ନାମ ସୁପାରିସରେ କାମ ଶେଷ

ଅନୁଗୋଳ ଅଫିସ, ୭ା୯ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥାର ଯେପରି ଅନ୍ତ ନାହିଁ। ରୋଗୀଙ୍କ ଚିକିତ୍ସା ଠାରୁ ଆରମ୍ଭ କରି ମୃତଦେହ ବ୍ୟବଚ୍ଛେଦ ଯାଏ, ପ୍ରତିଟି କ୍ଷେତ୍ରରେ ସମସ୍ୟା ଥିଲେ ମଧ୍ୟ ତାହାର ସମାଧାନ ଦିଗରେ ପଦକ୍ଷେପ ନିଆଯାଉ ନାହିଁ। ଫଳରେ ରୋଗୀ ଓ ସମ୍ପର୍କୀୟମାନେ ହଇରାଣ ହରକତ ହେଉଥିବାବେଳେ ସ୍ବତନ୍ତ୍ର ଡାକ୍ତର ନିଯୁକ୍ତ କରାଯାଇ ନ ଥିବାରୁ ମୃତଦେହ ବ୍ୟବଚ୍ଛେଦରେ ବହୁ ବିଳମ୍ବ ହେଉଛି। ଏ ନେଇ ମୃତକଙ୍କ ପରିବାର ଲୋକେ ଅସନ୍ତୋଷ ବ୍ୟକ୍ତ କରୁଥିଲେ ମଧ୍ୟ କର୍ତ୍ତୃପକ୍ଷ ସମସ୍ୟାର ସମାଧାନ ନ କରି କେବଳ ଡାକ୍ତରଙ୍କ ନାମ ସୁପାରିସ କରି କାମ ସାରିଦେଉଥିବା ଅଭିଯୋଗ ହେଉଛି।
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଶବାଗାର ଫ୍ରିଜର ଦୀର୍ଘଦିନ ହେବ ଅଚଳ ରହିଛି। କଫିନ୍‌ ବ୍ୟବସ୍ଥା ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ନାହିଁ। ଫଳରେ ଷ୍ଟ୍ରେଚରରେ ମୃତଦେହ ସେମିତି ଘର ମଧ୍ୟରେ ନଚେତ୍‌ ବାରଣ୍ଡାରେ ପଡ଼ିରହୁଛି। ଦୀର୍ଘ ଦିନର ଏହି ଅବ୍ୟବସ୍ଥା ଦୂର ପାଇଁ ମେଡିକାଲ ପ୍ରଶାସନ ପଦକ୍ଷେପ ନେଉ ନ ଥିବାରୁ ସମସ୍ୟା ଜଟିଳ ହେବାରେ ଲାଗିଛି। ଅଚଳ ଫ୍ରିଜର ମରାମତି ନିମନ୍ତେ ରାଜ୍ୟ ବାହାରୁ ମେକାନିକ୍‌ ଆସିବେ ବୋଲି ମେଡିକାଲ କର୍ତ୍ତୃପକ୍ଷ ପ୍ରଥମେ କହିଥିଲେ। ଏ ସମ୍ପର୍କିତ ଖର୍ଚ୍ଚ ତାଲିକା ମଧ୍ୟ ଦେଇଥିଲେ। କିନ୍ତୁ ସାମଗ୍ରୀ ଆସୁନାହିଁ କି ଫ୍ରିଜର ସଜଡ଼ା ଯାଉନାହିଁ। ନୂଆ ଫ୍ରିଜର କିଣିବାକୁ କାହିଁକି ଓଡ଼ିଶା ମେଡିସିନ କୋର୍ପୋରେଶନ୍‌ (ଓଏମ୍‌ସି)କୁ ଚିଠି କରାଯାଉ ନାହିଁ, ତାହା ମଧ୍ୟ ବୁଝାପଡ଼ୁନି। ଦୈନିକ ଶବାଗାରକୁ ୪ରୁ ୫ ମୃତଦେହ ବ୍ୟବଚ୍ଛେଦ ପାଇଁ ଆସୁଛି। ପୋଲିସ ପଞ୍ଚନାମା କରି ରିପୋର୍ଟ ଦେବା ପରେ ତୁରନ୍ତ ଡାକ୍ତର ବ୍ୟବଚ୍ଛେଦ କରିବା କଥା। କିନ୍ତୁ ସ୍ବତନ୍ତ୍ର ଡାକ୍ତର ନ ଥିବାରୁ କେଉଁ ଡାକ୍ତର ବ୍ୟବଚ୍ଛେଦ କରିବେ ତାଙ୍କ ନାମ କର୍ତ୍ତୃପକ୍ଷଙ୍କୁ ସୁପାରିସ କରିବାକୁ ପଡ଼ୁଛି। ହେଲେ ସମ୍ପୃକ୍ତ ଡାକ୍ତର ଅନେକ ସମୟରେ ଖାମଖିଆଲ ମନୋଭାବ ଦେଖାଇ ଆସିବାରେ ବିଳମ୍ବ କରୁଛନ୍ତି। ତେଣୁ ଦାୟିତ୍ୱ ସମ୍ପାଦନରେ ବହୁ ବିଳମ୍ବ ହେଉଛି। ଏ ନେଇ ଅଭିଯୋଗ କଲେ ମେଡିକାଲ ପ୍ରଶାସନ ପୋଲିସ ଉପରେ ଦୋଷ ଲଦୁଥିବାବେଳେ ପୋଲିସ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଦାୟୀ କରୁଛି। ଏପରି ଦୋଷ ଠେଲାଠେଲି ଯୋଗୁ ମୃତକଙ୍କ ପରିବାର ଓ ସମ୍ପର୍କୀୟମାନଙ୍କୁ ହିଁ ଦୀର୍ଘ ଘଣ୍ଟାର ଅପେକ୍ଷାଜନିତ କଷ୍ଟ ସ୍ବୀକାର କରିବାକୁ ପଡ଼ୁଛି।
ପଞ୍ଜନାମା ପାଇଁ ବିଳମ୍ବ ହେଉଛି
ଶବାଗୃହ ଫ୍ରିଜର ମରାମତି କରିବାକୁ ପ୍ରୟାସ ଜାରି ରହିଛି। ତେବେ ପୋଲିସ ପଞ୍ଜନାମା କରି ରିପୋର୍ଟ ପ୍ରଦାନରେ ବିଳମ୍ବ କରୁଥିବାରୁ ବ୍ୟବଚ୍ଛେଦ ଅଧିକ ବିଳମ୍ବ ହେଉଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପାଇଁ କୌଣସି ସ୍ବତନ୍ତ୍ର ଡାକ୍ତର ନ ଥିବାରୁ ଏହି ଦାୟିତ୍ୱ କାହାକୁ ପ୍ରଦାନ କରାଯାଉନାହିଁ।
-ଡାକ୍ତର ମାନସ ରଞ୍ଜନ ବିଶ୍ୱାଳ, ଏଡିଏମ୍‌ଓ (ମେଡିକାଲ)
ଏଏମ୍‌ସି କରାଯାଉ ନ ଥିବାରୁ ସମସ୍ୟା
ଶାବାଗାରକୁ ମୃତଦେହ ଆସିଲେ ତୁରନ୍ତ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା କଥା। କିନ୍ତୁ ତାହା ହେଉନାହିଁ। ଫଳରେ ମୃତକଙ୍କ ପରିବାର ଓ ସମ୍ପର୍କୀୟ ଦୀର୍ଘ ଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ଆନୁଆଲ ମେଣ୍ଟେନାନ୍ସ କଣ୍ଟାକ୍ଟ (ଏଏମ୍‌ସି) ହେଉ ନ ଥିବାରୁ ଅଚଳ ଯନ୍ତ୍ରାଂଶ ମରାମତି ହେଉନାହିଁ।
-ଭୁପେଶଚନ୍ଦ୍ର ପ୍ରଧାନ, ସଦସ୍ୟ, ପୂର୍ବତନ ରୋଗୀ କଲ୍ୟାଣ ସମିତି
ପୋଲିସ ଅବହେଳା କରୁନାହିଁ
ମେଡିକାଲରୁ ଖବର ମିଳିବା ମାତ୍ରେ ପୋଲିସ ପହଞ୍ଚତ୍ ମୃତଦେହର ପଞ୍ଜନାମା କରୁଛି। କେତେକ ସ୍ଥାନରେ ମୃତକଙ୍କ ପରିବାର ପାଇଁ ଓ ସମ୍ବେଦନଶୀଳ ଘଟଣାରେ ପଞ୍ଜନାମାରେ ବିଳମ୍ବ ହୁଏ। ନଚେତ ପୋଲିସ ଠିକ୍‌ ସମୟରେ ତା’ର କାର୍ଯ୍ୟ କରୁଛି। ବରଂ ମେଡିକାଲରୁ ବିଳମ୍ବରେ ଥାନାକୁ ସୂଚନା ଦିଆଯାଉଛି।
-ଜଗମୋହନ ମୀନା, ଏସ୍‌ପି,
ଅନୁଗୋଳ
ଅବ୍ୟବସ୍ଥା ପାଇଁ କର୍ତ୍ତୃପକ୍ଷ ଦାୟୀ
ମେଡିକାଲ ଶବାଗାରଠାରୁ ଆରମ୍ଭ କରି ଯେତେସବୁ ଅସୁବିଧା ଉପୁଜୁଛି, ସେସବୁ ପାଇଁ କର୍ତ୍ତୃପକ୍ଷ ହିଁ ଦାୟୀ। ବ୍ୟବଚ୍ଛେଦ ପାଇଁ ସ୍ବତନ୍ତ୍ର ଡାକ୍ତର ନିଯୁକ୍ତ ହୋଇ ନ ଥିବାରୁ ଅନ୍ୟ ଡାକ୍ତରମାନେ ପାଳି କରି ଏହି କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଫଳରେ ରୋଗୀଙ୍କ ସମ୍ପର୍କୀୟମାନେ ଦହଗଞ୍ଜ ହେଉଛନ୍ତି।
-ପ୍ରତାପ ମହାପାତ୍ର,
ସାମାଜିକକର୍ମୀ

 


Enter your email to get our daily news in your inbox.

All Right Reserved By Dharitri.Com

କୁକୁର ମୁହଁରୁ କୃଷ୍ଣସାର ମୃଗଛୁଆକୁ ଉଦ୍ଧାର କରି ଘରେ ରଖିଥିଲେ ବ୍ୟକ୍ତି, ବନ ବିଭାଗ କର୍ମଚାରୀ ପହଞ୍ଚି…

ଦିଗପହଣ୍ଡି,୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମାରୁ ଏକ କୃଷ୍ଣସାର ମୃଗ ଛୁଆକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।…

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

ଅକ୍ଟୋବର ୪ରୁ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର, ଲିଟର ପିଛା….

ଭୁବନେଶ୍ୱର,୨।୧: ଅକ୍ଟୋବର ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର । ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେସନ୍ (ଓମ୍‌ଫେଡ୍) ପକ୍ଷରୁ ବିଭିନ୍ନ ପ୍ରକାର କ୍ଷୀରର…

ମୋହନ ସରକାରଙ୍କ ବଡ଼ ଘୋଷଣା: ୫.୧୨ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର,୨।୧୦ (ରବିନାରାୟଣ ଜେନା):ଦୀର୍ଘଦିନ ଧରି ସରକାରଙ୍କୁ ଭତ୍ତା ଗଣ୍ଡିଏ ପାଇବା ପାଇଁ ଚାହିଁ ରହିଥିବା ବୃଦ୍ଧା/ବୃଦ୍ଧ ଓ ଅନ୍ୟାନ୍ୟ ବର୍ଗଙ୍କ ଅପେକ୍ଷାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ…

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?