ଏଇ ଭାରତରେ

ଭାରତରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ର ଓ ଶିକ୍ଷକ ଅନୁପାତ ନୈରାଶ୍ୟଜନକ ଥିବାବେଳେ ଏକ ବିଶ୍ୱବିଦ୍ୟାଳୟର ଗୋଟିଏ ବିଭାଗରେ ଜଣେ ଛାତ୍ରକୁ ୭ ଜଣ ପ୍ରାଧ୍ୟାପକ ରହିଥିବା ଭଳି ରୋଚକ ଖବର ସାମ୍‌ନାକୁ ଆସିଛି। ଆଉ ମଧ୍ୟ ସେହି ଛାତ୍ର ଜଣକ ବାର୍ଷିକ ପରୀକ୍ଷାରେ ଫେଲ୍‌ ହେବା ଘଟଣା ଆହୁରି ଆଶ୍ଚର୍ଯ୍ୟଜନକ । ଏମିତି ଏକ ଘଟଣା ଘଟିଛି ଛତିଶଗଡ଼ ରାୟପୁରସ୍ଥିତ ପଣ୍ଡିତ ରବିଶଙ୍କର ଶୁକ୍ଳା ବିଶ୍ୱବିଦ୍ୟାଳୟ (ଆର୍‌ବିବି)ରେ। ଏହି ବିଶ୍ୱବିଦ୍ୟାଳୟରେ ଏମ୍‌ଫିଲ୍‌ ପାଠ୍ୟକ୍ରମକୁ ଶନିଦଶା ଚଳିବା ଭଳି ମନେହେଉଛି। ଏମିତି ଦୁର୍ଦ୍ଦଶା ପଡିଛି ଯେ, ଜଣେ ଛାତ୍ରଙ୍କ ପାଇଁ ଖୁବ୍‌ କସରତ କରିଛି ଏହି ବିଶ୍ୱବିଦ୍ୟାଳୟ। ବିଶେଷକରି ୨୦୧୯ ମାର୍ଚ୍ଚ-ଏପ୍ରିଲ୍‌ରେ ଅନୁଷ୍ଠିତ ଏମ୍‌ଫିଲ୍‌ କମ୍ପ୍ୟୁଟର ସାଇନ୍ସର ବାର୍ଷିକ ପରୀକ୍ଷାରେ ଜଣେ ଛାତ୍ର ପରୀକ୍ଷା ଦେଇଥିଲେ। ଏହାର ଫଳ ଚାରି ମାସ ପରେ ବାହାରିଛି। ତାହା ପୁଣି ଶୂନ, ଅର୍ଥାତ୍‌ ପରୀକ୍ଷାର୍ଥୀ ଜଣକ ଫେଲ୍‌। ଏହି ପାଠ୍ୟକ୍ରମରେ ନିୟମିତ ଓ ଚୁକ୍ତିଭିତ୍ତିକ ପ୍ରାଧ୍ୟାପକଙ୍କ ସଂଖ୍ୟା କିନ୍ତୁ ୭। ଏତେ ଜଣ ଫାକଲ୍‌ଟି ଥାଇ ବି ପରୀକ୍ଷାର୍ଥୀ ପାସ୍‌ କରି ନ ପାରିବା ଯୋଗୁ ଆର୍‌ବିବିକୁ ଶୂନ ପ୍ରତିଶତ ଫଳ ଘୋଷଣା କରିବାକୁ ପଡିଛିି। ଏମ୍‌ଫିଲ୍‌ରେ ଅତିକମ୍‌ରେ ପାଞ୍ଚଜଣ ଛାତ୍ର ଆବଶ୍ୟକ ଥିବାବେଳେ କମ୍ପ୍ୟୁଟର ସାଇନ୍ସରେ କିଭଳି ଜଣେ ପରୀକ୍ଷା ଦେଇଥିଲେ ଓ ତାହା କିପରିି ଫଳଶୂନ୍ୟ ହୋଇଛି, ସେ ବିଷୟରେ ତଦନ୍ତ କରିବାକୁ ପଡିବ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି ବିଶ୍ୱବିଦ୍ୟାଳୟର କୁଳପତି ଡ. ଗିରୀଶକାନ୍ତ ପାଣ୍ଡ୍ୟା।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ କ’ଣ ସତରେ ବୋକା

ସୁଧାକର ଦାସ ମତେ ପିଲାଦିନେ ସମସ୍ତେ କହୁଥିଲେ ବୋକା। ଅରୁଆ ଧାନ ଗୋଟେ ବିଲରେ ଆଉ ଉଷୁନା ଧାନ ଆଉ ଗୋଟେ ବିଲରେ ଫଳେ ବୋଲି...

ବେତନ ଆୟୋଗ ବସିବନି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଭବିଷ୍ୟତରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ଓ ଭତ୍ତା ବୃଦ୍ଧି ପାଇଁ କୌଣସି ବେତନ ଆୟୋଗ ନ ବସାଇବାକୁ ମୋଦି...

ସିଭିଲ ସର୍ଭ୍ୟାଣ୍ଟରୁ ପ୍ରଧାନମନ୍ତ୍ରୀ

ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏଡୁଆର୍ଡ ଫିଲିପ୍‌ ତାଙ୍କ ପଦରୁ ଇସ୍ତଫା ଦେବା ପରେ ରାଷ୍ଟ୍ରପତି ଇମାନୁଏଲ ମାକ୍‌ରଁ ୩ ଜୁଲାଇରେ ଜିନ୍‌ କାଷ୍ଟେକ୍ସଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ...

ଠିକ୍‌ ବାର୍ତ୍ତା ଯାଉ

ଆମେରିକା ପରରାଷ୍ଟ୍ର ବିଭାଗ ପକ୍ଷରୁ ନିକଟରେ ଅନ୍ତର୍ଜାତୀୟ ଧର୍ମୀୟ ସ୍ବାଧୀନତା ସଂକ୍ରାନ୍ତ ବାର୍ଷିକ ରିପୋର୍ଟ ୨୦୧୮ ପ୍ରକାଶ ପାଇଛି। ଏଥିରେ ଭାରତ ସମ୍ପର୍କରେ କୁହାଯାଇଛି ଯେ,...

ପଶମ ଶିଳ୍ପରେ ନିଷ୍ଠୁରତା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଅନେକ ଲୋକ ଭାବନ୍ତି, ହସଖୁସିରେ ଘାସ ଚରୁଥିବା ମେଣ୍ଢାମାନଙ୍କୁ ନେଇ ପଶମ (ଉଲ୍‌) ଶିଳ୍ପ ଗଠିତ। ଏହି ଶିଳ୍ପରେ କୌଣସି...

କାଳ କବଳରେ କୋଣାର୍କ

ଡ.ପ୍ରଫୁଲ୍ଲ କୁମାର ସାହୁ ଐତିହ୍ୟ ହେଉଛି ସଭ୍ୟତାର ପରିଚାୟକ। ଗୋଟିଏ ଜାତିର ଗର୍ବ ଓ ଗୌରବ। ସଭ୍ୟତା ଆରମ୍ଭରୁ ମଣିଷ ତା’ର କଳାବୋଧ ଓ ସର୍ଜନଶୀଳ...

ଡାକିଆର ଡାକ: ଚିଠି ନବ ଚିଠି

ଡ. ବିଭୁଦତ୍ତ ମିଶ୍ର ପ୍ରତ୍ୟେକ ଦିନ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ପ୍ରେମ, ଶାନ୍ତି, ସୌହାର୍ବ୍ଦ୍ୟ, ପ୍ରୀତି, ଦୟା, କରୁଣା, ସ୍ନେହର ବାର୍ତ୍ତାକୁ ସହସ୍ର କୋଶ ଦୂରରୁ...

ଜଳବାୟୁ ପରିବର୍ତ୍ତନର ପରିଣାମ

ଡ. ରମେଶ ଚନ୍ଦ୍ର ପରିଡ଼ା ଜାତିସଂଘ ପରିଚାଳିତ ଗ୍ଲୋବାଲ ‘ଏନ୍‌ଭାଇରନ୍‌ମେଣ୍ଟ ଆଉଟ୍‌ଲୁକ୍‌’ ଦ୍ୱାରା ଚଳିତ ବର୍ଷ (୨୦୧୯ରେ) ପ୍ରକାଶିତ ବିବରଣୀ ଅନୁସାରେ ଜାଗତିକ ଉଷ୍ମତା ବୃଦ୍ଧି...

Coronavirus Update


Archives

Model This Week

Why Dharitri