ଲକ୍ଷ୍ମୀନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ସାକ୍ଷୀଗୋପାଳ

ସାକ୍ଷୀଗୋପାଳ,୨୧ା୧୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): କାର୍ତ୍ତିକ ମାସ ଶୁକ୍ଲପକ୍ଷ ବଡ଼ ଏକାଦଶୀ ତଥା ଦେବ ଉତ୍ଥାପନ ଏକାଦଶୀ ତିଥିରେ ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିରରେ ଠାକୁରଙ୍କ ଲକ୍ଷ୍ମୀନାରାୟଣ ବେଶ ସହିତ ଶ୍ରାରାଧାଙ୍କ ସୁନାବେଶ ଦର୍ଶନ ପାଇଁ ଶନିବାର ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଠାକୁରଙ୍କ ଭୋଗଲାଗି କରିବାକୁ ମନ୍ଦିର ବେଢ଼ାରେ ଚୁଡାଘସା ମହକ ସାଙ୍ଗକୁ ଶହଶହ ସଂକୀର୍ତ୍ତନ ମଣ୍ଡଳୀଙ୍କ ହରିନାମ ସଂକୀର୍ତ୍ତନରେ ଆଧ୍ୟାତ୍ମିକମୟ ପରିବେଶ ସୃଷ୍ଟି ହୋଇଥିଲା। ପୂବର୍ରାତ୍ର ୧ ଟାରୁ ମନ୍ଦିର ଦ୍ୱାର ଖୋଲା, ମଙ୍ଗଳ ଆଳତି, ବେଶ ମଇଲମ, ମର୍ଦ୍ଦନ, ଅବକାଶ, ଲକ୍ଷ୍ମୀ ନାରାୟଣ ବେଶ, ସୂର୍ଯ୍ୟ ପୂଜା, ଦାରପାଳ ପୂଜା, ବଲ୍ଲଭ, ସକାଳ ଧୂପ,ବାଳଧୁପ ଓ ଆଳତି ଦେବନୀତି ପରେ ସକାଳ ୬ ଟାରୁ ସାହଣମେଲା ଦର୍ଶନ ଆରମ୍ଭ ହୋଇଥିଲା।

ମନ୍ଦିର ସମ୍ମୁଖରେ ଧାଡ଼ ବାନ୍ଧି ଦର୍ଶନ କରିଥିଲେ ଶ୍ରଦ୍ଧାଳୁ। ଅଗ୍ନିଶମ କର୍ମଚାରୀଙ୍କ ସହିତ ମନ୍ଦିର ବେଢ଼ାରେ ଦିପଷ୍ଟାଣ୍ଡ ନିକଟରେ ଅଗ୍ନି ନିରାପତ୍ତା ସହ ଧାଡ଼ିରେ ଶ୍ରଦ୍ଧାଳୁମାନଙ୍କୁ ଜଳ ସିଞ୍ଚନ କରିଥିଲେ। ନୂଆଚୁଡାରେ ଚୁଡାଘସା, ଖିର କଦଳୀ ଚକଟା ପ୍ରସ୍ତୁତ କରି ଠାକୁରଙ୍କୁ ଅର୍ପଣ କରି ଶ୍ରଦ୍ଧାଳୁମାନେ ପ୍ରସାଦ ସେବନ କରିଥିଲେ।

ତହସିଲଦାର ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧକାରୀ ସନ୍ତୋଷ କୁମାର ପାଣିଗ୍ରାହୀ,
ବିଡିଓ ଦେବାଶିଷ ନାୟକ, ଏସ୍‌ଡିପିଓ ଦେବାଶିଷ ମିଶ୍ର, ଆଇଆଇସି ସୌମ୍ୟରଞ୍ଜନ ମହାଳିକ, ଅତିରିକ୍ତ ତହସିଲଦାର ଓମ୍‌ ପ୍ରକାଶ ପରିଡ଼ା, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଲଳିତେନ୍ଦୁ ମହାନ୍ତିଙ୍କ ସହିତ ସେବାୟତ ସଂଘ କର୍ମକର୍ତ୍ତା, ବରିଷ୍ଠ ସେବାୟତ, କର୍ମଚାରୀ, ବିଷ୍ଣୁପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଗୁରୁକୁଳ ଆଥଲେଟିକ୍‌ର ସ୍ବେଚ୍ଛାସେବୀମାନେ ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତ ନା ପାକିସ୍ତାନ, ଏସିଆ କପର ‘ରାଇଜିଂ ଷ୍ଟାର୍ସ’ଙ୍କ ମଧ୍ୟରେ କେଉଁ ଦଳ ଅଧିକ ଶକ୍ତିଶାଳୀ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୧: ୨୦୨୬ ଏସିଆ କପ ‘ରାଇଜିଂ ଷ୍ଟାର୍ସ’ ଟୁର୍ଣ୍ଣାମେଣ୍ଟରେ ଭାରତ ଏକ ଚମତ୍କାର ଆରମ୍ଭ କରିଛି ଏବଂ ନେପାଳ ବିପକ୍ଷରେ ୩୦୬ ରନର ବିଶାଳ ବିଜୟ ହାସଲ…

‘ଖ୍ରୀଷ୍ଟିଆନଙ୍କଠାରୁ ବଢ଼ିଯିବେ ମୁସଲମାନ’, ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ୱତନ ଅଫିସରଙ୍କ ବଡ଼ ବୟାନ, ଶୀଘ୍ର ବିବାହ କରି ଆମେରିକୀୟମାନେ ଅଧିକ ପିଲା ଜନ୍ମ କରନ୍ତୁ…

ଓ଼୍ବାଶିଂଟନ,୨୧।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ୱତନ ପ୍ରେସ ସେକ୍ରେଟାରୀ କ୍ୟାରୋଲିନ ଲେଭିଟ ଏକ ନୂଆ ବିତର୍କ ଆରମ୍ଭ କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ…

ଦୈନନ୍ଦିନ ଜୀବନ, କାର୍ଯ୍ୟଧାରାରେ ପରିବର୍ତ୍ତନ ଦରକାର: ଅଭିନେତ୍ରୀ ଅର୍ଚ୍ଚିତା

ଆମେ ସଚେତନ ହୋଇ ଦୈନନ୍ଦିନ ଜୀବନ ଓ କାର୍ଯ୍ୟଧାରାରେ ପରିବର୍ତ୍ତନ ଆଣିଲେ ହିଁ ଏକ ସୁନ୍ଦର ପରିବେଶ ସୃଷ୍ଟି କରିପାରିବା। ପାଣି, ଶବ୍ଦ ଓ ବିଦ୍ୟୁତ୍‌କୁ କମ୍‌…

ୱାର୍ଡ ମେମ୍ୱରଙ୍କ ଠାରୁ ସରପଞ୍ଚ ପର୍ଯ୍ୟନ୍ତ ମାସକୁ କେତେ ଟଙ୍କା ଦରମା ମିଳେ? ସତ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୧।୧୧: ରାଜସ୍ଥାନର ୩୭ଟି ଜିଲାରେ ହୋଇଥିବା ପଞ୍ଚାୟତିରାଜ ନିର୍ୱାଚନ ୨୦୨୬ର ଫଳାଫଳ ରାଜ୍ୟ ରାଜନୀତିରେ ହଲଚଲ ବଢ଼ାଇ ଦେଇଛି। ରାଜ୍ୟ ନିର୍ୱାଚନ ଆୟୋଗଙ୍କ ତାଜା ତଥ୍ୟ ଅନୁଯାୟୀ,…

୨.୩ କିମି ଖାଲି ପାଦରେ ଚାଲି ପ୍ରୋଟକଲ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ ବିଜୟ: ବିଧାୟକଙ୍କ କୋକେଇରେ ଦେଲେ କାନ୍ଧ, ପ୍ରଶଂସକଙ୍କ ଆଖିରେ ଲୁହ

ଚେନ୍ନାଇ,୨୧।୧୧: ତାମିଲନାଡୁରେମାନବିକତା ଓ ସମ୍ମାନର ଏକ ଭାବବିହ୍ବଳ ଦୃଶ୍ୟ ଦେଖିବାକୁ ମିଳିଛି। ଦିବଙ୍ଗତ ଟିଭିକେ (TVK) ବିଧାୟକ ଭି.ଏସ. ବାବୁଙ୍କୁ ଶେଷ ବିଦାୟ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ…

‘ମୁଁ ଗ୍ଲେନ ଫିଲିପ୍ସଙ୍କୁ କିଛି ପାନୀୟ ପିଆଇବି’… ନିଜର ଶତକୀୟ ଇନିଂସ ପରେ କାହିଁକି ଏମିତି କହିଲେ କେ.ଏଲ. ରାହୁଲ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୧: ୱେଲିଂଟନରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ପରସ୍ପରର ମୁକାବିଲା କରୁଛନ୍ତି। କେ.ଏଲ. ରାହୁଲଙ୍କ ଶତକ (୧୩୬ ରନ) ବଳରେ, ତୃତୀୟ ଦିନର…

ବିହାରକୁ ନୀତୀଶ ସେତୁ ଭେଟି ଦେଲେ ମୋଦି, ଜାଣନ୍ତୁ ଏପରି ନାମ ଦେବାର କାରଣ

ପାଟନା,୨୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ନଭେମ୍ୱର ୨୦୨୬ରେ ବିହାରର ବୈଶାଳୀ ଜିଲାରେ ଗଙ୍ଗା ନଦୀ ଉପରେ ର୍ନିମିତ ନୂଆ ‘ନୀତୀଶ ସେତୁ’ର ଉଦ୍ଘାଟନ କରିଛନ୍ତି। ଏହି…

ୟାମୀଙ୍କୁ ନିଜର ‘ଲେଡି ଲକ’ କହିଲେ ଆଦିତ୍ୟ ଧର, ୨୦ ବର୍ଷର ସଂଘର୍ଷ ପରେ…

ବଲିଉଡ ନିର୍ଦ୍ଦେଶକ ଆଦିତ୍ୟ ଧର ଓ ଅଭିନେତ୍ରୀ ୟାମୀ ଗୌତମଙ୍କ ଯୋଡ଼ି ପୁଣି ଚର୍ଚ୍ଚାରେ। ଧୂରନ୍ଧର-୨ର ସଫଳତା ପରେ ଆଦିତ୍ୟ ଲୋକପ୍ରିୟତା ବଢିଯାଇଛି। ଲୋକଙ୍କୁ ତାଙ୍କ ସଫଳତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?