ଏଇ ଭାରତରେ

‘ଡାକ୍ତର ହିଁ ଦ୍ୱିତୀୟ ଈଶ୍ୱର’, ଏହାକୁ ପ୍ରତିପାଦନ କରିଛନ୍ତି ପୁଣେର ଡା.ମନୋହର ଡୋଲେ। ସେ ଦୀର୍ଘ ୩୮ ବର୍ଷ ମଧ୍ୟରେ ୧.୫ ଲକ୍ଷ ଆଦିବାସୀଙ୍କୁୁ ମାଗଣାରେ ଚକ୍ଷୁ ଚିକିତ୍ସା କରିଛନ୍ତି। ତାଙ୍କୁ ଏବେ ବୟସ ୯୩। ୧୯୬୨ରେ ସେ ଆୟୁର୍ବେଦରେ ଡିଗ୍ରୀ ହାସଲ କରି ୧୯୭୭ ଯାଏ ନାରାୟଣଗାଁଓରେ ଗରିବମାନଙ୍କ ସେବାରେ ଲାଗି ଯାଇଥିଲେ। ପରେ ୧୯୮୨ରେ ସେ ନାସିକ-ପୁଣେ ରାଜପଥ କଡ଼ରେ ୨୦ଟି ଶଯ୍ୟା ଓ ଗୋଟିଏ ଅପରେସନ ରୁମ୍‌କୁ ନେଇ ଏକ କ୍ଲିନିକ ଖୋଲି ଚକ୍ଷୁ ଚିକିତ୍ସା ଆରମ୍ଭ କରିଥିଲେ। ସେତେବେଳେ ଆଖିରେ ଅସ୍ତ୍ରୋପଚାର ଆବଶ୍ୟକ କରୁଥିତ୍ବା ରୋଗୀଙ୍କୁ ପୁଣେ ପଠାଉଥିତ୍ଲେ। ତାଙ୍କର ଘନିଷ୍ଠ ବନ୍ଧୁ ତଥା ସମାଜସେବୀ ମୋହନ ଥୁସେଙ୍କ ପରଲୋକ ହେବା ପରେ ଏହି କ୍ଲିନିକ୍‌ର ନାମ ରଖିଥିଲେ ମୋହନ ଥୁସେ ଆଇ ହସ୍ପିଟାଲ। ୨୦୦୨ରେ ଏଥିରେ ୧୦୦ଟି ଶଯ୍ୟାର ବ୍ୟବସ୍ଥା କରିବା ସହ ଅତ୍ୟାଧୁନିକ ଚିକିତ୍ସା ଉପକରଣ ରଖିଛନ୍ତି। ପୁଣେରୁ ଚକ୍ଷୁ ବିଶେଷଜ୍ଞମାନେ ମେଡିକାଲକୁ ଆସି ମାଗଣାରେ ଚିକିତ୍ସା କରୁଛନ୍ତି। ମାସକୁ ପାଖାପାଖିତ୍ ୪୦୦ ରୋଗୀଙ୍କୁ ଏଠାରେ ଚିକିତ୍ସା କରାଯାଉଛି। ନାସିକ, ଥାନେ, ଅହମ୍ମଦାନଗର ଏବଂ ପୁଣେର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଆସୁଥିବା ଏହି ରୋଗୀମାନଙ୍କୁ ବିଭିନ୍ନ ଗାଁରେ ଛାଡିବା ଲାଗି ୯ ଟି ବସ୍‌ର ବ୍ୟବସ୍ଥା କରାଯାଇଛି। ସପ୍ତାହାନ୍ତରେ ବିଭିନ୍ନ ଆଦିବାସୀ ଗାଁରେ କ୍ୟାମ୍ପ୍‌ ମଧ୍ୟ ଆୟୋଜନ କରାଯାଉଛି। ଗୁରୁତର ରୋଗୀମାନଙ୍କର ରହିବା ଖାଇବା ସହ ସବୁ ଖର୍ଚ୍ଚ ଅନୁଦାନରେ ହିଁ ଚାଲିଛି। ଏହି ସେବା ଡ.ମନୋହର ଡୋଲେ ମେଡିିକାଲ ଫାଉଣ୍ଡେଶନ ଦ୍ୱାରା ପରିଚାଳିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ଜିତିବା କ୍ଲିନ୍‌ଚିଟ୍‌ ନୁହେଁ

ସହଦେବ ସାହୁ ନିର୍ବାଚନରେ ଯେତେ କମ୍‌ରେ ଜିତିଲେ ବି ରାଜନେତାମାନେ ଭାବନ୍ତି ବୁଦ୍ଧିଜୀବୀମାନେ ବା ମିଡିଆ ତାଙ୍କୁ ଯେତେ ଖରାପ କହୁଥିଲେ ବି ଜନମତ ତାଙ୍କୁ...

ଏଇ ଭାରତରେ

ଆମମାନଙ୍କ ମଧ୍ୟରୁ ଅନେକେ ଭାବନ୍ତି ଯେ ରକ୍ତ ସମ୍ପର୍କୀୟମାନେ ହିଁ ଆମ ପରିବାର। କିନ୍ତୁ ପରିବାରର ଏହି ସଂଜ୍ଞା ବାହାରେ ବି ଏକ ପରିବାର ଗଢିଛନ୍ତି...

ଏଇ ଭାରତରେ

ଅଙ୍ଗଦାନ ମହାପୁଣ୍ୟ। ଜଣଙ୍କ ମୃତ୍ୟୁ ପରେ ତା’ର ବିଭିନ୍ନ ଅଙ୍ଗ ଦାନ କରାଯାଇପାରିବ। ତେଣୁ କୌଣସି ବ୍ୟକ୍ତି ମୃତ୍ୟୁ ପୂର୍ବରୁ ଅଙ୍ଗଦାନ ପାଇଁ ଶପଥ ନେଇଥିଲେ...

ଦୂରଦର୍ଶନର କସରତ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଆଜକୁ ଅନେକ ବର୍ଷ ହେଲା, ବିଶେଷତଃ ଡିଜିଟାଲ ମିଡିଆର ଆଗମନ ପରେ ସରକାରୀ ପ୍ରସାରଣ ସଂସ୍ଥା ଦୂରଦର୍ଶନ କେବଳ ଅତୀତକୁ...

ଆତଙ୍କବାଦ ଓ ପାକିସ୍ତାନ

ଆକାର ପଟେଲ ମନି ଲଣ୍ଡରିଂ (କଳାଧନକୁ ବୈଧ କରିବା) ଓ ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଫାଇନାନ୍ସିଆଲ ଆକ୍ସନ ଟାସ୍କ...

ଆମେରିକାର ଅର୍ଥନୈତିକ ଉତ୍ଥାନ ପତନ

ଡ. ଚିତ୍ତରଞ୍ଜନ ମିଶ୍ର କୋଭିଡ୍‌-୧୯ ଟିକା କାର୍ଯ୍ୟକ୍ରମରେ ଅହେତୁକ ସଫଳତା ଏବଂ ଏଥିପାଇଁ ସରକାରଙ୍କ ପ୍ରୋତ୍ସାହନ ଦ୍ୱାରା ଏ ବର୍ଷ ଆମେରିକାର ଅର୍ଥନୀତି ୭ ପ୍ରତିଶତ...

ଇଚ୍ଛା ପୂରଣ ଯନ୍ତ୍ର

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ଏ ଯନ୍ତ୍ରଟି ସେସବୁ ଯନ୍ତ୍ରମାନଙ୍କ ପରି ନୁହେଁ, ଯେମିତିକି ଟେଲିଫୋନ୍‌, ଟେଲିଭିଜନ, କମ୍ପ୍ୟୁଟର ବା ରୋବୋଟ୍‌। ବିଜ୍ଞାନର ବରଦାନ ଲାଭ...

ଏଇ ଭାରତରେ

‘ଯଦି ମୁଁ ବଞ୍ଚିବି, ଗରିବ ଅସହାୟଙ୍କ ପାଇଁ ବଞ୍ଚିବି’-ଏଭଳି ମନୋଭାବ ନେଇ ଯଶ୍‌ପର ପାଓଲ ଯେଉଁ ସେବା କରୁଛନ୍ତି ତାହା ଯୁବପିଢ଼ିଙ୍କ ପାଇଁ ପ୍ରେରଣା ପାଲଟିଛି।...

Advertisement
Archives

Model This Week