ଏଇ ଭାରତରେ

କୋଭିଡ୍‌-୧୯ ମହାମାରୀ ଯୋଗୁ ଚଳିତବର୍ଷ ଦୀପାବଳି ଧୁମ୍‌ଧାମରେ ପାଳନ କରାଯାଇ ନ ଥିଲେ ବି ଦେଶର କେତେକ ଅଞ୍ଚଳରେ କିଛି ଘଣ୍ଟା ପାଇଁ ପାଳନ କରାଯାଇଥିଲା। ଏହାକୁ ଆମେ ଆଧ୍ୟାମତ୍ିକ ଦୃଷ୍ଟିକୋଣରୁ ଦେଖୁଥିବାବେଳେ ଚେନ୍ନାଇର ହାଫିଜ ଖାଁ ପରିବେଶକୁ ବାଣ ବର୍ଜ୍ୟମୁକ୍ତ କରିବାରେ ଲାଗିଛନ୍ତି। କେବଳ ଏତିକି ନୁହେଁ, ବାଣ ଫୁଟିବା ପରେ ଫାୟାରକ୍ରାକର କେସ୍‌ ବା ବାଣଖୋଳ ସଂଗ୍ରହ କରି ସେଥିରେ ଚାରା ଉତାରୁଛନ୍ତି। ଗତ ବର୍ଷ ସେ ପ୍ରଥମେ ଏଭଳି ଅଭିଯାନ ଆରମ୍ଭ କରି ୨୭,୦୦୦ଖୋଳ ସଂଗ୍ରହ କରିଥିଲେ। ଚଳିତବର୍ଷ ହାଫିଜ ୮୦,୦୦୦ ଖୋଳ ସଂଗ୍ରହ କରିଛନ୍ତି। ସେ କମ୍ୟୁନିଟି ଟ୍ରି ଏନ୍‌ଜିଓ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ଏନ୍‌ଜିଓର ସଦସ୍ୟମାନେ ଘର ଘର ବୁଲି ରକେଟ୍‌ ସେଲ, ସିଲଣ୍ଡ୍ରିକାଲ କେସ୍‌,ଫ୍ଲାଓ୍ବାରପଟ୍‌ କିମ୍ବା ଫାଉଣ୍ଟେନ କ୍ରାକର ଆଦିର ଖୋଳ ସଂଗ୍ରହ କରୁଛନ୍ତି। ଯେଉଁ ମାନଙ୍କଠାରୁ ବାଣଖୋଳ ଆଣିଥାନ୍ତି ସେମାନଙ୍କୁ ସେଥିରେ ଗଛ ଲଗାଇ ଦେଇଥାନ୍ତି। ଯେଉର୍ଁମାନେ ଏହାକୁ ନେବାଲାଗି ଚାହାନ୍ତିନି ସେମାନେ ପୁଣି ଆମକୁ ତାହା ଫେରାଇ ଦିଅନ୍ତି ବୋଲି କହନ୍ତି ହାଫିଜ୍‌। ହାଫିଜଙ୍କ ବର୍ତ୍ତମାନ ବୟସ ୫୦। ସେ ଏବେ କମ୍ୟୁନିଟି ଟ୍ରି ନର୍ସରିରେ ୪୦,୦୦୦ ଚାରା ଉତାରିଛନ୍ତି। ଏଥି ମଧ୍ୟରେ ରହିଛି ପଣସ, ଅଁଳା,ପିଜୁଳି, ନିମ୍ବ ସମେତ ବିଭିନ୍ନ ପ୍ରକାର ଚାରା । ଏହି ଚାରାଗୁଡିକୁ ସେମାନେ ବିଭିନ୍ନ ସ୍ଥାନରେ ଲଗାଉଛନ୍ତି। ବାଣ ଖୋଳରେ ଥିବା ରାସାୟନିକ ପଦାର୍ଥ ଦୂର କରିବା ଲାଗି ତାହାକୁ ଗୋବରରେ ସଫା କରି ଚାରା ଲଗାଯାଉଛି। ସେ ଏବେ ଚାରାକୁ ଅନ୍ୟ ରାଜ୍ୟରେ ବିକ୍ରି କରିବା ଲାଗି ଯୋଜନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri