ଏଇ ଭାରତରେ

ପୁଣେର ସିଷ୍ଟେମା ବାୟୋ ଷ୍ଟାର୍ଟଅପ୍‌ ବାୟୋଡାଇଜେଷ୍ଟର ମାଧ୍ୟମରେ କୃଷକମାନଙ୍କୁ ଜାଳେଣି ଗ୍ୟାସ ଯୋଗାଇ ଦେବା ସହ ପରିବେଶ ସୁରକ୍ଷାରେ ପ୍ରମୁଖ ଭୂମିକା ନେଉଛି। ଏହି ଅଭିଯାନରେ ୫,୦୦୦ କୃଷକ ଉପକୃତ ହୋଇସାରିଲେଣି। ସେମାନେ ଏଲ୍‌ପିଜି ବାବଦରେ ମାସକୁ ଯାହା ଖର୍ଚ୍ଚ କରୁଥିଲେ ତାହା ବହୁତ କମାଇ ପାରିଛନ୍ତି। ଏହି ବାୟୋଗ୍ୟାସ ପ୍ଲାଣ୍ଟ ଲାଗି ମାତ୍ର ୪୦,୦୦୦ ବ୍ୟୟ କରିବାକୁ ପଡୁଛି, ଯାହା ସେମାନେ ଦେଢ଼ ବର୍ଷ ମଧ୍ୟରେ ପାଇଯାଉଛନ୍ତି। ତା’ପରେ ସେମାନେ ମାଗଣାରେ ଗ୍ୟାସ ପାଉଛନ୍ତି। ମହାରାଷ୍ଟ୍ର, କର୍ନାଟକ ଓ ଗୁଜରାଟର ୫ ହଜାର କୃଷକ ଏହାକୁ ଉପଯୋଗ କରିବା ଦ୍ୱାରା ଜାଳେଣି କାଠ ବ୍ୟବହାର କମିଯାଇଛି। ଏହାଦ୍ୱାରା ପ୍ରାୟ ୬ ଲକ୍ଷ ବୃକ୍ଷର ସୁରକ୍ଷା ହୋଇପାରିଛି। ଜାଳେଣି କାଠ ନ ଜାଳିବା ଦ୍ୱାରା ଏହି ପ୍ଲାଣ୍ଟ୍‌ ୬୦,୦୦୦ ଟନ୍‌ କାର୍ବନ ଡାଇଅକ୍ସାଇଡ ବାୟୁମଣ୍ଡଳରେ ମିଶିବାକୁ ଦେଇନି ବୋଲି କହନ୍ତି ସିଷ୍ଟେମାବାୟୋର ପରିଚାଳକ ପୀୟୂଷ ସୋହାନି। ଅନ୍ୟପକ୍ଷରେ କୃଷକମାନେ ୨୩,୪୫୦ ହେକ୍ଟର ଜମି ପାଇଁ ଜୈବିକ ଖତ ମଧ୍ୟ ପାଇଛନ୍ତି। ଛୋଟ ବାୟୋଡାଇଜେଷ୍ଟର ଲାଗି ଦିନକୁ ୪୫ କେ.ଜି. ଓ ବଡ଼ ପାଇଁ ସର୍ବାଧିକ ୨ଟନ୍‌ ଗୋବର ଆବଶ୍ୟକ। ବ୍ୟବହୃତ ଗୋବର ବାହାର କରିବା ପାଇଁ ସ୍ବୟଂଚାଳିତ ବ୍ୟବସ୍ଥା ମଧ୍ୟ ରଖାଯାଇଛି। ଏହା ଧୂମହୀନ ଓ ସ୍ବାସ୍ଥ୍ୟ ଉପରେ ଏହାର କୌଣସି ନକାରାମତ୍କ ପ୍ରଭାବ ନାହିଁ। ମଜଭୁତ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ଗ୍ୟାସ୍‌ ଷ୍ଟୋର୍‌ କରାଯିବା ବ୍ୟବସ୍ଥା ଥିବାରୁ ବାୟୋଡାଇଜେଷ୍ଟରକୁ ଯେ କୌଣସି ସମୟରେ ସ୍ଥାନାନ୍ତର କରିହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶ କାନପୁର, ପ୍ରୟାଗରାଜ ଓ ଫାରୁଖାବାଦର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ୧୦,୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବାବେଳେ ସେଥିରୁ ୭୫ ପ୍ରତିଶତ ଗଛ ବଞ୍ଚାଇବାରେ ସଫଳ ହୋଇଛନ୍ତି ପିଲମାନେ।…

ସବୁଜ ବିକାଶର ଭିତ୍ତିଭୂମି

ଧୁନିକ ଯୁଗରେ ଶକ୍ତି ହେଉଛି ବିକାଶର ମୂଳ ଆଧାର। ବିଦ୍ୟୁତ୍‌ ବିନା ଆଜିର ଜୀବନଯାତ୍ରାକୁ କଳ୍ପନା କରିବା ଅସମ୍ଭବ। କିନ୍ତୁ ଜନସଂଖ୍ୟା ବୃଦ୍ଧି, ଶିଳ୍ପାୟନ ଓ ସହରୀକରଣ…

ବିଭବେ ସ୍ବଭାବ ନଷ୍ଟ

ମଣିଷର ସ୍ବଭାବ ବା ପ୍ରକୃତି ଜନ୍ମଗତ, ଯାହାକୁ ନେଇ ସେ ଜନ୍ମ ହୋଇଥାଏ ଏବଂ ମୃତୁ୍ୟୁ ପର୍ଯ୍ୟନ୍ତ ଛାଡ଼ି ପାରେନା। ତେଣୁ ହୁଏତ କୁହାଯାଏ ‘ମଣିଷ ପ୍ରକୃତି…

ଯୁଦ୍ଧର ଦେୟ ମହଙ୍ଗା ପଡ଼ିପାରେ

ପ୍ରଥମ ବିଶ୍ୱଯୁଦ୍ଧ (ଜୁଲାଇ ୧୯୧୪- ନଭେମ୍ବର ୧୯୧୮)ର ଅବସାନ ହୋଇଥାଏ, ଏବେ କ୍ଳାନ୍ତି ମେଣ୍ଟାଇବାର ସମୟ। ୩ ମିତ୍ରଶକ୍ତି ପ୍ରାୟ ଛଅ ମିଲିୟନ ମାନବ ସମ୍ବଳ ହରେଇବା…

ପ୍ରତିବାଦରେ ଉପହାସ

ବିଶ୍ୱବିଖ୍ୟାତ ଔପନ୍ୟାସିକ ଚେକୋସ୍ଲୋଭାକିଆର ମିଲାନ କୁଣ୍ଡେରା ଅନେକ ବର୍ଷ ପୂର୍ବେ କହିଥିଲେ- ଯେତେବେଳେ କ୍ଷମତାରେ ଥିବା ଶକ୍ତିଶାଳୀ ଲୋକଙ୍କୁ ଦେଖି ସାଧାରଣ ନାଗରିକ ଉପହାସ କରିଥାନ୍ତି, ସେତେବେଳେ…

କ୍ରୋଧର କାରଣ

ବର୍ତ୍ତମାନର ଆନ୍ଦୋଳନଗୁଡ଼ିକ ଯେଉଁଭଳି ବଡ଼ ଆକାରରେ ସୃଷ୍ଟି ହେଲା ତାହାକୁ ନେଇ ଅନେକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏଭଳି କ୍ରୋଧ କେଉଁ ସ୍ଥିତିରୁ ସୃଷ୍ଟି ହେଲା ତାହା ବୁଝିବା…

ଏଇ ଭାରତରେ

ପ୍ୟାରିସ ଜଳବାୟୁ ସମ୍ମିଳନୀରେ ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲସିୟସରେ ସୀମିତ ରଖିବା ପାଇଁ ସଙ୍କଳ୍ପ ନିଆଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ତାପନ ବୃଦ୍ଧିକୁ ରୋକିବା ପାଇଁ…

ଏକ ଭିନ୍ନ ପଦକ୍ଷେପ

ଜିମ୍‌ଖାନା କ୍ଲବ୍‌ ଏବଂ ଦିଲ୍ଲୀ ଗଲ୍ଫ କ୍ଲବ୍‌କୁ ନେଇ ଚାଲିଥିବା ବିବାଦ ମୁଖ୍ୟତଃ ଜମି, ସୁବିଧାସୁଯୋଗ ଏବଂ ଅଧିକାରକୁ ନେଇ ଥିଲା। ଏବେ ସେଣ୍ଟ୍ରାଲ ସେକ୍ରେଟାରିଏଟ୍‌ କ୍ଲବ୍‌ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri