ଏଇ ଭାରତରେ

ଭାରତରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ର ଓ ଶିକ୍ଷକ ଅନୁପାତ ନୈରାଶ୍ୟଜନକ ଥିବାବେଳେ ଏକ ବିଶ୍ୱବିଦ୍ୟାଳୟର ଗୋଟିଏ ବିଭାଗରେ ଜଣେ ଛାତ୍ରକୁ ୭ ଜଣ ପ୍ରାଧ୍ୟାପକ ରହିଥିବା ଭଳି ରୋଚକ ଖବର ସାମ୍‌ନାକୁ ଆସିଛି। ଆଉ ମଧ୍ୟ ସେହି ଛାତ୍ର ଜଣକ ବାର୍ଷିକ ପରୀକ୍ଷାରେ ଫେଲ୍‌ ହେବା ଘଟଣା ଆହୁରି ଆଶ୍ଚର୍ଯ୍ୟଜନକ । ଏମିତି ଏକ ଘଟଣା ଘଟିଛି ଛତିଶଗଡ଼ ରାୟପୁରସ୍ଥିତ ପଣ୍ଡିତ ରବିଶଙ୍କର ଶୁକ୍ଳା ବିଶ୍ୱବିଦ୍ୟାଳୟ (ଆର୍‌ବିବି)ରେ। ଏହି ବିଶ୍ୱବିଦ୍ୟାଳୟରେ ଏମ୍‌ଫିଲ୍‌ ପାଠ୍ୟକ୍ରମକୁ ଶନିଦଶା ଚଳିବା ଭଳି ମନେହେଉଛି। ଏମିତି ଦୁର୍ଦ୍ଦଶା ପଡିଛି ଯେ, ଜଣେ ଛାତ୍ରଙ୍କ ପାଇଁ ଖୁବ୍‌ କସରତ କରିଛି ଏହି ବିଶ୍ୱବିଦ୍ୟାଳୟ। ବିଶେଷକରି ୨୦୧୯ ମାର୍ଚ୍ଚ-ଏପ୍ରିଲ୍‌ରେ ଅନୁଷ୍ଠିତ ଏମ୍‌ଫିଲ୍‌ କମ୍ପ୍ୟୁଟର ସାଇନ୍ସର ବାର୍ଷିକ ପରୀକ୍ଷାରେ ଜଣେ ଛାତ୍ର ପରୀକ୍ଷା ଦେଇଥିଲେ। ଏହାର ଫଳ ଚାରି ମାସ ପରେ ବାହାରିଛି। ତାହା ପୁଣି ଶୂନ, ଅର୍ଥାତ୍‌ ପରୀକ୍ଷାର୍ଥୀ ଜଣକ ଫେଲ୍‌। ଏହି ପାଠ୍ୟକ୍ରମରେ ନିୟମିତ ଓ ଚୁକ୍ତିଭିତ୍ତିକ ପ୍ରାଧ୍ୟାପକଙ୍କ ସଂଖ୍ୟା କିନ୍ତୁ ୭। ଏତେ ଜଣ ଫାକଲ୍‌ଟି ଥାଇ ବି ପରୀକ୍ଷାର୍ଥୀ ପାସ୍‌ କରି ନ ପାରିବା ଯୋଗୁ ଆର୍‌ବିବିକୁ ଶୂନ ପ୍ରତିଶତ ଫଳ ଘୋଷଣା କରିବାକୁ ପଡିଛିି। ଏମ୍‌ଫିଲ୍‌ରେ ଅତିକମ୍‌ରେ ପାଞ୍ଚଜଣ ଛାତ୍ର ଆବଶ୍ୟକ ଥିବାବେଳେ କମ୍ପ୍ୟୁଟର ସାଇନ୍ସରେ କିଭଳି ଜଣେ ପରୀକ୍ଷା ଦେଇଥିଲେ ଓ ତାହା କିପରିି ଫଳଶୂନ୍ୟ ହୋଇଛି, ସେ ବିଷୟରେ ତଦନ୍ତ କରିବାକୁ ପଡିବ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି ବିଶ୍ୱବିଦ୍ୟାଳୟର କୁଳପତି ଡ. ଗିରୀଶକାନ୍ତ ପାଣ୍ଡ୍ୟା।


Enter your email to get our daily news in your inbox.

All Right Reserved By Dharitri.Com

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri