ଜବରଦଖଲମୁକ୍ତ ହେଲା ସରକାରୀ ପୋଖରୀ: ଦଖଲକାରୀ ପରିବାର ଦେବେ ୨୬ ଲକ୍ଷ ୧ ହଜାର ୫୫୫ ଟଙ୍କା

ଅନୁଗୋଳ ଅଫିସ,୪ା୬ – ଦୀର୍ଘବର୍ଷ ଧରି ଜବରଦଖଲରେ ଥିବା ମତ୍ସ୍ୟ ବିଭାଗର କେତେକ ପୋଖରୀ ମଙ୍ଗଳବାର ଦଖଲମୁକ୍ତ ହୋଇଛି। ଏହାପରେ ବୁଧବାର ଅନୁଗୋଳ ମତ୍ସ୍ୟ ବିଭାଗ ଉକ୍ତ ପୋଖରୀରୁ ମାଛ ମାରିଥିବା ସୂଚନା ମିଳିଛି।
ପ୍ରକାଶ ଯେ, ଅନୁଗୋଳ ସହର ମଦନମୋହନପଡାରେ ମତ୍ସ୍ୟ ବିଭାଗର ପୋଖରୀ ରହିଛି। ୨୦୦୪ରେ ତାହାକୁ ଜଣେ ବ୍ୟକ୍ତିଙ୍କୁ ଲିଜ୍‌ ଆକାରରେ ଦିଆଯାଇଥିଲା। ୨୦୧୮ରେ ଲିଜ୍‌ ଅବଧି ଶେଷ ହୋଇଥିଲା। କିନ୍ତୁ ଲିଜ୍‌ଧାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଉକ୍ତ ସରକାରୀ ପୋଖରୀକୁ ନିଜ ଅକ୍ତିଆରରେ ରଖିଥିଲେ। ପୋଖରୀ ଫେରାଇ ଆଣିବାକୁ ଉଦ୍ୟମ କରିଥିଲେ ବି ମତ୍ସ୍ୟ ବିଭାଗ ବିଫଳ ହୋଇଥିଲା। ତେବେ ଗତ ମାସରେ ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନ ଅନୁଗୋଳ ଗସ୍ତରେ ଆସିଥିବା ବେଳେ ଏ ସମ୍ପର୍କରେ ଜାଣି ସମାଧାନ ପାଇଁ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ସହ ଆଲୋଚନା କରିଥିଲେ। ଜିଲାପାଳ ଏହାର ସମାଧାନ ଉପଜିଲାପାଳ ବାସୁଦେବ ଶତପଥୀଙ୍କ କୋର୍ଟରେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉପଜିଲାପାଳ ଏହାର ସମାଧାନ କରିବା ସହ ପୋଖରୀରୁ ମାଛ ମାରିବାକୁ ମତ୍ସ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ସୁରକ୍ଷା ପାଇଁ ଏସ୍‌ପିଙ୍କ ଅନୁମତି ମାଗିଥିଲେ। ବୁଧବାର ମାଜିଷ୍ଟ୍ରେଟଙ୍କ ସହ ଗୋଟିଏ ପ୍ଲାଟୁନ ଫୋର୍ସ ଉପସ୍ଥିତିରେ ମାଛ ମରାଯାଇଥିଲା। ପୋଖରୀ ଜବରଦଖଲ ମୁକ୍ତ ହୋଇଥିବାରୁ ଜାଅଁଳ ଉତ୍ପାଦନ କରାଯିବ ବୋଲି ମତ୍ସ୍ୟ ବିଭାଗ ଡେପୁଟି ଡାଇରେକ୍ଟର ଶାନ୍ତନୁ ସାହୁ କହିଛନ୍ତି। ସେହିପରି ଜବରଦଖଲ କରିଥିବା ପରିବାରବର୍ଗ ମତ୍ସ୍ୟ ବିଭାଗକୁ ୨୬ ଲକ୍ଷ ଏକ ହଜାର ୫୫୫ ଟଙ୍କା ଭରଣ କରିବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ୱାରେଣ୍ଟ ବଳରେ ଜେଲ୍ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୧୦।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ଗ୍ରାମର ଅଶ୍ଵିନୀ ଗୌଡ଼ଙ୍କୁ ରବିବାର ପାଟପୁର ପୋଲିସ ଗିରଫ କରି କୋଦଳା କୋର୍ଟକୁ ଚାଲାଣ କରିଛନ୍ତି…

ସୁନାଥର ଗ୍ରାମରେ ଗ୍ଯାସ ଲଗାଇବା ବେଳେ ଫାଟିଗଲା ସିଲିଣ୍ଡର; ଉଡିଗଲା ଟିଣ, ୬….

ପୁରୁଷୋତ୍ତମପୁର,୧୦ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ଭୟଙ୍କର ବିସ୍ଫୋରଣ । ରବିବାର ସଂଧ୍ଯ୍ଯାରେ ରୋଷେଇ ଲାଗି ଗ୍ଯାସ ଲଗାଇବା ବେଳେ ହଠାତ୍…

ବାଲିଅନ୍ତା ଘଟଣାର ସମୀକ୍ଷା ପରେ ମୁହଁ ଖୋଲିଲେ ପୋଲିସ ଡିଜିପି, କହିଲେ…

ଭୁବନେଶ୍ୱର,୧୦।୫: ବାଲିଅନ୍ତା ଏବଂ ବାଲିପାଟଣା ଘଟଣାର ସମୀକ୍ଷା ପରେ ପୋଲିସ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଏକ ବଡ଼ ବୟାନ ଦେଇଛନ୍ତି। ୩ରୁ ୪ ଦିନ ହେଲା…

ଥୁଆମୂଳ ରାମପୁର: PWD ରାସ୍ତାରେ ଝୁଲୁଛି ମୃତ୍ୟୁର ଖଣ୍ଡା! ଶୁଖିଲା ଗଛ ସାଜିଛି ମରଣଯନ୍ତା

ଥୁଆମୂଳ ରାମପୁର, ୧୦ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଜୀବନରେଖା କୁହାଯାଉଥିବା ଥୁଆମୂଳ ରାମପୁର – କାଶୀପୁର ମୁଖ୍ୟ PWD ରାସ୍ତା ଏବେ…

ମାଙ୍କଡଡିଆଁ ଜଳପ୍ରପାତରେ ଅଘଟଣ, ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର

ମୋହନା,୧୦ା୫( ମନ୍ମଥ ମିଶ୍ର ): ମାଙ୍କଡଡିଆଁ ଜଳପ୍ରପାତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତିଙ୍କର ନାମ ଅଭିଜିତ ଦାସ ହୋଇଥିବା ବେଳେ ସେ ଜଣେ…

ଗଞ୍ଜାମ ଚନ୍ଦନ ଯାତ୍ରା, ହରିହର ଭେଟ ଦେଖିବାକୁ ଲାଗିଲା ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୦ା୫(ଅନାଥ ତରାଇ):  ଗଞ୍ଜାମ ସହରର ପାରମ୍ପରିକ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗତ ମାସ ୨୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଐତିହାସିକ…

ଦୁଲୁକିବ ସୁବଳୟା ଖେଳ ପଡିଆ ମଞ୍ଚ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଗଞ୍ଜାମ,୧୦।୫ (ବିଦ୍ୟାଧର ସାହୁ ): ପ୍ରଥମ ଥର ପାଇଁ ଗଞ୍ଜାମ ବ୍ଲକ ସ୍ତରୀୟ ସାମାଜିକ ଅପେରା ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଆସନ୍ତା ୨୮ ରୁ…

ରୋଗରୁ ହୋଇଛି ଦନ୍ତାହାତୀର ମୃତ୍ୟୁ: ଅପପ୍ରଚାରକାରୀଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୧୦ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ତାରସିଂ ରେଞ୍ଜର ଗାୟଗଣ୍ଡା ନିକଟରେ ମୃତ୍ୟୁବରଣ କରିଥିବା ଦନ୍ତାହାତୀଟି ରୋଗରୁ ମୃତ୍ୟୁ ହୋଇଥିବା ମୃତଦେହ ବ୍ୟବଚ୍ଛେଦରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri