ସଚ୍ଚୋଟଙ୍କୁ ଠକ ନାହିଁ

କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ବ୍ୟାପିବା ପରେ ଋଣ କିସ୍ତି ପଇଠ କରିବା ଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ମୋରାଟୋରିୟମ୍‌ ଘୋଷଣା କରିଥିଲେ। ଏହି ସମୟରେ ବ୍ୟାଙ୍କଗୁଡ଼ିକ ଚକ୍ରବୃଦ୍ଧି ସୁଧ ବା ସୁଧ ଉପରେ ସୁଧ ଲଗାଇବା ଘଟଣା ସାମ୍‌ନାକୁ ଆସିଥିଲା। ଏଥିରେ ବହୁ ସଂସ୍ଥା ଅସନ୍ତୋଷ ପ୍ରକାଶ କରିବା ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚତ୍ଥିତ୍ଲା। ଏବେ ସରକାର ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଜରିଆରେ ତାଙ୍କ ମତ ଉପସ୍ଥାପନ କରିଛନ୍ତି। ମୋରାଟୋରିୟମ୍‌ ଅବଧିର ୬ମାସ ମଧ୍ୟରେ ସୁଧ ଉପରେ ସୁଧ ଛାଡ଼ କରିବା ଲାଗି ସରକାର ରାଜି ହେବା ସହ ବ୍ୟାଙ୍କଗୁଡ଼ିକର କ୍ଷତି ଭରଣା କରିବା ଲାଗି ସମ୍ମତ ହୋଇଛନ୍ତି। ଏହାଦ୍ୱାରା ଋଣଗ୍ରହୀତାମାନେ ସୁଧ ଉପରେ ଲାଗୁ କରାଯାଇଥିବା ସୁଧ ଦେବାରୁ ମୁକ୍ତି ପାଇପାରିବେ। ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ନେଇଥିବା ବ୍ୟକ୍ତି ବା ସଂସ୍ଥା ଏହି ସୁବିଧା ପାଇପାରିବେ। ସରକାର ଏହି ନିଷ୍ପତ୍ତି ନେବାକୁ ସମୟ ନେଇଛନ୍ତି। ତେବେ ସୁପ୍ରିମକୋର୍ଟରେ ମୋରାଟୋରିୟମ ବିରୋଧରେ ବହୁ ପିଟିଶନ ଦାଏର ହେବା ପରେ ବିଳମ୍ବ ନ କରି ଏହା ଉପରେ ନିଜର ପକ୍ଷ ରଖିବା ଲାଗି ଶୀର୍ଷ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସତ୍ୟପାଠରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଗୃହ, ଶିକ୍ଷା, ଏମ୍‌ଏସ୍‌ଏମ୍‌ଇଏସ୍‌(ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ), କଞ୍ଜ୍ୟୁମର ଡ୍ୟୁରେବଲ ଋଣ, କ୍ରେଡିଟ୍‌ କାର୍ଡ ଦେୟ,ଗାଡ଼ି,ବ୍ୟକ୍ତିଗତ ଓ ବୃତ୍ତିଗତ ଋଣରୁ ବ୍ୟକ୍ତି ମୋରାଟୋରିୟମ ସୁବିଧା ପାଇଥାନ୍ତୁ କି ନଥାନ୍ତୁ ସେଥିରୁ ଛାଡ ପାଇବେ। ସୁପ୍ରିମ୍‌କୋର୍ଟ ଏବେ ସୁଦ୍ଧା କେନ୍ଦ୍ର ଦାଖଲ କରିଥିବା ସତ୍ୟପାଠ ଉପରେ ଶୁଣାଣି ହେବାକୁ ବାକି ରହିଛି। ଏହି ମାମାଲାର ଶୁଣାଣି ଅକ୍ଟୋବର ୧୩ରେ ହେବାର ଅଛି। ଶୀର୍ଷକୋର୍ଟ ତାଙ୍କ ଶୁଣାଣିକୁ ସ୍ଥଗିତ ରଖିବା ଦ୍ୱାରା କେନ୍ଦ୍ରର ସତ୍ୟପାଠ ଉପରେ ବହୁ ପ୍ରଶ୍ନ ଉଙ୍କିମାରୁଛି। ପ୍ରଥମେ ଏହା କରୋନାର ଦୁର୍ଦ୍ଦିନରେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଲୋକମାନେ, ଯେଉଁମାନେ କିସ୍ତି ଦେଉଥିତ୍ଲେ ସେମାନଙ୍କ ସମ୍ପର୍କରେ କିଛି ଉଲ୍ଲେଖ କରିନାହଁି। କାମାଥ୍‌ କମିଟି ରିପୋର୍ଟ ଅନୁସାରେ କ’ଣ କରାଯାଇଛି ଓ ତାହା ସତ୍ୟପାଠରେ କାହିଁକି ପ୍ରକାଶ କରାଯାଇନି ସେ ସମ୍ପର୍କରେ କୋର୍ଟ ପଶ୍ନ କରିଥିଲେ। କୋଭିଡ୍‌-୧୯ ଯୋଗୁ ବ୍ୟାଙ୍କଗୁଡ଼ିକର ବୋଝକୁ ହାଲୁକା କରିବା ଲାଗି ସମାଧାନର ଉପାୟ ଉପରେ ବରିଷ୍ଠ ବ୍ୟାଙ୍କର୍‌ କେ.ଭି. କାମାଥଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ସୁପାରିସକୁ ଆର୍‌ବିଆଇ ଗ୍ରହଣ କରିଥିଲା। ଏହି କମିଟି ୨୬ଟି ସେକ୍ଟର ପାଇଁ ଫାଇନାନ୍‌ସିଆଲ ରେସିଓ ଲାଗି ସୁପାରିସ୍‌ କରିଥିଲା। ଋଣ ଗ୍ରହୀତାଙ୍କୁ ମୋରାଟୋରିୟମ ଅବଧି ମଧ୍ୟରେ ସୁଧ ଉପରେ ସୁଧ ଛାଡ଼ କରିବାର ମୁଖ୍ୟ କାରଣ ଜାଣିବା ଲାଗି ବି ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଥିଲେ।
କେନ୍ଦ୍ର ସରକାରଙ୍କ ସତ୍ୟପାଠ ଉପରେ ବହୁ ସନ୍ଦେହ ରହିଛି। ତେବେ ସୁପ୍ରିମକୋର୍ଟ ଏହି ମାମଲାକୁ କିଭଳି ଦେଖୁଛନ୍ତି ତାହା ଜାଣିବା ଲାଗି ଅପେକ୍ଷା କରିବା। ଏହା ଏକ ଜଟିଳ ସମସ୍ୟା। ସୁଧ ଛାଡ କରାଗଲେ ବ୍ୟାଙ୍କଗୁଡିକ ପାଖାପାଖି ୭,୦୦୦ କୋଟି ଟଙ୍କା କ୍ଷତି ସହିବେ। କିଏ ଏହି କ୍ଷତି ଭରଣା କରିବ? ସରକାର ଟ୍ୟାକ୍ସ ବଢ଼ାଉଛନ୍ତି ଏବଂ ଏହାର ବୋଝ ଲୋକମାନେ ହିଁ ବହନ କରିବେ। ଋଣ କରିଥିବା ବ୍ୟକ୍ତି ବା ସଂସ୍ଥା ଯେଉଁ ରହାତି ପାଇବେ ତାହା ପ୍ରତ୍ୟେକ ଟିକସ ଦାତାଙ୍କୁ ହିଁ ଦେବାକୁ ପଡିବ। ଋଣ ଛାଡ କରି ସରକାର ବ୍ୟାଙ୍କଗୁଡ଼ିକର କ୍ଷତି ସହିବା ଲାଗି ଘୋଷଣା କରିବାକୁ ଆମେ ପ୍ରଶଂସା କରୁଥିବାବେଳେ ସରକାର ଏହି ଟଙ୍କା କେମିତି ଯୋଗାଡ଼ କରିବେ ତାହା ସ୍ପଷ୍ଟ କଲେ ଭଲ ହୁଅନ୍ତା। ବ୍ୟବସାୟ ଓ ବୃତ୍ତିିଗତ ସମେତ ବିଭିନ୍ନ ଉଦ୍ଦେଶ୍ୟରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ନେଇଥିବା ଗ୍ରହୀତାଙ୍କ ପାଇଁ ପ୍ରତ୍ୟେକ ଟିକସଦାତା ତାହା ଦେବା ଉଚିତ ନୁହେଁ। ସୁପ୍ରିମକୋର୍ଟ ତାଙ୍କ ରାୟକୁ ସ୍ଥଗିତ ରଖିବା ସମୟରେ ଆର୍‌ବିଆଇଙ୍କ ଦ୍ୱାରା ସୁଧ ଉପରେ ସୁଧ ଛାଡ ଘୋଷଣାକୁ ଗ୍ରହଣ କରିବାକୁ ଚାହଁୁନଥିବା ତଥା ପ୍ରତିମାସରେ ଋଣ ଦେଇ ଆସୁଥିବା ଶୃଙ୍ଖଳିତ ଋଣଗ୍ରହୀତାମାନେ ଯେଭଳି ଏହାଦ୍ୱାରା ଠକାମିର ଶିକାର ହେଉଥିବା ଅନୁଭବ ନ କରନ୍ତି ସେ ସମ୍ପର୍କରେ କେନ୍ଦ୍ର ସୁନିଶ୍ଚିତ କରିବା ଦରକାର। ଅତୀତରେ କେନ୍ଦ୍ର ସରକାର କୃଷି ଋଣ ଛାଡ ବେଳେ ଏଭଳି ଅସମ୍ବେଦନଶୀଳତା ପ୍ରକାଶ କରିଥିଲା। ଯେଉଁ କୃଷକମାନେ ଋଣ କରି କିସ୍ତି ଦେଉଥିଲେ ସେମାନଙ୍କ ସହ ଆଦୌ କିସ୍ତି ଦେଉ ନ ଥିବା କୃଷକଙ୍କୁ ସମାନ କରିଦିଆଗଲା। ଋଣଛାଡ ଘୋଷଣା କରାଯିବା ଦ୍ୱରା ପ୍ରତ୍ୟେକେ ଲାଭବାନ ହେଲେ। ଉଭୟ ଋଣ ଖିଲାପି ଓ ଠିକ୍‌ ଭାବେ ଋଣ ପରିଶୋଧ କରୁଥିବା ବ୍ୟକ୍ତି ସମାନ ହୋଇଗଲେ। ଏଥିପାଇଁ କୃଷିଋଣ ନେଇଥିବା ବ୍ୟକ୍ତି ସରକାର ସୁଧ ଓ ମୂଳ ଛାଡ ଘୋଷଣା କରିବା ପୂର୍ବରୁ ଓ ପରେ ଋଣ ପରିଶୋଧ କରିବାକୁ କେବେ ବି ଚାହିଁ ଁନ ଥିଲେ। ଏହାଦ୍ୱାରା ଋଣ ଖିଲାପିମାନେ ଲାଭ ପାଇବାବେଳେ ସଚ୍ଚୋଟ ଭାବେ ଋଣ ପରିଶୋଧ କରୁଥିବା ଶୃଙ୍ଖଳିତ ଗ୍ରହୀତାମାନେ ଠକାମିର ଶିକାର ହେବା ଅନୁଭବ କଲେ। ଏବେ ସରକାର ଅନ୍ତତଃ ଏହି ପଦକ୍ଷେପ ନ ନେବା ଉଚିତ। ମାମଲା ଫଇସଲା କରିବା ପୂର୍ବରୁ ସୁପ୍ରିମକୋର୍ଟ ଏହି ଘଟଣାକୁ ଦୃଷ୍ଟିରେ ରଖିବେ ବୋଲି ଆମେ ଆଶା କରିବା। ଏହା ନ ହେଲେ ନ୍ୟାୟିକ ବ୍ୟବସ୍ଥା ଉପରେ ଲୋକେ ଭରସା ହରାଇବେ। ସଚ୍ଚୋଟଙ୍କୁ ଠକିବା ଉଚିତ ନୁହେଁ। ସରକାର ଏଥିପ୍ରତି ଦୃଷ୍ଟି ଦେବେ ବୋଲି ଆଶାକରୁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?