ଅସୁସ୍ଥତା ସତ୍ତ୍ୱେ ବେଦଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି

କେନ୍ଦ୍ରାପଡା ଅଫିସ, ୨୧ା୪: ବିଜେଡିର ବରିଷ୍ଠ ନେତା ତଥା ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କ ୮୨ ବର୍ଷ ବୟସରେ ଶନିବାର ପରଲୋକ ଘଟିଛି। ସେ ପୂର୍ବରୁ ୬ ଥର ବିଧାୟକ ହୋଇଥିବା ବେଳେ ଚଳିତ ସାଧାରଣ ନିର୍ବାଚନରେ ବିଜେଡି ତାଙ୍କୁ ପ୍ରାର୍ଥୀ କରିଥିଲା। ତେବେ ସେ ଅସୁସ୍ଥ ଥିବା ସତ୍ତ୍ୱେ ତାଙ୍କୁ ବିଜେଡି କେଉଁ କାରଣରୁ ପ୍ରାର୍ଥୀ କରିଥିଲା, ସେ ନେଇ ଏବେ ଜିଲାସାରା ଆଲୋଚନା ଜୋର ଧରିଛି। ବୟସାଧିକ୍ୟ କାରଣରୁ ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓ ଓ ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ଟିକେଟ ମିଳି ନ ଥିଲା। ହେଲେ ପାଟକୁରାରେ ଅନ୍ୟ ଆଶାୟୀଙ୍କୁ ନିରାଶ କରି ବିଜେଡି ବେଦପ୍ରକାଶଙ୍କୁ ଟିକେଟ ଦେଇଥିବାରୁ ପାଟକୁରାବାସୀଙ୍କୁ ଏକ ପ୍ରକାର ଧକ୍କା ଲାଗିଛି ବୋଲି ଚର୍ଚ୍ଚା ହେଉଛି। ଶରୀର ଅସୁସ୍ଥ କାରଣରୁ ବେଦପ୍ରକାଶ ନାମାଙ୍କନପତ୍ର ଦାଖଲର ଶେଷ ଦିନ ପ୍ରାର୍ଥତ୍ପତ୍ର ଦାଖଲ କରିବାକୁ ଯାଇଥିଲେ। ମାତ୍ର ସେ ନିର୍ବାଚନ ଅଧିକାରୀଙ୍କ ନିକଟରେ ପହଞ୍ଚି ନ ପାରି ଜିଲାପାଳଙ୍କ କାର୍ଯ୍ୟାଳୟ ବାରଣ୍ଡାରେ ବସି ରହିଥିଲେ। ତାଙ୍କର ପ୍ରସ୍ତାବକ ମହେନ୍ଦ୍ର ସିଂହ ନିର୍ବାଚନ ଅଧିକାରୀ ଉପଜିଲାପାଳ ସଞ୍ଜୟ କୁମାର ମିଶ୍ରଙ୍କୁ ନାମାଙ୍କନପତ୍ର ପ୍ରଦାନ କରିଥିଲେ। ଅସୁସ୍ଥତା କାରଣରୁ ସେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ବିଜେଡି ସଭାପତି ତାଙ୍କ ଟିକେଟ ସମ୍ପର୍କରେ ଘୋଷଣା କରିଥିଲେ। ଏହି ଟିକେଟ ତାଙ୍କ ପୁଅ ଅଥବା ସ୍ତ୍ରୀଙ୍କୁ ପ୍ରଦାନ କରିବା ପାଇଁ ତାଙ୍କ ପରିବାର ସଦସ୍ୟ ନବୀନ ନିବାସ ଯାଇଥିଲେ ସୁଦ୍ଧା ସେମାନଙ୍କୁ ଟିକେଟ ମିଳି ନ ଥିଲା।
ପାଟକୁରା ଆସନରେ ଭାଜପାର ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରତିଦ୍ୱନ୍ଦ୍ୱୀ ଥିବାରୁ ସମ୍ଭବତଃ ବିଜେଡି ବେଦପ୍ରକାଶଙ୍କୁ ପ୍ରାଥମିକତା ଦେଇଥିଲା। ମାତ୍ର ତାଙ୍କ ମୃତ୍ୟୁ ପରେ ଏହି ବିଧାନସଭା ଆସନରେ ନିର୍ବାଚନ ସ୍ଥଗିତ ରହିବା ଏକପ୍ରକାର ନିଶ୍ଚିନ୍ତ ଥିବା ବେଳେ ନିର୍ବାଚନ କମିଶନଙ୍କ ଘୋଷଣାକୁ ଅପେକ୍ଷା ରହିଛି। ଅସୁସ୍ଥ ଥିବା ସତ୍ତ୍ୱେ ବେଦପ୍ରକାଶଙ୍କୁ ବିଜେଡ଼ି ଟିକେଟ ଦେବା ନେଇ ଅନେକ କଥା ଆଲୋଚନା ହେଉଛି। ଚଳିତ ନିର୍ବାଚନ ପାଇଁ ବାପା ବଦଳରେ ପୁଅ, ସ୍ବାମୀ ବଦଳରେ ସ୍ତ୍ରୀଙ୍କୁ ବିଜେଡି ଟିକେଟ ଦେଇଛି। ପ୍ରଭାତ ତ୍ରିପାଠୀଙ୍କ ବଦଳରେ ପୁଅ ଦେବୀରଞ୍ଜନ, ପ୍ରଭାତ ବିଶ୍ୱାଳଙ୍କ ବଦଳରେ ପୁଅ ସୌଭିକ, ବିଜୟଶ୍ରୀ ରାଉତରାୟଙ୍କ ବଦଳରେ ପୁଅ ବିଷ୍ଣୁବ୍ରତଙ୍କୁ ଟିକେଟ ମିଳିଛି। ସେହିପରି ଝିନ୍ନ ହିକ୍‌କାଙ୍କ ସ୍ତ୍ରୀ କୌଶଲ୍ୟା ଓ ମୁକ୍ତିକାନ୍ତ ମଣ୍ଡଳଙ୍କ ସ୍ତ୍ରୀ ମଞ୍ଜୁଲତାଙ୍କୁ ବିଜେଡି ଟିକେଟ ଦେଇଛି। କିନ୍ତୁ ପାଟକୁରାରେ ବେଦପ୍ରକାଶଙ୍କ ପରିବାରବର୍ଗଙ୍କ ସହ ଅନ୍ୟ ଆଶାୟୀଙ୍କ ପକ୍ଷରୁ ଦାବି କରାଯିବା ପରେ ବି କୌଣସି ପରିବର୍ତ୍ତନ କରାଯାଇ ନ ଥିଲା।
ସୂଚନାଥାଉ କି, ପାଟକୁରା ବିଧାନସଭା ଆସନ ପାଇଁ ଚଳିତ ଥର ଟିକେଟ ଆଶାୟୀଙ୍କ ସଂଖ୍ୟା ଅଧିକ ଥିଲା। ପାଟକୁରା-ଡେରାବିଶ ସ୍ବାଭିମାନ ମଞ୍ଚର ଆବାହକ ତଥା ଡେରାବିଶ ବ୍ଲକ ଅଧ୍ୟକ୍ଷ ସରୋଜକାନ୍ତ ସାହୁ ଟିକେଟ ପାଇଁ ବାରମ୍ବାର ଦଳୀୟ ନେତୃବୃନ୍ଦଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ଟିକେଟ ନ ମିଳିବାରୁ ସେ ଅସନ୍ତୁଷ୍ଟ ହେବାରୁ ତାଙ୍କୁ ବିଜେଡିର ରାଜ୍ୟ ସମ୍ପାଦକ ପଦ ପ୍ରଦାନ କରାଯାଇଥିଲା। ଏହାସତ୍ତ୍ୱେ ସରୋଜକାନ୍ତ ବିଜେଡି ଛାଡି ଭାଜପାରେ ଯୋଗ ଦେଇଛନ୍ତି।
ସେହିପରି ରାଜ୍ୟ ସମ୍ପାଦକ ପ୍ରମୋଦ କୁମାର ସାହୁ, ରବି ସାମଲ, ଅଧ୍ୟାପକ ଅଜୟ କୁମାର ରାଉତ, ଖଦିବୋର୍ଡ ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ା ଆଦି ଟିକେଟ ଆଶାୟୀ ଥିଲେ। ନିର୍ବାଚନ ସ୍ଥଗିତ ହେଲେ ପାଟକୁରାର ବିକାଶ ୬ ମାସ ବିଳମ୍ବିତ ହେବ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?