Posted inTrending, ଖେଳ

ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଲେ ଯଶସ୍ବୀ ଜୟସ୍ବାଲ: ୩୨ ବର୍ଷ ପୁରୁଣା ବିଶ୍ୱ ରେକର୍ଡର କଲେ ସମକକ୍ଷ

ଖ୍ରୀଷ୍ଟଚର୍ଚ୍ଚ, ୨୭।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦୁଇଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ଖ୍ରୀଷ୍ଟଚର୍ଚ୍ଚର ହେଗଲି ଓଭାଲ୍‌ରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ପଡ଼ିଆକୁ ଓହ୍ଲାଇବା ମାତ୍ରେ ଭାରତୀୟ ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି। କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ସେ ୩୨ ବର୍ଷ ପୁରୁଣା ଏକ ବିଶ୍ୱ ରେକର୍ଡର ସମକକ୍ଷ ହୋଇଛନ୍ତି।

ଖବର ଲେଖାଯିବା ସୁଦ୍ଧା ଜୟସ୍ବାଲ ଭାରତ ପାଇଁ ୩୪ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ତାଙ୍କର ଏହି ସମସ୍ତ ମ୍ୟାଚ ଭିନ୍ନ ଭିନ୍ନ ଷ୍ଟାଡିୟମରେ ଖେଳାଯାଇଛି। ଅର୍ଥାତ୍‌ ନିଜ ଟେଷ୍ଟ କ୍ୟାରିୟରରେ ଏଯାଏ ସେ କୌଣସି ଗୋଟିଏ ପଡ଼ିଆରେ ଦ୍ୱିତୀୟ ଥର ପାଇଁ ଟେଷ୍ଟ ମ୍ୟାଚ ଖେଳିବାକୁ ଓହ୍ଲାଇ ନ ଥିଲେ। ୱେଷ୍ଟଇଣ୍ଡିଜ ବିପକ୍ଷରେ ଜୟସ୍ବାଲ ନିଜ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ଦକ୍ଷିଣ ଆଫ୍ରିକା ମାଟିରେ ମଧ୍ୟ ଟେଷ୍ଟ ଖେଳିଥିଲେ। ଭାରତରେ ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚ ଇଂଲଣ୍ଡ ବିପକ୍ଷରେ ଥିଲା।
ପରବର୍ତ୍ତୀ ସମୟରେ ବାଂଲାଦେଶ, ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତରେ ଭିନ୍ନ ଭିନ୍ନ ଷ୍ଟାଡିୟମରେ ସେ ଖେଳିଥିଲେ। ଏହି ପାଞ୍ଚଟି ଦଳକୁ ଭାରତ ୧୪ଟି ଅଲଗା ଅଲଗା ଷ୍ଟାଡିୟମ୍‌ରେ ଆତିଥ୍ୟ ଦେଇଥିଲା। ସେହିପରି ୨୦୨୪-୨୫ ଓ ୨୦୨୫ରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଗସ୍ତରେ ମଧ୍ୟ ସେ ପାଞ୍ଚଟି ଲେଖାଏ ଟେଷ୍ଟ ମ୍ୟାଚ ଖେଳିଥିଲେ।

ଏହି ମାମଲାରେ ଜୟସ୍ବାଲ ଭାରତର ପୂର୍ବତନ ବ୍ୟାଟର ସଞ୍ଜୟ ମାଞ୍ଜରେକରଙ୍କ ୩୨ ବର୍ଷ ପୁରୁଣା ରେକର୍ଡର ସମକକ୍ଷ ହୋଇଛନ୍ତି। ମାଞ୍ଜରେକର ୧୯୯୪ ପର୍ଯ୍ୟନ୍ତ ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ୩୩ଟି ମ୍ୟାଚ ଭିନ୍ନ ଭିନ୍ନ ଷ୍ଟାଡିୟମରେ ଖେଳିଥିଲେ। ତାଙ୍କର ୩୪ତମ ଟେଷ୍ଟ ମ୍ୟାଚ ବେଙ୍ଗାଲୁରୁରେ ଥିଲା। ସେଠାରେ ସେ ପ୍ରଥମ ଥର ପାଇଁ କୌଣସି ଗୋଟିଏ ପଡ଼ିଆରେ ଦ୍ୱିତୀୟ ଟେଷ୍ଟ ଖେଳିଥିଲେ।

ଏହି ରେକର୍ଡ ମାମଲାରେ ଜୟସ୍ବାଲ ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ପଛରେ ପକାଇଛନ୍ତି। ସଚିନ ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ୩୨ଟି ମ୍ୟାଚ ଭିନ୍ନ ଭିନ୍ନ ଷ୍ଟାଡିୟମରେ ଖେଳିଥିଲେ। ୧୯୯୪ରେ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ସେ ପ୍ରଥମ ଥର ପାଇଁ ପୂର୍ବରୁ ଖେଳିଥିବା ଏକ ପଡ଼ିଆରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳିଥିଲେ।

ଟେଷ୍ଟ ଡେବ୍ୟୁ ପରେ ସର୍ବାଧିକ ଭିନ୍ନ ଭିନ୍ନ ଷ୍ଟାଡିୟମରେ ଖେଳିଥିବା ଖେଳାଳି
– ୩୩ ମ୍ୟାଚ ସଞ୍ଜୟ ମାଞ୍ଜରେକର (ଭାରତ)
– ୩୩ ମ୍ୟାଚ ଯଶସ୍ବୀ ଜୟସ୍ବାଲ (ଭାରତ)
– ୩୨ ମ୍ୟାଚ ସଚିନ ତେନ୍ଦୁଲକର (ଭାରତ)
– ୨୪ ମ୍ୟାଚ ଜଭଗଲ ଶ୍ରୀନାଥ (ଭାରତ)
– ୨୪ ମ୍ୟାଚ ଦିନେଶ ରାମଦିନ (ୱେଷ୍ଟଇଣ୍ଡିଜ)

 


Enter your email to get our daily news in your inbox.

All Right Reserved By Dharitri.Com

୩୪ ବର୍ଷ ପରେ ବି ଅଙ୍ଗନୱାଡି କର୍ମୀଙ୍କ ପାଇଁ ନାହିଁ ଶୌଚାଳୟ: ବ୍ଲକ କାର୍ଯ୍ୟାଳୟକୁ ଆସି ହଟହଟା

ଲୋଇସିଂହା,୨୍‌୭।୧୧(ସୁଶାନ୍ତ ବାରିକ):ମହିଳାଙ୍କ ସ୍ବଚ୍ଛତା, ସୁରକ୍ଷା ଓ ସମ୍ମାନ ନେଇ ସରକାର ବିଭିନ୍ନ ଯୋଜନା ଓ ସଚେତନତା କାର୍ଯ୍ୟକ୍ରମ ଚଳାଇଛନ୍ତି। ଏପରିକି ମହିଳା ଓ କିଶୋରୀମାନଙ୍କୁ ସ୍ବଚ୍ଛତା ସମ୍ପର୍କରେ…

ଡାର୍ଟ ମହାକାଶଯାନ ଧକ୍କା ଦେଇଥିବା ଗ୍ରହାଣୁରେ ହୋଇଛି ବିଶାଳ ଗର୍ତ୍ତ

ନୂଆଦିଲ୍ଲୀ/ବର୍ଲିନ,୨୭।୧୧(ରଏଟର୍ସ): ପୃଥିବୀ ସୁରକ୍ଷା ବ୍ୟବସ୍ଥାର ପ୍ରଥମ ପରୀକ୍ଷଣ ଭାବେ ୨୦୨୨ରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ର ‘ଡାର୍ଟ’ ମହାକାଶଯାନ ଧକ୍କାଦେଇଥିବା କ୍ଷୁଦ୍ର ଗ୍ରହାଣୁ (ଆଷ୍ଟେରଏଡ୍‌) ‘ଡିମୋରଫୋସ୍‌’ର…

ବଡ଼ ପୁଅ ପରେ ଚମକିଲେ ସେହ୍ବାଗଙ୍କ ସାନ ପୁଅ: ଘାତକ ବୋଲିଂ କରି ଆଣିଲେ ବଡ଼ ସଫଳତା

ନୂଆଦିଲ୍ଲୀ,୨୭।୧୧: ଭାରତୀୟ କ୍ରିକେଟ ଟିମ୍‌ରେ ପୂର୍ବତନ ବିସ୍ଫୋରକ ଓପନର୍‌ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଏବେ କ୍ରିକେଟ ମଇଦାନରେ ନିଜ ପ୍ରତିଭାର ଜଲୱା ଦେଖାଇଛନ୍ତି। ବାପାଙ୍କ ବ୍ୟାଟିଂ ନୁହେଁ,…

ମହମ୍ମଦ ସିରାଜଙ୍କୁ ପୁଣି ଅଣଦେଖା: ୬ ଫୁଟ ୫ ଇଞ୍ଚର ବୋଲର୍‌ଙ୍କୁ ମିଳିଲା ଟେଷ୍ଟ ଡେବ୍ୟୁ ସୁଯୋଗ, ବଢୁଛି ଚର୍ଚ୍ଚା

ଖ୍ରୀଷ୍ଟଚର୍ଚ୍ଚ,୨୭।୧୧:ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଦ୍ୱିତୀୟ ମୁକାବିଲା ଖ୍ରୀଷ୍ଟଚର୍ଚ୍ଚର ହେଗଲି ଓଭାଲ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଟସ…

ଏସିଆ କପ୍‌ ସେମିଫାଇନାଲ ପରାଜୟ ପରେ ମୁହଁ ଖୋଲିଲେ ତିଳକ ବର୍ମା, କହିଲେ ଭୁଲ୍…

ନୂଆଦିଲ୍ଲୀ,୨୭।୧୧: ଏସିଆ କପ୍‌ ରାଇଜିଂ ଷ୍ଟାର୍ସ ୨୦୨୬ରେ ଇଣ୍ଡିଆ ଏର ଯାତ୍ରା ଶେଷ ହୋଇଛି । ଶ୍ରୀଲଙ୍କା ଏ ବିପକ୍ଷ ସେମିଫାଇନାଲରେ ଭାରତୀୟ ଦଳ ୮ ୱିକେଟ୍‌ରେ…

ବଢୁଛି କନ୍ଧମାଳ ହଳଦୀ ପତ୍ରର ଚାହିଦା, ହେଲେ ଚାଷୀଙ୍କୁ ମିଳୁନି ଉଚିତ ମୂଲ୍ୟ: ମାତ୍ର ୨୦ ଟଙ୍କାରେ…

ଦାରିଙ୍ଗବାଡ଼ି,୨୭।୧୧(ଅରୁଣ ସାହୁ):ଆଗକୁ ଆସୁଛି ପ୍ରଥମାଷ୍ଟମୀ। ଘରର ବଡ଼ ପୁଅ ଓ ଝିଅଙ୍କ ଶୁଭ ମନାସି ଏହି ପର୍ବ ପାଳନ କରିବାକୁ ଓଡ଼ିଆ ଘରେ ଚାଲିଛି ପ୍ରସ୍ତୁତି। ପ୍ରଥମାଷ୍ଟମୀ…

ଟି-୨୦ କ୍ରିକେଟ୍‌ରେ ଇତିହାସ ରଚିଲେ ଜୟଦେବ ଉନାଦକତ୍‌: ଭାଙ୍ଗିଲା ୬ ବର୍ଷ ପୁରୁଣା ବିଶ୍ୱରେକର୍ଡ

ଇନ୍ଦୋର,୨୭।୧୧:ଭାରତୀୟ କ୍ରିକେଟ୍‌ର ଘରୋଇ ଟି-୨୦ ଟୁର୍ନାମେଣ୍ଟ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ନୂଆ ଇତିହାସ ରଚିଛନ୍ତି ସୌରାଷ୍ଟ୍ରର ଷ୍ଟାର୍‌ ବୋଲର୍‌ ଜୟଦେବ ଉନାଦକତ। ନଭେମ୍ବର ୨୬ରେ ତାମିଲନାଡୁ…

ଆସିଲା ନୂଆ ଗାଇଡ୍‌ଲାଇନ୍‌: କଠିନ ଡ୍ୟୁଟିରୁ ଗର୍ଭବତୀ ପୋଲିସ ଅଫିସରଙ୍କୁ ମିଳିବ ମୁକ୍ତି

ଭୁବନେଶ୍ୱର,୨୭ା୧୧(ତ୍ରିନାଥ ମହାନ୍ତି):ଓଡ଼ିଶା ପୋଲିସର ମହିଳା କର୍ମଚାରୀଙ୍କ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ଏଣିକି ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ରାତି ପାଟ୍ରୋଲିଂ ଓ କଠିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?