ସ୍ବାମୀ, ପୁଅକୁ ବନ୍ଧୁକ ଦେଖାଇ ମହିଳାଙ୍କୁ ଗଣବଳାତ୍କାର

ଜୟପୁର,୨୬।୧୨(ନି.ପ୍ର.): ସ୍ବାମୀ ଓ ପୁଅକୁ ବନ୍ଧୁକ ଦେଖାଇ ଜଣେ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ଜୟପୁର ମହିଳା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା(ନଂ.୧୦୬/୨୧) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ମମତା ପାଣିଗ୍ରାହୀ କହିଛନ୍ତି।

ଅଭିଯୋଗ ମୁତାବକ, ଜୟପୁର ସଦର ଥାନା ଅଞ୍ଚଳରେ ଘରେ ସ୍ବାମୀ, ସ୍ତ୍ରୀ ଓ ପୁଅ ଶୋଇଥିଲେ। ସେତିକିବେଳେ ୨ ଜଣ ଯୁବକ ଘର ପଛପଟେ ପଶି ସ୍ବାମୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏପରିକି ପୁଅକୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ପରେ ଜଣେ ଯୁବକ ପୁଅକୁ ବନ୍ଧୁକ ଦେଖାଇ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଯୁବକ ମହିଳାଙ୍କୁ ବଳାତ୍କାର କରିଥିଲେ। ସେହିପରି ମହିଳାଙ୍କୁ ୨ଜଣ ଯୁବକ ଗଣବଳାତ୍କାର କରିଥିଲେ। ମହିଳା ଜଣକ ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ମାଡ଼ ମାରିଥିଲେ ମହିଳାଙ୍କ ସ୍ବାମୀ କହିଛନ୍ତି। ଏନେଇ ଦମ୍ପତି ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀଙ୍କ ସହ ଉଭୟେ ମହିଳା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୀଡିତାଙ୍କୁ ଜୟପୁର ଜିଲା ଚିକିତ୍ସାଳୟରେ ଡାକ୍ତରୀ ମାଇନା କରାଯାଇଛି। ରବିବାର ପୀଡିତାଙ୍କ ଘରକୁ ଯାଇ ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ କରି ଫେରିଛନ୍ତି। ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିବା ଏସ୍‌ଡିପିଓ ଅରୂପ ଅଭିଷେକ ବେହେରା କହିଛନ୍ତି। ତୁରନ୍ତ ଅଭିଯୁକ୍ତଙ୍କୁ ଧରିବାକୁ ପୀଡିତାଙ୍କ ସହ ଗ୍ରାମବାସୀ ଦାବି କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଭୋଜି ଖାଇବାକୁ ଡାକି ଯୁବକଙ୍କୁ ହତ୍ୟା  

ସମ୍ବଲପୁର,୬ା୭(ବ୍ୟୁରୋ)-ସମ୍ବଲପୁର ଜିଲା ଅଇଁଠାପାଲି ଥାନା କରମଟୁଲିରେ ରବିବାର ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ମୃତକ ହେଲେ ସୋନୁ...

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ଏମ୍‌କେସିଜି କନିଷ୍ଠ କିରାଣୀ

ବ୍ରହ୍ମପୁର ଅଫିସ,୧୭।୮: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର କନିଷ୍ଠ କିରାଣୀଙ୍କ ଘର ସହ ୫ଟି ସ୍ଥାନରେ ମଙ୍ଗଳବାର ସକାଳୁ...

୫୪୦୦ କୋଟି ପୁଞ୍ଜିନିବେଶକୁ ଅନୁମୋଦନ

ଭୁବନେଶ୍ୱର, ୬ା୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୫ ତମ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି (ଏଚ୍‌ଏଲ୍‌ସିଏ)ବୈଠକରେ ମେଟାଲ, ସିମେଣ୍ଟ ଓ ପେଟ୍ରୋକେମିକାଲ ଭଳି ୫୩୫୮.୨୪...

ବୌଦ୍ଧ ବିଧାନସଭା: ଭାଜପା ଅ।ଗୁଅ।

ବୌଦ୍ଧ,୨୩୫(ଡି.ଏନ୍.ଏ.):ବୌଦ୍ଧ ବିଧାନସଭା ଅାସନରେ ଦ୍ୱିତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଭାଜପାର ସୁଶାନ୍ତ ପ୍ରଧାନ ବିଜେଡିର ପ୍ରଦୀପ ଅମାତଙ୍କଠାରୁ ୨୦୨ ଭୋଟରେ ଅ।ଗୁଅ। ରହିଛନ୍ତି

ନିୟନ୍ତ୍ରଣରେ ନାହିଁ ଆଳୁ, ପିଆଜ ଦର

ଭୁବନେଶ୍ୱର,୧୫।୯(ବ୍ୟୁରୋ): କରୋନା ମହାମାରୀ ରୋଜଗାରକୁ ଛଡାଇ ନେଇଥିବା ବେଳେ ବଜାରର ଆଳୁ, ପିଆଜ ଓ ପରିବା ଦର ବୋଝ ଉପରେ ନଳିତା ବିଡା ହୋଇଛି। ଦର...

୨୦ ହଜାର ଟଙ୍କା ଠକେଇ, ଯୁବକ ଗିରଫ

ଫୁଲବାଣୀ ଅଫିସ, ୨୪ା୭: ନିଜକୁ କାଳିଆ ଏଜେଣ୍ଟ ପରିଚୟ ଦେଇ ଏଟିଏମ୍‌ ବଦଳାଇ ୨୦ ହଜାର ଟଙ୍କା ଜଣେ ଯୁବକ ଲୁଟ୍‌ କରିଛନ୍ତି। ଲୁଟର ଶୀକାର...

ଜୁନ୍‌ ୩ୟ ସପ୍ତାହରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର,୧୫ା୪(ବ୍ୟୁରୋ): ପ୍ରଶାନ୍ତ ମହାସାଗରରେ ‘ଲା-ନିନା’ ପ୍ରଭାବ ଥିବାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଇଁ ପାଗ ଅନୁକୂଳ ରହିବ। ଭାରତ ମହାସାଗରରେ ଡାଇପୋଲ ନକାରାତ୍ମକ ସ୍ଥିତି...

ପାରାଦୀପ ବାଲିଯାତ୍ରା ମହୋତ୍ସବ ସ୍ବତନ୍ତ୍ର

ପାରାଦୀପ,୧୯ା୧୧(ସ୍ବ.ପ୍ର.): ପାରାଦୀପ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଯୋଗ ଦେଇଥିଲେ। ଅନ୍ୟମାନଙ୍କ...

Advertisement
Archives

Model This Week