ଅମେଇମୁହାଁବାସୀଙ୍କ ଭରସା ଚୁଆପାଣି

ନୂଆଗାଁ,୨୪।୧୨ ( ଧନେଶ୍ୱର ସାହୁ)ପ୍ରତି ଗାଁକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ କରାଯାଇଥିବା ସରକାର କହୁଛନ୍ତି । ହେଲେ ତାହାର ଭିନ୍ନ ଚିତ୍ର ଦେଖିବାକୁ ମିଳିଛି ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସିକ୍ରିଡା ପଞ୍ଚାୟତ ଅମେଇମୁହାଁ ଗ୍ରାମରେ । ଗାଁକୁ ଲାଗି ରହିଥିବା ନଦୀ ଜଳକୁ ଭରସା କରି ଦିନ ବିତାଉଛନ୍ତି ଗ୍ରାମବାସୀ ।
ନୂଆଗାଁ ବ୍ଲକରେ ଅନୁଷ୍ଠିତ ହେଉଥିବା ପ୍ରତି ସମିତି ବୈଠକରେ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ଆଲୋଚନା କରାଯାଉଛି । ସେଥିପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟ , ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଆଦିରୁ ଅନେକ ଅନୁଦାନ ଦିଆଯାଉଛି । ହେଲେ ଆଜି ପର୍ଯ୍ୟନ୍ତ ପାନୀୟ ଜଳ ସମସ୍ୟା ଦୂର ହୋଇ ପାରୁନାହିଁ । ନୟାଗଡ଼ ସଦର କାର୍ଯ୍ୟାଳୟଠାରୁ ମାତ୍ର ୩୦ କି.ମି. ଦୂର ନୂଆଗାଁ ବ୍ଲକ ସିକ୍ରିଡା ପଞ୍ଚାୟତ ଅମେଇମୁହାଁ ଗ୍ରାମରେ ପ୍ରାୟ ୨୦ଟି ପରିବାର ବସବାସ କରନ୍ତି । ସେମାନଙ୍କ ବ୍ୟବହାର ନିମନ୍ତେ ଗାଁରେ ଗୋଟିଏ ମାତ୍ର ନଳକୂଅର ବ୍ୟବସ୍ଥା କରାଯାଇଛି । ତେବେ ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ଉକ୍ତ ନଳକୂଅ ପାଣିରେ ରୋଷେଇ କରିବା ଓ ପାନୀୟ ଜଳ ଯୋଗ୍ୟ ନୁହେଁ ।
ନଳକୂଅ ପାଣିରେ ରୋଷେଇ କଲେ ଭାତ ହଳଦିଆ ପଡିବା ସହ ଭାତ କିଛି ସମୟ ରହିଗଲେ ତାହା ନଷ୍ଟ ହୋଇ ଯାଉଛି । ଏ ନେଇ ବାରମ୍ବାର ଅଭିଯୋଗ କରିବା ପରେ ନିକଟସ୍ଥ କୃଷ୍ଣପ୍ରସାଦ ପାଣି ପମ୍ପରୁ ଅମେଇମୁହାଁ ଗ୍ରାମବାସୀଙ୍କୁ ପାଣି ଯୋଗାଇ ଦିଆଯାଉଥିଲା । କିନ୍ତୁ ପ୍ରାୟ ଏକ ବର୍ଷ ହେଲା ତାହା ବନ୍ଦ କରି ଦିଆଯାଇଛି । ପାଇପ୍‌ ଯୋଗେ ପାଣି ବନ୍ଦ କରିବା ବାବଦରେ ସଂପୃକ୍ତ ପମ୍ପ ହାଉସ ଚଳାଉଥିବା ବ୍ୟକ୍ତିଙ୍କୁ ଅମେଇମୁହାଁ ଗ୍ରାମବାସୀ ପଚାରିବାରେ କୃଷ୍ଣପ୍ରସାଦ ଗ୍ରାମବାସୀଙ୍କ ନିମନ୍ତେ ଚାହିଦା ଅନୁଯାୟୀ ପାଣି ହେଉନି । ତେଣୁ ଅମେଇମୁହାଁ ଗ୍ରାମକୁ ପାଣି ଛାଡି ହେବ ନାହିଁ ବୋଲି କହୁଛନ୍ତି । ପାଇପ୍‌ ଯୋଗେ ଜଳ ଯୋଗାଣ ବନ୍ଦ ହେବା ପରେ ପୁଣି ସେହି ନଦୀ ଚୂଆପାଣିକୁ ଭରସା କରିଛନ୍ତି ଗ୍ରାମବାସୀ । ପ୍ରତିଦିନ ସକାଳୁ ଗାଁର ମହିଳାମାନେ ଗରା, ମାଠିଆ, ଡେକଚି ଆଦି ଧରି ନଦୀରେ ନିର୍ମାଣ ହୋଇଥିବା ଆଡିବନ୍ଧ ତଳୁ ଚୁଆ ଖୋଳି ପାଣି ଆଣୁଛନ୍ତି । ସେହି ନଦୀରେ ଆଡି ବନ୍ଧ ନିର୍ମାଣ ପରେ ନଦୀ ଭିତରକୁ ଯିବାରେ ଅସୁବିଧା ହେଉଥିଲେ ମଧ୍ୟ ବିପଦପୂର୍ଣ୍ଣ ଅବସ୍ଥାରେ ଖରା, ବର୍ଷା,ଶୀତ ସବୁବେଳେ ନଦୀରୁ ପାଣି ଆଣିବାକୁ ପଡୁଛି ବୋଲି ଗ୍ରାମର ମିନତୀ ନାୟକ , ସୁମିତ୍ରା ଜାନି , କମା ନାୟକ , ସୁରେଖା ପ୍ରଧାନ, ମିନତୀ ପ୍ରଧାନ , ନିଶା ପ୍ରଧାନଙ୍କ ସମେତ ସମସ୍ତ ଗ୍ରାମବାସୀ କହିଛନ୍ତି । ଏପରି କି ବର୍ଷା ଦିନେ ଦୁଇ ତିନି ଦିନ ପାଇଁ ପାଣି ଆଣି ଘରେ ରଖିବାକୁ ପଡୁଛି ବୋଲି କହିଛନ୍ତି । ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଉଥିବା ନେଇ ପ୍ରତି ଗାଁ ମୁଣ୍ଡରେ ଫଳକ ଲଗା ଯାଇଥିବା ବେଳେ ତାହା ଅମେଇମୁହାଁବାସୀଙ୍କ ପାଇଁ ସ୍ବପ୍ନ ହୋଇ ରହିଯାଇଛି । ଗାଁରେ ନୂତନ କୂଅ ଖୋଳି ସେଥିରେ ସୋଲାର ବ୍ୟବସ୍ଥା କରିବା ସହିତ ଗ୍ରାମବାସୀଙ୍କୁ ପାଇପ୍‌ ଯୋଗେ ପାଣି ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏ ବାବଦରେ ନୂଆଗାଁ ବିଡିଓ ବାସୁଦେବ ନାୟକଙ୍କୁ ପଚାରିବାରେ ସମ୍ପୃକ୍ତ ପଞ୍ଚାୟତ ସରପଞ୍ଚ ଓ ବିଭାଗୀୟ ଯନ୍ତ୍ରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri