ପାନୀୟ ଜଳ ଯୋଗାଣରୁ ସୁନାଖଳା ଗାଁ ଲୋକ ବଞ୍ଚିତ

ଭାପୁର,୯ା୫(ଡି.ଏନ.ଏ.): ନୟାଗଡ଼ ଜିଲା ଭାପୁର ବ୍ଲକ ଅନ୍ତର୍ଗତ ବିଜିପୁର ପଞ୍ଚାୟତ ଅଧୀନ ସୁନାଖଳା ଗାଁରେ ଦୀର୍ଘ ୧୩ ବର୍ଷରୁ ଊଦ୍ଧର୍‌ବ ହେଲା ପାନୀୟ ଜଳ ପାଇବାରୁ ଏପର୍ଯ୍ୟନ୍ତ ବଞ୍ଚତ୍ତ ହୋଇ ରହିଛି। ସରକାର ଗ୍ରାମାଞ୍ଚଳରେ ରହୁଥିବା ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇ ଦେବାକୁ ପ୍ରାଥମିକତା ଦେଉଛନ୍ତି। ଏଥିପାଇଁ ସରକାର ରାଜକୋଷରୁ ଅର୍ଥ ବ୍ୟୟ ହେଉଛି। ହେଲେ ଗ୍ରାମାଞ୍ଚଳରେ ଜନସାଧାରଣ ପାନୀୟ ଜଳ ପାଇପାରୁନାହାନ୍ତି। ସୁନାଖଳା ଗ୍ରାମରେ ୫ଶହରୁ ଊଦ୍ଧର୍‌ବ ଜନସାଧାରଣ ବାସ କରନ୍ତି। ଏଠାରେ ଜନସାଧାରଣ ଅପରିଷ୍କାର ପାଣି ପିଇ ବିଭିନ୍ନ ପ୍ରକାରର ରୋଗରେ ପଡ଼ିଥାନ୍ତି। ବିଜିପୁର ଅନନ୍ତଶ୍ୱର ଦେବଙ୍କ ମନ୍ଦିର ନିକଟରେ ଉଚ୍ଚ କ୍ଷମତା ସମ୍ପନ୍ନ ପାଣି ଟାଙ୍କି ନିର୍ମାଣ ହୋଇଛି। ବିଜିପୁର ପଞ୍ଚାୟତର ବିଜିପୁରର ସମସ୍ତ ସାହି ଓ ସୁନାଖଳା ଗ୍ରାମକୁ ପାଇପ ପକାଇ ୩ ମାସ ପାନୀୟ ଜଳ ଯୋଗାଣ କରାଯାଇଥିଲା। ସୁନାଖଳା ଗ୍ରାମର କେତେଜଣ ବ୍ୟକ୍ତି କୌଣସି କାରଣରୁ ଅଭିଯୋଗ କରିଥିଲେ। ଫଳରେ ପାନୀୟ ଜଳ ଦାୟିତ୍ୱରେ ଥିବା କର୍ମଚାରୀମାନେ ସୁନାଖଳା ଗ୍ରାମକୁ ପାନୀୟ ଜଳ ଯୋଗାଣ ବନ୍ଦ କରିଦେଇଥିଲେ। ସୁନାଖଳା ଗ୍ରାମବାସୀ ୧୩ ବର୍ଷ ହେଲା ପାନୀୟ ଜଳ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ସୁନାଖଳା ଗ୍ରାମରେ ହରିଜନ ସାହି ଓ ସୁନାଖଳା ଗ୍ରାମରେ ଗୋଟିଏ କୂଅ ଓ ୪ଟି ନଳକୂଅ ରହିଛି। ଗ୍ରାମବାସୀ ବର୍ଷା ଦିନେ ସେହି କୂଅ ପାଣି ବ୍ୟବହାର କରିଥାନ୍ତି। ଗଁାର ବାସିନ୍ଦା ନାରାୟଣ ରାଉତରାୟ ଏକ ବ୍ୟକ୍ତିଗତ ବୋରିଂ କରିଥିଲେ। ଦୀର୍ଘ ୪ବର୍ଷ ହେଲା ଗ୍ରାମର କେତେଜଣ ବ୍ୟକ୍ତି ସେଠାରୁ ପାନୀୟ ଜଳ ନେଇ ବ୍ୟବହାର କରୁଛନ୍ତି। ଏ ନେଇ ଗ୍ରାମ୍ୟ ଜଳଯୋଗାଣ ବିଭାଗର ଯନ୍ତ୍ରୀ ସ୍ବାଧୀନ ପାଣିଗ୍ରାହୀକୁ ପଚାରିବାରେ ଏ ପର୍ଯ୍ୟନ୍ତ କେହି ଏହି ଅସୁବିଧା ବିଷୟରେ ଅଭିଯୋଗ କରିନାହାନ୍ତି। ସେ ମଧ୍ୟ ଜାଣି ନାହାନ୍ତି। ୩ରୁ୪ ଦିନ ଭିତରେ ନିଜେ ଆସି ଗ୍ରାମକୁ ଦେଖିଥିଲେ। ସୋମବାର ଯନ୍ତ୍ରୀ ପାଣିଗ୍ରାହୀ ଜଳଯୋଗାଣ ବିଭାଗର କର୍ମଚାରୀଙ୍କୁ ଡାକି ସୁନାଖଳା ଗଁାକୁ କେତେବର୍ଷ ହେଲା ପାନୀୟ ଜଳ ଯୋଗାଣ ବନ୍ଦ ରହିଛି ବୋଲି ପଚାରି ବୁଝିଥିଲେ। କର୍ମଚାରୀମାନେ କହିଥିଲେ, ୧୩ ବର୍ଷ ହେଲା ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ବିଜିପୁର ଛକଠାରୁ ପାଇପ ଫାଟି ଯିବାରୁ ଏହା ସେହିଦିନଠାରୁ ବନ୍ଦ ରହିଛି। ଦୁପପଲ୍ଲୀ ପାଣିପମ୍ପଠାରୁ ଏହି ପାନୀୟ ଜଳ ଯୋଗାଣ ଖୁବ୍‌ଶୀଘ୍ର ଯୋଗାଯିବ ବୋଲି ପ୍ରତିଶ୍ରୁତି ଦେବା ସହ କର୍ମଚାରୀମାନଙ୍କୁ ତାଗିଦ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

UPI Payment: ଭୁଲ ନମ୍ୱରକୁ କରିଦେଇଛନ୍ତି କି ପେମେଣ୍ଟ? ଜାଣନ୍ତୁ କେମିତି ଫେରି ପାଇବେ ଆପଣଙ୍କ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୬।୯: UPI ପେମେଣ୍ଟ ଟଙ୍କା କାରବାରକୁ ବହୁତ ସହଜ ଏବଂ ଦ୍ରୁତ କରିଦେଇଛି। ତଥାପି, ବେଳେବେଳେ ତରବରିଆ ଭାବେ କିମ୍ୱା ଅସାବଧାନତା ଯୋଗୁଁ ଭୁଲ ନମ୍ୱର ବା…

୭ରୁ ୧୩ ସେପ୍ଟେମ୍ୱର ଯାଏ ଏହି ୪ରାଶିଙ୍କୁ ମିଳିବ ବଡ଼ ଲାଭ; ହୁ ହୁ ହୋଇ ବଢିବ ଇନକମ୍‌, ଘରକୁ ଆସିବ ଖୁସି ଖବର

ସେପ୍ଟେମ୍ୱର ମାସର ଦ୍ୱିତୀୟ ସପ୍ତାହ କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଖୁସି ଏବଂ ସଫଳତାର ଉପହାର ନେଇ ଆସିଛି। ଏହି ସମୟ ମଧ୍ୟରେ ମନମୁତାବକ ଲାଭ ମିଳିବା…

ମନ୍ତ୍ରୀଙ୍କ ପ୍ରଦର୍ଶନ ଉପରେ ମୋଦିଙ୍କ ନଜର, କ୍ୟାବିନେଟ୍ ଅଦଳବଦଳ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୬ା୯: ମନ୍ତ୍ରୀମାନଙ୍କ କାର୍ଯ୍ୟଧାରା ଓ ବିଭିନ୍ନ ମନ୍ତ୍ରଣାଳୟର ପ୍ରଦର୍ଶନକୁ ନେଇ ସୋମବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଅଧ୍ୟକ୍ଷତା…

ଗାଁରେ ମାଙ୍କଡ଼ ଆତଙ୍କ: ଦୁଇଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ପରେ…

ବଞ୍ଚୋ,୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦା ଗ୍ରାମରେ ଏକ ବୁଲା ମାଙ୍କଡ଼ର ଉତ୍ପାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମ…

ପାଳନ ହେବ ଘୁମୁସର ଦିବସ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ…

ଭଞ୍ଜନଗର,୬ା୯(ବାବୁଲା ପ୍ରଧାନ): ଘୁମୁସର ବିକାଶ ପରିଷଦର ଏକ ବୈଠକ ଭଞ୍ଜନଗରଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ପରିଷଦର ବରିଷ୍ଠ କର୍ମକର୍ତ୍ତା ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଘୁମୁସର…

TVK ନେତାଙ୍କୁ ବୀଭତ୍ସ ହତ୍ୟା, କାର୍ଯ୍ୟାଳୟକୁ ଯାଉଥିବା ବେଳେ ହାଣିଦେଲେ

ଚେନ୍ନାଇ,୬।୯: ତାମିଲନାଡୁର ଚେନ୍ନାଇରେ ଜଣେ ବ୍ୟକ୍ତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ମୃତକଙ୍କ ନାମ କନ୍ନନ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, କନ୍ନନ ନିକଟରେ ଶାସକ…

ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ହେଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ:  ଚାରିଆଡୁ ଛୁଟୁଛି ଶୁଭେତ୍ସାର ସୁଅ 

ଦିଗପହଣ୍ଡି,୬|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ଜଣାପଡିଛି।…

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri