ଏଇ ଭାରତରେ

କୃଷକମାନେ କିଭଳି କମ୍‌ ଜମିରେ କମ୍‌ ଖର୍ଚ୍ଚରେ ଅଧିକ ଲାଭ ପାଇପାରିବେ ସେଥିପାଇଁ ନିଷ୍ଠାର ସହ ଅଭିଯାନ ଚଳାଇଛନ୍ତି ଉତ୍ତରାଖଣ୍ଡର ବିଜୟ ଜର୍‌ଦାରୀ। ସେ ‘ବିଜ୍‌ ବଚାଓ ଆନ୍ଦୋଳନ’ ବା ମଞ୍ଜି ବଞ୍ଚାଅ ଆନ୍ଦୋଳନ(ବିବିଏ) ସଂଗଠନ ଗଢ଼ି ତା’ ମାଧ୍ୟମରେ କୃଷକମାନଙ୍କ ପାଇଁ ଅଧିକ ଆୟର ପଥ ଦେଖାଇଛନ୍ତି। ତେହେରି ଗଡ଼ଓ୍ବାଲ ଅଞ୍ଚଳର ତାଙ୍କ ଗାଁରେ ସେ ଗୋଟିଏ ଛୋଟ ଜମିରେ ୧୨ କିମ୍ବା ତା’ଠାରୁ ଅଧିକ ଫସଲ କମ୍‌ ଖର୍ଚ୍ଚରେ ଉପତ୍ାଦନ କରୁଛନ୍ତି। ଏ ସମ୍ପର୍କରେ ବିବିଏ ମାଧ୍ୟମରେ ଚାଷୀମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ପିଢ଼ି ପିଢ଼ି ଧରି ତାଙ୍କ ପରିବାର କମ୍‌ ଜମିରେ କରି ଆସୁଥିବା ବିବିଧ ଫସଲର ଧାରାକୁ ବଞ୍ଚାଇ ରଖିଛନ୍ତି ବିଜୟ। ସେ କହନ୍ତି, ତାଙ୍କ କୃଷି ପଦ୍ଧତିରେ ଚାଷ କରି ଜଣେ ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ସଞ୍ଚୟ କରିପାରିବ। ଗୋଟିଏ ଜମିରେ ପାରମ୍ପରିକ ଫସଲ କରି ସେଥିରୁ ବିହନ ସଂଗ୍ରହ କରି ଅନ୍ୟ ଚାଷୀମାନଙ୍କୁ ଦେଉଛନ୍ତି। ବିଜୟ ବିଭିନ୍ନ ସ୍ଥାନରୁ ୩୫୦ରୁ ଊର୍ଦ୍ଧ୍ୱ ପାରମ୍ପରିକ ବିହନ ସଂଗ୍ରହ କରିପାରିଛନ୍ତି। ସେ ଗୋଟିଏ ଜମିରେ ୧୨ ପ୍ରକାର ଚାଷ କରୁଥିବାରୁ ତାଙ୍କ ଚାଷ ପଦ୍ଧତିର ନାମ ରଖିଛନ୍ତି ‘ବାରଞ୍ଜା’, ଅର୍ଥାତ୍‌ ୧୨ ପ୍ରକାର ଶସ୍ୟ। ଏହି ଉପାୟରେ ଚାଷ କଲେ ଚାଷୀମାନଙ୍କ ପରିବାର ଉପାସ ରହିବେନି ଓ ଏହା ସେମାନଙ୍କୁ ଅତ୍ୟଧିକ ଋଣ ବୋଝରୁ ମୁକ୍ତ କରିପାରିବ ବୋଲି କହନ୍ତି ବିଜୟ। ଦୀର୍ଘ ୩୦ ବର୍ଷ ମଧ୍ୟରେ ତାଙ୍କ ଗାଁ ପାଖ ୧୫ରୁ ୨୦ଟି ଗାଁର ହଜାର ହଜାର ଚାଷୀଙ୍କୁ ଏଭଳି ପଦ୍ଧତିରେ ଚାଷ କରିବା ଲାଗି ଉତ୍ସାହିତ କରି ଆସିଛନ୍ତି। ଏହି ଚାଷରେ କୀଟନାଶକ, ମଞ୍ଜି ଓ କୃଷି ଶ୍ରମିକ ବାବଦରେ ଖର୍ଚ୍ଚ କରିବାକୁ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶିକ୍ଷା କେବଳ ସରକାରୀ ଚାକିରି ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଆତ୍ମନିର୍ଭରଶୀଳତା ସକାଶେ ବାଟ କଢ଼ାଇ ନିଏ, ଯାହା ପ୍ରମାଣ କରିଛନ୍ତି କଶ୍ମୀରର ଜଣେ ମହିଳା। ବନ୍ଦିପୋରାର…

ବାମପନ୍ଥୀ ଓ ସାମ୍ୟବାଦ

ବାମପନ୍ଥୀ ଚିନ୍ତାଧାରାର ସ୍ରଷ୍ଟା କାର୍ଲ ମାର୍କ୍ସ ନୁହନ୍ତି, ବରଂ ସେ ହେଉଛନ୍ତି ଅନେକ ବାମପନ୍ଥୀଙ୍କ ପରି ଜଣେ। ବାମପନ୍ଥୀ ଓ ଦକ୍ଷିଣ ପନ୍ଥୀ କଥା ପ୍ରଥମେ ଆଲୋଚନାକୁ…

ରାଜନୀତିର ଚତୁର ବ୍ୟବସାୟୀ

ଓଡ଼ିଆ ଲୋକସାହିତ୍ୟ ଓ ଗ୍ରାମୀଣ ଚେତନାରେ ଏକ ଢଗ ରହିଛି-‘ପାନ ଗୁଆ ଖଇର ଗୁଆକାତି, ଭଲ ବ୍ୟବସାୟ ରାଜନୀତି।’ ସମସାମୟିକ ସାମାଜିକ ଓ ରାଜନୈତିକ ବ୍ୟବସ୍ଥାରେ ଏହି…

ପାକୁଆ ପାଟିରେ ମାଂସ

ନିଜର ବୟସ ବଢ଼ିଯିବା ଓ ରାଜନୀତି ଏବେ ‘ଅତ୍ୟଧିକ ପ୍ରଦୂଷିତ’ ହୋଇଯାଇଥିବା ଦର୍ଶାଇ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୭୯ ବର୍ଷୀୟ ସିଦ୍ଦାରାମୈୟା ୨୦୨୮ ବିଧାନସଭା ନିର୍ବାଚନ ଲଢ଼ିବେ…

ଏଇ ଭାରତରେ

ଉତ୍ତରପ୍ରଦେଶ କାନପୁର, ପ୍ରୟାଗରାଜ ଓ ଫାରୁଖାବାଦର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ୧୦,୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବାବେଳେ ସେଥିରୁ ୭୫ ପ୍ରତିଶତ ଗଛ ବଞ୍ଚାଇବାରେ ସଫଳ ହୋଇଛନ୍ତି ପିଲମାନେ।…

ସବୁଜ ବିକାଶର ଭିତ୍ତିଭୂମି

ଧୁନିକ ଯୁଗରେ ଶକ୍ତି ହେଉଛି ବିକାଶର ମୂଳ ଆଧାର। ବିଦ୍ୟୁତ୍‌ ବିନା ଆଜିର ଜୀବନଯାତ୍ରାକୁ କଳ୍ପନା କରିବା ଅସମ୍ଭବ। କିନ୍ତୁ ଜନସଂଖ୍ୟା ବୃଦ୍ଧି, ଶିଳ୍ପାୟନ ଓ ସହରୀକରଣ…

ବିଭବେ ସ୍ବଭାବ ନଷ୍ଟ

ମଣିଷର ସ୍ବଭାବ ବା ପ୍ରକୃତି ଜନ୍ମଗତ, ଯାହାକୁ ନେଇ ସେ ଜନ୍ମ ହୋଇଥାଏ ଏବଂ ମୃତୁ୍ୟୁ ପର୍ଯ୍ୟନ୍ତ ଛାଡ଼ି ପାରେନା। ତେଣୁ ହୁଏତ କୁହାଯାଏ ‘ମଣିଷ ପ୍ରକୃତି…

ଯୁଦ୍ଧର ଦେୟ ମହଙ୍ଗା ପଡ଼ିପାରେ

ପ୍ରଥମ ବିଶ୍ୱଯୁଦ୍ଧ (ଜୁଲାଇ ୧୯୧୪- ନଭେମ୍ବର ୧୯୧୮)ର ଅବସାନ ହୋଇଥାଏ, ଏବେ କ୍ଳାନ୍ତି ମେଣ୍ଟାଇବାର ସମୟ। ୩ ମିତ୍ରଶକ୍ତି ପ୍ରାୟ ଛଅ ମିଲିୟନ ମାନବ ସମ୍ବଳ ହରେଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri