ବିଶୋଧନ ହେଲା ବିଭିନ୍ନ କାର୍ଯ୍ୟାଳୟ

ବଇଣ୍ଡା, ୧୧ା୪(ଡି.ଏନ.ଏ.)- କିଶୋରନଗର ବ୍ଲକ ନୁନୁକାପଶି, ଗାଁ ବଇଣ୍ଡା, ହଣ୍ଡପା ଆଦି ୩ଟି ପଞ୍ଚାୟତର ବିଭିନ୍ନ କାର୍ଯ୍ୟାଳୟକୁ ବାମୁର ଅଗ୍ନିଶମ କେନ୍ଦ୍ର ପକ୍ଷରୁ ସାନିଟାଇଜ କରାଯାଇଛି। ପ୍ରଥମେ ଗାଁ ବଇଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ସହ ଅନ୍ୟ ସରକାରୀ କାର୍ଯ୍ୟାଳୟକୁ ବିଶୋଧନ କରାଯାଇଥିଲା। ପରେ ବଇଣ୍ଡା ଛକର ଷ୍ଟେଟ ବ୍ୟାଙ୍କ, ଅସ୍ଥାୟୀ ସ୍ବାସ୍ଥ୍ୟ କ୍ୟାମ୍ପ, ବଇଣ୍ଡା ସ୍ବାସ୍ଥ୍ୟକେନ୍ଦ୍ର, ରାଜୀବ ଗାନ୍ଧୀ ସେବାକେନ୍ଦ୍ର, ଏସବିଆଇ ଗ୍ରାହକ ସେବା କେନ୍ଦ୍ର, ଡେବରାପାଲି ତେଲ ଟାଙ୍କି, ହଣ୍ଡପା ପଞ୍ଚାୟତ କାର୍ଯ୍ୟାଳୟ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡିକ ବିଶୋଧନ କରାଯାଇଛି । ବାମୁର ଅଗ୍ନିଶମ ବିଭାଗ ଭାରପ୍ରାପ୍ତ ଅଧିକାରୀ ପ୍ରକାଶ କୁମାର ବେହେରା, ଫାୟାର ମ୍ୟାନ ସତ୍ୟନାରାୟଣ ମେଣ୍ଡୁଲି, ସୁନୀଲ କୁମାର ବେହେରା, ସୁଶାନ୍ତ ସେଠୀ, ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ସାନିଟାଇଜ କରିଥିବାବେଳେ ଗାଁ ବଇଣ୍ଡା ସରପଞ୍ଚ ମାନସ ସାହୁ, ନୁନୁକାପଶି ସରପଞ୍ଚ ଜଳଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାନ୍ତ ଭାଙ୍ଗି ମଇଳା ଖୁଆଇବା ଭିଡିଓ ଭାଇରାଲ

ଛତ୍ରପୁର,୩୦।୬(ଡି.ଏନ୍‌.ଏ.):ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ରାମେୟାପଲ୍ଲୀ ଗାଁରେ ଗତ ୧୯ ତାରିଖରେ ଗୁଣି ସନ୍ଦେହରେ ବ୍ରହ୍ମପୁର ଆଙ୍କୁଲି ଅଞ୍ଚଳର ଏନ୍‌. ଭେଙ୍କଟରମଣଙ୍କୁ ପିଟି...

ନବରଙ୍ଗପୁରରୁ କଳାହାଣ୍ଡି ଚାଲାଣ ହେଉଥିଲା ମଦ

କୋକସରା,୯।୬(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ମୈଦଳପୁରରୁ ଆମପାଣି ଘାଟି ରାସ୍ତା ଦେଇ କଳାହାଣ୍ଡି ଜିଲାକୁ ଚାଲାଣ ହେଉଥିବା ୫ ପେଟି ବିଦେଶୀ ମଦ ସହ ଏକ ବାଇକ...

ନୂଆ କୃଷି ଆଇନ ପ୍ରତ୍ୟାହାର ଦାବି: ସତ୍ୟାଗ୍ରହକୁ ଓହ୍ଲାଇଲେ ଚାଷୀ, ସମର୍ଥନ କଲା କଂଗ୍ରେସ

ବରଗଡ ଅଫିସ,୧୪।୧୨- କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନକୁ ନେଇ ଦେଶବ୍ୟାପୀ ବିରୋଧ କରାଯାଉଛି। ଏହି କ୍ରମରେ ସାରାଦେଶରେ ଚାଷୀ ଆନ୍ଦୋଳନ ଜାରି ରଖିଥିବାବେଳେ...

ମହିଳା ବନପାଳଙ୍କୁ ନିର୍ଯାତନା

ଖୋର୍ଦ୍ଧା ଅଫିସ,୧୪ା୮: ଖୋର୍ଦ୍ଧା ଜିଲା ଚିଲିକା ବନ୍ୟପ୍ରାଣୀ ବନଖଣ୍ଡର ନୂଆପଡ଼ା ରେଞ୍ଜ୍‌ରେ କାର୍ଯ୍ୟରତ ଜଣେ ମହିଳା ବନପାଳଙ୍କୁ ଉପରିସ୍ଥ ଅଧିକାରୀ ନିର୍ଯାତନା ଦେଉଛନ୍ତି। ଏନେଇ ସେ...

ମାଈହାତୀର ମୃତଦେହ ଠାବ

ଢେଙ୍କାନାଳ ଅଫିସ/ଭାପୁର,୧୬।୯(ଡି.ଏନ୍‌.ଏ.) : ଢେଙ୍କାନାଳ ଜିଲା ସଦର ରେଞ୍ଜ ଅଧିନସ୍ଥ ଭାପୁର ଅଞ୍ଚଳର କଦମପାଳ ଗ୍ରାମ ନିକଟ ମାଟିଆମୁଣ୍ଡିଆ ପାଦଦେଶରେ ସୋମବାର ସକାଳେ ବନ ବିଭାଗ...

ଷ୍ଟାଫ୍‌ ନର୍ସଙ୍କ ଭରସାରେ ସ୍ବାସ୍ଥ୍ୟ ଉପକେନ୍ଦ୍ର

ମୋରଡ଼ା,୧୫।୭(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ଉପାନ୍ତ ଅଞ୍ଚଳ ଜୁଆଳିଭଙ୍ଗା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ରୋଗୀସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଡାକ୍ତର ଓ ଫାର୍ମାସିଷ୍ଟ...

ମମିତା ହତ୍ୟା ମାମଲା: ଷ୍ଟାଟସ ରିପୋର୍ଟ ଦାଖଲ କଲେ ରାଜ୍ୟ ସରକାର

କଟକ ଅଫିସ,୩।୧୨: ରାଜ୍ୟ ସରକାର ମମିତା ହତ୍ୟା ମାମଲାର ଷ୍ଟାଟସ ରିପୋର୍ଟ ଶୁକ୍ରବାର ହାଇକୋର୍ଟରେ ଦାଖଲ କରିଛନ୍ତି। ତଦନ୍ତର ଅଗ୍ରଗତି ନେଇ ବନ୍ଦ ଲଫାପାରେ ରିପୋର୍ଟ...

ଅସଦାଚରଣ ଅଭିଯୋଗ ହେବା ପରେ ଶିକ୍ଷକ ଫେରାର

ଭଣ୍ଡାରିପୋଖରୀ,୧୩।୧(ଡି.ଏନ.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ଷୋଳମପୁର ଅଞ୍ଚଳରେ ଜଣେ ଶିକ୍ଷକ ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଗତ ୯...

Advertisement
Archives

Model This Week