ଫଳପ୍ରଦ କରୋନା ଟିକା ଓ ଷ୍ଟେରଏଡ୍‌

ଡା. ଉମେଶ ଚନ୍ଦ୍ର ପାତ୍ର

କରୋନା ଭୂତାଣୁକୁ ମୁଖ୍ୟତଃ ଦୁଇ ବର୍ଗରେ ବିଭକ୍ତ କରାଯାଇଛି। ଆଲ୍‌ଫା ଓ ବିଟା କରୋନା। କୋଭିଡ୍‌ ଏକପ୍ରକାର ବିଟା କରୋନା ଭୂତାଣୁ । ଅତୀତରେ କରୋନା ଭୂତାଣୁ ଦ୍ୱାରା ୨୦୦୩ ଓ ୨୦୧୨-୧୩ରେ ମଧ୍ୟଏସିଆ, ଆଖପାଖ ରାଷ୍ଟ୍ର ଓ ଚାଇନାରେ ମହାମାରୀ ପରିସ୍ଥିତି ଦେଖାଯାଇଥିଲା। ସେହି ମହାମାରୀକୁ ଶ୍ୱାସ ପ୍ରକ୍ରିୟାରେ ସାଂଘାତିକ କଷ୍ଟ ସୃଷ୍ଟି କରୁଥିବା ରୋଗ ଓ ମଧ୍ୟଏସିଆର ଶ୍ୱାସ ଜଟିଳତା ରୋଗ ନାମରେ ଅଭିହିତ କରାଯାଇଛି। କିନ୍ତୁ ତାହା ଆଜିର କୋଭିଡ୍‌ ମହାମାରୀ ପରି ଏତେ ଭୟାନକ ହୋଇ ନ ଥିଲା। ଏଯାଏ କରୋନା ଭୂତାଣୁ ପାଇଁ କୌଣସି ଔଷଧ ବାହାରି ପାରିନାହିଁ। ଇବୋଲା, ଇନ୍‌ଫ୍ଲୁଏଞ୍ଜା ଓ ଅନ୍ୟ ଭୂତାଣୁ ବେମାରିରେ ଦିଆଯାଉଥିବା ଔଷଧଗୁଡ଼ିକୁ ନେଇ ଚେଷ୍ଟା ଚାଲିଛି। ଭୂତାଣୁ ଜନିତ ମହାମାରୀ ରୋକିବା ପାଇଁ ଔଷଧ ଯେତିକି ଆବଶ୍ୟକ, ତା’ଠାରୁ ରୋଗର ପ୍ରସାର ରୋକିବା ପାଇଁ ପ୍ରତିଷେଧକ ଟିକା ଅଧିକ ଲେଡା। ଟିକା ସାଧାରଣତଃ ଦୁଇ ପ୍ରକାର। ପ୍ରଥମରେ ପାସିଭ ବା ନିଷ୍କ୍ରିୟ ଟିକା ଯଥା ଇମ୍ୟୁନୋଗଲୋବୁଲିନ (ରୋଗ ମୁତାବକ ଆଣ୍ଟିବଡ଼ି) ଯାହା ଶରୀରରେ ଥିବା ଜୀବାଣୁ ବା ଭୂତାଣୁ ସହ ବାନ୍ଧି ହୋଇଯାଏ ଓ ତାକୁ ନିଷ୍କ୍ରିୟ କରିଦିଏ। ଏହାର ପ୍ରଭାବ ମାତ୍ର ଅଳ୍ପ ସମୟ ପରିଲକ୍ଷିତ ହୁଏ। ଏହି ଟିକା ମଣିଷ ଶରୀରରେ ଭୂତାଣୁ ବିରୋଧରେ ସକ୍ରିୟ ଭୂମିକା ଗ୍ରହଣ କରିପାରେନାହିଁ ଓ ଆଣ୍ଟିବଡ଼ି ସୃଷ୍ଟି କରିପାରେ ନାହିଁ। ଦ୍ୱିତୀୟରେ ଆକ୍ଟିଭ ବା କ୍ରିୟାଶୀଳ ଟିକା, ଯାହା ଜୀବାଣୁ ବା ଭୂତାଣୁର ଅଂଶବିଶେଷରୁ ଅଥବା ତା’ର ମୁଖ୍ୟ ପ୍ରୋଟିନ୍‌ରୁ ଅଂଶ ନେଇ ଅଥବା ଗବେଷଣାଗାରରେ ଭୂତାଣୁର ପ୍ରୋଟିନ୍‌ ପରି କୃତ୍ରିମ ପ୍ରୋଟିନ୍‌/ନ୍ୟୁକ୍ଲିକ୍‌ ଏସିଡ଼ ସୃଷ୍ଟିକରି ତିଆରି କରାଯାଏ। ଆକ୍ଟିଭ ଟିକା ଶରୀରର ପ୍ରତିରୋଧ ଶକ୍ତିକୁ ବଢ଼ାଇଥାଏ। ଏହି ଟିକା ଶରୀରର ଇମ୍ୟୁନିଟିରେ ସମ୍ପୃକ୍ତ ଜୀବକୋଷଗୁଡ଼ିକୁ ସେହି ଭୂତାଣୁ ବିରୋଧରେ ସନ୍ଦେଶ ଦେଇ ସେମାନଙ୍କୁ ଜାଗ୍ରତ କରାନ୍ତି। ଫଳତଃ ସେମାନଙ୍କର ଭୂତାଣୁ ନାଶ କ୍ଷମତା ବହୁଗୁଣରେ ବଢ଼ାଇ ଦିଅନ୍ତି। ପ୍ରତିରୋଧ ଶକ୍ତି ବଢ଼ିବା ପାଇଁ ପ୍ରଥମେ ଶରୀରର ଇମ୍ୟୁନ ପଦ୍ଧତିର ‘ଟି’ ଜୀବକୋଷଗୁଡ଼ିକ ଉତ୍ସାହିତ ହୋଇଥାଆନ୍ତି। ଏହି ଟି ଜୀବକୋଷଙ୍କ ପାଖରେ ସ୍ମରଣ ଶକ୍ତି ଥାଏ। ଭୂତାଣୁର ରୂପରେଖ ବିଷୟରେ ଥରେ ଜ୍ଞାତ ହେଲେ, ସେମାନେ ବହୁ ଦିନ ଧରି ତାକୁ ମନେରଖନ୍ତି। ଏଣୁ ସେମାନଙ୍କୁ ମେମୋରି ଟି ସେଲ୍‌ ବା ଜୀବକୋଷ କୁହାଯାଏ। ଏହି ଟି ଜୀବକୋଷ, ଭୂତାଣୁ ବିରୋଧରେ ଇମ୍ୟୁନୋଗଲୋବୁଲିନ୍‌ ଆଣ୍ଟିବଡ଼ି ତିଆରି କରିବା ପାଇଁ ଦକ୍ଷ ଜୀବକୋଷଗୁଡ଼ିଙ୍କୁ ପ୍ରବର୍ତ୍ତିତ କରିଥାନ୍ତି। ଏହି ପ୍ରକ୍ରିୟା ସମୟସାପେକ୍ଷ । ଫଳତଃ କ୍ରିୟାଶୀଳ ଟିକା କାର୍ଯ୍ୟକ୍ଷମ ହେବାକୁ ପ୍ରାୟ ଅତି କମ୍‌ରେ ୨୮ରୁ ୩୦ ଦିନ ସମୟ ଲାଗେ। ଯେଉଁ ବ୍ୟକ୍ତିମାନଙ୍କ ଇମ୍ୟୁନିଟି ସ୍ଥିତି ଭଲ ନଥାଏ ସେମାନଙ୍କ ପାଇଁ ହୁଏତ ଅଧିକ ସମୟ ଲାଗିପାରେ। ଏହି ଟିକା ବ୍ୟବହାର ଉପଯୋଗୀ ହେବା ପାଇଁ କେତେକ ଆବଶ୍ୟକ ଗୁଣ ରହିବା ଦରକାର। ଟିକାରେ ଥିବା ଦ୍ରବଣ ମଣିଷ ଶରୀର ପାଇଁ ଉପାଦେୟ ହେବା ଆବଶ୍ୟକ। ଏହା ଶରୀରରେ ସେହି ଭୂତାଣୁ ଜନିତ ଯାହାର ପ୍ରତିକାର ପାଇଁ ଉଦ୍ଦିଷ୍ଟ ବା ଅନ୍ୟ କୌଣସି ରୋଗ ସୃଷ୍ଟି କରିବ ନାହିଁ। ଟିକା ଯୋଗୁ ହେଉଥିବା ପାର୍ଶ୍ୱ ପ୍ରତିକ୍ରିୟା ସହଜରେ ସହ୍ୟ କରିହେଉଥିବ। ବିଶ୍ୱରେ ଶତ ସହସ୍ର ଜୈବ ବୈଜ୍ଞାନିକମାନେ ବିଭିନ୍ନ ଗବେଷଣାଗାରରେ କୋଭିଡ୍‌ ବିରୋଧରେ ଟିକା ପ୍ରସ୍ତୁତିରେ ଦିନରାତି ପରିଶ୍ରମ କରୁଛନ୍ତି। କୋଭିଡ୍‌ର ପ୍ରତିଷେଧକ ଟିକା ନିକଟ ଭବିଷ୍ୟତରେ ସମସ୍ତଙ୍କ ପାଇଁ ଉପଲବ୍ଧ ହେବାର ସମ୍ଭାବନା ଉଜ୍ଜ୍ୱଳ।
କରୋନା ମହାମାରୀକୁ ରୋକିବା ପାଇଁ ଫଳପ୍ରଦ ଔଷଧ ବାହାର କରିବା ଲାଗି ବୈଜ୍ଞାନିକମାନେ ସଂଘର୍ଷ କରୁଛନ୍ତି। ଏଭଳି ସ୍ଥିତିରେ ଗୁରୁତର କରୋନା ରୋଗୀଙ୍କ ପାଇଁ ସଞ୍ଜୀବନୀ ପାଲଟିଛି ଷ୍ଟେରଏଡ୍‌। ଲଣ୍ଡନର ବିଭିନ୍ନ ହସ୍ପିଟାଲରେ ଏହାକୁ ପ୍ରୟୋଗ କରାଯିବା ପରେ ଭଲ ଫଳ ମିଳିଛି। ଏବେ ଦୁଇଟି ଷ୍ଟେରଏଡ୍‌ ଗୁରୁତର ଆକ୍ରାନ୍ତ ରୋଗୀଙ୍କୁ ଦିଆଯାଉଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଗୁରୁତର ରୋଗୀଙ୍କ ପାଇଁ ଷ୍ଟେରଏଡ୍‌ ଥେରାପି ଆପଣାଇବାକୁ ସୁପାରିସ କରିଛି। ଜୁନ୍‌ରେ ବ୍ରିଟେନର ଏନ୍‌ଏଚ୍‌ଏସ୍‌ ହସ୍ପିଟାଲରେ ଡେକ୍ସାମିଥାସୋନ ନାମକ ଏକ ଷ୍ଟେରଏଡ କିଛି ରୋଗୀଙ୍କ ଉପରେ ପରୀକ୍ଷା କରାଯାଇଥିଲା। ଅକ୍ସଫୋର୍ଡ଼ ୟୁନିଭର୍ସିଟି ନେତୃତ୍ୱରେ ଗୁରୁତର ରୋଗୀଙ୍କ ଉପରେ ଏହା ପ୍ରୟୋଗ ହୋଇଥିଲା। ଏହା କିଛି ପରିମାଣରେ ପ୍ରଭାବୀ ପ୍ରମାଣିତ ହୋଇଥିଲା। ଅତି ଗୁରୁତର ୮ କରୋନା ରୋଗୀଙ୍କ ମଧ୍ୟରୁ ଜଣଙ୍କ ଜୀବନ ବଞ୍ଚାଇ ପାରିଥିଲା। କୋଭିଡ୍‌ ମୃତ୍ୟୁକୁ ୨୦% କମାଇବାରେ ଏଭଳି ଷ୍ଟେରଏଡ ସହାୟକ ହେଉଥିବା କୁହାଯାଉଛି। ଏବେ ହାଇଡ୍ରୋକୋର୍ଟିସୋନ ନାମକ ଅନ୍ୟ ଏକ ଷ୍ଟେରଏଡ୍‌ ଦ୍ୱାରା ଗୁରୁତର କୋଭିଡ୍‌ ରୋଗୀଙ୍କ ଜୀବନ ବଞ୍ଚାଯାଇପାରିବ ବୋଲି ଗବେଷକମାନେ କହିଛନ୍ତି। ୧,୭୦୩ ରୋଗୀଙ୍କ ଉପରେ ହୋଇଥିବା ୭ଟି ପରୀକ୍ଷାରୁ ଜାଣିବାକୁ ମିଳିଛି ଯେ, କୋଭିଡ୍‌ ମୃତ୍ୟୁକୁ ଷ୍ଟେରଏଡ ଦ୍ୱାରା ୨୦% ହ୍ରାସ କରାଯାଇପାରିବ। ଆମେରିକାନ ମେଡ଼ିକାଲ ଆସୋସିଏଶନର ପତ୍ରିକାରେ ଏ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଏ ବାବଦରେ ବ୍ରିଷ୍ଟଲ ୟୁନିଭର୍ସିଟିର ମହାମାରୀ ବିଶେଷଜ୍ଞ ପ୍ରଫେସର ଜୋନାଥନ ଷ୍ଟର୍ଣ୍ଣ କହିଛନ୍ତି, ଷ୍ଟେରଏଡ୍‌ ହେଉଛି ଏକ ସୁଲଭ ଡାକ୍ତରୀ ଉପାୟ, ଯାହାକୁ ଯେକୌଣସି ସମୟରେ ଆପଣାଯାଇପାରିବ। କୋଭିଡ-୧୯ ଦ୍ୱାରା ଅତି ପ୍ରଭାବିତ ହୋଇଥିବା ଲୋକଙ୍କ ମଧ୍ୟରେ ମୃତ୍ୟୁ କମାଇବା କ୍ଷେତ୍ରରେ ଏହା ଉପଯୋଗୀ ହୋଇପାରିବ। ବୟସ ଓ ଲିଙ୍ଗ ନିର୍ବିଶେଷରେ ଏହା ଫଳପ୍ରଦ ଉପଚାର ପାଲଟିଛି। ଅକ୍ସଫୋର୍ଡ଼ ୟୁନିଭର୍ସିଟିର ମେଡ଼ିସିନ୍‌ ପ୍ରଫେସର ତଥା ମହାମାରୀ ବିଶେଷଜ୍ଞ ମାର୍ଟିନ୍‌ ଲାଣ୍ଡରେ କହିଛନ୍ତି, କରୋନା ମହାମାରୀରେ ମୃତ୍ୟୁ ବୃଦ୍ଧି ପାଉଛି। ମୃତ୍ୟୁ କମାଇବା ପାଇଁ ଏବେ ଷ୍ଟେରଏଡ୍‌ ବ୍ୟବହାର କରିବାର ସମୟ ଆସିଛି। ଜଣେ ରୋଗୀ ଗୁରୁତର ହୋଇ ଅକ୍ସିଜେନରେ ରହିବା ପରେ ଷ୍ଟେରଏଡ୍‌ର ସହାୟତା ନିଆଯାଇପାରିବ। ଶ୍ୱାସକ୍ରିୟାରେ ଅଧିକ କଷ୍ଟ ଅନୁଭବ କରୁଥିବା ଲୋକମାନଙ୍କ ପାଇଁ ଭେଣ୍ଟିଲେଟରକୁ ଅପେକ୍ଷା ନ କରି ଷ୍ଟେରଏଡ୍‌ ଦେବା କଥା ଚିନ୍ତା କରିବା ଉଚିତ। ଉଲ୍ଲେଖଯୋଗ୍ୟ, ଇମ୍ପେରିଆଲ କଲେଜ ଲଣ୍ଡନର ପ୍ରଫେସର ଆନ୍ଥୋନି ଗର୍ଡ଼ନ (ଇନ୍‌ଟେନ୍‌ସିଭ କେୟାର ବିଶେଷଜ୍ଞ)ଙ୍କ ଦ୍ୱାରା ବ୍ରିଟେନରେ ଷ୍ଟେରଏଡ୍‌ ହାଇଡ୍ରୋକୋର୍ଟିସୋନ ଉପରେ ପରୀକ୍ଷା ହୋଇଥିଲା। କିଛି ରୋଗୀଙ୍କ ପାଇଁ ଏହା ଫଳପ୍ରଦ ହୋଇଥିଲା ଏବଂ ସେମାନଙ୍କ ଜୀବନ ବଞ୍ଚଯାଇଥିଲା। ଏ ନେଇ ପ୍ରଫେସର ଗର୍ଡ଼ନ କହିଛନ୍ତି, ଅତ୍ୟଧିକ ସଂକ୍ରମଣ କ୍ଷେତ୍ରରେ ଆମେ ଆଇସିୟୁରେ ଷ୍ଟେରଏଡ୍‌କୁ ବ୍ୟବହାର କରୁଛୁ। ଏହାଦ୍ୱାରା ପ୍ରତିରୋଧକ ବ୍ୟବସ୍ଥା ଉପରେ ଚାପ ପଡ଼ିବା ଆଶଙ୍କା ରହିଛି। ଏବେ ଷ୍ଟେରଏଡ୍‌ ଭାବେ ଡେକ୍ୱାମିଥାସୋନ, ହାଇଡ୍ରୋକୋର୍ଟିସୋନ ଏବଂ ମିଥାଇଲ ପ୍ରେଡ଼ନିସୋଲୋନକୁ ସଂକଟାପନ୍ନ କରୋନା ରୋଗୀଙ୍କ ପାଇଁ ବ୍ୟବହାର କରାଯାଇପାରିବ ବୋଲି ଜଣାପଡ଼ିଛି।
ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ,
ମୋ : ୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ରାମରାଜ୍ୟକୁ ରାସ୍ତା

ପ୍ରସଙ୍ଗଟି ଆରମ୍ଭ କରୁଛି ରାମାୟଣ କଥାରୁ। ଚଉଦବର୍ଷ ବନବାସ ପରେ ଅଯୋଧ୍ୟାର ରାଜା ପ୍ରଭୁ ରାମଚନ୍ଦ୍ର ଏକ ସ୍ବତନ୍ତ୍ରସଭା ଡାକି ଉପସ୍ଥିତ ଗରୁ ବଶିଷ୍ଠ, ବ୍ରାହ୍ମଣଗଣ ଓ…

ହାଜତ ହିଂସା ଗଣତନ୍ତ୍ର ପାଇଁ କଳଙ୍କ

ଗତ ଏକ ମାସ ମଧ୍ୟରେ ଆମ ରାଜ୍ୟର ବିଭିନ୍ନ ଥାନା ହାଜତରେ ପୋଲିସ ଦ୍ୱାରା ବର୍ବରୋଚିତ ଅତ୍ୟାଚାର ବା ତଥାକଥିତ ଥାର୍ଡ ଡିଗ୍ରୀ ପ୍ରୟୋଗର ଖବର ଚର୍ଚ୍ଚାର…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

ଏଇ ଭାରତରେ

ଆସାମର ମୋରିଗାଁ ଜିଲାର ସବୁ ସ୍କୁଲରେ ପିଲାଙ୍କୁ ଖୋ ଖୋ ପ୍ରତି ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି ଅନ୍ଧୁରାମ ଦାସ। ଏବେ ତାଙ୍କୁ ବୟସ ୮୫।…

ବିପଜ୍ଜନକ ଆହ୍ବାନ

ନିକଟରେ ସିଙ୍ଗାପୁରରେ ଅନୁଷ୍ଠିତ ଶାଙ୍ଗ୍ରି-ଲା ଡାଇଲଗ୍‌ ବା ଏସିଆ ସୁରକ୍ଷା ଶିଖର ସମ୍ମିଳନୀରେ ଆମେରିକାର ପ୍ରତିରକ୍ଷା ସଚିବ ପିଟ ହେଗ୍‌ସେଥ୍‌ ଯୋଗଦେଇଥିଲେ। ସେ ଆମେରିକାର ଏସୀୟ ସହଯୋଗୀ…

ଗାଁ କଳି ଥାନାମୁହାଁ

ଆଉ ଗାଁ ହୋଇ ନାହିଁ। ଗାଁର ଶାନ୍ତ ସୁନ୍ଦର ପରିବେଶ ଆଜି ଅଶାନ୍ତ ଓ ବିଶୃଙ୍ଖଳିତ। ରାଜନୀତିର ପ୍ରାବଲ୍ୟ, ନିଶାଗ୍ରସ୍ତ ଲୋକଙ୍କ ଦୌରାତ୍ମ୍ୟ ସର୍ବୋପରି ଚୋର, ଖଣ୍ଟ…

ଭଲ ମଣିଷ ଖୋଜା ଚାଲିଛି

ଏକ ଓଡ଼ିଆ ମଞ୍ଚ ନାଟକର ଉପରୋକ୍ତ ନାମକରଣ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ପୃଥିବୀରେ ମଣିଷ ସଂଖ୍ୟା ସିନା ବଢି ଚାଲିଛି ହେଲେ ଭଲ ମଣିଷଙ୍କ ସଂଖ୍ୟା କ୍ରମଶଃ ହ୍ରାସ…

ପଖିଆ

‘ପଖିଆ’ କହିଲେ କ’ଣ ଓ କାହାକୁ ବୁଝାଏ, ଏ କଥା ଆଜି କାଲିର ପିଲାମାନେ ଜାଣିପାରିବେନି କି କହିପାରିବେନି l କିନ୍ତୁ ଏହା ଏକ ଅତ୍ୟାବଶ୍ୟକ ବସ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri