Posted inଜାତୀୟ

ଯୋଗୀଙ୍କ ଶାସନ: ୩ ବର୍ଷରେ ୧୧୨ ଏନ୍‌କାଉଣ୍ଟର

ନୂଆଦିଲ୍ଲୀ, ୧୨।୭: ଉତ୍ତରପ୍ରଦେଶରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ଏନ୍‌କାଉଣ୍ଟର ପରେ ଏବେ ୫ ବର୍ଷର ଏନ୍‌କାଉଣ୍ଟର ତଥ୍ୟ ନେଇ ସାରା ଦେଶରେ ଚର୍ଚ୍ଚା ଜାରି ରହିଛି। ଅପରାଧୀଙ୍କୁ ଏନ୍‌କାଉଣ୍ଟର କରାଯିବା କିଛି ନୂଆ ଘଟଣା ନୁହେଁ। ୨୦୧୨-୧୩ରୁ ୨୦୧୭-୧୮ ଗତ ୫ ବର୍ଷ ମଧ୍ୟରେ ଦେଶରେ ୮୨୮ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରାଯାଇଛି। ସେଥିମଧ୍ୟରେ ୧୦୧୪-୧୫ରେ ସର୍ବାଧିକ ୧୮୮ ଏନ୍‌କାଉଣ୍ଟର ହୋଇଛି। ଏସବୁ ଏନ୍‌କାଉଣ୍ଟର ମଧ୍ୟରେ ୨୦୧୩ଠାରୁ ୨୦୧୭ ମଧ୍ୟରେ ଗତ ୫ ବର୍ଷରେ ୨୫୬ ଫେକ୍‌ ଏନ୍‌କାଉଣ୍ଟର ଘଟଣା ଘଟିଛି। ୨୦୧୫ରେ ସର୍ବାଧିକ ୧୪୦ଟି ଫେକ୍‌ ଏନ୍‌କାଉଣ୍ଟର ହୋଇଛି। ଦେଶର ୫ଟି ରାଜ୍ୟ ଫେକ୍‌ ଏନ୍‌କାଉଣ୍ଟର ତାଲିକାରେ ରହିଛନ୍ତି। ଉତ୍ତରପ୍ରଦେଶ ସହିତ ଆସାମ, ଛତିଶଗଡ଼, ମେଘାଳୟ ଏବଂ ଝାଡ଼ଖଣ୍ଡରେ ଏନ୍‌କାଉଣ୍ଟର ଘଟଣା ପ୍ରାୟତଃ ଘଟିଥାଏ।ଫେକ୍‌ ଏନ୍‌କାଉଣ୍ଟର ଘଟଣାରେ ଉତ୍ତରପ୍ରଦେଶ ମଧ୍ୟ ଆଗୁଆ ରହିଛି। ଏଠାରେ ଏହି ସମୟ ମଧ୍ୟରେ ୪୫ ପ୍ରତିଶତ ଫେକ୍‌ ଏନ୍‌କାଉଣ୍ଟର ଘଟିଛି। ଆପରାଧୀକ ଘଟଣାରେ ଉତ୍ତରପ୍ରଦେଶ ସବୁବେଳେ ଆଗରେ ରହିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଶାସନର ୩ ବର୍ଷ ମଧ୍ୟରେ ରାଜ୍ୟରେ ୧୬ ଏନ୍‌କାଉଣ୍ଟର ହୋଇଥିଲା। ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରରେ ଗତ ୩ ବର୍ଷ ମଧ୍ୟରେ ଏହା ୭ଗୁଣା ବୃଦ୍ଧି ପାଇ ୧୧୨ରେ ପହଞ୍ଚିଛି। ୨୦୧୮ରେ ଦେଶରେ ୨୨ ଫେକ୍‌ ଏନ୍‌କାଉଣ୍ଟର କରାଯାଇଥିବାବେଳେ ସେଥିମଧ୍ୟରୁ ଉତ୍ତରପ୍ରଦେଶ ୭୭ ପ୍ରତିଶତ ଅର୍ଥାତ୍‌ ୧୭ଟି ଘଟଣା ଘଟିଛି। ୨୦୧୨ରୁ ୨୦୧୭ ମଧ୍ୟରେ ଉତ୍ତରପ୍ରଦେଶ ସରକାର ଫେକ୍‌ ଏନ୍‌କାଉଣ୍ଟର ଯୋଗୁ ସର୍ବାଧିକ ୧୩ କୋଟି ୨୩ ଲକ୍ଷ ଟଙ୍କାର କ୍ଷତିପୂରଣ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

ବ୍ୟାନ ହେଲା ଭାରତୀୟ ମସଲା ଏମଡିଏଚ-ଏଭରେଷ୍ଟ

ନୂଆଦିଲ୍ଲୀ,୨୪।୪: ଭାରତର ବଡ଼ ମସଲା କମ୍ପାନୀକୁ ନେଇ ଆସିଲା ବଡ଼ ଖବର। ଘରେ ଘରେ ବ୍ୟବହାର ହେଉଥିବା ଏହି ମସଲା ଘାତକ ସାବ୍ୟସ୍ତ ହୋଇପାରେ। କାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri