Posted inଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ସହ କୌଣସି ମଞ୍ଚ ଶେୟାର କରିବି ନାହିଁ:ରାଜ୍ୟପାଳଙ୍କ ବଡ଼ ଘୋଷଣା

କୋଲକାତା,୧୩।୯: ଆର.ଜି କର ମେଡିକାଲ କଲେଜ ଏବଂ ହସପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ପରେ ଆରମ୍ଭ ହୋଇଥିବା ମମତା ସରକାରଙ୍କ ଅଡୁଆ ଥମିବାର ନାଁ ଧରୁନି। ବର୍ତ୍ତମାନ ପଶ୍ଚିମବଙ୍ଗର ରାଜ୍ୟପାଳ ମମତା ବାନାର୍ଜୀ ସରକାରଙ୍କ ବିରୋଧରେ ଏକ ବଡ ପଦକ୍ଷେପ ନେଇଛନ୍ତି।

ସୂଚନାନୁସାରେ, ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ କହିଛନ୍ତି, ଲୋକଙ୍କ କ୍ରୋଧକୁ ଦୃଷ୍ଟିରେ ରଖି ଆମର କୌଣସି କର୍ମଚାରୀ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମଞ୍ଚ ଶେୟାର କରିବେ ନାହିଁ। ବୋଷ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଏହିସବୁ କହିଥିଲେ।

ସିଭି ଆନନ୍ଦ ବୋଷ ଆହୁରି କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀଙ୍କ ସହ କୌଣସି ସାର୍ବଜନୀନ ପ୍ଲାଟଫର୍ମ ଶେୟାର କରିବି ନାହିଁ। ସାମ୍ବିଧାନିକ ନିୟମ ଉଲ୍ଲଂଘନ କରିଥିବାରୁ ମୁଁ ତାଙ୍କ ବିରୋଧରେ ସକ୍ରିୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି। ରାଜ୍ୟପାଳ ଭାବରେ ମୋର ଭୂମିକା ସାମ୍ବିଧାନିକ ଦାୟିତ୍ୱରେ ସୀମିତ ରହିବ। ମୁଁ ବଙ୍ଗଳାର ଲୋକମାନଙ୍କ ପ୍ରତି ପ୍ରତିବଦ୍ଧ। ମୁଁ ଆର.ଜି କର ପୀଡିତାଙ୍କ ମାତାପିତା ତଥା ନ୍ୟାୟ ପାଇଁ ବିରୋଧ କରୁଥିବା ଲୋକଙ୍କ ପ୍ରତି ମୋର ପ୍ରତିବଦ୍ଧତାକୁ ଦୋହରାଇଛି। ମୋର ମୂଲ୍ୟାଙ୍କନରେ ସରକାର ନିଜ କର୍ତ୍ତବ୍ୟରେ ବିଫଳ ହୋଇଛନ୍ତି। ଯେପର୍ଯ୍ୟନ୍ତ ବଙ୍ଗଳାର ଲୋକମାନେ ନ୍ୟାୟ ପାଇବେ ଏବଂ ଦୋଷୀମାନଙ୍କୁ ଦଣ୍ଡ ନ ଦିଆଯାଏ, ସେପର୍ଯ୍ୟନ୍ତ ମୁଁ ସାମାଜିକ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ବୈଠକ କରିବି। ମୁଁ ମୁଖ୍ୟମନ୍ତ୍ରୀଙ୍କ ସହିତ କୌଣସି ସାର୍ବଜନୀନ ପ୍ଲାଟଫର୍ମ ଶେୟାର କରିବି ନାହିଁ ଏବଂ ଯେଉଁଥିରେ ମୁଖ୍ୟମନ୍ତ୍ରୀ ଯୋଗଦେବେ ମୁଁ କୌଣସି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବି ନାହିଁ।

କୋଲକାତାର ଆର୍‌.ଜି. କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବିରେ ଜୁନିୟର ଡାକ୍ତରମାନେ ମାସେରୁ ଊର୍ଦ୍ଧ୍ୱ ସମୟ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିବାବେଳେ ଅଚଳାବସ୍ଥାର ସମାଧାନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେମାନଙ୍କୁ ଗୁରୁବାର ଆଲୋଚନା ପାଇଁ ଡାକିଥିଲେ। ତେବେ ଅଚଳାବସ୍ଥା ଦୂର କରିବାରେ ସରକାର ବିଫଳ ହୋଇଥିବା ଆନ୍ଦୋଳନକାରୀ ଡାକ୍ତରମାନେ କହିଛନ୍ତି। କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ରୋଗୀ ସେବାରେ ଅଚଳାବସ୍ଥା ଦେଖାଦେଇଛି। ଏଥିପାଇଁ ମମତା ଡାକ୍ତରମାନଙ୍କୁ ଦାୟୀ କରିଥିଲେ। ସରକାର ନିଜ ଜିଦ୍‌ରେ ଅଟଳ ରହିବାରୁ ଆଲୋଚନା ହୋଇନାହିଁି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଡାକ୍ତରମାନେ କହିଛନ୍ତି।

ଆଲୋଚନା ପାଇଁ ୨ ଘଣ୍ଟା ଅପେକ୍ଷା କରିବା ପରେ ମମତା ଗଣମାଧ୍ୟମକୁ ଏକ ଆବେଗଭରା ଭାଷଣରେ କହିଥିଲେ, ମୁଖ୍ୟମନ୍ତ୍ରୀ ପଦ ତାଙ୍କ ପାଇଁ ବଡ଼ ନୁହେଁ। ଜନସାଧାରଣଙ୍କ ସ୍ବାର୍ଥ ପାଇଁ ସେ ପଦ ଛାଡ଼ିବାକୁ ପ୍ରସ୍ତୁତ। ଆନ୍ଦୋଳନରତ ଡାକ୍ତରମାନେ କାର୍ଯ୍ୟରେ ଯୋଗଦେଲେ, ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। କେତେଜଣ ନ୍ୟସ୍ତସ୍ବାର୍ଥ ଲୋକ ଆନ୍ଦୋଳନ ପଛର ମାଷ୍ଟରମାଇଣ୍ଡ ରହିଛନ୍ତି। ସୋସିଆଲ ମିଡିଆରେ ସରକାରୀ ବିରୋଧୀ ବାର୍ତ୍ତା ପୋଷ୍ଟ କରାଯାଉଛି। ଏହାକୁ ରାଜନୈତିକ ରୂପ ଦିଆଯାଉଥିବା ସାଧାରଣ ଲୋକେ ଜାଣନ୍ତି ନାହିଁ ବୋଲି ମମତା କହିଥିଲେ। ରାଜନୈତିକ ରଙ୍ଗ ଦେଉଥିବା ଲୋକେ ନ୍ୟାୟ ଚାହାନ୍ତି ନାହିଁ, ସେମାନେ ଚୌକି ଚାହାନ୍ତି ବୋଲି ମମତା ଖବରଦାତା ସମ୍ମିଳନୀରେ କହିଛନ୍ତି।

ଆନ୍ଦୋଳନରତ ଡାକ୍ତରମାନଙ୍କ ପ୍ରତିନିଧି ଦଳ ଗୁରୁବାର ସନ୍ଧ୍ୟାରେ ଆଲୋଚନା ପାଇଁ ରାଜ୍ୟ ସଚିବାଳୟ ଫାଟକ ପର୍ଯ୍ୟନ୍ତ ଆସିଥିଲେ। ଆଲୋଚନାର ସିଧା ପ୍ରସାରଣ ପାଇଁ ସେମାନଙ୍କ ଦାବିକୁ ସରକାର ଗ୍ରହଣ ନ କରିବାରୁ ସେମାନେ ସଚିବାଳୟରେ ପ୍ରବେଶ କରିବାକୁ ମନା କରିଦେଇଥିଲେ। ମମତା କହିଛନ୍ତି, ଡାକ୍ତରମାନେ କେତେଜଣ ବିରୋଧୀ ନେତାଙ୍କ କଥାରେ କାର୍ଯ୍ୟ କରୁଛନ୍ତି। ଅଧିକାଂଶ ପ୍ରତିନିଧି ଆଲୋଚନା ଚାହୁଁଥିଲେ। ବାହାରୁ ୨/୩ ଜଣ ସେମାନଙ୍କୁ ଆଲୋଚନା ନ କରିବାକୁ ପରାମର୍ଶ ଦେଉଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

୩ ରାଶି ଉପରେ କେତୁଙ୍କ କ୍ରୁର ଦୃଷ୍ଟି! ସାମାନ୍ୟ ଭୂଲ ପଡିବ ଭାରୀ, ଚାକିରିରେ ବଢିବ ଟେନଶନ

୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?