Posted inଖେଳ

ଭାରତକୁ ହରାଇ ଫାଇନାଲରେ ଶ୍ରୀଲଙ୍କା

ଦୋହା,୨୬ା୧୧: ଏସିସି ଏସିଆ କପ୍‌ ରାଇଜିଂ ଷ୍ଟାର୍ସ ଟୁର୍ନାମେଣ୍ଟରେ ଗୁରୁବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଶ୍ରୀଲଙ୍କା-ଏ’ ୮ ଉଇକେଟରେ ଭାରତ-ଏ’କୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଭାରତ-ଏ’ ପକ୍ଷରୁ ପ୍ରଦତ୍ତ ୩୧୮ ରନର ଟାଗେର୍ଟକୁ ଶ୍ରୀଲଙ୍କା-ଏ’ ୪୧.୩ ଓଭରରେ ୨ ଉଇକେଟରେ ହାସଲ କରି ନେଇଛି। ଶୁକ୍ରବାର ପାକିସ୍ତାନ-ଏ’ ଓ ବାଂଲାଦେଶ-ଏ’ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ।
ବ୍ୟାଟିଂ କରିଥିବା ଭାରତ ୫୦ ଓଭରରେ ୮ ଉଇକେଟ ହରାଇ ୩୧୭ ରନ କରିଥିଲା। ଦଳ ପାଇଁ ଅଭିଷେକ ଶର୍ମା ୭୮ (୧୧ ଚୌକା ଓ ୧ ଛକା), ଅଧିନାୟକ ତିଲକ ବର୍ମା ୫୩ (୩ ଚୌକା ଓ ୧ ଛକା) ଓ ଶାହବାଜ ଅହମଦ ୫୪ (୪ ଛକା) ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ୟୁଏଇ ବିପକ୍ଷରେ ରେକର୍ଡ ଦ୍ୱିଶତକୀୟ ଇନିଂସ ଖେଳିଥିବା ସୂର୍ଯ୍ୟବଂଶୀ ଏଥର ୨୭ ବଲରେ ୪୦ (୪ ଚୌକା ଓ ୩ ଛକା) ରନ କରି ଆଉଟ୍‌ ହୋଇଥିଲେ।

ଜବାବରେ ଶ୍ରୀଲଙ୍କା-ଏ’କୁ ୧୭୪ ରନର ଆରମ୍ଭ ପ୍ରଦାନ କରିଥିଲେ ଲାସିଥ କ୍ରୁସପୁଲେ ଓ ସିନେଥ ଜୟଓ୍ବର୍ଦ୍ଦେନା। ଦୁଇ ଓପନର ଶତକ ପୂରଣ କରିବା ପରେ ପାଭିଲିଅନ ଫେରିଥିଲେ। ଜୟଓ୍ବର୍ଦ୍ଦେନା ୭୦ ବଲରେ ୧୦୫ ରନ (୧୦ ଚୌକା ଓ ୬ ଛକା) ଓ କ୍ରୁସପୁଲେ ୧୦୭ ବଲରେ ୧୧୬ (୧୨ ଚୌକା ଓ ୩ ଛକା) ରନ କରି ଆଉଟ୍‌ ହୋଇଥିଲେ। ଏହାପରେ ନିଶାନ ମଦୁଷ୍କା ଓ ଅଧିନାୟକ ପବନ ରତ୍ନୟାକେ ଦଳକୁ ଜିତିବା ପାଇଁ ଆବଶ୍ୟକ ଥିବା ରନ ସଂଗ୍ରହ କରି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ଆୟୋଜନ କରିବ ଏକ ଉଚ୍ଚସ୍ତରୀୟ ବୈଠକ; ଏଥିରେ ରହିବେ ମୋଦି, ଶାହା, ନଡ୍ଡା

ନୂଆଦିଲ୍ଲୀ,୨୬।୧୧: ନଭେମ୍ବର ୨୭ ଏବଂ ୨୮ ତାରିଖରେ ଦିଲ୍ଲୀସ୍ଥିତ ପୁସା (Pusa) ପରିସରରେ ଭାଜପାର ଜାତୀୟ ପଦାଧିକାରୀମାନଙ୍କର ଏକ ଦୁଇ ଦିନିଆ ବୈଠକ ଅନୁଷ୍ଠିତ ହେବ। ଏହି…

ଲଗାତାର Playing 11ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସ୍ଥାନ ନ ମିଳିବାରୁ ବିଶେଷଜ୍ଞଙ୍କ କଡ଼ା ସମାଲୋଚନା; ଗମ୍ଭୀରଙ୍କୁ ଦେଲେ ପରାମର୍ଶ

ନୂଆଦିଲ୍ଲୀ,୨୬।୧୧: ଆଇପିଏଲ (IPL) ରେ ଚମତ୍କାର ପ୍ରଦର୍ଶନ କରିବା ପରେ, ବୈଭବ ସୂର୍ଯ୍ୟବଂଶୀ ଚଳିତ ବର୍ଷ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଛନ୍ତି। ସେ ଭାରତ ପାଇଁ ଟି-୨୦…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, କାରଣ ଖୋଜୁଛି ପୋଲିସ

ଛତ୍ରପୁର,୨୬।୧୧(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ବିପୁଳିଙ୍ଗି ଗ୍ରାମରେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରି ବିଲ ମଝିରେ ଫିଙ୍ଗିଦେବା ଘଟଣା…

ସ୍ବାଭିମାନ ଅଞ୍ଚଳରେ ଚାଞ୍ଚଲ୍ୟ: ଗଛ ପକାଇ ରାସ୍ତା ଅବରୋଧ

ଚିତ୍ରକୋଣ୍ଡା,୨୬।୧୧(ଶିବଦତ୍ତ ସାହୁ ): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳ ତଥା ଚିତ୍ରକୋଣ୍ଡା ବ୍ଲକ ଦୁର୍ଗମ ଅଞ୍ଚଳ ରାଲେଗାଡା ପଞ୍ଚାୟତ ଅଧୀନସ୍ତ ପଦ୍ମଗିରି-ଲିମାଟାଣ୍ଡି ରାସ୍ତାରେ ଗୁରୁବାର ଏକ ଅଭାବନୀୟ…

ରିଲ୍ସ ନିଶା ନେଲା ମେଡିକାଲ ଛାତ୍ରଙ୍କ ଜୀବନ: ମଗରମୁହାଁ ଝରଣା ପାହାଡ଼ରୁ ଖସି ମୃତ୍ୟୁ, ବାନ୍ଧବୀ ଫେରାର

ଦିଗପହଣ୍ଡି,୨୬।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ଥିବା ମା’ ବାଙ୍କେଶ୍ୱରୀ ମନ୍ଦିର ନିକଟ ଘାଟି ରାସ୍ତା କଡ଼ରେ…

୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତର ବଡ଼ ପ୍ରୟାସ

ନୂଆଦିଲ୍ଲୀ,୨୬ା୧୧: ୨୦୩୬ ଅଲିମ୍ପିକ୍‌ ଓ ପାରାଲିମ୍ପିକ୍‌ ଗେମ୍ସ ଆୟୋଜନ ପାଇଁ ଗୁରୁବାର ଅନ୍‌ଲାଇନ ମାଧ୍ୟମରେ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟିର ଫ୍ୟୁଚର ହୋଷ୍ଟ କମିଶନଙ୍କ ସମ୍ମୁଖରେ ଭାରତ ସମଗ୍ର…

ମନ୍ଦିର ପରିସରରୁ ସ୍ପଷ୍ଟ ଦିବାଲୋକରେ କାର୍‌ କାଚ୍‌ ଭାଙ୍ଗି ଲୁଟିନେଲେ ଭ୍ୟାନିଟି ବ୍ୟାଗ୍‌

ନିରାକାରପୁର,୨୬।୧୧(ମାନସ ଚନ୍ଦ୍ର ପଟ୍ଟନାୟକ ): ସ୍ପଷ୍ଟ ଦିବାଲୋକରେ କାର୍‌ କାଚ ଭାଙ୍ଗି ଲୁଟ। ମନ୍ଦିରରେ ପ୍ରସାଦ ସେବନ କରିବାକୁ ଯାଇଥିବା ଏକ ପରିବାରର କାର୍‌ କାଚ୍‌ ଭାଙ୍ଗି…

ପ୍ରେମ ଜାଲରେ ଫସାଇ ନାବାଳିକାଙ୍କୁ ଗର୍ଭବତୀ କରିବା ଅଭିଯୋଗ: ବୈଶିଙ୍ଗାରେ ୨୬ ବର୍ଷୀୟ ଯୁବକ ଗିରଫ, କୋର୍ଟ ଚାଲାଣ

ବୈଶିଙ୍ଗା, ୨୬।୧୧(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମେରଦା ଗ୍ରାମର ଜଣେ ଯୁବକ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଗର୍ଭବତୀ କରିଥିବା ଅଭିଯୋଗରେ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?