ଆକର୍ଷଣୀୟ ହେବନି ଆରାଧନା

ବଅଁରପାଳ,୭ା୯ ଦିନ କେଇଟା ପରେ ବିଶ୍ୱକର୍ମା ପୂଜା। ମହାମାରୀ କରୋନା ବ୍ୟାପୁ ନ ଥିଲେ ଏତେବେଳକୁ ଚଳଚଞ୍ଚଳ ହୋଇଉଠିଥାନ୍ତା ଅନୁଗୋଳ ଜିଲାର ନାଲ୍‌କୋନଗର। ଚମତ୍କାର ସାଜସଜ୍ଜା ସହ ପ୍ରତିଯୋଗିତାମୂଳକ ପୂଜାମଣ୍ଡପ, ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ ରହିଥାନ୍ତେ ସ୍ମେଲଟର ଓ ସିପିପି ପ୍ଲାଣ୍ଟର ବିଭିନ୍ନ ଅନୁଷ୍ଠାନ। କିନ୍ତୁ ଗତବର୍ଷ ପରି ଚଳିତବର୍ଷ ମଧ୍ୟ ଦେବଶିଳ୍ପୀଙ୍କ ଆରାଧନା ଆକର୍ଷଣୀୟ ହେବନାହିଁ। ସରକାର କଡ଼ା କଟକଣା ଜାରି କରିଥିବାରୁ ଝଲସିବନି ଆଲୁମିନିୟମ ନଗରୀ। ମଣ୍ଡପରେ ହେବନି ମୂର୍ତ୍ତିପୂଜା। କେବଳ ବିଧି ରକ୍ଷା ପୂର୍ବକ ଫଟୋ ରଖାଯାଇ ପୂଜାର୍ଚ୍ଚନା କରାଯିବ।
ନାଲ୍‌କୋ ନଗରରେ ୨୩ଟି ମଣ୍ଡପରେ ବିଶ୍ୱ ନିର୍ମାତାଙ୍କ ପୂଜା କରାଯାଇଥାଏ। ପଟ୍‌ଲାଇନ୍‌, କାଷ୍ଟ ହାଉସ, ରୋଡିଂ ଶପ୍‌, ଆରପିୟୁ, ସିଭିଲ, ଉଦ୍ୟାନ, ସିପିପି ଅପରେଶନ, ଇଲେକ୍ଟ୍ରିକାଲ, କାର୍ବନ ଏରିଆ, ଠିକାଦାର ସଂଘ ପକ୍ଷରୁ ବଡ଼ ବଡ଼ ତୋରଣ କରାଯାଇଥାଏ। ୭ ଦିନ ଧରି ଧୁମ୍‌ଧାମରେ ହେଉଥିବା ଏହି ପୂଜାକୁ ନେଇ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇଉଠେ। ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା ସହ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଦୋଳି ବ୍ୟବସାୟୀମାନେ ଏଠାରେ ଭଲ ବ୍ୟବସାୟ କରିଥାନ୍ତି। ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ସେହିପରି ଭସାଣି ଉତ୍ସବ ମଧ୍ୟ ଜାକଜମକରେ ଅନୁଷ୍ଠିତ ହୋଇଥାଏ। କିନ୍ତୁ କୋଭିଡ୍‌ କାରଣରୁ ଚଳିତବର୍ଷ କେବଳ ବିଧି ରକ୍ଷା ପାଇଁ ପୂଜା ପାଳନ କରାଯିବ। ମୂର୍ତ୍ତି ପରିବର୍ତ୍ତେ ଫଟୋରେ ଦେବଶିଳ୍ପୀଙ୍କୁ ଆବାହନ କରାଯିବ ବୋଲି ନାଲକୋ ପ୍ରଶାସନ ପକ୍ଷରୁ ସୋମବାର ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି। ନାଲ୍‌କୋ ଟ୍ରେନିଂ ସେଣ୍ଟରଠାରେ ମାନବ ସମ୍ବଳ ମହାପ୍ରବନ୍ଧକ ଏସ.ଏନ. ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଡିଜିଏମ୍‌ ରାଜାରାମ ମିଶ୍ର, ଇଷ୍ଟେଟ ଅଧିକାରୀ ମଣିରଞ୍ଜନ ପଟନାୟକ, ମହାପ୍ରବନ୍ଧକ ଏସ୍‌. ଏମ. ଅଲି, ଓ୍ବେଲଫେୟାର କମିଟି ସଦସ୍ୟ କେ. କେ. ବେହେରା ପ୍ରମୁଖଙ୍କ ସମେତ ବିଭିନ୍ନ ପୂଜା କମିଟି ସଦସ୍ୟ ଉପସ୍ଥିତ ରହି ଏହି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।

ଧୁମ୍‌ଧାମ୍‌ରେ ପାଳନ ହେବନି
କରୋନା କାରଣରୁ ସରକାର କଡ଼ା କଟକଣା ଜାରି କରିଛନ୍ତି। ତେଣୁ ନାଲ୍‌କୋ ନଗରରେ ଚଳିତବର୍ଷ ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଧୁମ୍‌ଧାମରେ ପାଳନ କରାଯିବନି। କେବଳ ବିଧିରକ୍ଷା ପାଇଁ ବିଭିନ୍ନ ବିଭାଗରେ ଫଟୋ ପୂଜା ହେବ।
-ମଣିରଞ୍ଜନ ପଟ୍ଟନାୟକ, ଇଷ୍ଟେଟ ଅଧିକାରୀ
୨ ବର୍ଷ ହେବ ବଞ୍ଚିତ
ନାଲକୋନଗର ବିଶ୍ୱକର୍ମା ପୂଜା ରାଜ୍ୟରେ ପ୍ରସିଦ୍ଧି ଅର୍ଜନ କରିଛି। ଦୀର୍ଘ ବର୍ଷ ହେଲା ଏହା ଧୁମ୍‌ଧାମରେ ପାଳନ ହୋଇଆସୁଥିଲା। କିନ୍ତୁ ଗତବର୍ଷଠାରୁ ମହାମାରୀ ବ୍ୟାପୁଥିବାରୁ ଦେବଶିଳ୍ପୀଙ୍କ ପୂଜାରେ ବାଧା ଉପୁଜୁଛି।
-ନିର୍ମଳ ସାମଲ, ସାଧାରଣ ସମ୍ପାଦକ, ନେସ୍‌
ଖାଁ ଖାଁ ଲାଗିବ ମଣ୍ଡପ
ପ୍ରତିବର୍ଷ ବିଶ୍ୱକର୍ମା ପୂଜାରେ ନାଲକୋନଗର ପ୍ରକମ୍ପିତ ହୋଇଉଠିଥାଏ। ହେଲେ ଦୁଇବର୍ଷ ହେଲା କେବଳ ଫଟୋ ରଖାଯାଇ ପୂଜା କରାଯାଉଛି। କୌଣସି ସାଜସଜ୍ଜା କି ମୂର୍ତ୍ତି ପୂଜା ହେଉ ନ ଥିବାରୁ ମଣ୍ଡପ ଖଁା ଖଁା ଲାଗୁଛି।
-ପ୍ରକାଶ ବେହେରା, ସମ୍ପାଦକ, କାଷ୍ଟ ହାଉସ ପୂଜା କମିଟି
ପ୍ରଶାସନର କଟକଣାକୁ ସ୍ବାଗତ
ଦେବଶିଳ୍ପୀଙ୍କ ଆରାଧନା ପାଇଁ ନାଲ୍‌କୋନଗର ୭ ଦିନ ଧରି ଉତ୍ସବମୁଖର ହୋଇଉଠେ। ଓ୍ବେଲଫେୟାର କମିଟି ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ତେବେ କରୋନା ସଂକ୍ରମଣ ଅଧିକ ବ୍ୟାପିବା ଭୟ ଥିବାରୁ କଟକଣା ସ୍ବାଗତଯୋଗ୍ୟ।
-କେ. କେ. ବେହେରା, ସଦସ୍ୟ ଓ୍ବେଲଫେୟାର କମିଟି
ଖୁସି ଛଡ଼ାଇନେଲା କରୋନା
ପ୍ରତିବର୍ଷ ୨୩ ମଣ୍ଡପରେ ଆକର୍ଷଣୀୟ ଭାବେ ପୂଜା ପାଳିତ ହୋଇଥାଏ। କିନ୍ତୁ କରୋନା ଆସିବା ପରଠାରୁ ଦୁଇବର୍ଷ ହେଲା ନାଲ୍‌କୋନଗରବାସୀଙ୍କ ଖୁସି ଛଡ଼ାଇ ନେଇଛି। ମଣ୍ଡପଠାରୁ ଆରମ୍ଭ କରି କଲୋନୀ ସବୁ ଖଁା ଖଁା ଲାଗୁଛି।
-ସୁଜିତ ସେଠ, କାର୍ଯ୍ୟକାରୀ ସଭାପତି, ଏନ୍‌ଏସ୍‌ସିୟୁ


Enter your email to get our daily news in your inbox.

All Right Reserved By Dharitri.Com

କୁକୁର ମୁହଁରୁ କୃଷ୍ଣସାର ମୃଗଛୁଆକୁ ଉଦ୍ଧାର କରି ଘରେ ରଖିଥିଲେ ବ୍ୟକ୍ତି, ବନ ବିଭାଗ କର୍ମଚାରୀ ପହଞ୍ଚି…

ଦିଗପହଣ୍ଡି,୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମାରୁ ଏକ କୃଷ୍ଣସାର ମୃଗ ଛୁଆକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।…

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

ଅକ୍ଟୋବର ୪ରୁ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର, ଲିଟର ପିଛା….

ଭୁବନେଶ୍ୱର,୨।୧: ଅକ୍ଟୋବର ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର । ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେସନ୍ (ଓମ୍‌ଫେଡ୍) ପକ୍ଷରୁ ବିଭିନ୍ନ ପ୍ରକାର କ୍ଷୀରର…

ମୋହନ ସରକାରଙ୍କ ବଡ଼ ଘୋଷଣା: ୫.୧୨ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର,୨।୧୦ (ରବିନାରାୟଣ ଜେନା):ଦୀର୍ଘଦିନ ଧରି ସରକାରଙ୍କୁ ଭତ୍ତା ଗଣ୍ଡିଏ ପାଇବା ପାଇଁ ଚାହିଁ ରହିଥିବା ବୃଦ୍ଧା/ବୃଦ୍ଧ ଓ ଅନ୍ୟାନ୍ୟ ବର୍ଗଙ୍କ ଅପେକ୍ଷାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ…

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?