ଏଇ ଭାରତରେ

ମାଟି କିମ୍ବା ସିମେଣ୍ଟ ଇଟା ନୁହେଁ ଏଥର ସ୍ବପ୍ନର ଘର ନିର୍ମାଣ କରିବେ ଏକ ସ୍ବତନ୍ତ୍ର ଇଟାରେ। ଏହା ପୁଣି ତିଆରି ହୋଇଛି ଶତପ୍ରତିଶତ ବର୍ଜ୍ୟବସ୍ତୁରେ। ଇଟାର ଦାମ୍‌ ରଖାଯାଇଛି ୧୦ ଟଙ୍କା। ଏହା ମାଟି ଓ ସିମେଣ୍ଟ ଇଟାଠାରୁ ଅଢେଇ ଗୁଣ ମଜଭୁତ। ଏଭଳି ଇଟା ପ୍ରସ୍ତୁତ କରୁଛନ୍ତି ଗୁଜରାଟର ବ୍ୟବସାୟୀ ମନୀଶ କୋଠାରୀ। ପେସାରେ ସେ ଜଣେ ମେକାନିକାଲ ଇଞ୍ଜିନିୟର। ରାଇନୋ ମେଶିନସ୍‌ କମ୍ପାନୀର ମାଲିକ ତଥା ପରିଚାଳନା ନିର୍ଦ୍ଦେଶକ ମନୀଶ କମ୍ପାନୀକୁ ୧୯୮୬ରେ ପଞ୍ଜୀକରଣ କରିଥିଲେ। କମ୍ପାନୀର ନାମ ଅନୁସାରେ ଇଟାର ନାମ ରଖିଛନ୍ତି ରାଇନୋ ବ୍ରିକ୍ସ ବା ରାଇନୋ ଇଟା। ବର୍ଜ୍ୟ ପ୍ଲାଷ୍ଟିକ୍‌ ସହ ଫାଉଣ୍ଡ୍ରି ଡଷ୍ଟ୍‌ (ସିଲିକା, ମାଟି ଓ କାର୍ବନ ମିଶା ଧୂଳି) ମିଶାଇ ସେ ଇଟା ତିଆରି କରୁଛନ୍ତି। ୭୫ ପ୍ରତିଶତ ଫାଉଣ୍ଡ୍ରି ଡଷ୍ଟ ସହ ୨୫ ପ୍ରତିଶତ ପ୍ଲାଷ୍ଟିକ୍‌ ବର୍ଜ୍ୟ ରହୁଛି ଇଟାରେ। ଏହା ଏବେ ବ୍ୟବହାର କରାଯାଉଥିବା ପାରମ୍ପରିକ ଇଟାଠରୁ ୨୫ ପ୍ରତିଶତ ହାଲ୍‌କା। ଏହି ଇଟା ତିଆରି କରିବାରେ ପାଣି ବ୍ୟବହାର କରାଯାଉନାହିଁ।ଏଥିରେ କାନ୍ଥ ଗଢିବା ପରେ ବି ସେଥିରେ ପାଣି ଦେବାକୁ ପଡୁନାହିଁ ବୋଲି କହନ୍ତି ୫୨ ବର୍ଷୀୟ ମନୀଶ। ଏହି ଇଟା ଉପରେ ଗବେଷଣା ଓ ବିକାଶ କରିବାରେ ଆର୍‌ ପ୍ଲସ୍‌ ଡି ଲାବ୍‌ (ଏକ ଆର୍କିଟେକ୍‌ଚରାଲ ଫାର୍ମ) ମନୀଶଙ୍କୁ ସାହଯ୍ୟ କରିଛି। ୨୦୧୮ର ଶେଷାର୍ଦ୍ଧରେ ପ୍ରଥମେ ସେ ଏଭଳି ଇଟା ପ୍ରସ୍ତୁତ କରିବାକୁ ସକ୍ଷମ ହୋଇପାରିଥିଲେ। ଫେବୃୟାରୀ ୨୦୨୦ରେ ଇଟା ତିଆରି କରିବା ଆରମ୍ଭ କରିଥିଲେ। ଏବେ ତାଙ୍କ ପାଖରେ ଇଟା ଲାଗି ଅର୍ଡର ପହଞ୍ଚିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନପ୍ରତିନିଧିଙ୍କ କ୍ଷମତା

ଅନିଲ କୁମାର ବିଶ୍ୱାଳ ଗଣତନ୍ତ୍ରରେ ଲୋକମାନେ ହେଉଛନ୍ତି ସର୍ବଶକ୍ତିମାନ। ଲୋକମାନେ ଭୋଟ୍‌ ଦେଇ ସେମାନଙ୍କର ପ୍ରତିନିଧି ବାଛିବେ, ସେହି ଜନପ୍ରତିନିଧିମାନଙ୍କ ମୁଣ୍ଡରେ ଶାସନର ଦାୟିତ୍ୱ ରହିବ।...

ମହାମାରୀ ରୋକିବାର ବାଟ

ଜୋସେ ମାନୁଏଲ୍‌ ବାରୋସୋ ଶତାବ୍ଦୀର ସବୁଠୁ ଘାତକ କୋଭିଡ୍‌-୧୯ ମହାମାରୀ ଦୁଇ ବର୍ଷ ହେବ ସାରା ବିଶ୍ୱକୁ କଲବଲ କରୁଛି। ଏହା ଯୋଗୁ ବିଶ୍ୱ ଏକ...

ପ୍ରଣମ୍ୟ ନେତାଜୀ

ଡ. ମନୋରଞ୍ଜନ ପ୍ରଧାନ ଆଜକୁ ପ୍ରାୟ ୧୨୫ ବର୍ଷ ପୂର୍ବେ ଅର୍ଥାତ୍‌ ଜାନୁୟାରୀ ମାସ ୨୩ ତାରିଖ ୧୮୯୭ରେ ଉତ୍କଳ ପ୍ରାନ୍ତର ଏକତା ଓ ସଦ୍‌ଭାବନାର...

ଏଇ ଭାରତରେ

ପେସାରେ ଗଣିତ ଶିକ୍ଷକ, ହେଲେ ଆବିଷ୍କାର କରିବାର ନିଶା ତାଙ୍କ ଜୀବନର ଏକ ପ୍ରମୁଖ ଅଙ୍ଗ। ଏମିତି ଜଣେ ଶିକ୍ଷକ ହେଉଛନ୍ତି କଶ୍ମୀରର ବିଲାଲ ଅହମ୍ମଦ।...

ପ୍ରାଣୀ ଓ ମନୁଷ୍ୟ ମଧ୍ୟରେ ସମାନତା

ମାନେକା ଗାନ୍ଧୀ ପାଶ୍ଚାତ୍ୟ ଦର୍ଶନ କେବଳ ମଣିଷ ଓ ପ୍ରାଣୀ (ମୁଖ୍ୟତଃ ମଣିଷ ଓ ପଶୁ)ଙ୍କ ମଧ୍ୟରେ ଏକ ବିଭାଜନ ରେଖା ଟାଣିଦେଇଛି। ପୃଥିବୀରେ ସ୍ବାଭାବିକ...

ଗଣିତ ଜଗତର ନକ୍ଷତ୍ର

ବ୍ୟକ୍ତିତ୍ୱ/ଶିବ ପ୍ରସାଦ ପୁହାଣ ଗଣିତ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଲାଗି ୨୦୨୦ର ଏବେଲ ପୁରସ୍କାର ହିଲେଲ (ହ୍ୟାରି)ଫର୍ଷ୍ଟାଇନବର୍ଗଙ୍କୁ ପ୍ରଦାନ କରାଯାଇଛି। ତାଙ୍କ ସହ ରୁଷୀୟ -ଆମେରିକୀୟ...

ଏଇ ଭାରତରେ

କରୋନା ମୁକାବିଲା କରିବା ଲାଗି ଭାରତରେ ଲକ୍‌ଡାଉନ ସମୟରେ ଲୋକେ ଗ୍ରସେରୀ ଦୋକାନ ଆଗରେ ଲମ୍ବାଧାଡି ଲଗାଉଥିବାବେଳେ ଅରୁଣାଚଳପ୍ରଦେଶର ଏକ ଦୁର୍ଗମ ଜିଲାରେ ସ୍ବେଚ୍ଛାସେବୀମାନେ ଲୋକମାନଙ୍କ...

ଅଭିଜ୍ଞ ନୂଆ ସିଜେଆଇ

ଭାରତୀୟ ନ୍ୟାୟପାଳିକାର ସର୍ବୋଚ୍ଚ ସ୍ଥାନରେ ଯିଏ ନୂତନ ଭାବେ ଅବସ୍ଥାପିତ ହୋଇଥାଆନ୍ତି, ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ସମସ୍ତେ ଜାଣିବା ଲାଗି ଆଗ୍ରହ ରଖିବା ସ୍ବାଭାବିକ। ଅଗଷ୍ଟ...

Advertisement
Archives

Model This Week