ମିଳିଲେ କିଣିବେ

ମେ’ ପ୍ରଥମ ସପ୍ତାହରେ ସର୍ବିଆର ରାଜଧାନୀ ବେଲ୍‌ଗ୍ରେଡର ଏକ ପ୍ରାଥମିକ ସ୍କୁଲରେ ଜଣେ ୧୩ ବର୍ଷ ବୟସ୍କ ବାଳକର ଆଖିବୁଜା ଗୁଳିଚାଳନା ଯୋଗୁ ୮ଜଣ ଛାତ୍ରଙ୍କ ସମେତ ଜଣେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଥିଲା। ତା’ ପରଦିନ ରାଜଧାନୀ ବେଲ୍‌ଗ୍ରେଡର ଦକ୍ଷିଣକୁ ୫୦ କିଲୋମିଟର ଦୂର ମ୍ଲାଡେନୋଭାକ୍‌ରେ ଜଣେ ବନ୍ଧୁକଧାରୀଙ୍କ ଗୁଳିରେ ୮ଜଣ ନିହତ ଓ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଏହି ଦେଶରେ ବ୍ୟକ୍ତିକୈନ୍ଦ୍ରିକ ଗୁଳିକାଣ୍ଡ ଘଟଣା କାଁ ଭାଁ ଘଟୁଥିବାବେଳେ ଆମେରିକାରେ ଏହା ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଛି। ସର୍ବିଆ ଗୁଳିକାଣ୍ଡ ଘଟଣାର ଦୁଇଦିନ ପରେ ମେ’୭ରେ ଆମେରିକାର ଟେକ୍ସାସର ଆଲିଏନ୍‌ ପ୍ରିମିୟମ୍‌ ମଲ୍‌ ଗୁଳିକାଣ୍ଡରେ ୮ ଜଣ ନିହତ ହୋଇଛନ୍ତି। ଏଠାରେ ସ୍ମରଣଯୋଗ୍ୟ ଯେ, ବିଶ୍ୱରେ ଆମେରିକୀୟମାନଙ୍କ ପାଖରେ ସବୁଠୁ ଅଧିକ ବନ୍ଧୁକ ଅଛି। ଏହାସହ ଗୁଳିକାଣ୍ଡଜନିତ ମୃତ୍ୟୁସଂଖ୍ୟାରେ ମଧ୍ୟ ଆମେରିକା ସବୁଠାରୁ ଆଗରେ ରହିଛି। ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ୟୁରୋପର କେତେକ ଦେଶରେ ଏଭଳି ଗୁଳିକାଣ୍ଡ ଭୟାବହତା ବି ଅନେକ ସମୟରେ ଦେଖିବାକୁ ମିଳିଥାଏ। ତଥାପି ଆମେରିିକା ସହ ତୁଳନା କଲେ ତାହା ନଗଣ୍ୟ ମନେହୁଏ। ଆମେରିକାରେ ୧୦୦ ଜଣଙ୍କ ପାଖରେ ୧୨୦ ବନ୍ଧୁକ ଅଛି ବୋଲି ଏକ ଅନୁଧ୍ୟାନରୁ ଜଣାପଡ଼ିଛି। ଏଠାରେ ମାସ୍‌ ଶୁଟିଂ ବା ଗଣଗୁଳିକାଣ୍ଡ ଏବଂ ବନ୍ଧୁକଜନିତ ଘରୋଇ ହିଂସା ବିଶ୍ୱରେ ସର୍ବାଧିକ । ଆମେରିକାର ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ଶନ(ସିଡିସି)ର ସଦ୍ୟତମ ତଥ୍ୟରୁ ଜଣାପଡ଼ିଛି ଯେ,୨୦୨୧ରେ ବନ୍ଧୁକଜନିତ ହିଂସାରେ ୪୮,୮୩୦ ଜଣଙ୍କ ମୃତ୍ୟୁ ଘଟିଛି। ଏହାର କାରଣ ଖୋଜିବସିଲେ ପ୍ରଥମେ ମନକୁ ଆସେ ଆମେରିକୀୟମାନଙ୍କ ମନରେ ଥିବା ଭୟ ଏବଂ ଅସୁରକ୍ଷିତ ମନୋଭାବ। କର୍ପୋରେଟ ସଂସ୍କୃତିରେ ଗଢ଼ିଉଠିଥିବା ଏହି ଦେଶରେ ଅନେକ ପରିବାର ଆମେରିକାର ବସ୍ତୁବାଦୀ ସ୍ବପ୍ନ ପୂରଣ କରିବାକୁ ଯାଇ ଆରାମଦାୟକ ଜୀବନ ହାସଲ କରିପାରିଲେ। ବାହାର ଦେଶରୁ ପ୍ରବାସୀମାନେ ମଧ୍ୟ ଆମେରିକୀୟ ସ୍ବପ୍ନକୁ ହାସଲ କରିବା ଲାଗି ସେହି ଦେଶକୁ ଧାଇଁଲେ। ଏହିସବୁ ସୁଖ ହାସଲ କରିବା ପରେ ମନରେ ପଶିଲା ଭୟ ଓ ଅସୁରକ୍ଷିତ ମନୋଭାବ । ଥିଲା ଓ ନ ଥିଲାବାଲାଙ୍କ ପାର୍ଥକ୍ୟ ମଧ୍ୟ ଚିନ୍ତା ବଢାଇଲା। ଏସବୁ ଯୋଗୁ ସାଧାରଣ ଆମେରିକୀୟ ମନରେ ନିଜ ସୁରକ୍ଷା ନିଜ ହାତକୁ ନେବା କଥା ବସା ବାନ୍ଧିଲା। କାଓ ବୟ ସଂସ୍କୃତିରୁ ବନ୍ଧୁକ ଧରିବା ଏକ ଆଭିଜାତ୍ୟର ପ୍ରତୀକ ଭାବେ ଉଭା ହୋଇଥିବା ସେହି ଦେଶରେ ସାଧାରଣ ନାଗରିକଙ୍କୁ ବନ୍ଧୁକ ରଖିବାର ସାମ୍ବିଧାନିକ ଅଧିକାର ମିଳିଲା। ଏହି ଅଧିକାରକୁ ଏବେ ମଧ୍ୟ ଅଧିକାଂଶ ଆମେରିକୀୟ ଛାଡ଼ିବାକୁ ଚାହାନ୍ତି ନାହିଁ। ଗୋଟିଏ ପଟେ ବନ୍ଧୁକ ସଂସ୍କୃତିର ନକାରାମତ୍କ ଦିଗକୁ ସମାଲୋଚନା କରିବାକୁ ଆଗେଇ ଆସୁଥିବା ନାଗରିକ ଅନ୍ୟପଟେ ବ୍ୟକ୍ତିଗତ ସ୍ତରରେ ବନ୍ଧୁକ ଦେଇଦେବା ଲାଗି ନାରାଜ। ଏହି ସ୍ଥିତିକୁ ବଳବତ୍ତର କରି ରଖିଛି ବନ୍ଧୁକ ନିର୍ମାତାଙ୍କ ଲବି। ଦଶନ୍ଧି ଧରି ବନ୍ଧୁକ ନିର୍ମାତାମାନେ ବିଭିନ୍ନ ବାଟରେ ବନ୍ଧୁକ ମାଲିକାନା ଅଧିକାରର ବାର୍ତ୍ତାକୁ ପ୍ରଚାର କରି ଆସୁଛନ୍ତି। ବ୍ୟକ୍ତିଗତ ସୁରକ୍ଷା ପାଇଁ ବନ୍ଧୁକ ନିହାତି ଜରୁରୀ ବୋଲିି ଅଧିକାଂଶ ଆମେରିକୀୟ ନାଗରିକ ଭାବିବା ପଛରେ ରହିଛି ବନ୍ଧୁକ ନିର୍ମାତାଙ୍କର ଅନବରତ ଅଦୃଶ୍ୟ ବାର୍ତ୍ତା। ଏଥିସହ ବିପୁଳ ଅର୍ଥ ଖର୍ଚ୍ଚ କରାଯାଏ ସିନେଟର ଏବଂ ଅନ୍ୟସବୁ ନିର୍ବାଚିତ ପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ମନ ଜିଣିବାକୁ , ଯାହାଫଳରେ ବନ୍ଧୁକ ନିୟନ୍ତ୍ରଣ ଦିଗରେ ସବୁ ଆଇନର ବାଟ ବନ୍ଦ ହୋଇଯାଏ। ରିପବ୍ଲିକାନ ଡୋନାଲ୍ଟ ଟ୍ରମ୍ପ୍‌ ଅତ୍ୟଧିକ ମାତ୍ରାରେ ବନ୍ଧୁକ ରଖିବା ଅଧିକାର ସପକ୍ଷରେ ଥିବାବେଳେ ଡେମୋକ୍ରାଟ ଜୋ ବାଇଡେନ ବନ୍ଧୁକ ନିୟନ୍ତ୍ରଣ ସପକ୍ଷବାଦୀ ବୋଲି ଜଣାଥିଲା। ବାଇଡେନ୍‌ ନିର୍ବାଚନ ପୂର୍ବରୁ କହିଥିଲେ, ସେ ଜିତିଲେ ବନ୍ଧୁକ ନିୟନ୍ତ୍ରଣ ଆଇନ ଆଣିବେ। ତେବେ ବାସ୍ତବ କ୍ଷେତ୍ରରେ ଏହା କରିବା ପାଇଁ ତାଙ୍କ ବାଟରେ ଅନେକ ବାଧା ସୃଷ୍ଟି ହେଉଛି। ଆଇନଗତ ଓ ସାମ୍ବିଧାନିକ ପଦ୍ଧତି ଜଟିଳ ଥିବା ସହ ଲୋକଙ୍କ ସମର୍ଥନ ମଧ୍ୟ ଏ ଦିଗରେ ମିଳୁନାହିଁ।
ସବୁଠାରୁ ବିଡ଼ମ୍ବନାର ବିଷୟ ହେଲା, ଆମେରିକାରେ ମଦ କିଣିବା ପାଇଁ ଏକ ନିର୍ଦ୍ଦିଷ୍ଟ ବୟସର କଟକଣା ଥିବାବେଳେ ବନ୍ଧୁକ କିଣିବା ପାଇଁ ସେଭଳି କୌଣସି ବାଧା ନାହିଁ। ଅଳ୍ପ ବୟସର ଯୁବତୀଯୁବକମାନେ ମଦ ବୋତଲଟିଏ କିଣିବା ଆଗରୁ ପରିଚୟପତ୍ର ଦେଖାଇବାକୁ ବାଧ୍ୟ। ଅଥଚ ସେମାନେ ଯେ କୌଣସି ସାଧାରଣ ବଡ଼ ଗ୍ରୋସେରି ମଲ୍‌ରୁ ବିନା ଦ୍ୱନ୍ଦ୍ୱରେ ବନ୍ଧୁକ କିଣିପାରିବେ। ଏଦିଗରେ ବନ୍ଧୁକ କିଣିବା ଲାଗି ବୟସ ସୀମା ଲାଗୁ କରିବା ପାଇଁ ଗତ ବର୍ଷ ଆମେରିକାରେ ଆଇନ ଅଣାଯିବାର ପ୍ରୟାସ ବିିଫଳ ହୋଇଥିଲା। ଅନ୍ୟପକ୍ଷରେ ଆମେରିକାରେ ଅତ୍ୟଧିକ ବନ୍ଧୁକ ହିଂସାକୁ ଦେଖି କାନାଡା ଏକ କଡ଼ା ବନ୍ଧୁକ ନିୟନ୍ତ୍ରଣ ଆଇନ ଆଣିଛି। ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଅନୁଯାୟୀ, ଏହା ଅନେକ ଜୀବନ ରକ୍ଷା କରିପାରିବ। ବାସ୍ତବରେ ଦେଖିଲେ, ବନ୍ଧୁକ ମାଲିକାନା ଉପରେ ନିୟନ୍ତ୍ରଣ ହିଁ ଏକମାତ୍ର ବାଟ ବୋଲି ମନେହେଉଛି। କାରଣ, ବନ୍ଧୁକ ଖୋଲାରେ ମିଳିଲେ ଲୋକେ କିଣିବେ ଏବଂ କିଣିଲେ ହିଁ ବ୍ୟବହାର କରିବେ। ପ୍ରତ୍ୟେକ ଦିନ ଲୋକଙ୍କର ବିଶେଷକରି ଯୁବତୀଯୁବକଙ୍କର ପ୍ରାଣହାନି ଘଟୁଥିବାବେଳେ ଆମେରିକା ଏହି ସଙ୍କଟକୁ ଆୟତ୍ତ କରିବା ପାଇଁ ଅସହାୟ। ମନେହୁଏ ଯେପରି ପୁଞ୍ଜିବାଦ ଉପରେ ଆଧାରିତ ଏହି ଦେଶରେ ବୃହତ୍‌ କର୍ପୋରେଟ ବ୍ୟବସ୍ଥାର ଅର୍ଥଚକ୍ର ସାମ୍‌ନାରେ ମଣିଷ ଜୀବନ ଗୌଣ ହୋଇଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?