ଅସୁସ୍ଥତା ସତ୍ତ୍ୱେ ବେଦଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି

କେନ୍ଦ୍ରାପଡା ଅଫିସ, ୨୧ା୪: ବିଜେଡିର ବରିଷ୍ଠ ନେତା ତଥା ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କ ୮୨ ବର୍ଷ ବୟସରେ ଶନିବାର ପରଲୋକ ଘଟିଛି। ସେ ପୂର୍ବରୁ ୬ ଥର ବିଧାୟକ ହୋଇଥିବା ବେଳେ ଚଳିତ ସାଧାରଣ ନିର୍ବାଚନରେ ବିଜେଡି ତାଙ୍କୁ ପ୍ରାର୍ଥୀ କରିଥିଲା। ତେବେ ସେ ଅସୁସ୍ଥ ଥିବା ସତ୍ତ୍ୱେ ତାଙ୍କୁ ବିଜେଡି କେଉଁ କାରଣରୁ ପ୍ରାର୍ଥୀ କରିଥିଲା, ସେ ନେଇ ଏବେ ଜିଲାସାରା ଆଲୋଚନା ଜୋର ଧରିଛି। ବୟସାଧିକ୍ୟ କାରଣରୁ ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓ ଓ ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ଟିକେଟ ମିଳି ନ ଥିଲା। ହେଲେ ପାଟକୁରାରେ ଅନ୍ୟ ଆଶାୟୀଙ୍କୁ ନିରାଶ କରି ବିଜେଡି ବେଦପ୍ରକାଶଙ୍କୁ ଟିକେଟ ଦେଇଥିବାରୁ ପାଟକୁରାବାସୀଙ୍କୁ ଏକ ପ୍ରକାର ଧକ୍କା ଲାଗିଛି ବୋଲି ଚର୍ଚ୍ଚା ହେଉଛି। ଶରୀର ଅସୁସ୍ଥ କାରଣରୁ ବେଦପ୍ରକାଶ ନାମାଙ୍କନପତ୍ର ଦାଖଲର ଶେଷ ଦିନ ପ୍ରାର୍ଥତ୍ପତ୍ର ଦାଖଲ କରିବାକୁ ଯାଇଥିଲେ। ମାତ୍ର ସେ ନିର୍ବାଚନ ଅଧିକାରୀଙ୍କ ନିକଟରେ ପହଞ୍ଚି ନ ପାରି ଜିଲାପାଳଙ୍କ କାର୍ଯ୍ୟାଳୟ ବାରଣ୍ଡାରେ ବସି ରହିଥିଲେ। ତାଙ୍କର ପ୍ରସ୍ତାବକ ମହେନ୍ଦ୍ର ସିଂହ ନିର୍ବାଚନ ଅଧିକାରୀ ଉପଜିଲାପାଳ ସଞ୍ଜୟ କୁମାର ମିଶ୍ରଙ୍କୁ ନାମାଙ୍କନପତ୍ର ପ୍ରଦାନ କରିଥିଲେ। ଅସୁସ୍ଥତା କାରଣରୁ ସେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ବିଜେଡି ସଭାପତି ତାଙ୍କ ଟିକେଟ ସମ୍ପର୍କରେ ଘୋଷଣା କରିଥିଲେ। ଏହି ଟିକେଟ ତାଙ୍କ ପୁଅ ଅଥବା ସ୍ତ୍ରୀଙ୍କୁ ପ୍ରଦାନ କରିବା ପାଇଁ ତାଙ୍କ ପରିବାର ସଦସ୍ୟ ନବୀନ ନିବାସ ଯାଇଥିଲେ ସୁଦ୍ଧା ସେମାନଙ୍କୁ ଟିକେଟ ମିଳି ନ ଥିଲା।
ପାଟକୁରା ଆସନରେ ଭାଜପାର ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରତିଦ୍ୱନ୍ଦ୍ୱୀ ଥିବାରୁ ସମ୍ଭବତଃ ବିଜେଡି ବେଦପ୍ରକାଶଙ୍କୁ ପ୍ରାଥମିକତା ଦେଇଥିଲା। ମାତ୍ର ତାଙ୍କ ମୃତ୍ୟୁ ପରେ ଏହି ବିଧାନସଭା ଆସନରେ ନିର୍ବାଚନ ସ୍ଥଗିତ ରହିବା ଏକପ୍ରକାର ନିଶ୍ଚିନ୍ତ ଥିବା ବେଳେ ନିର୍ବାଚନ କମିଶନଙ୍କ ଘୋଷଣାକୁ ଅପେକ୍ଷା ରହିଛି। ଅସୁସ୍ଥ ଥିବା ସତ୍ତ୍ୱେ ବେଦପ୍ରକାଶଙ୍କୁ ବିଜେଡ଼ି ଟିକେଟ ଦେବା ନେଇ ଅନେକ କଥା ଆଲୋଚନା ହେଉଛି। ଚଳିତ ନିର୍ବାଚନ ପାଇଁ ବାପା ବଦଳରେ ପୁଅ, ସ୍ବାମୀ ବଦଳରେ ସ୍ତ୍ରୀଙ୍କୁ ବିଜେଡି ଟିକେଟ ଦେଇଛି। ପ୍ରଭାତ ତ୍ରିପାଠୀଙ୍କ ବଦଳରେ ପୁଅ ଦେବୀରଞ୍ଜନ, ପ୍ରଭାତ ବିଶ୍ୱାଳଙ୍କ ବଦଳରେ ପୁଅ ସୌଭିକ, ବିଜୟଶ୍ରୀ ରାଉତରାୟଙ୍କ ବଦଳରେ ପୁଅ ବିଷ୍ଣୁବ୍ରତଙ୍କୁ ଟିକେଟ ମିଳିଛି। ସେହିପରି ଝିନ୍ନ ହିକ୍‌କାଙ୍କ ସ୍ତ୍ରୀ କୌଶଲ୍ୟା ଓ ମୁକ୍ତିକାନ୍ତ ମଣ୍ଡଳଙ୍କ ସ୍ତ୍ରୀ ମଞ୍ଜୁଲତାଙ୍କୁ ବିଜେଡି ଟିକେଟ ଦେଇଛି। କିନ୍ତୁ ପାଟକୁରାରେ ବେଦପ୍ରକାଶଙ୍କ ପରିବାରବର୍ଗଙ୍କ ସହ ଅନ୍ୟ ଆଶାୟୀଙ୍କ ପକ୍ଷରୁ ଦାବି କରାଯିବା ପରେ ବି କୌଣସି ପରିବର୍ତ୍ତନ କରାଯାଇ ନ ଥିଲା।
ସୂଚନାଥାଉ କି, ପାଟକୁରା ବିଧାନସଭା ଆସନ ପାଇଁ ଚଳିତ ଥର ଟିକେଟ ଆଶାୟୀଙ୍କ ସଂଖ୍ୟା ଅଧିକ ଥିଲା। ପାଟକୁରା-ଡେରାବିଶ ସ୍ବାଭିମାନ ମଞ୍ଚର ଆବାହକ ତଥା ଡେରାବିଶ ବ୍ଲକ ଅଧ୍ୟକ୍ଷ ସରୋଜକାନ୍ତ ସାହୁ ଟିକେଟ ପାଇଁ ବାରମ୍ବାର ଦଳୀୟ ନେତୃବୃନ୍ଦଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ଟିକେଟ ନ ମିଳିବାରୁ ସେ ଅସନ୍ତୁଷ୍ଟ ହେବାରୁ ତାଙ୍କୁ ବିଜେଡିର ରାଜ୍ୟ ସମ୍ପାଦକ ପଦ ପ୍ରଦାନ କରାଯାଇଥିଲା। ଏହାସତ୍ତ୍ୱେ ସରୋଜକାନ୍ତ ବିଜେଡି ଛାଡି ଭାଜପାରେ ଯୋଗ ଦେଇଛନ୍ତି।
ସେହିପରି ରାଜ୍ୟ ସମ୍ପାଦକ ପ୍ରମୋଦ କୁମାର ସାହୁ, ରବି ସାମଲ, ଅଧ୍ୟାପକ ଅଜୟ କୁମାର ରାଉତ, ଖଦିବୋର୍ଡ ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ା ଆଦି ଟିକେଟ ଆଶାୟୀ ଥିଲେ। ନିର୍ବାଚନ ସ୍ଥଗିତ ହେଲେ ପାଟକୁରାର ବିକାଶ ୬ ମାସ ବିଳମ୍ବିତ ହେବ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା କଂଗ୍ରେସର ୨୬ଜଣିଆ ନିର୍ବାଚନ ପରିଚାଳନା କମିଟି, ତାଲିକାରେ ଏହି ବଡ଼ ନେତା

ଭୁବନେଶ୍ୱର,୧୭।୪: ଓଡ଼ିଶା ଲୋକ ସଭା ଓ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ୨୬ ଜଣିଆ ନିର୍ବାଚନ ପରିଚାଳନା କମିଟି ତାଲିକା ବୁଧବାର ଜାରି ହୋଇଛି। ଏହି...

କଣ୍ଟାବାଂଜିରୁ ମୁଖ୍ୟମନ୍ତ୍ରୀ ଲଢିବାର ବଡ଼ କାରଣ!

ଭୁବନେଶ୍ୱର,୧୭।୪: ପୁଣି ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ପଞ୍ଚମ ପର୍ଯ୍ୟାୟ ବିଧାନସଭା ତାଲିକାରେ ୯ଜଣ ବିଧାୟକଙ୍କ ନାଁ ଘୋଷଣା କରାଯାଇଛି। ସବୁଠାରୁ ବଡ଼ କଥା ହେଲା,...

କଂଗ୍ରେସ ଟିକେଟ ପାଇଁ ଅନ୍‌ଲାଇନ ଆବେଦନ: ଅଜୟ କୁମାର

ଭୁବନେଶ୍ୱର, ୨।୨(ସୁନିତ୍‌ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ଟିକେଟ ପାଇବାକୁ ହେଲେ ଆଉ ଲବି କାମ ଦେବନାହିଁ। ଯେଉଁମାନେ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ହେବାକୁ...

୫୨ ହଜାର ଭୋଟରେ ଜିତିଲେ ବସୁନ୍ଧରା

ଜୟପୁର,୩।୧୨: ୫ ବର୍ଷର ବ୍ୟବଧାନ ପରେ ଭାଜପା ପୁଣି ରାଜସ୍ଥାନରେ କ୍ଷମତାକୁ ଫେରିବା ଏକ ପ୍ରକାର ନିଶ୍ଚିତ ହୋଇଛି। ଭାଜପା ୧୧୫ ଆସନରେ ଆଗୁଆ ରହିଥିବା...

ପୂର୍ବାହ୍ନ ୧୧ଟା ସୁଦ୍ଧା ୨୦.୩୮ ପ୍ରତିଶତ ମତଦାନ

ଝାରସୁଗୁଡା ଅଫିସ,୧୦।୫: ଝାରସୁଗୁଡା ଉପନିର୍ବାଚନ ଲାଗି ସକାଳ ୭ଟାରୁ ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଛି। ତେବେ ପୂର୍ବାହ୍ନ ୧୧ଟା ସୁଦ୍ଧା ଝରସୁଗୁଡାରେ ୨୦.୩୮ ପ୍ରତିଶତ ମତଦାନ...

ଝାରସୁଗୁଡା ଉପନିର୍ବାଚନ: ଭୋଟ ଦେଲେ ଭାଜପା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ

ଝାରସୁଗୁଡା ଅଫିସ,୧୦।୫: ଝାରସୁଗୁଡା ଉପନିର୍ବାଚନ ଲାଗି ମତଦାନ ଚାଲିଥିବା ବେଳେ ଭାଜପା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଭୋଟ ଦେଇଛନ୍ତି। ସୂଚନାଯୋଗ୍ୟ, ସକାଳ ୭ଟାରୁ ଆରମ୍ଭ ହୋଇ...

ଆଜି କର୍ନାଟକ ବିଧାନସଭା ନିର୍ବାଚନ: ୫.୩ କୋଟି ଭୋଟର ନିର୍ଣ୍ଣୟ କରିବେ ୨୬୧୫ ପ୍ରାର୍ଥୀଙ୍କ ଭାଗ୍ୟ…

ବେଙ୍ଗାଲୁରୁ,୧୦।୫ : ଆଜି କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ମତଦାନ କରାଯାଉଛି। ରାଜ୍ୟର ୫.୩ କୋଟି ଭୋଟର ନିର୍ବାଚନୀ ମଇଦାନରେ ଥିବା ୨୬୧୫ ପ୍ରାର୍ଥୀଙ୍କ ଭାଗ୍ୟ...

ଝାରସୁଗୁଡ଼ା ଉପନିର୍ବାଚନ: ଟଙ୍କଧର ଭାଜପା ପ୍ରାର୍ଥୀ

ଭୁବନେଶ୍ୱର, ୧୨।୪(ବ୍ୟୁରୋ)-ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଭାଜପା ପ୍ରାର୍ଥୀ ଘୋଷଣା କରିଛି। ରାଜ୍ୟ ଯୁବମୋର୍ଚ୍ଚାର ପୂର୍ବତନ ସଭାପତି ଟଙ୍କଧର ତ୍ରିପାଠୀଙ୍କୁ ଟିକେଟ ପ୍ରଦାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri