ଜୀବିକା ସହଜ ପାଇଁ ସହଯୋଗ କର

ଅନୁଗୋଳ ଅଫିସ, ୭।୫ – ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭାଗୃହ ଠାରେ ବ୍ୟାଙ୍କ ସମୂହ ଜିଲା ପରାମର୍ଶଦାତା କମିଟିର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ତାଲା ବନ୍ଦ ଯୋଗୁ ଜିଲାର ଅର୍ଥନୀତି ଲୋକଙ୍କ ଜୀବନ ଓ ଜୀବିକା ଉପରେ କିପରି ପ୍ରଭାବ ପକାଉଛି ସେ ସମ୍ପର୍କରେ ଜିଲାପାଳ ବୈଠକରେ ଅବଗତ କରିଥିଲେ। ତେଣୁ ସମସ୍ତ ବ୍ୟାଙ୍କ ଏହି ଲକ୍‌ଡାଉନ୍‌ ସମୟରେ ପ୍ରଭାବିତ ଚାଷୀ, ଶ୍ରମିକ, ସ୍ବୟଂ ସହାୟକ ଗୋଷ୍ଠୀ, ଜନଧନ ହିତାଧିକାରୀ ଓ ଶିଳ୍ପଦ୍ୟୋଗୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଋଣ ସହଜରେ ଯୋଗାଇ ଦେବା ସହ ଅର୍ଥନୈତିକ କାର୍ଯ୍ୟ ପ୍ରକ୍ରିୟାର ପୁନଃ ଆରମ୍ଭ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ।
ଗରିବ ଲୋକମାନେ ସେମାନଙ୍କ ଜୀବିକା ଅର୍ଜନ ଯେପରି ସହଜରେ କରିବା ପାଇଁ ସକ୍ଷମ ହେବେ ସେଥିପ୍ରତି ବ୍ୟାଙ୍କଗୁଡ଼ିକ ବିଶେଷ ଯନତ୍ବାନ ହେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ବ୍ୟାଙ୍କ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ରହିବା ସହ ଖରାଦିନକୁ ଦୃଷ୍ଟିରେ ରଖି ଗ୍ରାହକଙ୍କ ପାଇଁ ଛାଉଣି ସହ ପାନୀୟ ଜଳ ବ୍ୟବସ୍ଥା କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ସେହିପରି କୃଷି, ଉଦ୍ୟାନ କୃଷି, ମତ୍ସ୍ୟ, ପଶୁ ସମ୍ପଦ ଆଦି ବିଭିନ୍ନ କ୍ଷେତ୍ରରେ ହିତାଧିକାରୀଙ୍କୁ ତୁରନ୍ତ ଋଣ ପ୍ରଦାନ କରି ଉପଲବ୍ଧ ଥିବା ରିହାତି ପାଇବାରେ ସହାୟତା କରିବାକୁ ଜିଲାପାଳ କହିଥିଲେ। ପ୍ରାରମ୍ଭରେ ଏଲ୍‌ଡିଏମ୍‌ ମହେଶ୍ୱର ଗୌଡ଼ ବୈଠକର କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ। ଏହି ବୈଠକରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୂଲ୍ୟ କୁମାର ଚମ୍ପତିରାୟଙ୍କ ସମେତ ବିଭିନ୍ନ ବ୍ୟାଙ୍କ କର୍ତ୍ତୃପକ୍ଷ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଯୁବକଙ୍କୁ ନିର୍ଧୂମ୍‌ ଛେଚିଲେ

ସଜନାଗଡ଼,୧୯।୧୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ମିତ୍ରପୁର ଅଞ୍ଚଳରେ ଦୁଇ ବ୍ୟାଟେରି ଚୋରଙ୍କୁ ଧରି ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରି ପୋଲିସ ଜିମା...

କେନ୍ଦୁଝରରେ ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫ରେ ପହଞ୍ଚିଲା

କେନ୍ଦୁଝର,୨୫।୬: (ସ୍ବ.ପ୍ର.) କେନ୍ଦୁଝର ଜିଲାରେ ଗୁରୁବାର ଆଉ ୫ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୫କୁ...

ପ୍ରତିଭା ବଳରେ ପରିଚୟ ସୃଷ୍ଟି କର: ରାଜ୍ୟପାଳ

ଜଗତ୍‌ସିଂହପୁର ଅଫିସ/ନାଉଗଁା,୨୫ା୧୨(ସ୍ବ.ପ୍ର.): ଓଡ଼ିଶା ମାଟି ହେଉଛି ସ୍ବତନ୍ତ୍ର। ଏହି ମାଟିରେ ଗୋପବନ୍ଧୁ ଦାସ, ବକ୍ସି ଜଗବନ୍ଧୁଙ୍କ ଭଳି ଅନେକ ମହାତ୍ମାଙ୍କ ଜନ୍ମ ହୋଇଛି। ଗୋପବନ୍ଧୁ, ବକ୍ସି...

୧୫୫୦୧ ଟଙ୍କାରେ ଆଜ୍ଞା ଲଡ଼ୁ ନିଲାମ

ବଇଣ୍ଡା,୧୦।୧୦(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁର ଗ୍ରାମରେ ଚାଲିଥିବା ସପ୍ତାହେବ୍ୟାପୀ ଦୁର୍ଗାପୂଜାର ଭସାଣି ଉତ୍ସବ ବୁଧବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିସହିତ ମା’ଙ୍କଠାରେ ଲାଗିଥିବା...

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ କର୍ମଚାରୀଙ୍କୁ କରୋନା

ଝାରସୁଗୁଡ଼ା ଅଫିସ,୨୫ା୭: ଝାରସୁଗୁଡ଼ା ବିଧାୟକ ତଥା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସଙ୍କ ବ୍ୟକ୍ତିଗତ କର୍ମଚାରୀ ଶନିବାର...

ସାଳନ୍ଦୀ କୂଳରେ ଭୂସ୍ଖଳନ

ଆରଡ଼ି, ୨୧।୯( ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡ଼ି ପଞ୍ଚାୟତର ଶୀତଳପୁରଠାରେ ସାଳନ୍ଦୀ ନଦୀକୂଳରେ ମଙ୍ଗଳବାର ସକାଳେ ପୁଣି ଭୁସ୍ଖଳନ ହୋଇଛି। ଫଳରେ...

ଟ୍ରାକ୍ଟର ଡାଲାରୁ ଖସି ଯୁବକଙ୍କ ପ୍ରାଣଗଲା

ତୁମୁଡିବନ୍ଧ,୨୫।୫(ଡି.ଏନ୍‌.ଏ.)- ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ ଟ୍ରାକ୍ଟର ଡାଲାରୁ ଖସିପଡି ଜଣେ ଯୁବକଙ୍କର ଶନିବାର ମୃତ୍ୟୁ ହୋଇଛି। ସେ ହେଲେ ତୁମୁଡିବନ୍ଧ ପଞ୍ଚାୟତ ଝରିଆପଦା ଗ୍ରାମର ବାଲେଶ୍ୱର...

ସଂକ୍ରମିତଙ୍କୁ କଲ୍‌ ସହ ଜୁମ୍‌ ଭିସିରେ ବୁଝାଯାଉଛି ସ୍ବାସ୍ଥ୍ୟବସ୍ଥା: ୧୫ରୁ ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା

ଛତ୍ରପୁର,୧୪।୮(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଛତ୍ରପୁର ସବ୍‌ଡିଭିଜନରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା କମୁଛି। ୮୧ ପ୍ରତିଶତ ଲୋକ କରୋନାରୁ ସୁସ୍ଥ ହେବା ସହ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ...

Advertisement
Archives

Model This Week