ଆସୁଛି ନିର୍ବାଚନ: ବାର୍ଦ୍ଧକ୍ୟ, ଶଯ୍ୟାଶାୟୀଙ୍କ ଲାଗି ହେଲେ ସ୍ବତନ୍ତ୍ର ହୋମ-ଭୋଟିଂ ବ୍ୟବସ୍ଥା

ଛତ୍ରପୁର,୧୩।୩(ସନ୍ତୋଷ ପାଢ଼ୀ ): ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନର କେତେଗୁଡ଼ିଏ ନୂତନ ବ୍ୟବସ୍ଥା କରିଛନ୍ତି। ଯାହାକି ପ୍ରଥମ ଥର ପାଇଁ ଲାଗୁ ହେବ ବୋଲି ଗଞ୍ଜାମ ଜିଲା ସଦର ମହାକୁମା ଛତ୍ରପୁରର ଜିଲାପରିଷଦ ଭବନ ଋଷିକୁଲ୍ୟା ସମ୍ମିଳନୀ ଗୃହରେ ଅନୁଷ୍ଠିତ ଜିଲା ପ୍ରଶାସନ ବୈଠକରେ ଏହି ସୂଚନା ଦିଆଯାଇଛି।

ବାର୍ଦ୍ଧକ୍ୟ ଏବଂ ଶଯ୍ୟାଶାୟୀଙ୍କ ନିମନ୍ତେ ସ୍ବତନ୍ତ୍ର ହୋମ-ଭୋଟିଂ ବ୍ୟବସ୍ଥା କରାଯାଉଥିବା ବେଳେ ଦିବ୍ୟାଙ୍ଗଙ୍କୁ ହୁଇଲ ଚେୟାରରେ ଭୋଟ ଗ୍ରହଣ କେନ୍ଦ୍ରକୁ ଅଣାଯିବ ବୋଲି ବୈଠକରେ କୁହାଯାଇଛି। ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ଏବଂ ଭୋଟଗ୍ରହଣ ଯେପରି ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ଏବଂ ସମସ୍ତେ ଯେପରି ଭୋଟ ଦେବାର ସୁଯୋଗ ପାଇପାରିବେ, ସେ ଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଥିବା ବୈଠକରେ ଅବଗତ କରାଯାଇଥିଲା।

ଏପରି କି ଭୋଟ ଗ୍ରହଣ ବେଳେ କୌଣସି ଆପତ୍ତି ଅଭିଯୋଗ ଆସେ ତାକୁ ପ୍ରଶାସନ ନିକଟରେ ପହଞ୍ଚାଇବାକୁ ଚାହୁଁଥିବା ଯେ, କୌଣସି ବ୍ୟକ୍ତି ହେଲ୍ପ-ଲାଇନ ନମ୍ବର୧୯୫୦(ଟୋଲ-ଫ୍ରି) କୁ ଯୋଗାଯୋଗ କରିପାରିବେ ବୋଲି ବୈଠକରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭାବନୀୟ! ପିଲା ଚୋର ସନ୍ଦେହରେ ଫେଲୋଶିପ୍ କରିଥିବା ଯୁବତୀ-ସହଯୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ,

କଲ୍ୟାଣସିଂହପୁର, ୧୬।୬(ଦୀପକ କୁମାର ପରିଡା ): ରାୟଗଡ଼ାରୁ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି, ଯେଉଁଠି ପିଲା ଚୋର ସନ୍ଦେହରେ ଫେଲୋଶିପ୍ ଜଣେ ଯୁବତୀ ଓ ତାଙ୍କ…

ଥୁଆମୂଳ ରାମପୁରରେ ରଜ ଉତ୍ସବ, ଦୋଳି ଖେଳିଲେ ଲାଞ୍ଜିଗଡ଼ ବିଧାୟକ; ଦଳୀୟ ଆଭିମୁଖ୍ୟ ଭୁଲି…

ଥୁଆମୂଳ ରାମପୁର, ୧୬।୬(ଦୁର୍ଗା କୀର୍ତ୍ତି): ଓଡ଼ିଶାର ଗଣପର୍ବ ‘ରଜ’ ଏବେ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ମଧ୍ୟ ବେଶ୍ ଲୋକପ୍ରିୟତା ହାସଲ କରିଛି। କଳାହାଣ୍ଡି ଜିଲା ଥୁଆମୂଳ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରମ୍ଭାକୁ ହରାଇ ଛତ୍ରପୁର ଚମ୍ପିୟାନ

ଛତ୍ରପୁର, ୧୬।୬(ବିଦ୍ୟାଧର ସାହୁ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ରଜ ପର୍ବ ଉପଲକ୍ଷେ ବାବା ବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଏକ ୬-ଓଭର…

ରକ୍ତଦାନରେ ଉଲ୍ଲେଖନୀୟ ଅବଦାନ: ଜାତୀୟ ସ୍ତରରେ ସମ୍ମାନିତ ହେଲା ବରଗଡ଼ର ‘ନିଷ୍ଠା ପରିବାର’

ବରଗଡ଼, ୧୬ ଜୁନ୍ (ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ନିଷ୍ଠା ପରିବାର’ ପାଇଁ ଏକ ଗର୍ବର ବିଷୟ । ମଙ୍ଗଳବାର ଦିନ ଗୁଜରାଟର ଅହମଦାବାଦଠାରେ…

ଜୁନ୍ ୧୯ରୁ ଖଣ୍ଡୁଆଳ ମାଳି ପାହାଡ଼ ଉପରେ ପ୍ରସିଦ୍ଧ ଯାତ୍ରା: ଖଣି ଖନନ ବିରୋଧରେ ବଜ୍ର ଶପଥ ନେବେ ହଜାର ହଜାର…

ଥୁଆମୂଳ ରାମପୁର,  ୧୬।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ କର୍ଲାପାଟ ଅଭୟାରଣ୍ୟ ପାର୍ଶ୍ୱ ଖଣ୍ଡୁଆଳ ମାଳି ପାହାଡ଼ ଉପରେ ଆସନ୍ତା ଜୁନ୍ ୧୯…

ମହେନ୍ଦ୍ରତନୟାରେ ବୁଡ଼ି ଚାଲିଗଲା ଜୀବନ, ଶବାଗାରର ଅଚଳ ଆଇସ୍ ବକ୍ସକୁ ନେଇ ପ୍ରବଳ ଅସନ୍ତୋଷ

ପାରଳାଖେମୁଣ୍ଡି,  ୧୬।୬(ଗିରିଧାରୀ ପରିଛା): ଗଜପତି ଜିଲା କେରାଣ୍ଡି ଗ୍ରାମର ମହେନ୍ଦ୍ରତନୟା ନଦୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି କେରାଣ୍ଡି ଗ୍ରାମର ସୁବାସ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri