ମିଳିଲାନି ଗୃହରକ୍ଷୀ ଚାକିରି: ଏସ୍‌ପି ଅଫିସ ସମ୍ମୁଖରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋନପୁର,୨୨।୬(ନି.ପ୍ର.): ଗୃହରକ୍ଷୀ ଚାକିରି ନ ମିଳିବାରୁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ମାଣିକପୁର ଗ୍ରାମର ଚମୁରୁ ହାତୀଙ୍କ ପୁଅ ଗୁପ୍ତେଶ୍ୱର(୩୨) ଶୁକ୍ରବାର ରାତିରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସୁବର୍ଣ୍ଣପୁର ଜିଲା ପୋଲିସ ଅଫିସ ତଥା ଏସ୍‌ପିଙ୍କ ଅଫିସ ସମ୍ମୁଖରେ ଗୁପ୍ତେଶ୍ୱର ନିଜ ସ୍ତ୍ରୀ ଓ ଝିଅଙ୍କ ସମ୍ମୁଖରେ କୀଟନାଶକ ପିଇଥିଲେ। ଏହି ସମୟରେ ଏସ୍‌ପି ଦେବୀପ୍ରସାଦ ଦାଶ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିଲେ। ସୂଚନା ପାଇ ସୋନପୁର ଥାନା ପୋଲିସ ପିସିଆର ଭ୍ୟାନ୍‌ରେ ଗୁପ୍ତେଶ୍ୱରଙ୍କୁ ଆଣି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ସେ ଚିକିତ୍ସାଧୀନ ଥିଲେ ହେଁ ବିପଦମୁକ୍ତ ଥିବା ଡାକ୍ତର ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ ୨୦୦୬ ମସିହାରେ ଗୁପ୍ତେଶ୍ୱର ଗୃହରକ୍ଷୀ ଭାବେ କାର୍ଯ୍ୟ କରୁଥିଲେ। କୌଣସି କାରଣରୁ ୨୦୦୭ରେ ତାଙ୍କୁ ଛଟେଇ କରାଯାଇଥିଲା। ପୁନଃ ନିଯୁକ୍ତି ପାଇଁ ସେ ତତ୍କାଳୀନ ଏସ୍‌ପିଙ୍କଠାରୁ ଆରମ୍ଭ କରି ଡିଆଇଜି ଏପରିକି ପୋଲିସ ଡିଜିଙ୍କୁ ଭେଟିଥିଲେ। ଜିଲାରେ ଗୃହରକ୍ଷୀ ଚୟନ ସମୟରେ ଅଗ୍ରାଧିକାର ଦିଆଯିବ ବୋଲି ତାଙ୍କୁ ସେତେବେଳେ ମୌଖିକ ପ୍ରତିଶ୍ରୁତି ମିଳିଥିଲା। ଗୁପ୍ତେଶ୍ୱର ଦିନମଜୁରିଆ ଭାବେ କାମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ। ଗତ ଡିସେମ୍ବରରେ ଖାଲି ଥିବା ଜିଲାର ୪୫ଟି ଗୃହରକ୍ଷୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଫେବୃୟାରୀରେ ଆବେଦନକାରୀଙ୍କ ଶାରୀରିକ ପରୀକ୍ଷା ଓ ସାକ୍ଷାତକାର ନିଆଯାଇଥିଲା । ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଆଶାୟୀଙ୍କୁ ନିକଟରେ ନିଯୁକ୍ତି ଦିଆଯାଇଛି । ତାଲିକାରେ ଗୁପ୍ତେଶ୍ୱରଙ୍କ ନାମ ନଥିବାରୁ ସେ ନିରାଶ ହୋଇ ପଡିଥିଲେ। ସେ ଯୋଗ୍ୟ ପ୍ରାର୍ଥୀ ତାଙ୍କୁ ଅଣଦେଖା କରାଯାଇଥିବା ସେ ଅଭିଯୋଗ କରିଥିଲେ। ଏସ୍‌ପିଙ୍କୁ ମଧ୍ୟ ଏଥିପାଇଁ ସାକ୍ଷାତ୍‌ କରିଥିଲେ। ଶୁକ୍ରବାର ବାଇକ୍‌ରେ ନିଜ ସ୍ତ୍ରୀ ରଶ୍ମିତା ଓ ଛୋଟ ଝିଅଙ୍କୁ ଧରି ଏସ୍‌ପିଙ୍କ ଅଫିସ ପରିସରକୁ ଆସିଥିଲେ। ହାତରେ ଏକ କୀଟନାଶକ ଔଷଧ ବୋତଲ ଧରି ବୁଲୁଥିଲେ। କେହି କିଛି ବୁଝିବା ପୂର୍ବରୁ ମାନସିକ ଭାରସାମ୍ୟ ହରାଇ ସେ କୀଟନାଶକ ପିଇ ଦେଇଥିଲେ। ପୋଲିସ ଏହି ଘଟଣାକୁ ସାଧାରଣଭାବେ ନେଉଛି । କିନ୍ତୁ କେଉଁ ପରିସ୍ଥିତିରେ ଗୁପ୍ତେଶ୍ୱର ନିଜ ପରିବାର ଲୋକଙ୍କ ଉପସ୍ଥିତିରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାର ତଦନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ମୁଁ ମୁଖ୍ୟମନ୍ତ୍ରୀଙ୍କ ସୈନିକ, ଦଳର ସ୍ବାର୍ଥ ଲାଗି ଲଢ଼ିବି: ରୋହିତ  

ସମ୍ବଲପୁର,୧୮।୪:  ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ଦଳ ପକ୍ଷରୁ ପୁର୍ବରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଛିଡା କରାଯାଇଥିଲା। ହେଲେ ବୁଧବାର ଘୋଷିତ ୫ମ ସୂଚୀରେ ପ୍ରସନ୍ନଙ୍କୁ...

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ବିନା ଶୋଭାଯାତ୍ରାରେ ହେଲା ହନୁମାନ ଜୟନ୍ତୀ: ଆଳତି କଲେ ଧର୍ମେନ୍ଦ୍ର

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର): ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିନା ଶୋଭାଯାତ୍ରାରେ ସମ୍ବଲପୁର ସହରରେ ରବିବାର ହନୁମାନ ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଛି। ଗତବର୍ଷର ହନୁମାନ...

ଆମଦାନୀ ନେତାଙ୍କୁ ଭରସା କରିଚାଲିଛି ବିଜେଡି

ସମ୍ବଲପୁର,୧୪।୪ (ଭବାନୀ ଶଙ୍କର ଭୋଇ)ସମ୍ବଲପୁର ଜିଲାର କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି । ଏହି କ୍ଷେତ୍ରରେ ବିଜେଡି ଆମଦାନୀ...

ବିନା ଶୋଭାଯାତ୍ରାରେ ହେବ ହନୁମାନ ଜୟନ୍ତୀ

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର)ସମ୍ବଲପୁରରେ ରବିବାର ହନୁମାନ ଜୟନ୍ତୀ ପାଳନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ପ୍ରଶାସନିକ କଟକଣା ହେତୁ ବିନା ଶୋଭାଯାତ୍ରାରେ ଉତ୍ସବ...

ଆଜିଠୁ ସମଲେଇ ମନ୍ଦିରରେ ମାଦକଦ୍ରବ୍ୟ ନିଷେଧ

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର)ସମ୍ବଲପୁରର ଆରାଧ୍ୟ ଦେବୀ ମା’ ସମଲେଇଙ୍କ ପୀଠରେ ମାଦକ ଦ୍ରବ୍ୟ ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଛି। ମନ୍ଦିର ଟ୍ରଷ୍ଟବୋର୍ଡର ନିଷ୍ପତ୍ତି ଅନୁସାରେ ପୀଠ...

ବିଜେଡି ଗୋଷ୍ଠୀ କନ୍ଦଳ ଟାଳିବାକୁ ପ୍ରସନ୍ନ କାର୍ଡ

ସମ୍ବଲପୁର,୧୩ା୪(ପ୍ରମୋଦ ବହିଦାର), ଭୁବନେଶ୍ୱର(ଅନିଲ ଦାସ): ବିଜେଡି ଗୁରୁବାର ସମ୍ବଲପୁର ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ରେଢ଼ାଖୋଲ ଓ ସମ୍ବଲପୁର ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri