ଫେରିବ କି ସ୍ବପ୍ନଶିଳ୍ପର ସୁଦିନ

ହରିହର ତ୍ରିପାଠୀ

 

ମହାମାରୀ କରୋନା ମଣିଷ ଜୀବନର ସବୁକ୍ଷେତ୍ରକୁ ପ୍ରଭାବିକ କରିଥିବା ବେଳେ ଯେଉଁ କେତୋଟି କ୍ଷେତ୍ରକୁ ସମ୍ପୂୂର୍ଣ୍ଣ ଅଚଳ କରିଦେଇଛି ସେମାନଙ୍କ ଭିତରୁ ସିନେମା ଶିଳ୍ପ ଅନ୍ୟତମ। ଗତ ଚାରିମାସ ଧରି ସାରା ଦେଶରେ ସିନେମା ହଲ ବନ୍ଦ ରହିଛି । ତେବେ ଏହା ଭିତରେ ଖବର ଆସୁଛି ସିନେମା ହଲ ଖୋଲିବ। ସିନେମାକୁ ଭାରତରେ କୁହାଯାଏ ସ୍ବପ୍ନର କାରିଗରୀ। ସ୍ବପ୍ନର ସୌଦାଗରମାନେ ଅନୁପମ ଦୃଶ୍ୟାୟନ ଜରିଆରେ ଜନସାଧାରଣଙ୍କୁ ନେଇଯାନ୍ତି ଅଦ୍ଭୁତ ସ୍ବପ୍ନଲୋକକୁ । ନଗରଠାରୁ ମଫସଲ ଯାଏ ଏଠି ଚଳଚ୍ଚିତ୍ର ସବୁରି ପ୍ରିୟ। ସେଥିପାଇଁ ଭାରତର ବିଶାଳ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ହିନ୍ଦୀ, ଇଂଲିଶ ସମେତ ବିଭିନ୍ନ ଆଞ୍ଚଳିକ ଭାଷାରେ ବହୁସଂଖ୍ୟକ ଚଳଚ୍ଚିତ୍ର ପ୍ରସ୍ତୁତ ହୁଏ। ସମଗ୍ର ବିଶ୍ୱ ପରିପ୍ରେକ୍ଷୀରେ ସର୍ବାଧିକ ସିନେମା ତିଆରି ହୁଏ ଆମ ଦେଶରେ। ପ୍ରଯୋଜକମାନେ ଅର୍ଜନ କରନ୍ତି ବିପୁଳ ଲାଭ, କିନ୍ତୁ ତା’ ସହିତ ଲେଖକ, ନିର୍ଦ୍ଦେଶକ, କ୍ୟାମେରାମ୍ୟାନ, ଅଭିନେତା-ଅଭିନେତ୍ରୀଙ୍କଠାରୁ ଆରମ୍ଭକରି ବିଭିନ୍ନ ଶ୍ରେଣୀର ବୈଷୟିକ କାରିଗର, ସ୍ପଟବୟ ପ୍ରମୁଖ ସ୍ଥାୟୀ ତଥା ସାମୟିକ ନିଯୁକ୍ତି ପାଇଥାନ୍ତି। ଅନୁରୂପ ଭାବେ ଜନଗହଳି ପାଇଁ ସ୍ଥାନୀୟ ଜନତା ଅଥବା ଶିଳ୍ପ ଶ୍ରମିକଙ୍କର ବି ଦରକାର ପଡ଼େ। ସମସ୍ତେ ଏହି ଶିଳ୍ପୋଦ୍ୟୋଗରୁ ରୋଜଗାର କରନ୍ତି। ପ୍ରସ୍ତୁତି ପରେ ଏହାର ବ୍ୟବସାୟରେ ମଧ୍ୟ ଅନେକଙ୍କ ଉପାର୍ଜନର ସୁଯୋଗ ଥାଏ। କ୍ୟାମେରାରେ ଉତ୍ତୋଳିତ ଚଳଚ୍ଚିତ୍ରର ମାଧ୍ୟମ ବଡ଼ ପରଦା କିମ୍ବା ଛୋଟପରଦା ଯାହା ହେଉନା କାହିଁକି ସବୁ ବ୍ୟବସ୍ଥା ମାନ୍ଦାରେ ଚାଲିଛି । ହିସାବରୁ ଜଣାଯାଇଛି, ଗତ ୪ ମାସର ଭୂତାଣୁଜନିତ ପ୍ରଭାବ ଯୋଗୁ ଏହି ସ୍ବପ୍ନଶିଳ୍ପରେ ବ୍ୟବସାୟ ଅଧାକୁ ନିମ୍ନକୁ ଖସିଆସିଥିବା କୁହାଯାଉଛି। ଏହାର ସୁଯୋଗ ନେଇ ଅନେକ ପ୍ରଯୋଜନା ସଂସ୍ଥା ବିଭିନ୍ନ ବିଭାଗରେ ତଳସ୍ତରରେ କାମକରୁଥିବା କର୍ମଚାରୀଙ୍କ ଦରମା ଦେଇନାହାନ୍ତି।
ଫଳରେ ସ୍ବଳ୍ପ ରୋଜଗାରୀଙ୍କ ସଂସାର ଚଳାଇବା କଷ୍ଟକର ହୋଇପଡ଼ିଛି। ଏହି ପୃଷ୍ଠଭୂମିରେ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଅଭିନେତ୍ରୀମାନେ ଏହି ଶିଳ୍ପସହ ସଂଶ୍ଲିଷ୍ଟ ସମସ୍ତ ଦିନମଜୁରିଆ ଓ ସାମୟିକ ଶ୍ରମିକମାନଙ୍କୁ ବାକିଆ ଦେୟ ଦେଇଦେବାକୁ ନିବେଦନ କରିଛନ୍ତି।
କାରଣ ଏହି ମନୋରଞ୍ଜନ ଶିଳ୍ପରେ ସମ୍ପୃକ୍ତ ଉପର ସ୍ତରର ବିଶିଷ୍ଟ ଓ ତଳସ୍ତରର କର୍ମୀମାନଙ୍କ ମଧ୍ୟରେ ଖୁବ୍‌ ବଡ଼ଧରଣର ପାର୍ଥକ୍ୟ ରହିଛି। ଏହା ହିଁ ନିମ୍ନ ଭାଗରେ କାର୍ଯ୍ୟରତ ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇଦେଇଛି ।
ଅନ୍ୟପକ୍ଷରେ ଫିଲ୍ମଶିଳ୍ପ ମଧ୍ୟ ନୂଆନୂଆ ସମସ୍ୟାର ସମ୍ମୁଖୀନ ହେବାରେ ଲାଗିଛି। ସିନେମା ଓ ଟିଭି ସିରିଜ୍‌ର ନିର୍ମାଣଭୂମି ମୁମ୍ବାଇରେ ବର୍ତ୍ତମାନ କୋଭିଡ-୧୯ ସ୍ଥିତି ଅଣାୟତ୍ତ ହୋଇଥିବାରୁ ପ୍ରଯୋଜକ-ନିର୍ଦ୍ଦେଶକମାନେ ଏଠାରେ ଶୁଟିଂକାର୍ଯ୍ୟ ନ କରି ଦେଶର ଅନ୍ୟ କମ୍‌ ସଂକ୍ରମିତ ରାଜ୍ୟର ଗ୍ରୀନ୍‌ ଜୋନ୍‌ରେ ଉପଯୁକ୍ତ ସ୍ଥାନ ସନ୍ଧାନରେ ଅଛନ୍ତି । ତେଣୁ ସେମାନେ ମୁମ୍ବାଇରୁ ଅନେକ ଲାଗୁଆ ବୈଷୟିକ ଡିଜାଇନର ତଥା କର୍ମୀଙ୍କୁ ସାଥିରେ ନ ନେଇ ସ୍ଥାନୀୟ ଅଞ୍ଚଳରୁ ଯୋଗାଡ଼ କରୁଛନ୍ତି । ଏତଦ୍‌ବ୍ୟତୀତ ଫିଲ୍ମ-କ୍ରିୟୁ ସଂଖ୍ୟାରେ ଏବଂ ସେମାନଙ୍କ ବୟସକୁ ବିଚାରକୁ ନେବାକୁ ପଡୁଛି । ଅର୍ଥାତ୍‌ ଅଧିକ ସଂଖ୍ୟା ଓ ବୟସ ଉପରେ ପ୍ରତିବନ୍ଧକ ଲଗାଇବା ବ୍ୟତୀତ ପରିଚାଳକଙ୍କ ନିକଟରେ ଅନ୍ୟପନ୍ଥା ନାହିଁ । ପରିଣାମରେ ମୁମ୍ବାଇରେ ରହୁଥିବା ଅନେକ ସୁଦକ୍ଷ ଲୋକ ଯେ ଏବେ ବେକାର ହୋଇଯାଇଛନ୍ତି ତାହା କହିବା ଅନାବଶ୍ୟକ।
କୋଭିଡ୍‌ ପରବର୍ତ୍ତୀ ସମୟରେ ହେବାକୁ ଥିବା ସିନେମାର ରୂପରେଖ ନେଇ ମଧ୍ୟ ନାନା ଆଲୋଚନା ଚାଲୁ ରହିଛି । ସାମାଜିକ ଦୂରତା ଆଗାମାୀ ଦିନରେ ଏକ ଜରୁରୀ ଆବଶ୍ୟକତା ହେବାକୁ ଯାଉଥିବାରୁ ଚଳଚ୍ଚିତ୍ରର ଦୃଶ୍ୟାୟନରେ ଏଣିକି କୌଣସି ଚୁମ୍ବନ ଓ ଆଲିଙ୍ଗନ ପରି ଅନ୍ତରଙ୍ଗ ମୁହୂର୍ତ୍ତ ରହିପାରିବ ନାହିଁ, ଯାହା ଦର୍ଶକମାନଙ୍କୁ ଆକର୍ଷିତ କରିବାରେ ବାଧକ ହେବ । ସ୍ବାଭାବିକ ଭାବେ ନିବେଶରୁ ଲାଭ ମିଳିବା ମଧ୍ୟ କଷ୍ଟକର ହେବ ଏବଂ ଏହି ଶିଳ୍ପର ଅଭିବୃଦ୍ଧି ବ୍ୟାହତ ହେବ ଆଗାମୀ ଦିନରେ ଆଉ ଏକ ବାଟରେ ବି ସାଧାରଣ ପ୍ରେକ୍ଷାଳୟ ଓ ମଲ୍ଟିପ୍ଲେକ୍ସରେ ପ୍ରଦର୍ଶିତ ହେବାଲାଗି ନିର୍ମିତ ସିନେମା ଉପରେ ପଡ଼ିବ ।
ଏକ୍ଷେତ୍ରରେ ଆଉ ଏକ ଅଜଣାକଥା ହେଉଛି, ଏହି ଶିଳ୍ପରେ ସମ୍ପୃକ୍ତ ଥିଲେ ଦେଶର ବିଭିନ୍ନ ଅଞ୍ଚଳରୁ ଆସି ମୁମ୍ବାଇରେ ରହୁଥିବା ବହୁ ସଂଖ୍ୟକ ପ୍ରବାସୀ ଶ୍ରମିକ ବିଭିନ୍ନ ଫିଲ୍ମ ଓ ଟିଭି ପ୍ରୋଜେକ୍ଟର । ସେଟ୍‌ରେ ଏମାନେ କୁଶଳୀ ଓ ଅଣ-କୁଶଳୀ ଶ୍ରମିକ ରୂପେ ପ୍ରାୟ ୭୦-୮୦ ଦିନ ଲେଖାଏ କାମ ପାଉଥିଲେ। ଏମାନଙ୍କ ଭିତରୁ କେହି ସ୍ପଟ୍‌ ବୟ, ଲାଇଟ୍‌ ମେନ୍‌, ମେକ୍‌-ଅପ୍‌ ଆର୍ଟିଷ୍ଟ, ପେଣ୍ଟର, କାର୍ପେଣ୍ଟର, ଆର୍ଟ ଡିପାର୍ଟମେଣ୍ଟ କର୍ମଚାରୀ ହିସାବରେ ନିଯୁକ୍ତି ପାଇ ମାସକୁ ୨୦-୩୦ହଜାର ରୋଜଗାର କରିପାରୁଥିଲେ।
ଅନେକ ରକମର ମୂଲ୍ୟବାନ ଉପକରଣ ବ୍ୟବହାର କ୍ଷେତ୍ରରେ ଏହି କର୍ମଚାରୀମାନେ ବର୍ଷ ବର୍ଷ ଧରି ତାଲିମ ନେଇ, କାର୍ଯ୍ୟକରି କୁଶଳୀ ହୋଇପାରିଥିଲେ। କିନ୍ତୁ ଏବେ ପ୍ରବାସୀମାନେ ଫେରିଯାଇଥିବାରୁ ସିନେମା ଶିଳ୍ପକୁ ଜୋରଦାର୍‌ ଝଟକା ଲାଗିଛି।
ଏଭଳି ସ୍ଥିତିରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନଲକ୍‌ -୩ ରେ ସିନେମା ହଲ ଖୋଲିବାକୁ ଗୃହ ମନ୍ତ୍ରଣାଳୟକୁ ଯେଉଁ ସୁପାରିସ କରିଛି, ତାହାର ଫଳାଫଳ କ’ଣ ହେବ ସେକଥା ଏବେ ବି କହିବା ସମ୍ଭବ ହୋଇପାରୁନାହିଁ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅମିତ ଖାରେଙ୍କ କହିବା ଅନୁଯାୟୀ, ଅଗଷ୍ଟ ୧ କିମ୍ବା ଅଗଷ୍ଟ ୩୧ରେ ସିନେମା ହଲ ଖୋଲିବାକୁ ପ୍ରସ୍ତାବ ଦିଆଯାଇଛି। ତେବେ ଯଦି ସିନେମା ଖୋଲାଯାଏ,ତେବେ ଦୁଇ ମିଟର ସାମାଜିକ ଦୂରତାର ନିୟମ ପାଳନ କରାଯିବ।
ଲୋକମାନେ ପ୍ରଥମ ଲାଇନ୍‌ରେ ଗୋଟିଏ ସିଟ୍‌ ଛାଡି ପ୍ରେକ୍ଷାଳୟରେ ବସିବେ ଏବଂ ଦ୍ୱିତୀୟ ଲାଇନ ଖାଲି ରହିବ। ଏଥିସହ ଥିଏଟର ବାହାରେ ସାମାଜିକ ଦୂରତା ଅନୁସରଣ କରିବା ବାଧ୍ୟତାମୂଳକ ହେବ। ଅନ୍ୟପକ୍ଷରେ ସିନେମା ହଲ ମାଲିକମାନଙ୍କୁ କେବଳ ୨୫ ପ୍ରତିଶତ ସିଟ୍‌ ପୂରଣ କରିବାକୁ ଅନୁମତି ଦିଆଯିବ। ଏହା ସହିତ ସେଠାରେ ପରିଷ୍କାର ପରିଚ୍ଛନ୍ନତାର ସମ୍ପୂର୍ଣ୍ଣ ଯତ୍ନ ନେବାକୁ ପଡିବ। ତେବେ ହଲ ମାଲିକମାନେ ଏହି ନିୟମକୁ ବିରୋଧ କରିବା ଆରମ୍ଭ କରିଛନ୍ତି। ତାଙ୍କ କହିବାନୁସାରେ, ୨୫ ପ୍ରତିଶତ କ୍ଷମତାବିଶିଷ୍ଟ ପ୍ରେକ୍ଷାଳୟ ଖୋଲିବା ଅପେକ୍ଷା ନ ଖୋଲିବା ଭଲ। ଏଭଳି ସ୍ଥିତିରେ ବାସ୍ତବରେ ପରଦାରେ କୃତ୍ରିମ ଜୀବନ ଫେରିପାରିବ କି ନାହିଁ ତାହା ଏବେ ବି ସନ୍ଦେହରେ।
ବଡବେତରା, କେନ୍ଦ୍ରାପଡ଼ା, ମୋ:୯୪୩୯୯୦୩୨୨୦


Enter your email to get our daily news in your inbox.

All Right Reserved By Dharitri.Com

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?