ଦେଶର ପ୍ରଥମ କୋଭିଡ କେୟାର ଆଶ୍ରମ: ଯୋଗ, ଧ୍ୟାନ, ଆଧ୍ୟାତ୍ମିକ ଉପାୟରେ କରାଯିବ ଚିକିତ୍ସା

ମୁମ୍ବାଇ,୨୧।୬: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେଳକୁ ବେଳ ସାଙ୍ଘାତିକ ହେବାରେ ଲାଗିଛି। ତେବେ କରୋନାର ଚିକିତ୍ସା କରିବାକୁ ମହାରାଷ୍ଟ୍ର ସରକାର ୧ ହଜାର ଶଯ୍ୟା ବିଶିଷ୍ଟ ଏକ ନୂଆ ହସ୍ପିଟାଲ ପ୍ରସ୍ତୁତ କରୁଛନ୍ତି। ଅନ୍ୟପଟେ ରୋଗୀଙ୍କ ଚିକିତ୍ସା କରିବାକୁ ଏବେ ଯୋଗ ଓ ଧ୍ୟାନର ସାହାଯ୍ୟ ନିଆଯିବ ବୋଲି ଜଣାପଡିଛି। ବିଶେଷ କରି ମୁମ୍ବାଇରେ କରୋନା ସଂକ୍ରମଣ ଅଧିକ ଥିବାରୁ ଏଠାରେ ଏବେ ରୋଗୀଙ୍କର ଚିକିତ୍ସା ଯୋଗ, ଧ୍ୟାନ ଓ ଆଧ୍ୟାତ୍ମିକ ଉପାୟରେ କରାଯିବାକୁ ଯୋଜନା କରାଯାଇଛି। ଏବେ ମୁମ୍ବାଇରେ ଦେଶର ପ୍ରଥମ କୋଭିଡ କେୟାର ଆଶ୍ରମ ତିଆରି କରାଯାଇଛି। ପାଖାପାଖି ୭୦ ଶଯ୍ୟା ବିଶିଷ୍ଟ ଏହି ଆଶ୍ରମର ନିର୍ମାଣ ମୁମ୍ବାଇ ପୋର୍ଟ ଟ୍ରଷ୍ଟ ଦ୍ୱାରା କରାଯାଇଛି। ମୁମ୍ବାଇ ପୋର୍ଟ ଟ୍ରଷ୍ଟ ନିକଟରେଥିବା ୨ ଏକର ପରିମିତ ସ୍ଥାନରେ ଏହି ଆଶ୍ରମ ପ୍ରତିଷ୍ଠା କରିଛି। ଏହି ଆଶ୍ରମରେ କରୋନା ପୀଡ଼ିତଙ୍କୁ ଯୋଗ, ଧ୍ୟାନ, ସୁର୍ଯ୍ୟ କିରଣ(ସନ୍‌ ବାଥ୍‌), ପ୍ରବଚନ, ଈଶ୍ୱରଙ୍କ ବନ୍ଦନା ମାଧ୍ୟମରେ ରୋଗୀଙ୍କ ରୋଗ ପ୍ରତିରୋଧକ କ୍ଷମତା ବଢାଇବାକୁ ପ୍ରୟାସ କରାଯିବ। ମୁମ୍ବାଇ ପୋର୍ଟ ଟ୍ରଷ୍ଟର ଅଧ୍ୟକ୍ଷ ସଞ୍ଜୟ ଭାଟିଆ କହିଛନ୍ତି ଉକ୍ତ ଆଶ୍ରମରେ ୫୦ ବର୍ଷରୁ କମ୍‌ ବୟସର କରୋନା ରୋଗୀଙ୍କର ଚିକିତ୍ସା କରାଯିବ। ଯେଉଁମାନଙ୍କ ନିକଟରେ ରୋଗର ଲକ୍ଷଣ ଦେଖାଯାଉ ନାହିଁ ସେମାନଙ୍କୁ ଆଶ୍ରମରେ ପ୍ରବେଶ ଅନୁମତି ମିଳିବ। ପ୍ରବେଶ ପରେ ରୋଗୀଙ୍କୁ ୨ ଦିନ ହସ୍ପିଟାଲରେ ରଖି ତାଙ୍କର ସମସ୍ତ ଆବଶ୍ୟକ ପରୀକ୍ଷା କରାଯିବ। ରୋଗୀଙ୍କ ଚିକିତ୍ସା ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ପ୍ରତିଦିନ ୧ ଘଣ୍ଟା ଯୋଗ, ୯୦ ମିନିଟ ଧ୍ୟାନ ଓ ପାଖାପାଖି ୩୦ ମିନିଟ ଆଧ୍ୟାତ୍ମିକ ଚର୍ଚ୍ଚା କରାଯିବ। ସକାଳ ୬ଟାରୁ ଦିନର ଆରମ୍ଭ ଚା’ରୁ କରାଯିବା ସହ ରାତି ୯ଟାରେ ପ୍ରାର୍ଥନା ସାରି ସେମାନେ ଶୋଇବାକୁ ଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

ମୁଖ୍ୟମନ୍ତ୍ରୀ ହେବା ପରେ ଦିଲ୍ଲୀରେ ମୋଦିଙ୍କୁ ସାକ୍ଷାତ କଲେ ବିଜୟ, ୨୦ ମିନିଟରେ କଲେ…..

ନୂଆଦିଲ୍ଲୀ,୨୭।୫: ଜୋସେଫ ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତ କରିଥିଲେ। ଏଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହା ତାମିଲନାଡୁରେ…

ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ରାୟଗଡା ଏଡିଜେ

ଗୁଣପୁର,୨୭।୫( ସୁଜାତା ପାଢ଼ୀ ): ଘରୋଇ କନ୍ଦଳ ପରେ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣାରେ ବିଚାରଣା କରି ରାୟଗଡା ଏଡିଜେ ଅଳ୍ପନା ସ୍ବାଇଁ ଅଭିଯୁକ୍ତ…

ସାର୍ଟିଫିକେଟ ପାଇଁ ଯାଉଥିବା ବେଳେ ବାଇକକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ଚନ୍ଦନଙ୍କ ଜୀବନ

ଗଜପତି,୨୭।୫(ଗିରିଧାରୀ ପରିଛା) : ଚାଉଳ ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା ବାଇକ । ଦୁର୍ଘଟଣାରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଚାଳକ ଆହତ…

୨ ମାସରୁ ଊର୍ଦ୍ଧ୍ୱ ହେବ ଭତ୍ତା ପାଇନାହାନ୍ତି ହିତାଧିକାରୀ, ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓଙ୍କୁ କଲେ ଗୁହାରି

ଥୁଆମୂଳ ରାମପୁର,୨୭ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀମାନେ ଚରମ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ୨ ମାସରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri