ସ୍ବାଭିମାନ ଅଞ୍ଚଳରେ ଚାଞ୍ଚଲ୍ୟ: ଗଛ ପକାଇ ରାସ୍ତା ଅବରୋଧ

ଚିତ୍ରକୋଣ୍ଡା,୨୬।୧୧(ଶିବଦତ୍ତ ସାହୁ ): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳ ତଥା ଚିତ୍ରକୋଣ୍ଡା ବ୍ଲକ ଦୁର୍ଗମ ଅଞ୍ଚଳ ରାଲେଗାଡା ପଞ୍ଚାୟତ ଅଧୀନସ୍ତ ପଦ୍ମଗିରି-ଲିମାଟାଣ୍ଡି ରାସ୍ତାରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଗୁରୁବାର ସକାଳେ କେହି କୌଣସି କାରଣରୁ ରାସ୍ତା କଡରେ ଥିବା ୬ଟି ଗଛ କାଟି ରାସ୍ତା ଉପରେ ପକାଇ ଅବରୋଧ କରଥିଲେ। ଫଳରେ ଉକ୍ତ ରାସ୍ତାରେ ଲୋକଙ୍କ ଯାତାୟାତ ସମ୍ପୂର୍ଣ ଭାବେ ଠପ୍‌ ହୋଇଯାଇଥିଲା।

ଏହି ସମ୍ପର୍କରେ ସ୍ଥାନୀୟ ଅଞ୍ଚଳବାସୀ ପୋଲିସ, ବନ ବିଭାଗ କର୍ତ୍ତୃପକ୍ଷ ଏବଂ ଅଗ୍ନିଶମ ବିଭାଗକୁ ଅବଗତ କରାଇଥିଲେ। ପୂର୍ବାହ୍ନ ପ୍ରାୟ ୧୧ଟାରେ ପୋଲିସ, ବନବିଭାଗର କର୍ମଚାରୀଙ୍କ ଉପସ୍ଥିତିରେ ଚିତ୍ରକୋଣ୍ଡା ବନ ବିଭାଗର ଅଧିକାରୀ ମଙ୍ଗଳଦାନ ହିକକାଙ୍କ ନେତୃତ୍ୱରେ ଜିଲେସ କୁମାର ବେହେରା, କର୍ମଚାରୀ ଗୁପ୍ତେଶ୍ୱର ନାୟକ, କୁଷ ଖିଲ, ଦୁର୍ଯ୍ୟୋଧନ ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଉପରେ ପଡ଼ିଥିବା ଗଛକୁ ପର୍ଯ୍ୟାୟକ୍ରମେ କାଟି ସଫା କରିଥିଲେ। ତେବେ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ରାସ୍ତା ଉପରେ ଗଛ କାଟି ପକାଇ ରାସ୍ତା ଅବରୋଧ କରିଥିଲେ ତାହାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ବୋଲି ଅଗ୍ନିଶମ ବିଭାଗ ଅଧିକାରୀ ହିକକା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରିଲ୍ସ ନିଶା ନେଲା ମେଡିକାଲ ଛାତ୍ରଙ୍କ ଜୀବନ: ମଗରମୁହାଁ ଝରଣା ପାହାଡ଼ରୁ ଖସି ମୃତ୍ୟୁ, ବାନ୍ଧବୀ ଫେରାର

ଦିଗପହଣ୍ଡି,୨୬।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ଥିବା ମା’ ବାଙ୍କେଶ୍ୱରୀ ମନ୍ଦିର ନିକଟ ଘାଟି ରାସ୍ତା କଡ଼ରେ…

୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତର ବଡ଼ ପ୍ରୟାସ

ନୂଆଦିଲ୍ଲୀ,୨୬ା୧୧: ୨୦୩୬ ଅଲିମ୍ପିକ୍‌ ଓ ପାରାଲିମ୍ପିକ୍‌ ଗେମ୍ସ ଆୟୋଜନ ପାଇଁ ଗୁରୁବାର ଅନ୍‌ଲାଇନ ମାଧ୍ୟମରେ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟିର ଫ୍ୟୁଚର ହୋଷ୍ଟ କମିଶନଙ୍କ ସମ୍ମୁଖରେ ଭାରତ ସମଗ୍ର…

ମନ୍ଦିର ପରିସରରୁ ସ୍ପଷ୍ଟ ଦିବାଲୋକରେ କାର୍‌ କାଚ୍‌ ଭାଙ୍ଗି ଲୁଟିନେଲେ ଭ୍ୟାନିଟି ବ୍ୟାଗ୍‌

ନିରାକାରପୁର,୨୬।୧୧(ମାନସ ଚନ୍ଦ୍ର ପଟ୍ଟନାୟକ ): ସ୍ପଷ୍ଟ ଦିବାଲୋକରେ କାର୍‌ କାଚ ଭାଙ୍ଗି ଲୁଟ। ମନ୍ଦିରରେ ପ୍ରସାଦ ସେବନ କରିବାକୁ ଯାଇଥିବା ଏକ ପରିବାରର କାର୍‌ କାଚ୍‌ ଭାଙ୍ଗି…

ପ୍ରେମ ଜାଲରେ ଫସାଇ ନାବାଳିକାଙ୍କୁ ଗର୍ଭବତୀ କରିବା ଅଭିଯୋଗ: ବୈଶିଙ୍ଗାରେ ୨୬ ବର୍ଷୀୟ ଯୁବକ ଗିରଫ, କୋର୍ଟ ଚାଲାଣ

ବୈଶିଙ୍ଗା, ୨୬।୧୧(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମେରଦା ଗ୍ରାମର ଜଣେ ଯୁବକ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଗର୍ଭବତୀ କରିଥିବା ଅଭିଯୋଗରେ ଗିରଫ…

ଭାରତରେ ପାକିସ୍ତାନୀ ଧାରାବାହିକ ଉପରେ କଟକଣା ଲାଗୁ ହୋଇଥିବା ବେଳେ, ଆତିଫ ଅସଲମଙ୍କୁ ଆଲିଙ୍ଗନ କଲେ ହନି ସିଂହ! ଭିଡିଓ ଭାଇରାଲ

ମୁମ୍ବାଇ,୨୬।୧୧: ସୋସିଆଲ ମିଡିଆରେ ଜଣାଶୁଣା ଭାରତୀୟ ରାପର୍‌ ତଥା ଗାୟକ ହନି ସିଂହଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ପାକିସ୍ତାନୀ ଗାୟକ ଆତିଫ ଅସଲମଙ୍କୁ…

ବୈଭବଙ୍କୁ ନେଇ ଗାଙ୍ଗୁଲିଙ୍କ ବଡ଼ ଚେତାବନୀ: ସେ ଭାରତୀୟ କ୍ରିକେଟର ଭବିଷ୍ୟତ, କାହା ସହ…

ନୂଆଦିଲ୍ଲୀ,୨୬।୧୧: ଭାରତୀୟ ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀ ୟୁଏଇ ବିପକ୍ଷରେ ମାତ୍ର ୫୨ ବଲରେ ଦ୍ରୁତତମ ଦ୍ୱିଶତକ ହାସଲ କରି ଲିଷ୍ଟ-ଏ କ୍ରିକେଟରେ ଇତିହାସ ରଚିଛନ୍ତି। ୧୫-୧୬…

୪ ଚୌକା-୩ ଛକା… ପୁଣି ଗର୍ଜିଲା ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍, ଶ୍ରୀଲଙ୍କା ବୋଲର ଘାଇଲା !

ନୂଆଦିଲ୍ଲୀ,୨୬।୧୧: ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୬ର ପ୍ରଥମ ସେମିଫାଇନାଲ ମୁକାବିଲାରେ ଶ୍ରୀଲଙ୍କା-ଏ ବିପକ୍ଷରେ ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀ ପୁଣି ଥରେ ନିଜର ଆକ୍ରମଣାତ୍ମକ ବ୍ୟାଟିଂ…

ଅଟୋଗ୍ରାଫ୍ ଦେବା ବେଳେ କୃଣାଳ ପାଣ୍ଡାଙ୍କ ଉପରକୁ ଜୋତା ଫିଙ୍ଗିଲେ ଦର୍ଶକ, ରାଗିଯାଇ… Video ଭାଇରାଲ

ନୂଆଦିଲ୍ଲୀ,୨୬।୧୧: ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୬ ସମୟରେ ଏକ ଲଜ୍ଜାଜନକ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବରୋଦା ଏବଂ ଝାଡ଼ଖଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?