ପରିବର୍ତ୍ତନ କାହିଁକି

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ପ୍ରଶାସନର ଜଣେ ଅଧିକାରୀଙ୍କ ଏକ ଲୋକପ୍ରିୟ ଉକ୍ତି ହେଉଛି ‘ଯଦି କିଛି ଭଲ କାମ କରୁଛି ତାହାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବା ଉଚିତ ନୁହେଁ ।’ ଏହି ଉକ୍ତିର ଯଥାର୍ଥତା ରହିଛି ୧୫୦ ବର୍ଷର ପୁରୁଣା ଭାରତୀୟ ଦଣ୍ଡ ସଂହିତାରେ। କେବଳ ଭାରତରେ ନୁହେଁ, ଦକ୍ଷିଣ ଏସିଆର ଅନ୍ୟାନ୍ୟ ଦେଶରେ ଏହି ଦଣ୍ଡ ସଂହିତା କାର୍ଯ୍ୟ କରୁଛି। ପାକିସ୍ତାନ ନିଜକୁ ଏକ ଇସ୍‌ଲାମିକ ଗଣତନ୍ତ୍ର ଭାବେ ଅଭିହିତ କଲେ ମଧ୍ୟ ୧୯୪୭ରୁ ସେଠାରେ ବ୍ରିଟିଶ୍‌ ଅମଳର ସବୁ ଆଇନ ରହିଆସିଛି ଏବଂ ଏହା ମଧ୍ୟ ସମଗ୍ର ଉପମହାଦେଶରେ ବଳବତ୍ତର ରହିଛି। ୧୮୩୦ ଦଶକରେ ଥୋମାସ୍‌ ମାକ୍ୟୁଲେ ଦଣ୍ଡ ସଂହିତା ଲେଖିଥିଲେ ଓ ଏହା ୧୮୬୨ରୁ କାର୍ଯ୍ୟକାରୀ ହୋଇଥିଲା। ଏପରିକି ୨୦୨୩ରେ ବି ଭାରତ ଏବଂ ପାକିସ୍ତାନର ଦଣ୍ଡ ସଂହିତା ପ୍ରାୟ ସମାନ ରହିଛି। ୧୯୪୭ ପରେ ଉଭୟ ଦେଶ ଏଥିରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି। ଲାହୋରର ଲୋକେ ୧୪୪ ଧାରାକୁ ଯେମିତି ଜାଣନ୍ତି ଚେନ୍ନାଇରେ ଭାରତୀୟମାନେ ସେମିତି ଜାଣନ୍ତି। ଥାନାଦାର ଏବଂ କନ୍‌ଷ୍ଟେବଲଠାରୁ ଠାରୁ ଆରମ୍ଭ କରି ନାଗରିକ ପର୍ଯ୍ୟନ୍ତ ସମସ୍ତେ ଆଇନଗୁଡ଼ିକୁ ଜାଣିଥିଲେ। ହତ୍ୟା ଦଣ୍ଡବିଧାନ ଧାରା ୩୦୨ ଓ ଠକିବାର ୪୨୦ ଧାରା ଭାରତୀୟଙ୍କ ପାଇଁ ଯାହା ପାକିସ୍ତାନୀଙ୍କ ଲାଗି ସେୟା। ୧୯୪୭ ସ୍ବାଧୀନତା ପରେ ମଧ୍ୟ ଏହିସବୁ ଭାରତୀୟ ଦଣ୍ଡ ସଂହିତା ଉପମହାଦେଶରେ କାର୍ଯ୍ୟକାରୀ ହୋଇଆସିଛି। କାହିଁକି? କାରଣ ଆଇନ କାମ କରୁଛି ବୋଲି ତାହା ରହିଛି। ଅଦାଲତଗୁଡ଼ିକରେ ମାମଲା ଗଦାହୋଇ ରହିବାର ଅର୍ଥ ନୁହେଁ ଯେ, ଆଇନଗୁଡ଼ିକ ତ୍ରୁଟିପୂର୍ଣ୍ଣ ଏବଂ ନୂତନ ନିୟମ ସେହି ସ୍ଥିତିକୁ ପରିବର୍ତ୍ତନ କରିପାରିବ ନାହିଁ। ଯଦି ଏକ ସ୍ବାଧୀନ ଦେଶ ପାଇଁ ଉପନିବେଶିକ ଆଇନ ଅନୁପଯୁକ୍ତ ତେବେ ଆମକୁ ଅଧିକ ଉଦାରବାଦୀ ବ୍ୟବସ୍ଥା ଆବଶ୍ୟକ, କେବଳ ସଂହିତା ତାହାକୁ ପରିବର୍ତ୍ତନ କରିପାରିବନାହିଁ। ଆଇନଗୁଡ଼ିକରେ ପରିବର୍ତ୍ତନ କରିବାକୁ ଭାରତରେ କୌଣସି ଦାବି କରାଯାଇ ନ ଥିଲା। ଏବେ ଏଥିରେ ପରିବର୍ତ୍ତନ କରି ଉନ୍ନତ କରିବାକୁ ଆମେ ବି କହୁନାହୁଁ। ଅର୍ଥାତ୍‌ ସମୟ ସହ ତାଳ ଦେଇ ଆଇନରୁ କିଛି ହଟାଇବା କିମ୍ବା ଯୋଡ଼ିବା ଦରକାର ତାହା ମଧ୍ୟ ଉଲ୍ଲେଖ କରୁନାହୁଁ । ତେବେ ଯେଉଁ ଆଇନଗୁଡ଼ିକ କାମ କରୁଛି ତାହାକୁ କାହିଁକିି ପରିବର୍ତ୍ତନ କରିବା? ଏହାର ଉତ୍ତର ଆମପାଖରେ ନାହିଁ କି ତାହା ପାଇବା ନାହିଁ।
ପ୍ରଥମେ ନୂତନ ନିୟମଗୁଡ଼ିକ ଯୋଗୁ ମାମଲା ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି। ଆଇନଜୀବୀ ସଞ୍ଜୟ ହେଗ୍‌ଡେ ଦର୍ଶାଇଛନ୍ତି ଯେ ଚେକ୍‌ ବାଉନ୍ସ ହେବା ଏକ ଅପରାଧ ଏବଂ ଏହାକୁ ନେଇ ଅସଂଖ୍ୟ ନୂଆ ମକଦ୍ଦମାରେ କୋର୍ଟ ବୁଡ଼ିଯାଇଛନ୍ତି। ଆଇନଜୀବୀ କଲିନ ଗୋନ୍‌ସାଲଭେସ ପ୍ରଶ୍ନ କରିଛନ୍ତି ଯେ ଉପନିବେଶିକ ସମୟ ତୁଳନାରେ ପୋଲିସକୁ କାହିଁକି ଏକପାଖିଆ ଅଧିକ କ୍ଷମତା ଦିଆଯାଉଛି? ଆଇନଜୀବୀ ତଥା କଂଗ୍ରେସ କର୍ମୀ ଅଭିଷେକ ମନୁ ସାଙ୍ଗ୍‌ଭୀ ପ୍ରଶ୍ନ କରିଛନ୍ତି ଯେ କାହିଁକି ‘ଲଭ୍‌ ଜିହାଦ’ରେ ୧୦ ବର୍ଷ କାରାଦଣ୍ଡ ଯୋଡ଼ାଯାଉଛି। ଅନ୍ୟମାନେ ବି କହୁଛନ୍ତି ଯେ ଦଣ୍ଡ ସଂହିତା ଅଧୀନରେ ଏକ ନୂତନ ନାମରେ ଦେଶଦ୍ରୋହ ରହିଛି। ପୂର୍ବତନ ସେନା ମୁଖ୍ୟ ଏମ୍‌.ଏମ୍‌. ନାରାଭାନେଙ୍କ ଆମତ୍କଥା ପ୍ରକାଶ କରିବାକୁ ଯଦି ଅନୁମତି ଦିଆଯାଏ ତେବେ ସେଥିରୁ ଅଗ୍ନିବୀର ଯୋଜନା ହଠାତ୍‌ କିମ୍ବା ଅପ୍ରତ୍ୟାଶିତ ଭାବେ ହୋଇଥିଲା ବୋଲି ଜଣାପଡ଼ିବ। ସେନା ଏକ ଶର୍ଟ ସର୍ଭିସ୍‌ କମିଶନ ମାଧ୍ୟମରେ ଦେଇଥିବା କିଛି ମାମୁଲି ପ୍ରସ୍ତାବ ଓଲଟିଗଲା। ତିନି ଚତୁର୍ଥାଂଶ ଅନୁପ୍ରବେଶକାରୀଙ୍କୁ ରଖିବା ପରିବର୍ତ୍ତେ, କେବଳ ଏକ ଚତୁର୍ଥାଂଶ ରହିବେ ଏବଂ ଅବଶିଷ୍ଟାଂଶ ଚାକିରିରୁ ବାହାରିବେ, ୨୨ ବର୍ଷ ବୟସରେ ଅବସର ଗ୍ରହଣ କରିବେ କୁହାଗଲା। ଏପରି ପରିବର୍ତ୍ତନର ଆବଶ୍ୟକତା ଉପରେ ନାଭି ଓ ବାୟୁସେନା ଏକମତ ହୋଇ ନ ଥିଲେ ମଧ୍ୟ ଏହି ଯୋଜନା ବିସ୍ତାରିତ ହୋଇଥିଲା। ଏହାର ଅର୍ଥ ହେଉଛି ପ୍ରଧାନମନ୍ତ୍ରୀଙ୍କର ଏହା ଥିଲା ଏକ ଅପ୍ରତ୍ୟାଶିତ ପଦକ୍ଷେପ। ଅଷ୍ଟାଦଶ ଶତାବ୍ଦୀରୁ ଅର୍ଥାତ୍‌ ୨୦୦ ବର୍ଷରୁ ଅଧିକ ସମୟ ଧରି ଦକ୍ଷତାର ସହିତ କାର୍ଯ୍ୟ କରୁଥିବା ଏକ ସେନାର ସ୍ବରୂପକୁ ଏହା ବଦଳାଇ ଦେଇଛି। ଭଲ କାମ କରୁଥିବା ବ୍ୟବସ୍ଥାରେ କାହିଁକି ବିଭ୍ରାଟ କରାଯାଏ? ବିମୁଦ୍ରୀକରଣ ନିଷ୍ପତ୍ତି ବିଷୟରେ ମଧ୍ୟ ସେହି ପ୍ରଶ୍ନ ପଚରା ଯାଇପାରେ। ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍‌ ନିଷେଧ କରିବାକୁ କିଏ କହୁଥିଲା? ଭାରତର ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ତ କହି ନ ଥିଲା ବରଂ ନିଷ୍ପତ୍ତିକୁ ବିରୋଧ କରି ଚେତାବନୀ ଦେଇଥିଲା ଯେ, ଏହା ଏକ ଅନଭିଜ୍ଞ ପଦକ୍ଷେପ ଓ ଅର୍ଥ ବ୍ୟବସ୍ଥାକୁ କ୍ଷତି ପହଞ୍ଚାଇବ। ତାହା ହିଁ ଘଟିଲା। ଅର୍ଥନୀତିଜ୍ଞ, ବ୍ୟବସାୟୀ ଗୋଷ୍ଠୀ ଏବଂ ନାଗରିକ, କେହି ବି ଏଥିପାଇଁ କହି ନ ଥିଲେ। କିନ୍ତୁ ହଠାତ୍‌ ଏହା ଆସିଥିଲା। ସମାନ ମାନସିକତା ନୂତନ ଆପରାଧିକ ଆଇନ କ୍ଷେତ୍ରରେ ବି ଘଟୁଛି।
ନ୍ୟାୟପାଳିକା, ପୋଲିସ, ଆଇନଜୀବୀ ଏବଂ ଜନସାଧାରଣଙ୍କୁ ନୂତନ ଆଇନ ବିଷୟରେ ଜାଣିବା ଦରକାର ବୋଲି ସେମାନେ ଭାବନ୍ତି ନାହିଁ ବରଂ ଏହା ପୁରୁଣା ଆଇନ ଉପରେ ସ୍ଥାପିତ ନ୍ୟାୟପାଳିକାକୁ ବିପଦରେ ପକାଇବା ସହ ସମସ୍ତ ପ୍ରକାରର ସମସ୍ୟା ପାଇଁ ବାଟ ଖୋଲିବ, ଯାହା ଏବେ ନାହିଁ। ପ୍ରାଥମିକତାଭିତ୍ତିରେ ଆମେ ଅନୁସରଣ କରୁଥିବା ସାଧାରଣ ଆଇନର ଆଧାରକୁ ନଷ୍ଟ କରିଦେବ। ତେବେ ପରିବର୍ତ୍ତନ ପାଇଁ କାହାକୁ ଏମାନେ କହୁଥିଲେ? ବିଚାରପତି କିମ୍ବା ପୋଲିସ କିମ୍ବା ଆଇନଜୀବୀ କିମ୍ବା ନାଗରିକ, କାହାକୁ ନୁହନ୍ତି। ଆଇନଜୀବୀ ସଞ୍ଜୟ ହେଗ୍‌ଡେ ସତର୍କ କରିଦେଇଛନ୍ତି ଯେ, ଥରେ ନୂଆ ସଂହିତା ଆରମ୍ଭ ହୋଇଗଲେ ଏହା ବିମୁଦ୍ରୀକରଣଠାରୁ ଅଧିକ କ୍ଷତିକାରକ ହେବ। ଗତ ଦଶନ୍ଧିର ପର୍ଯ୍ୟାପ୍ତ ଚିନ୍ତାଧାରା ଏବଂ ପ୍ରସ୍ତୁତିକୁ ଆଧାର କରି କୌଣସି ଆବଶ୍ୟକତା ନ ଥାଇ ଆଇନରେ ପରିବର୍ତ୍ତନ କରାଯାଇଛି। ଯେଉଁମାନେ ଏଥିରେ ଆଶ୍ଚର୍ଯ୍ୟ ହୋଇ ଆମେ କାହିଁକି ଏହା କରୁଛୁ ବୋଲି ପ୍ରଶ୍ନ ପଚାରୁଛନ୍ତି; ତାହାର ଉତ୍ତର ‘ଯଦି କିଛି ଭଲ କାମ କରୁଛି ତାହାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବା ଉଚିତ ନୁହେଁ’ ଉକ୍ତି ଉପରେ ବିଶ୍ୱାସ ରଖୁଥିବା ମାନସିକତାରେ ହିଁ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri