ଘରକୁ ଫେରିଲା ବେଳକୁ ଘର ଭିତରେ ଗୋଟେ ମିଠା ମିଠା ବାସ୍ନା ଖେଳୁଥିଲା।
-ବାପା, ଆଜି ବୋଉ ଗୋଟେ ନୂଆ ପ୍ରକାର ରସଗୋଲା ବନେଇଛି।
ଝିଅ କଥା ଶୁଣି ଉତ୍ସାହିତ ହୋଇଉଠିଲେ ଗୋପାଳବାବୁ। ଡାଇନିଂ ଟେବୁଲ ଉପରେ ଘୋଡ଼ାହୋଇ ଥୁଆ ହୋଇଥିବା ପାତ୍ରର ଢାଙ୍କୁଣି ଖୋଲିଦେଇ ଚମକି ପଡ଼ିଲେ।
-ଇନ୍ଦୁ, ଏଗୁଡାକ କ’ଣ? ଧଳା ଓ ଖଇରିଆ ଦୁଇଟା ରଙ୍ଗ କ’ଣ ହୋଇଛି? ଅଧା ରସଗୋଲା, ଅଧା ଗୋଲାପଜାମୁ ଭଳି ଦିଶୁଛି। କ’ଣ କେମିିତି କରିଛ କି?
-ନୂଆ ପ୍ରକାର ହୋଇଛି ନା? ରସଗୋଲାର ଗୋଟେ ପଟକୁ ପ୍ୟାନରେ କାରାମେଲ ଚିନି ପକାଇ ଭାଜି କାଢ଼ିଛି ବୋଲି ସବୁ ରସଗୋଲାର ଅଧେ ଖଇରିଆ ହୋଇଯାଇଛି। ଆର ଅଧକ ଧଳା। ଟେଷ୍ଟ କିନ୍ତୁ ଅଛି। ଚାଖୁନ।
ତାଟିଆରୁ ଗୋଟେ ରସଗୋଲା ନେଇ ପାଟିରେ ପକାଇ ଚଟ୍‌କିନା ବାହାର କରି କହିଲେ, ଦାନ୍ତ ଭାଙ୍ଗିଯିବ ମୋର। ସିମେଣ୍ଟ ପକେଇଛ ନା କ’ଣ?
ଟିକେ ଚିଡ଼ିଯାଇ ଇନ୍ଦୁ କହିଲେ, ଦୁଇଲିଟର କ୍ଷୀର ଛିଣ୍ଡାଇ ଛେନା କରିଥିଲି। ତମ ପୁଅଝିଅ ମୁଠାଏ ଲେଖାଏ ଛେନା ପାଟିରେ ପକାଇଦେଲେ। ଛେନା କମିଗଲା ବୋଲି ଚକଟିଲା ବେଳେ ସୁଜି ମିଶାଉଥିଲି। ହାତ ହଲିଯାଇ ଅଧଡ଼ବା ସୁଜି ପଡ଼ିଗଲା। ନଷ୍ଟ କାହିଁକି କରିିିବି ବୋଲି ସବୁ ଚକଟିଦେଲି। ଟିକେ ଟାଣ ହୋଇଗଲା। ରୁହ ଏଇନା, ପ୍ରେସର କୁକରରେ ଦୁଇଟା ସିଟି ମାରି ନରମ କରି ଆଣୁଛି। କହିଲେ ଇନ୍ଦୁ।
ଆବାକାବା ହୋଇ ଗୋପାଳବାବୁ କହିଲେ, ରସଗୋଲାକୁ ପ୍ରେସର କୁକରରେ ସିଝାଇବ? ସିଏ ତ ଅନ୍‌ବ୍ରେକେବଲ ହୋଇଯିବ।
-ମଲା ମୋର, ଷ୍ଟିମ୍‌ ରସଗୋଲା ବୋଲି ଭାବ। ଶୁଣ, ଏଇ ଯେଉଁ ଦୁଇ ରଙ୍ଗବାଲା ନୂଆ ରସଗୋଲା ବନାଇଛି, ତମ ସାଙ୍ଗଙ୍କୁ କହି ଜିଆଇ ଟ୍ୟାଗ୍‌ କରାଇ ପାରିବନି?
-ଆଚ୍ଛା! କ’ଣ ନାଁ ଦେବ ସେ ରସଗୋଲାର?
ଟିକିଏ ଭାବି ଇନ୍ଦୁ କହିଲେ ‘ଦୋରଙ୍ଗୀ ରସଗୋଲା’।
ବିଶାଖାପାଟଣା, ମୋ- ୦୯୧୭୭୬୦୫୧୦୫


Enter your email to get our daily news in your inbox.

All Right Reserved By Dharitri.Com

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri