ଅଧିମାନସରୁ ଅତିମାନସ

ଇଂ. ସୁବାସ ଚନ୍ଦ୍ର କର

ଆକର୍ଷୟତି ଇତି ‘କୃଷ୍ଣ’। ଆରାଧୟତି ଇତି ‘ରାଧା’। ଦ୍ୱାପର ଯୁଗର ଅପ୍ରାକୃତ ପ୍ରେମମୂର୍ତ୍ତି ରାଧାକୃଷ୍ଣଙ୍କର ଅବତାରିତ୍ୱର ଅନେକ ଶତାବ୍ଦୀ ପରେ ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ରୂପାନ୍ତରକାମୀ ଦ୍ୱୈତ ଅବତାର ଶ୍ରୀମା-ଶ୍ରୀଅରବିନ୍ଦଙ୍କ ଧରାବତରଣ ଘଟେ ପରମଙ୍କ ପ୍ରତିନିଧି ରୂପେ। Krushna and Radha Forever entwinned in Bliss. ପ୍ୟାରିସରୁ ଆଗତ ମୀରା ଶ୍ରୀଅରବିନ୍ଦଙ୍କ ପ୍ରଥମ ଦର୍ଶନରେ ହିଁ ତାଙ୍କୁ ଚିହ୍ନିପାରିଥିଲେ ଓ ଗାଇ ଉଠିଥିଲେ- ‘ରାଧାଙ୍କ ପ୍ରାର୍ଥନା’ । ଶ୍ରୀମା’ଙ୍କ ସ୍ବଗତୋକ୍ତି ଥିଲା – ”ଶ୍ରୀଅରବିନ୍ଦଙ୍କୁ ଦେଖିବା ମୁହୂର୍ତ୍ତରେ ମଁୁ ବୁଝିପାରିଥିଲି ଯେ ସେ ମୋର ପରିଚିତ, ଯାହାଙ୍କୁ ମୁଁ କୃଷ୍ଣ ବୋଲି କହୁଥିଲି ଏବଂ ଏତିକି କହିଲେ ଯଥେଷ୍ଟ ହେବ ଯେ ମୋ କାର୍ଯ୍ୟ ଓ ମୋ ସ୍ଥାନ ଭାରତରେ, ତାଙ୍କ ନିକଟରେ।“
କୁରୁକ୍ଷେତ୍ରର ରଣାଙ୍ଗନରେ ଗୀତା ମାଧ୍ୟମରେ ଶ୍ରୀକୃଷ୍ଣ ଅର୍ଜୁନକୁ ସ୍ବୀୟ ଅବତାର ରହସ୍ୟ ବର୍ଣ୍ଣନା କରି କହିଥିଲେ- ”ପରିତ୍ରାଣାୟ ସାଧୁନାମ୍‌ ବିନାଶାୟ ଚ ଦୃଷ୍କୃତମ୍‌, ଧର୍ମ- ସଂସ୍ଥାପନାର୍ଥାୟ, ସମ୍ଭବାମି ଯୁଗେ ଯୁଗେ।“ ଅର୍ଥାତ୍‌ ସାଧୁମାନଙ୍କର ପରିତ୍ରାଣ ଓ ଦୁଷ୍ଟମାନଙ୍କ ନିଧନ ସହିତ ପୃଥିବୀରେ ଧର୍ମ ସଂସ୍ଥାପନ ପାଇଁ ମୁଁ ଯୁଗେଯୁଗେ ସମ୍ଭବ ହେଉଛି। କିନ୍ତୁ ଅସଲ କଥା ହେଲା ଏହି ଯେ କଂସର ମୃତ୍ୟୁପରେ ବି କଂସତ୍ୱ ଜୀବିତ। ସାଧୁମାନେ ଏବେ ବି ଅସୁରକ୍ଷିତ। ଧର୍ମ ଆଜି ରକ୍ତରଞ୍ଜିତ ସିଂହାସନ ପରେ ଆସୀନ। ଏହିପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ଏହି ଅସୁରକ୍ଷିତ ମାନବସମାଜ ତଥା ସ୍ଖଳିତ ପୃଥିବୀ ଉତ୍‌ଥାନ ପାଇଁ ରୂପାନ୍ତରକୁ ବ୍ରତ କରି ଶ୍ରୀଅରବିନ୍ଦ ଅବତରି ଆସନ୍ତି। ଶ୍ରୀମା’ ହଁି ପ୍ରଭୁଙ୍କର ଚେତନା ଓ ଶକ୍ତି।
ମା’ କହନ୍ତି- ପୃଥିବୀ ଇତିହାସରେ ଆରମ୍ଭରୁ ଏହାର ସମସ୍ତ ବିରାଟ ରୂପାନ୍ତର କ୍ରିୟାରେ ଶ୍ରୀଅରବିନ୍ଦ ହିଁ ଏକ ବା ବିଭିନ୍ନ ନାମ ରୂପରେ ପୌରୋହିତ୍ୟ କରିଆସିଛନ୍ତି। ତତ୍‌ ସଙ୍ଗେସଙ୍ଗେ ମା’ଙ୍କ ସ୍ବୀକାରୋକ୍ତି ଆରମ୍ଭରୁ ଯେଉଁଠାରେ ଓ ଯେତେବେଳେ ଚେତନାର ଏକ ରଶ୍ମିର ପରିପ୍ରକାଶର ସମ୍ଭାବନା ଥିଲା- ସେଠାରେ ମୁଁ ଥିଲି ଏବଂ ଉଭୟଙ୍କର ରୂପାନ୍ତର ଗ୍ରହଣର ଉଦ୍ଦେଶ୍ୟ ହେଉଛି- ‘ପାର୍ଥିବ ଜୀବନକୁ ଦିବ୍ୟ ଜୀବନରେ ରୂପାନ୍ତରିତ କରିବା।’ ଶ୍ରୀଅରବିନ୍ଦଙ୍କ ଭାଷାରେ ”କୃଷ୍ଣ ଏକ ଚେତନାର ପ୍ରତୀକ। ଅଧିମାନସ-ଚେତନାର ପ୍ରତିନିଧି। ଅଧିମାନସ ସର୍ବୋଚ୍ଚ ସତ୍ୟଚେତନା। ଅଧ୍ୟାମତ୍-ମାନସର ଶୀର୍ଷସୀମା, ଅତିମାନସକୁ ପ୍ରବେଶପଥ।
୧୯୨୬ ମସିହା ନଭେମ୍ବର ୨୪ ତାରିଖରେ ଶ୍ରୀଅରବିନ୍ଦ ଏହି ଅଧିମାନସ- ଶ୍ରୀକୃଷ୍ଣ-ଚେତନାର ସିଦ୍ଧି ଲାଭ କରିଥିଲେ। ସେହି ଦିନରୁ ଆରମ୍ଭ ହୁଏ ତୀବ୍ର ସାଧନା ଅତିମାନସ ସିଦ୍ଧି ଯାଏ। ଏହି ଦିନ ହିଁ ‘ବିଜୟ ଦିବସ।’ ଏହି ଅବିସ୍ମରଣୀୟ ଦିନରୁ ଶ୍ରୀଅରବିନ୍ଦଙ୍କ ମଧ୍ୟରେ ସମ୍ଭାବ୍ୟ-ଦୈବୀଗ-ପରିବର୍ତ୍ତନ। His Actions framed the movements of the gods.
ପ୍ରଭୁଙ୍କ ମତରେ ‘ଶ୍ରୀକୃଷ୍ଣ ଅତିମାନସ ନୁହନ୍ତି। ଶ୍ରୀକୃଷ୍ଣଙ୍କର ଅବତାରଣର ଅର୍ଥ ହେଉଛି ଅଧିମାନସ-ଈଶ୍ୱରଙ୍କ ଅବତରଣ, ଯାହା ଅତିମାନସ ଅବତରଣ ପାଇଁ ପଥ ପ୍ରସ୍ତୁତ କରିଥାଏ। ଯଦିଓ ସେ ସ୍ବୟଂ ତାହା ନୁହନ୍ତି, ଶ୍ରୀକୃଷ୍ଣ ହେଉଛନ୍ତି ଆନନ୍ଦମୟ।’ ଗୀତାରେ ଶ୍ରୀକୃଷ୍ଣଙ୍କ ବିଶ୍ୱରୂପର ବର୍ଣ୍ଣନା ରହିଛି। ‘ସାବିତ୍ରୀ’ମହାକାବ୍ୟରେ ମଧ୍ୟ ବିଶ୍ୱରୂପ ଦର୍ଶନର ଚମକତ୍ାର ବ୍ୟାଖ୍ୟା। ଶ୍ରୀଅରବିନ୍ଦଙ୍କ ଭାଷାରେ ଭଗବାନଙ୍କ ବିଶ୍ୱରୂପ ଏକ କଳ୍ପନା ନୁହେଁ, ଏକ ଉପମା ନୁହେଁ, ଏକବାର ସତ୍ୟ। ବିଶ୍ୱରୂପ କାରଣ ଜଗତର ସତ୍ୟ। କାରଣ ଜଗତର ସ୍ବରୂପ ଦିବ୍ୟ ଚକ୍ଷୁରେ ଦେଖାଯାଏ। ପୁନଶ୍ଚ ଶ୍ରୀକୃଷ୍ଣ କୌଣସି ଦୈହିକ-ରୂପାନ୍ତର-ସାଧନ କରିବାକୁ ପ୍ରବୃତ୍ତ ହୋଇ ନ ଥିଲେ। ତେଣୁ ତାଙ୍କ କ୍ଷେତ୍ରରେ ଏପରି କୌଣସି ବସ୍ତୁ ଆଶା କରିବା ବୃଥା। ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କର୍ମ ମାଧ୍ୟମରେ ମୁକ୍ତିଲାଭ କରିବାକୁ ଶିକ୍ଷା ପ୍ରଦାନ କରିଥିଲେ, କିନ୍ତୁ କୌଣସି ଦୈହିକ ରୂପାନ୍ତର କଥା କହିନାହାନ୍ତି। ଶ୍ରୀଅରବିନ୍ଦଙ୍କ ପୂର୍ଣ୍ଣ ଯୋଗରେ କର୍ମ ମଧ୍ୟ ସର୍ବାଧିକ ପ୍ରାଧାନ୍ୟ ଲାଭ କରିଥାଏ। “Work is the body’s best prayer for the divine.”
ପ୍ରଭୁ ଲେଖନ୍ତି- ”ଶ୍ରୀକୃଷ୍ଣ ମୋ ଯୋଗର ପଥପ୍ରଦର୍ଶକ ଥିଲେ ଏବଂ ମୁଁ ତାଙ୍କ ସହ ଏକାତ୍ମତା ଲାଭ କରିଛି। ଏହା ମୋର ପ୍ରତିଦିନର ଓ ପ୍ରତ୍ୟେକ ଘଣ୍ଟାର ଅନୁଭୂତି ଏବଂ ମୋ ଚେତନା ସହ ସେ ନିବିଡ଼ଭାବେ ଯୁକ୍ତ।“ ପୁନଶ୍ଚ ପ୍ରଭୁଙ୍କ ଉପଦେଶାନୁସାରେ -” ତୁମେ ଯଦି ଶ୍ରୀକୃଷ୍ଣଙ୍କ ନିକଟରେ ଆମତ୍ସମର୍ପଣ କର, ତାହା ମୋ ନିକଟରେ ମଧ୍ୟ ଆମତ୍-ସମର୍ପଣ। ତପତ୍ରେ ପ୍ରଭୁଙ୍କ ସ୍ପଷ୍ଟୋକ୍ତି- ଶ୍ରୀକୃଷ୍ଣ ହିଁ ତୁମକୁ ମା’ଙ୍କ ନିକଟକୁ ଆଣିଛନ୍ତି ଓ ମା’ଙ୍କୁ ପୂଜା କରିବା ଦ୍ୱାରା ହିଁ ତୁମେ ତାଙ୍କୁ ପାଇପାରିବ। ଶ୍ରୀକୃଷ୍ଣ ସ୍ବୟଂ, ଏ ଆଶ୍ରମରେ ବିଦ୍ୟମାନ ଓ ଏଠାରେ ତାଙ୍କର କାର୍ଯ୍ୟ ହିଁ ଚାଲିଛି।“ ଶ୍ରୀମା’ଙ୍କ ବାକ୍ୟରୁ ଆମର ବିଶ୍ୱାସ ବିଶାଳ ହୋଇଯାଏ ଯେ ମହାନ୍‌ତମ ଦେବତା ବି ମୋର ସନ୍ତାନ। ଶ୍ରୀକୃଷ୍ଣ ମୋର ସନ୍ତାନ, ସେମାନେ ସମସ୍ତେ ମୋ ଆଗରେ ଶିଶୁଭଳି।
ମନେପଡ଼େ ଶ୍ରୀଅରବିନ୍ଦଙ୍କ ପଣ୍ଡିଚେରୀ-ସାଗର-ଯାତ୍ରା। ତାଙ୍କର ଜାହାଜକୁ ଏକ ଡଙ୍ଗା ଅନୁଗମନ କରୁଥିବା ଦେଖି ପ୍ରଭୁଙ୍କ ସହଯାତ୍ରୀ ଭୀତ ଓ ଚିନ୍ତିତ ହୋଇପଡ଼ିଲେ। କାଳେ ସେମାନେ ବ୍ରିଟିଶ-ଗୁପ୍ତଚର ହୋଇଥିବେ। କିନ୍ତୁ ପ୍ରଭୁ ନୀରବ, ନିଶ୍ଚଳ। କିଛି ଦୂର ଆସି ସେ ଡଙ୍ଗାଟି ଉଭାନ ହୋଇଗଲା। ପରେ ଶ୍ରୀଅରବିନ୍ଦ ସ୍ପଷ୍ଟ କଲେ ଯେ- ଅନୁଗମନ କରୁଥିବା ଡଙ୍ଗାରେ ସ୍ବୟଂ ଶ୍ରୀକୃଷ୍ଣ ଉପସ୍ଥିତ ରହି ଆମକୁ ସୁରକ୍ଷା ପ୍ରଦାନ କରୁଥିଲେ।
ଏବେ କାରାଗାର ମଧ୍ୟସ୍ଥ ସର୍ବବାସୁଦେବମୟ ଅନୁଭୂତିର ଅବତାରଣା ଅତି ପ୍ରାସଙ୍ଗିକ ମନେହୋଇପାରେ। ଶ୍ରୀଅରବିନ୍ଦଙ୍କ ଅନୁଭୂତିରେ ସେ ଏକ ଖଦଡ଼ାକମ୍ବଳ ମଧ୍ୟରେ ନୀତି ଅନୁଭବ କରୁଥିଲେ ତାଙ୍କର ବନ୍ଧୁ ତଥା ପ୍ରେମୀ ଶ୍ରୀକୃଷ୍ଣଙ୍କ ଯୁଗଳବାହୁର ଆଲିଙ୍ଗନ। ପ୍ରଭୁ ପୁନର୍ବାର ପ୍ରକାଶ କରନ୍ତି, ”ଜେଲ ମଧ୍ୟରେ ମୁଁ ବନ୍ଦୀ ଚୋର, ହତ୍ୟାକାରୀ, ଠକମାନଙ୍କୁ ଦେଖିଲି। ସମସ୍ତ ଅନ୍ଧକାରମୟ ଆତ୍ମା ଓ ଅବ୍ୟବହୃତ ଶରୀର ମଧ୍ୟରେ ସ୍ବୟଂ ବାସୁଦେବ ବିଦ୍ୟମାନ। କୋଠରି ସାମ୍ନାର ଗଛରେ ଥିଲେ ବାସୁଦେବ। ସେ ନିଜ ଛାୟାରେ ମୋତେ ଆବୃତ୍ତ କରି ରଖିଥିଲେ।“ ଅନ୍ୟ ଏକ ଦୃଷ୍ଟାନ୍ତଛଳରେ ପ୍ରଭୁ ତତ୍କାଳୀନ ଦୌରାଜଜ୍‌ କଚେରିର ସ୍ମୃତି ଅବଧାରଣା କରି କୁହନ୍ତି- ”ଯେତେବେଳେ କୋର୍ଟ ଖୋଲିଲା- ଆନ୍ତଃ ନିର୍ଦ୍ଦେଶାନୁସାରେ ମୁଁ ମାଜିଷ୍ଟ୍ରେଟ୍‌ଙ୍କୁ ତଥା ଦଣ୍ଡବିଧାନକାରୀ ଉପଦେଷ୍ଟାଙ୍କୁ ଦେଖି ଜାଣିଲି: ମାଜିଷ୍ଟ୍ରେଟ୍‌ ବାସୁଦେବ ନାରାୟଣ, ଯିଏ କି ବେଞ୍ଚରେ ଆସୀନ ଥିଲେ। ସେହି ଦଣ୍ଡବିଧାନକାରୀଙ୍କ ମଧ୍ୟରେ ସ୍ବୟଂ ଶ୍ରୀକୃଷ୍ଣ ବର୍ତ୍ତମାନ ଥାଇ ସ୍ମିତ ହସୁଛନ୍ତି ଏବଂ ମୋ ଆଡ଼େ ଚାହିଁ କହୁଛନ୍ତି- ”ମୁଁ ପଥ ପ୍ରଦର୍ଶନ କରୁଅଛି। ଭୟ କର ନାହିଁ। ବରଂ ଯେଉଁ କାର୍ଯ୍ୟ ପାଇଁ ଜେଲକୁ ତୁମକୁ ଆଣିଛି; ସେହି କାମ ପ୍ରତି ଧ୍ୟାନ ଦିଅ। କି ଚମତ୍କାର ଏଇ ଉପଲବ୍ଧି।“
ଜଗତକୁ ଉପଦେଶ ଦେଇ ଶ୍ରୀଅରବିନ୍ଦ କହିଛନ୍ତି- ”କେବଳ କୃଷ୍ଣ, ଖ୍ରୀଷ୍ଟ ଓ ବୁଦ୍ଧଙ୍କୁ ପୂଜା କରିବା ଯଥେଷ୍ଟ ନୁହେଁ, ଯଦି ଆମ ମଧ୍ୟରେ କୃଷ୍ଣ, ଖ୍ରୀଷ୍ଟ ଏବଂ ବୁଦ୍ଧଙ୍କ ପ୍ରକାଶ ଓ ସୃଷ୍ଟି ନ ହୋଇଛି। ଆମ ଯାତ୍ରାର ଲକ୍ଷ୍ୟ ସମ୍ପର୍କରେ ଶ୍ରୀମା’ଙ୍କ ସ୍ପଷ୍ଟୋକ୍ତି – ”ମୁଁ ତାଙ୍କୁ ଶ୍ରୀକୃଷ୍ଣ ବୋଲି ଡାକେ। ତେଣୁ ସଚେତନ ହେଲି ଯେ ଦିନେ ନା ଦିନେ ମୁଁ ତାଙ୍କୁ ଏ ପୃଥିବୀ ଉପରେ ଭେଟିବି ଏବଂ ତାଙ୍କର ଦିବ୍ୟକର୍ମ ଏ ପୃଥିବୀରେ ରୂପାୟିତ ହୋଇପାରିବ।“
ଅଧିମାନସରୁ ଅତିମାନସର ଯାତ୍ରୀ ତଥା ପ୍ରାପ୍ତକାରୀ ଶ୍ରୀଅରବିନ୍ଦଙ୍କର ଅତିମାନସର ବର୍ଣ୍ଣନା ବିରଳ ଓ ଚମତ୍କାର। “Supermind is Superman.” ଅର୍ଥାତ୍‌ ‘ମନରୁ ମାନବପରି ଅତି ମାନସରୁ ଅତିମାନବ।’ ଏଥିପାଇଁ ସର୍ତ୍ତ ହେଲା ମନର ସୀମାତିକ୍ରମଣ, ସତ୍ୟ ହିଁ ଏହାର ଭିତ୍ତିଭୂମି। ଅତିମାନବ ହେବାକୁ ହେଲେ ଏକ ଦିବ୍ୟଜୀବନରେ ବାସ କରିବାକୁ ହେବ। ଦେବତା ହୋଇ ଉଠିବାକୁ ହେବ କାରଣ ଦେବତାମାନେ ହିଁ ଈଶ୍ୱରଙ୍କ ଶକ୍ତି।
ଅତି ମାନସ ଶକ୍ତିର ଅବତରଣ ଘଟିଲା। ପୃଥିବୀ ଅପ୍ରସ୍ତୁତ। ଅତଏବ ସେ ଶକ୍ତିକୁ ନିଜ ହୃଦୟ ମଧ୍ୟରେ ଧରିବା ପାଇଁ ଶ୍ରୀଅରବିନ୍ଦ ଇଚ୍ଛାମୃତ୍ୟୁକୁ ବାଛିନେଲେ। ଏହି ଅବତରଣର ପ୍ରଥମ ବାର୍ଷିକୀ ପାଳନର ପୂର୍ବ ସନ୍ଧ୍ୟାରେ ସ୍ବୟଂ ଶ୍ରୀକୃଷ୍ଣ ମା’ଙ୍କ ନିକଟକୁ ଆସି ଭକ୍ତମାନଙ୍କୁ ଆଶୀର୍ବାଦ ପୁଷ୍ପ ବଣ୍ଟନ କରିବାର ଅଭିଳାଷ ପୋଷଣ କରନ୍ତେ ମା’ ରାଜି ହୋଇଗଲେ। ପରଦିନ ମା’ଙ୍କ କୋଳରେ ବସି ଶ୍ରୀକୃଷ୍ଣ ଆଶିଷ ବାଣ୍ଟିଲେ, ସେ ଦୃଶ୍ୟ ବାସ୍ତବିକ ସମ୍ମୋହନକାରୀ ଓ ଅନନ୍ୟ।
କୃଷ୍ଣଙ୍କ ବନ୍ଦୀଶାଳାରେ ଜନ୍ମ ପରି ଶ୍ରୀଅରବିନ୍ଦଙ୍କ କାରାବରଣ; କୃଷ୍ଣଙ୍କ ଗୋପ-ମଥୁରା ବିଚରଣପରି ଶ୍ରୀଅରବିନ୍ଦଙ୍କ ଚଉଦ ବର୍ଷର- ବିଲାତବାସ, ଶ୍ରୀକୃଷ୍ଣଙ୍କ କୁରୁକ୍ଷେତ୍ର ପରି ପ୍ରଭୁଙ୍କର ବ୍ରିଟିଶ-ବିରୋଧୀ-ଆନ୍ଦୋଳନ; ରାଧା-କୃଷ୍ଣଙ୍କ ଅବତାରର ଆଧାରରେ ମା’-ପ୍ରଭୁଙ୍କର ରୂପାନ୍ତର-ଅବତାର। କି ଚମତ୍କାର ସଂଯୋଗ! କୃଷ୍ଣଙ୍କ ମାଧ୍ୟମରେ ଶ୍ରୀଅରବିନ୍ଦଙ୍କର ଅଧିମାନସରୁ ଅତିମାନସ ଅଭିଯାତ୍ରା। ଶେଷରେ ପଦଟି, ଉପସଂହାରରେ- “Living in Krushna, even enmity becomes a play of love and the wrestling of the brothers.”
ଚନ୍ଦ୍ରାଲୋକ ମାର୍କେଟ, ନୀଳାଦ୍ରି ବିହାର,
ଚନ୍ଦ୍ରଶେଖରପୁର, ଭୁବନେଶ୍ୱର, ମୋ:୯୮୬୧୩୯୬୪୪୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଟ୍ରିସ୍କୁଟର ବିଷୟରେ କେବେ ଶୁଣିଛନ୍ତି କି। ଏଭଳି ସ୍କୁଟର ନିର୍ମାଣ କରିଛନ୍ତି ମାଙ୍ଗାଲୁରର ଗଣପତି ଭଟ୍ଟ । ଏହି ସ୍କୁଟର ରାସ୍ତାରେ ନ ଚାଲି କେବଳ...

ନକାରାତ୍ମକ ଖବର ଜାଣିବାର ଇଚ୍ଛା

ଡା. ସମ୍ରାଟ କର ସେଦିନ ବଡ଼ିସକାଳୁ ମୋର କମ୍ପ୍ୟୁଟର କ୍ଷିପ୍ରଲିଖ ସହକାରୀ ଶ୍ରଦ୍ଧେୟ ଶ୍ରୀକାନ୍ତର ଫୋନ ବାଜିଉଠିଲା। ସକାଳୁଆ ଶୁଭେଚ୍ଛା ଜଣାଇବା ସହ ବ୍ୟସ୍ତଭରା କଣ୍ଠରେ...

ଶକ୍ତ ବ୍ରେକ୍‌ ଆବଶ୍ୟକ

ଡ. ସନ୍ତୋଷ କୁମାର ମହାପାତ୍ର ଥରେ ଜଣେ ବନ୍ଧୁ ଦେଖାହେଲେ ଏବଂ ପଚାରିଲେ- ”ତମେ ସର୍ବଦା ବାମପନ୍ଥୀ ଚିନ୍ତାଧାରାରେ ଲେଖୁଛ ଏବଂ ଅନ୍ୟକୁ ସମାଲୋଚନା କରୁଛ।...

ହ୍ବେନ୍‌ ଇନ୍‌ ରୋମ୍‌…

ନିକଟରେ କାନାଡ଼ାର ଭାଙ୍କୋଭର ସହରରେ ଭାରତୀୟ ଛାତ୍ର ଚିରାଗ ଆନ୍ତିଲଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଚିରାଗଙ୍କ ଘର ହରିୟାଣାରେ ଓ ସେ ୨୦୨୨ରେ ଉଚ୍ଚଶିକ୍ଷା ପାଇଁ...

ଏଇ ଭାରତରେ

ଘରର ସୌନ୍ଦର୍ଯ୍ୟ ପାଇଁ ବଗିଚାରେ ସୀମିତ ନରହି ସେଥିରୁ କେମିତି କିଛି ଉତ୍ପାଦନ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯିବା ଦରକାର। ଗୋଟିଏ କି ଦୁଇ...

ଗଣତାନ୍ତ୍ରିକ ଏକଚ୍ଛତ୍ରବାଦ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ   ଗଣତନ୍ତ୍ର ଏବଂ ଏକଚ୍ଛତ୍ରବାଦ ଦୁଇଟି ବିପରୀତବୋଧକ ଶବ୍ଦ ହୋଇଥିଲେ ମଧ୍ୟ ସମୟ ସମୟରେ ଗଣତନ୍ତ୍ରର ଖୋଳପା ପିନ୍ଧି ସଂଖ୍ୟାଗରିଷ୍ଠତାକୁ ଆଶ୍ରୟ କରି...

ସ୍ମାର୍ଟ ପିଲାଙ୍କ ମାଆବାପା

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ଅଳ୍ପଦିନ ତଳେ ରାଜଧାନୀର ଏକ ନାମୀଦାମୀ ଇଂରାଜୀ ସ୍କୁଲର ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ହୋଇଥିଲା ଏକ ଅଭିନବ କାର୍ଯ୍ୟକ୍ରମ।...

ଯୁଦ୍ଧାଭିମୁଖୀ

ଦୁଇବର୍ଷ ପୂର୍ବେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଏବଂ ଗତବର୍ଷ ୭ ଅକ୍ଟୋବରରେ ଇସ୍ରାଏଲ-ହମାସ ଯୁଦ୍ଧର ପରିଣତି ବିଶ୍ୱ ଦେଖିଚାଲିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ୧୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri