ଏଇ ଭାରତରେ

ଗଛ ମ୍ୟୁଜିୟମ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କେରଳର ଭି.ମହମ୍ମଦ କୋୟା ସୃଷ୍ଟି କରିଛନ୍ତି ଏଭଳି ଗଛ ମ୍ୟୁଜିୟମ। ଏହା ବି ଭି.କେ.ଏମ୍‌ ବଟାନିକାଲ ଗାର୍ଡେନ’ନାମରେ ଜଣାଶୁଣା। ଏଥିରେ ରହିଛ ୨୫୦ ପ୍ରକାରରୁ ଊର୍ଦ୍ଧ୍ୱ ଗଛ । ଆଶ୍ଚର୍ଯ୍ୟର ବିଷୟ , ମହମ୍ମଦ ବିଭିନ୍ନ ଉପନ୍ୟାସ ଓ କବିତାରେ ଉଲ୍ଲିଖିତ ଗଛର ନାମ ଜାଣି ତାହାକୁ ସଂଗ୍ରହ କରି ଲଗାଇଛନ୍ତି। ଏଣୁ ପ୍ରତ୍ୟେକ ଗଛ ପଛରେ ଏକ କାହାଣୀ ରହିଛି। ତାଙ୍କ ସାଙ୍ଗମାନଙ୍କ ବ୍ୟତୀତ ନର୍ସରି ଓ ଏମ୍‌ଏସ୍‌ ସ୍ବାମୀନାଥନ ଗବେଷଣା ସଂସ୍ଥାରୁ ମଞ୍ଜି ଏବଂ ଚାରା ସଂଗ୍ରହ କରି ଲଗାଇଛନ୍ତି। କୋଝିକୋଡେ ଜିଲା କୋଡୁଭ୍ୟାଲି ପଞ୍ଚାୟତର ଆରାମ୍ବ୍ରାରେ ଏହି ମ୍ୟୁଜିୟମ କରିବାକୁ ତାଙ୍କୁ ୨୦ ବର୍ଷ ଲାଗିଯାଇଛି। ୩ ଏକର ଜମିରେ ଏହା ଶୋଭା ପାଉଛି। ଏହା ଭିତରକୁ ପ୍ରବେଶ କରିବା ଲାଗି ସେକ୍ସସ୍ପିୟର ଗେଟ, ଶେର୍‌ଲକ ହଲ୍‌ମସ ଗେଟ୍‌, ଦି ପାଥର ପାଞ୍ଚେଲି ଗେଟ୍‌ ଏବଂ ତାଙ୍କ ସ୍ତ୍ରୀଙ୍କ ନାମରେ ଏକ ଲୈଲା ଗେଟ୍‌ ରଖିଛନ୍ତି। ପର୍ଯ୍ୟଟକମାନେ ମ୍ୟୁଜିୟମ ଭିତରକୁ ଗଲେ ମହମ୍ମଦ ସେମାନଙ୍କୁ ପ୍ରତ୍ୟେକ ଗଛର କାହାଣୀ ବୁଝାଇ ଦିଅନ୍ତି ଓ ଏଥିପାଇଁ କୌଣସି ଦେୟ ବି ନିଅନ୍ତିନିି। ମହମ୍ମଦ ସୌଦିରେ ଏକ ଇଲେକ୍ଟ୍ରିକାଲ କମ୍ପାନୀରେ ଚାକିରି କରିଥିତ୍ଲେ। ସେଠାରୁ ଫେରି ସେ ଗହଣା ବ୍ୟବସାୟ କରି ଯାହା ଆୟ କରିଥିଲେ ସେଥିରେ ୨.୫ ଏକର ଜମି କିଣିିଥିଲେ। ପରେ ତାଙ୍କ ମା’ ତାଙ୍କୁ ଅଧ ଏକର ଜମି ଦେବା ପରେ ୧୯୯୯ରେ ପ୍ରଥମେ ଗଛ ଲଗାଇବା ଆରମ୍ଭ କରିଥିଲେ। ଜଙ୍ଗଲ ସୃଷ୍ଟି କରିବା ତଥା ଏହାର ଗୁରୁତ୍ୱ ସମ୍ପର୍କରେ ଲୋକମାନଙ୍କ ସଚେତନ କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି କହନ୍ତି ୬୦ ବର୍ଷୀୟ ମହମ୍ମଦ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri