ନାମ ସୁପାରିସରେ କାମ ଶେଷ

ଅନୁଗୋଳ ଅଫିସ, ୭ା୯ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥାର ଯେପରି ଅନ୍ତ ନାହିଁ। ରୋଗୀଙ୍କ ଚିକିତ୍ସା ଠାରୁ ଆରମ୍ଭ କରି ମୃତଦେହ ବ୍ୟବଚ୍ଛେଦ ଯାଏ, ପ୍ରତିଟି କ୍ଷେତ୍ରରେ ସମସ୍ୟା ଥିଲେ ମଧ୍ୟ ତାହାର ସମାଧାନ ଦିଗରେ ପଦକ୍ଷେପ ନିଆଯାଉ ନାହିଁ। ଫଳରେ ରୋଗୀ ଓ ସମ୍ପର୍କୀୟମାନେ ହଇରାଣ ହରକତ ହେଉଥିବାବେଳେ ସ୍ବତନ୍ତ୍ର ଡାକ୍ତର ନିଯୁକ୍ତ କରାଯାଇ ନ ଥିବାରୁ ମୃତଦେହ ବ୍ୟବଚ୍ଛେଦରେ ବହୁ ବିଳମ୍ବ ହେଉଛି। ଏ ନେଇ ମୃତକଙ୍କ ପରିବାର ଲୋକେ ଅସନ୍ତୋଷ ବ୍ୟକ୍ତ କରୁଥିଲେ ମଧ୍ୟ କର୍ତ୍ତୃପକ୍ଷ ସମସ୍ୟାର ସମାଧାନ ନ କରି କେବଳ ଡାକ୍ତରଙ୍କ ନାମ ସୁପାରିସ କରି କାମ ସାରିଦେଉଥିବା ଅଭିଯୋଗ ହେଉଛି।
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଶବାଗାର ଫ୍ରିଜର ଦୀର୍ଘଦିନ ହେବ ଅଚଳ ରହିଛି। କଫିନ୍‌ ବ୍ୟବସ୍ଥା ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ନାହିଁ। ଫଳରେ ଷ୍ଟ୍ରେଚରରେ ମୃତଦେହ ସେମିତି ଘର ମଧ୍ୟରେ ନଚେତ୍‌ ବାରଣ୍ଡାରେ ପଡ଼ିରହୁଛି। ଦୀର୍ଘ ଦିନର ଏହି ଅବ୍ୟବସ୍ଥା ଦୂର ପାଇଁ ମେଡିକାଲ ପ୍ରଶାସନ ପଦକ୍ଷେପ ନେଉ ନ ଥିବାରୁ ସମସ୍ୟା ଜଟିଳ ହେବାରେ ଲାଗିଛି। ଅଚଳ ଫ୍ରିଜର ମରାମତି ନିମନ୍ତେ ରାଜ୍ୟ ବାହାରୁ ମେକାନିକ୍‌ ଆସିବେ ବୋଲି ମେଡିକାଲ କର୍ତ୍ତୃପକ୍ଷ ପ୍ରଥମେ କହିଥିଲେ। ଏ ସମ୍ପର୍କିତ ଖର୍ଚ୍ଚ ତାଲିକା ମଧ୍ୟ ଦେଇଥିଲେ। କିନ୍ତୁ ସାମଗ୍ରୀ ଆସୁନାହିଁ କି ଫ୍ରିଜର ସଜଡ଼ା ଯାଉନାହିଁ। ନୂଆ ଫ୍ରିଜର କିଣିବାକୁ କାହିଁକି ଓଡ଼ିଶା ମେଡିସିନ କୋର୍ପୋରେଶନ୍‌ (ଓଏମ୍‌ସି)କୁ ଚିଠି କରାଯାଉ ନାହିଁ, ତାହା ମଧ୍ୟ ବୁଝାପଡ଼ୁନି। ଦୈନିକ ଶବାଗାରକୁ ୪ରୁ ୫ ମୃତଦେହ ବ୍ୟବଚ୍ଛେଦ ପାଇଁ ଆସୁଛି। ପୋଲିସ ପଞ୍ଚନାମା କରି ରିପୋର୍ଟ ଦେବା ପରେ ତୁରନ୍ତ ଡାକ୍ତର ବ୍ୟବଚ୍ଛେଦ କରିବା କଥା। କିନ୍ତୁ ସ୍ବତନ୍ତ୍ର ଡାକ୍ତର ନ ଥିବାରୁ କେଉଁ ଡାକ୍ତର ବ୍ୟବଚ୍ଛେଦ କରିବେ ତାଙ୍କ ନାମ କର୍ତ୍ତୃପକ୍ଷଙ୍କୁ ସୁପାରିସ କରିବାକୁ ପଡ଼ୁଛି। ହେଲେ ସମ୍ପୃକ୍ତ ଡାକ୍ତର ଅନେକ ସମୟରେ ଖାମଖିଆଲ ମନୋଭାବ ଦେଖାଇ ଆସିବାରେ ବିଳମ୍ବ କରୁଛନ୍ତି। ତେଣୁ ଦାୟିତ୍ୱ ସମ୍ପାଦନରେ ବହୁ ବିଳମ୍ବ ହେଉଛି। ଏ ନେଇ ଅଭିଯୋଗ କଲେ ମେଡିକାଲ ପ୍ରଶାସନ ପୋଲିସ ଉପରେ ଦୋଷ ଲଦୁଥିବାବେଳେ ପୋଲିସ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଦାୟୀ କରୁଛି। ଏପରି ଦୋଷ ଠେଲାଠେଲି ଯୋଗୁ ମୃତକଙ୍କ ପରିବାର ଓ ସମ୍ପର୍କୀୟମାନଙ୍କୁ ହିଁ ଦୀର୍ଘ ଘଣ୍ଟାର ଅପେକ୍ଷାଜନିତ କଷ୍ଟ ସ୍ବୀକାର କରିବାକୁ ପଡ଼ୁଛି।
ପଞ୍ଜନାମା ପାଇଁ ବିଳମ୍ବ ହେଉଛି
ଶବାଗୃହ ଫ୍ରିଜର ମରାମତି କରିବାକୁ ପ୍ରୟାସ ଜାରି ରହିଛି। ତେବେ ପୋଲିସ ପଞ୍ଜନାମା କରି ରିପୋର୍ଟ ପ୍ରଦାନରେ ବିଳମ୍ବ କରୁଥିବାରୁ ବ୍ୟବଚ୍ଛେଦ ଅଧିକ ବିଳମ୍ବ ହେଉଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପାଇଁ କୌଣସି ସ୍ବତନ୍ତ୍ର ଡାକ୍ତର ନ ଥିବାରୁ ଏହି ଦାୟିତ୍ୱ କାହାକୁ ପ୍ରଦାନ କରାଯାଉନାହିଁ।
-ଡାକ୍ତର ମାନସ ରଞ୍ଜନ ବିଶ୍ୱାଳ, ଏଡିଏମ୍‌ଓ (ମେଡିକାଲ)
ଏଏମ୍‌ସି କରାଯାଉ ନ ଥିବାରୁ ସମସ୍ୟା
ଶାବାଗାରକୁ ମୃତଦେହ ଆସିଲେ ତୁରନ୍ତ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା କଥା। କିନ୍ତୁ ତାହା ହେଉନାହିଁ। ଫଳରେ ମୃତକଙ୍କ ପରିବାର ଓ ସମ୍ପର୍କୀୟ ଦୀର୍ଘ ଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ଆନୁଆଲ ମେଣ୍ଟେନାନ୍ସ କଣ୍ଟାକ୍ଟ (ଏଏମ୍‌ସି) ହେଉ ନ ଥିବାରୁ ଅଚଳ ଯନ୍ତ୍ରାଂଶ ମରାମତି ହେଉନାହିଁ।
-ଭୁପେଶଚନ୍ଦ୍ର ପ୍ରଧାନ, ସଦସ୍ୟ, ପୂର୍ବତନ ରୋଗୀ କଲ୍ୟାଣ ସମିତି
ପୋଲିସ ଅବହେଳା କରୁନାହିଁ
ମେଡିକାଲରୁ ଖବର ମିଳିବା ମାତ୍ରେ ପୋଲିସ ପହଞ୍ଚତ୍ ମୃତଦେହର ପଞ୍ଜନାମା କରୁଛି। କେତେକ ସ୍ଥାନରେ ମୃତକଙ୍କ ପରିବାର ପାଇଁ ଓ ସମ୍ବେଦନଶୀଳ ଘଟଣାରେ ପଞ୍ଜନାମାରେ ବିଳମ୍ବ ହୁଏ। ନଚେତ ପୋଲିସ ଠିକ୍‌ ସମୟରେ ତା’ର କାର୍ଯ୍ୟ କରୁଛି। ବରଂ ମେଡିକାଲରୁ ବିଳମ୍ବରେ ଥାନାକୁ ସୂଚନା ଦିଆଯାଉଛି।
-ଜଗମୋହନ ମୀନା, ଏସ୍‌ପି,
ଅନୁଗୋଳ
ଅବ୍ୟବସ୍ଥା ପାଇଁ କର୍ତ୍ତୃପକ୍ଷ ଦାୟୀ
ମେଡିକାଲ ଶବାଗାରଠାରୁ ଆରମ୍ଭ କରି ଯେତେସବୁ ଅସୁବିଧା ଉପୁଜୁଛି, ସେସବୁ ପାଇଁ କର୍ତ୍ତୃପକ୍ଷ ହିଁ ଦାୟୀ। ବ୍ୟବଚ୍ଛେଦ ପାଇଁ ସ୍ବତନ୍ତ୍ର ଡାକ୍ତର ନିଯୁକ୍ତ ହୋଇ ନ ଥିବାରୁ ଅନ୍ୟ ଡାକ୍ତରମାନେ ପାଳି କରି ଏହି କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଫଳରେ ରୋଗୀଙ୍କ ସମ୍ପର୍କୀୟମାନେ ଦହଗଞ୍ଜ ହେଉଛନ୍ତି।
-ପ୍ରତାପ ମହାପାତ୍ର,
ସାମାଜିକକର୍ମୀ

 


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ପ୍ରାର୍ଥୀ ଘୋଷଣା ପରେ ବଡ଼ ବୟାନ ଦେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ଦଳ ଚିଲିକାରୁ ରଘୁନାଥ ସାହୁଙ୍କୁ ପ୍ରାର୍ଥୀ କରିଛି। ତେବେ ଚିଲିକା...

ବଡଚଣାରୁ ଲଢିବେ ବର୍ଷା, କେଉଁଠୁ ଲଢିବେ ଅନୁଭବ?

ଭୁବନେଶ୍ୱର,୨୦।୪: ବିଜେଡି ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସରପ୍ରାଇଜ କ୍ୟାଣ୍ଡିଡେଟ୍‌ ଭାବେ ବର୍ଷାଙ୍କୁ ଟିକେଟ୍‌...

ଏହି ୨ ବିଧାୟକଙ୍କୁ ମିଳିଲାନି ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ପ୍ରାର୍ଥୀ ଘୋଷଣାରେ ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତ ଏବଂ ଆନନ୍ଦପୁର...

ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା: ୩ ମନ୍ତ୍ରୀଙ୍କ କଟିଲା ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଟିକେଟ ଘୋଷଣା କରିଛନ୍ତି। ତାଲିକାରେ ୪ ନୂଆ ମୁହଁ...

ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କାଟି ବର୍ଷାଙ୍କ ଉପରେ ଭରସା

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଜେଡି ବଡ଼ଚଣାର ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କଟିଛି। ତାଙ୍କ...

ସର୍‌ପ୍ରାଇଜ୍‌ କଲେ ନବୀନ, ଆଶାୟୀ ବରିଷ୍ଠ ନେତାଙ୍କ କାଟିଲେ ଟିକେଟ୍‌!

ଭୁବନେଶ୍ୱର,୨୦।୪: ପୁରୁଖା ନେତାଙ୍କ ଉପରେ ବିଜେଡିର ଭରସା ପାଉନାହିଁ। ଏହାର ପ୍ରମାଣସ୍ବରୂପ ନିର୍ବାଚନ ମଇଦାନକୁ ଦଳ ସଦ୍ୟ ସାମିଲ ହୋଇଥିବା ପ୍ରାର୍ଥୀଙ୍କୁ ଓହ୍ଲାଉଛି। ଫଳରେ ଦୀର୍ଘଦିନ...

ବିଜେଡି ବିଧାନସଭା ପ୍ରାର୍ଥୀ ତାଲିକା: ରଘୁନାଥ ସାହୁଙ୍କୁ ମିଳିଲା ଏହି ଆସନ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ତାଲିକାରେ ରହିଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁ। ସେ ବଡ଼ଚଣାରୁ...

କେନ୍ଦ୍ରାପଡ଼ାରୁ ଗଣେଶ୍ୱର, ବଡ଼ଚଣାରୁ ଲଢ଼ିବେ…

ଭୁବନେଶ୍ୱର,୨୦।୪: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଜେଡି ପକ୍ଷରୁ ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri