ମିଳିଲାନି ଗୃହରକ୍ଷୀ ଚାକିରି: ଏସ୍‌ପି ଅଫିସ ସମ୍ମୁଖରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋନପୁର,୨୨।୬(ନି.ପ୍ର.): ଗୃହରକ୍ଷୀ ଚାକିରି ନ ମିଳିବାରୁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ମାଣିକପୁର ଗ୍ରାମର ଚମୁରୁ ହାତୀଙ୍କ ପୁଅ ଗୁପ୍ତେଶ୍ୱର(୩୨) ଶୁକ୍ରବାର ରାତିରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସୁବର୍ଣ୍ଣପୁର ଜିଲା ପୋଲିସ ଅଫିସ ତଥା ଏସ୍‌ପିଙ୍କ ଅଫିସ ସମ୍ମୁଖରେ ଗୁପ୍ତେଶ୍ୱର ନିଜ ସ୍ତ୍ରୀ ଓ ଝିଅଙ୍କ ସମ୍ମୁଖରେ କୀଟନାଶକ ପିଇଥିଲେ। ଏହି ସମୟରେ ଏସ୍‌ପି ଦେବୀପ୍ରସାଦ ଦାଶ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିଲେ। ସୂଚନା ପାଇ ସୋନପୁର ଥାନା ପୋଲିସ ପିସିଆର ଭ୍ୟାନ୍‌ରେ ଗୁପ୍ତେଶ୍ୱରଙ୍କୁ ଆଣି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ସେ ଚିକିତ୍ସାଧୀନ ଥିଲେ ହେଁ ବିପଦମୁକ୍ତ ଥିବା ଡାକ୍ତର ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ ୨୦୦୬ ମସିହାରେ ଗୁପ୍ତେଶ୍ୱର ଗୃହରକ୍ଷୀ ଭାବେ କାର୍ଯ୍ୟ କରୁଥିଲେ। କୌଣସି କାରଣରୁ ୨୦୦୭ରେ ତାଙ୍କୁ ଛଟେଇ କରାଯାଇଥିଲା। ପୁନଃ ନିଯୁକ୍ତି ପାଇଁ ସେ ତତ୍କାଳୀନ ଏସ୍‌ପିଙ୍କଠାରୁ ଆରମ୍ଭ କରି ଡିଆଇଜି ଏପରିକି ପୋଲିସ ଡିଜିଙ୍କୁ ଭେଟିଥିଲେ। ଜିଲାରେ ଗୃହରକ୍ଷୀ ଚୟନ ସମୟରେ ଅଗ୍ରାଧିକାର ଦିଆଯିବ ବୋଲି ତାଙ୍କୁ ସେତେବେଳେ ମୌଖିକ ପ୍ରତିଶ୍ରୁତି ମିଳିଥିଲା। ଗୁପ୍ତେଶ୍ୱର ଦିନମଜୁରିଆ ଭାବେ କାମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ। ଗତ ଡିସେମ୍ବରରେ ଖାଲି ଥିବା ଜିଲାର ୪୫ଟି ଗୃହରକ୍ଷୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଫେବୃୟାରୀରେ ଆବେଦନକାରୀଙ୍କ ଶାରୀରିକ ପରୀକ୍ଷା ଓ ସାକ୍ଷାତକାର ନିଆଯାଇଥିଲା । ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଆଶାୟୀଙ୍କୁ ନିକଟରେ ନିଯୁକ୍ତି ଦିଆଯାଇଛି । ତାଲିକାରେ ଗୁପ୍ତେଶ୍ୱରଙ୍କ ନାମ ନଥିବାରୁ ସେ ନିରାଶ ହୋଇ ପଡିଥିଲେ। ସେ ଯୋଗ୍ୟ ପ୍ରାର୍ଥୀ ତାଙ୍କୁ ଅଣଦେଖା କରାଯାଇଥିବା ସେ ଅଭିଯୋଗ କରିଥିଲେ। ଏସ୍‌ପିଙ୍କୁ ମଧ୍ୟ ଏଥିପାଇଁ ସାକ୍ଷାତ୍‌ କରିଥିଲେ। ଶୁକ୍ରବାର ବାଇକ୍‌ରେ ନିଜ ସ୍ତ୍ରୀ ରଶ୍ମିତା ଓ ଛୋଟ ଝିଅଙ୍କୁ ଧରି ଏସ୍‌ପିଙ୍କ ଅଫିସ ପରିସରକୁ ଆସିଥିଲେ। ହାତରେ ଏକ କୀଟନାଶକ ଔଷଧ ବୋତଲ ଧରି ବୁଲୁଥିଲେ। କେହି କିଛି ବୁଝିବା ପୂର୍ବରୁ ମାନସିକ ଭାରସାମ୍ୟ ହରାଇ ସେ କୀଟନାଶକ ପିଇ ଦେଇଥିଲେ। ପୋଲିସ ଏହି ଘଟଣାକୁ ସାଧାରଣଭାବେ ନେଉଛି । କିନ୍ତୁ କେଉଁ ପରିସ୍ଥିତିରେ ଗୁପ୍ତେଶ୍ୱର ନିଜ ପରିବାର ଲୋକଙ୍କ ଉପସ୍ଥିତିରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାର ତଦନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦେବେ ନାହିଁ ଧର୍ମେନ୍ଦ୍ର ପ୍ରଧାନ! ସରକାରଙ୍କ କଡ଼ା ଆଭିମୁଖ୍ୟ, ଗୋଟିଏ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୪।୭: NEET ପେପର ଲିକ୍ ମାମଲାରେ ଦାୟିତ୍ୱ ନିର୍ଦ୍ଧାରଣ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଜାତୀୟ ରାଜଧାନୀ ଦିଲ୍ଲୀର ଜନ୍ତର-ମନ୍ତରରେ ଗତ ଏକ…

ରାଇକିଆରେ ବାହୁଡା଼ ଯାତ୍ରା ସମ୍ପନ୍ନ

ରାଇକିଆ,୨୪ା୭ (ପ୍ରଦୀପ ବେହେରା): ରାଇକିଆ ଠାରେ ଶୁକ୍ରବାର ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ସାମ୍ନାରେ…

ଗଞ୍ଜାମରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ/ଅନାଥ ତରାଇ): ଗଞ୍ଜାମ ସହରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ପାଳିତ ହୋଇଛି। ସକାଳୁ ମନ୍ଦିର ପରିସରରେ ପୂଜାପାଠ ଓ ରୀତିନୀତି ପାଳନ ପରେ ମହାପ୍ରଭୁଙ୍କ…

ଚମକାଇଲା ECBର ନିଷ୍ପତ୍ତି: ଜୋ ରୁଟ୍ ପୁଣି ହେବେ ଇଂଲଣ୍ଡର ଷ୍ଟେଟ୍ କ୍ୟାପଟେନ୍

ଲଣ୍ଡନ,୨୪।୭: : ଇଂଲଣ୍ଡ କ୍ରିକେଟ୍ ଦଳକୁ ମିଳିବାକୁ ଯାଉଛି ଜଣେ ନୂତନ ଟେଷ୍ଟ କ୍ୟାପଟେନ୍। ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ପୁଣି ଥରେ ଇଂଲଣ୍ଡ ଟେଷ୍ଟ ଦଳର…

୧୧ କେ.ଭି. ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଘଟଣା: ଶକ୍ତି ସଚିବ, କଳାହାଣ୍ଡି ଜିଲାପାଳ ଓ ଏସପିଙ୍କୁ ନୋଟିସ ଜାରି କଲା ଜାତୀୟ ମାନବାଧିକାର କମିଶନ

ଥୁଆମୂଳ ରାମପୁର, ୨୪।୦୭ (ଦୁର୍ଗା କୀର୍ତ୍ତି): ବିଦ୍ୟୁତ୍ ବିଭାଗ ଓ ଟାଟା ପାୱାରର ଚରମ ଅବହେଳା ଯୋଗୁ ଝୁଲନ୍ତା ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି…

CJP ପ୍ରଦର୍ଶନରେ ପାକିସ୍ତାନୀ ଷଡ଼ଯନ୍ତ୍ର! ଜନ୍ତର-ମନ୍ତର ପ୍ରଦର୍ଶନକୁ ନେଇ ବଡ଼ ଖୁଲାସା, ବ୍ଲକ ହେଲା ୪୮୦…

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରଠାରେ ‘କକ୍ରୋଚ ଜନତା ପାର୍ଟି’ (CJP) ର ବିରୋଧ ପ୍ରଦର୍ଶନ ମଧ୍ୟରେ ଦିଲ୍ଲୀ ପୋଲିସ ଏକ ବଡ଼ ଖୁଲାସା କରିଛି। ପୋଲିସ ଏକ ବଡ଼…

ସ୍ତ୍ରୀ, ଝିଅଙ୍କୁ ନେଇ ଶ୍ୱଶୁରଘର ଯାଇଥିଲେ: ଫେରୁଥିବା ବେଳେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ….

ଭଞ୍ଜନଗର, ୨୪/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଯୋଗୀମାରି ରାସ୍ତାର ପାଣିଟାଙ୍କି ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା…

ବାହୁଡ଼ିଲେ ମହାବାହୁ : ଭକ୍ତିମୟ ଭବାନୀପାଟଣା ସହର

ଭବାନୀପାଟଣା,୨୪।୭:(ଉତ୍ତମ କୁମାର ଦାଶ)- ନବ ଦିନ ଯାତ୍ରା ସାରି ଆଷାଢ଼ ଶୁକ୍ଳ ପକ୍ଷ ଦଶମୀ ତିଥିରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ସାଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri